ପିଏମଇଣ୍ଡିଆ

ଅନ୍ଵେଷଣ
  • ଶ୍ରୀ ଇନ୍ଦର କୁମାର ଗୁଜରାଲ

    ଶ୍ରୀ ଇନ୍ଦର କୁମାର ଗୁଜରାଲ

    April 21, 1997 - March 19, 1998

    ଶ୍ରୀ ଇନ୍ଦର କୁମାର ଗୁଜରାଲ 1997 ମସିହା ଅପ୍ରେଲ 21 ତାରିଖ ସୋମବାର ଦିନ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସ୍ୱର୍ଗୀୟ ଅବତାର ନାରାୟଣ ଗୁଜରାଲ ଓ ସ୍ୱର୍ଗୀୟା ପୁଷ୍ପା ଗୁଜରାଲଙ୍କ ସୁପୁତ୍ର ଶ୍ରୀ ଗୁଜରାଲ ଏକାଦିକ୍ରମେ ଏମ.ଏ, ବିକମ୍, ପିଏଚଡି ଏବଂ ଡିଲିଟି (ସମ୍ମାନ ସୂଚକ) ଡିଗ୍ରୀର ଅଧିକାରୀ । 1919 ମସିହା ଡିସେମ୍ବର 4 ତାରିଖ ଦିନ ସେ ଝେଲମ୍ (ଅବିଭକ୍ତ ପଞ୍ଜାବ କ୍ଷେତ୍ରର)ଠାରେ ଜନ୍ମଗ୍ରହଣ କରିଥିଲେ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଡକ୍ଟର ମନମୋହନ ସିଂହ

    ଡକ୍ଟର ମନମୋହନ ସିଂହ

    May 22, 2004 - May 26, 2014

    ଭାରତର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଯଥାର୍ଥରେ ଜଣେ ପ୍ରସିଦ୍ଧ ଚିନ୍ତକ ଓ ବିଦ୍ୱାନ ବ୍ୟକ୍ତି ଭାବେ ଅଭିହିତ କରାଯାଇଥାଏ । ତାଙ୍କର କଠିନ ଅଧ୍ୟବ୍ୟବସାୟ ଏବଂ ପ୍ରତ୍ୟେକ କାର୍ଯ୍ୟପ୍ରତି ଶୈକ୍ଷିକ ଦୃଷ୍ଟିକୋଣରୁ ଚିନ୍ତନ ନିମନ୍ତେ ସେ ସୁପରିଚିତ । ଏଥିସହ ସମସ୍ତଙ୍କ ନିକଟରେ ଉପଲବ୍ଧ ହେବା ଓ ତାଙ୍କର ନିରଳସ ବ୍ୟକ୍ତିତ୍ୱ ଦ୍ୱାରା ସେ ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଏକ ଗ୍ରାମରେ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଅଟଳ ବିହାରୀ ବାଜପେୟୀ

    ଶ୍ରୀ ଅଟଳ ବିହାରୀ ବାଜପେୟୀ

    March 19, 1998 - May 22, 2004

    ଜଣେ ଜନନାୟକ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । 1999 ମସିହା ଅକ୍ଟୋବର 13 ତାରିଖ ଦିନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ 1996 ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ପଣ୍ଡିତ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଏଚ.ଡି.ଦେବେଗୌଡା

    ଶ୍ରୀ ଏଚ.ଡି.ଦେବେଗୌଡା

    June 1, 1996 - April 21, 1997

    ଶ୍ରୀ ଏଚ.ଡି.ଦେବେଗୌଡା ସାମାଜିକ-ଆର୍ଥିକ ବିକାଶର ଜଣେ ପ୍ରମୁଖ ପ୍ରବକ୍ତା ଏବଂ ଭାରତୀୟ ସାଂସ୍କୃତିକ ଐତିହ୍ୟର ନିଷ୍ଠାପର ପ୍ରଶଂସକ । 1933 ମସିହା ମେ 18 ତାରିଖ ଦିନ କର୍ଣ୍ଣାଟକର ହାସାନ ଜିଲ୍ଲା ଅନ୍ତର୍ଗତ ହୋଲେନରସିପୁରା ତାଲୁକର ହରଦନାହଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସିଭିଲ ଇଂଜିନିୟରିଂରେ ଡିପ୍ଲୋମାଧାରୀ ଶ୍ରୀ ଦେବେଗୌଡା ଶିକ୍ଷା ସମାପ୍ତି ପରେ ମାତ୍ର 20 ବର୍ଷ ବୟସରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । 1953 ମସିହାରେ କଂଗ୍ରେସ ଦଳରେ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଅଟଳ ବିହାରୀ ବାଜପେୟୀ

    ଶ୍ରୀ ଅଟଳ ବିହାରୀ ବାଜପେୟୀ

    May 16, 1996 - June 1, 1996

    ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । 1999 ମସିହା ଅକ୍ଟୋବର 13 ତାରିଖ ଦିନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ନାମକ ଏକ ନୂତନ ମିଳିତ ସରକାରର ମୁଖ୍ୟ ଭାବେ ସେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ 1996 ମସିହାରେ ସେ ଅଳ୍ପଦିନ ପାଇଁ ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ପଣ୍ଡିତ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ପି.ଭି. ନରସିଂହ ରାଓ

    ଶ୍ରୀ ପି.ଭି. ନରସିଂହ ରାଓ

    June 21, 1991- May 16, 1996

    ଶ୍ରୀ ପି.ରାଙ୍ଗାରାଓଙ୍କ ସୁପୁତ୍ର ଶ୍ରୀ ପି.ଭି. ନରସିଂହ ରାଓ 1921 ମସିହା ଜୁନ 28 ତାରିଖ ଦିନ କଲମନଗରଠାରେ ଜନ୍ମଗ୍ରହଣ କରିଥିଲେ । ସେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ, ବମ୍ବେ ବିଶ୍ୱବିଦ୍ୟାଳୟ ଏବଂ ନାଗପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ବିପତ୍ନୀକ ଶ୍ରୀ ପି.ଭି. ନରସିଂହ ରାଓ ତିନି ପୁତ୍ର ସନ୍ତାନ ଓ ପାଞ୍ଚ କନ୍ୟା ସନ୍ତାନର ଜନକ । ଜଣେ କୃଷିକାରୀ ଓ ଓକିଲ ଭାବେ ପରବର୍ତ୍ତି ସମୟରେ ଶ୍ରୀ ରାଓ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଚନ୍ଦ୍ର ଶେଖର

    ଶ୍ରୀ ଚନ୍ଦ୍ର ଶେଖର

    November 10, 1990 - June 21, 1991

    ଶ୍ରୀ ଚନ୍ଦ୍ରଶେଖର 1927 ମସିହା ଜୁଲାଇ 1 ତାରିଖ ଦିନ ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ଅନ୍ତର୍ଗତ ଇବ୍ରାହିମପଟ୍ଟି ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । 1977 ରୁ 1988 ମସିହା ପର୍ଯ୍ୟନ୍ତ ସେ ଜନତା ପାର୍ଟିର ଅଧ୍ୟକ୍ଷ ପଦଭାର ସମ୍ଭାଳିଥିଲେ । ଛାତ୍ର ଜୀବନରୁ ଶ୍ରୀ ଚନ୍ଦ୍ରଶେଖର ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ଓ ନିଜର ଆଗ୍ନେୟ ଆଦର୍ଶବାଦ ଓ ବିପ୍ଳବୀ ଚିନ୍ତାଧାରା ପାଇଁ ବେଶ୍ ପ୍ରସିଦ୍ଧ ଥିଲେ । ଆହ୍ଲାବାଦ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ବିଶ୍ୱନାଥ ପ୍ରତାପ ସିଂହ

    ଶ୍ରୀ ବିଶ୍ୱନାଥ ପ୍ରତାପ ସିଂହ

    December 2, 1989 - November 10, 1990

    ଉତ୍ତରପ୍ରଦେଶର ଆହ୍ଲାବାଦଠାରେ 1931 ମସିହା ଜୁନ 25 ତାରିଖ ଦିନ ବିଶ୍ୱନାଥ ପ୍ରତାପ ସିଂହ ଜନ୍ମଲାଭ କରିଥିଲେ । ତାଙ୍କର ପିତାଙ୍କ ନାମ ରାଜା ବାହାଦୂର ରାମ ଗୋପାଳ ସିଂହ । ଆହ୍ଲାବାଦ ଏବଂ ପୁନା ବିଶ୍ୱବିଦ୍ୟାଳୟରୁ ଶ୍ରୀ ସିଂହ ଶିକ୍ଷା ଲାଭ କରିବା ପରେ 1955 ମସିହା ଜୁନ 25 ତାରିଖ ଦିନ ଶ୍ରୀମତୀ ସୀତା କୁମାରୀଙ୍କୁ ବିବାହ କରିଥିଲେ । ସେ ଦୁଇଟି ପୁତ୍ର ସନ୍ତାନର ଜନକ । ବିଶ୍ୱନାଥ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ରାଜୀବ ଗାନ୍ଧୀ

    ଶ୍ରୀ ରାଜୀବ ଗାନ୍ଧୀ

    October 31, 1984 - December 2, 1989

    ମାତ୍ର 40 ବର୍ଷ ବୟସରଙ୍କ ରାଜୀବ ଗାନ୍ଧୀ ଭାରତର ଯୁବ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସମ୍ଭବତଃ ସେହି ଦୃଷ୍ଟିରୁ ବିଚାର କଲେ ସେ ଥିଲେ ବିଶ୍ୱର ସର୍ବକନିଷ୍ଠ ନିର୍ବାଚିତ ଶାସନ ମୁଖ୍ୟ । ତାଙ୍କ ମାଆ ଶ୍ରୀମତୀ ଇନ୍ଦିରା ଗାନ୍ଧୀ 1966 ମସିହାରେ ପ୍ରଧାନମନ୍ତ୍ରୀ ହେବା ବେଳକୁ ତାଙ୍କୁ 48 ବର୍ଷ ବୟସ ହୋଇଥିଲା ଏବଂ ତାଙ୍କର ଯଶସ୍ୱୀ ପିତାମହ ପଣ୍ଡିତ ଜବାହାରଲାଲ ନେହରୁ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀମତୀ ଇନ୍ଦିରା ଗାନ୍ଧୀ

    ଶ୍ରୀମତୀ ଇନ୍ଦିରା ଗାନ୍ଧୀ

    January 14, 1980 - October 31, 1984

    1917 ମସିହା ନଭେମ୍ବର 19 ତାରିଖ ଦିନ ଏକ ଯଶସ୍ୱୀ ପରିବାରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପଣ୍ଡିତ ଜବାହାରଲାଲ ନେହରୁ । ଇକୋଲି ନୋଭେଲ୍, ବେକ୍ସ (ସୁଇଜରଲାଣ୍ଡ), ଇକୋଲି ଇଂଟରନ୍ୟାସନାଲ, ଜେନେଭା, ପ୍ୟୁପିଲ୍ସ ଓନ୍ ସ୍କୁଲ ପୁନା ଓ ବମ୍ବେ, ବ୍ୟାଡମିଂଟନ ସ୍କୁଲ-ବ୍ରିଷ୍ଟଲ, ବିଶ୍ୱଭାରତୀ, ଶାନ୍ତି ନିକେତନ ଏବଂ ସମରଭିଲେ ସ୍କୁଲ-ଅକ୍ସଫୋର୍ଡ ଭଳି ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଇନ୍ଦିରା ଶିକ୍ଷା ଲାଭ କରିଥିଲେ । ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଚରଣ ସିଂହ

    ଶ୍ରୀ ଚରଣ ସିଂହ

    July 28, 1979 - January 14, 1980

    ଶ୍ରୀ ଚରଣ ସିଂହ ଉତ୍ତର ପ୍ରଦେଶର ମିରଟ ଜିଲ୍ଲା ଅନ୍ତର୍ଗତ ନୁରପୁର ଗ୍ରାମରେ ଏକ ମଧ୍ୟବିତ୍ତ କୃଷକ ପରିବାରରେ 1902 ମସିହାରେ ଜନ୍ମଲାଭ କରିଥିଲେ । 1923 ମସିହାରେ ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ 1925 ମସିହାରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ଆଇନ ଶିକ୍ଷା ସମାପ୍ତ କରି ସେ ଘାଜିଆବାଦ ଠାରେ ଓକିଲାତି ଆରମ୍ଭ କଲେ । ଏହି ପେଶାରେ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଗୁଲଜାରୀଲାଲ ନନ୍ଦା

    ଶ୍ରୀ ଗୁଲଜାରୀଲାଲ ନନ୍ଦା

    May 27, 1964 - June 9, 1964

    ଅବିଭକ୍ତ ପଞ୍ଜାବର ସିଆଲକୋଟଠାରେ 1898 ମସିହା ଜୁଲାଇ 4 ତାରିଖ ଦିନ ଶ୍ରୀ ଗୁଲଜାରୀଲାଲ ନନ୍ଦା ଜନ୍ମଗ୍ରହଣ କରିଥିଲେ । ସେ ଲାହୋର, ଆଗ୍ରା ଓ ଆହ୍ଲାବାଦଠାରେ ଶିକ୍ଷା ଲାଭ କରିବା ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ (1920-21) ଶ୍ରମ ସମସ୍ୟା ଉପରେ ଜଣେ ଗବେଷକ ଭାବେ କାର୍ଯ୍ୟ କରିଥିଲେ । 1921 ମସିହାରେ ସେ ନେସନାଲ କଲେଜ (ବମ୍ବେ)ରେ ଅର୍ଥନୀତି ପ୍ରଫେସର ଭାବେ ଯୋଗ ଦେଇଥିଲେ । ତେବେ ସେହି ବର୍ଷ ଦେଶବ୍ୟାପୀ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ମୋରାରଜୀ ଦେଶାଇ

    ଶ୍ରୀ ମୋରାରଜୀ ଦେଶାଇ

    March 24, 1977 - July 28, 1979

    ଶ୍ରୀ ମୋରାରଜୀ ଦେଶାଇ ବର୍ତ୍ତମାନ ଗୁଜରାଟର ବୁଲସାର ଜିଲ୍ଲା ଅନ୍ତର୍ଗତ ଉଡେଲୀ ଗ୍ରାମରେ 1896 ମସିହା ଫେବ୍ରୁଆରୀ 29 ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ କଠୋର ଶୃଙ୍ଖଳାବାଦୀ ସ୍କୁଲ ଶିକ୍ଷକ । ପିଲାଟି ଦିନରୁ ବାଳକ ମୋରାରଜୀ ନିଜ ପିତାଙ୍କ ଠାରୁ ଯେକୌଣସି ପରିସ୍ଥିତିରେ କଠିନ ଶ୍ରମ ଓ ସତ୍ୟବାଦିତାର ମୂଲ୍ୟବୋଧ ଆଦର୍ଶ ଶିକ୍ଷା କରିଥିଲେ । ସେଣ୍ଟ ବୁସାର ହାଇସ୍କୁଲରୁ ସେ ମାଟ୍ରିକ ପାସ୍ କରିଥିଲେ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀମତୀ ଇନ୍ଦିରା ଗାନ୍ଧୀ

    ଶ୍ରୀମତୀ ଇନ୍ଦିରା ଗାନ୍ଧୀ

    January 24, 1966 - March 24, 1977

    1917 ମସିହା ନଭେମ୍ବର 19 ତାରିଖ ଦିନ ଏକ ଯଶସ୍ୱୀ ପରିବାରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପଣ୍ଡିତ ଜବାହାରଲାଲ ନେହରୁ । ଇକୋଲି ନୋଭେଲ୍, ବେକ୍ସ (ସୁଇଜରଲାଣ୍ଡ), ଇକୋଲି ଇଂଟରନ୍ୟାସନାଲ, ଜେନେଭା, ପ୍ୟୁପିଲ୍ସ ଓନ୍ ସ୍କୁଲ ପୁନା ଓ ବମ୍ବେ, ବ୍ୟାଡମିଂଟନ ସ୍କୁଲ-ବ୍ରିଷ୍ଟଲ, ବିଶ୍ୱଭାରତୀ, ଶାନ୍ତି ନିକେତନ ଏବଂ ସମରଭିଲେ ସ୍କୁଲ-ଅକ୍ସଫୋର୍ଡ ଭଳି ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଇନ୍ଦିରା ଶିକ୍ଷା ଲାଭ କରିଥିଲେ । ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଗୁଲଜାରୀଲାଲ ନନ୍ଦା

    ଶ୍ରୀ ଗୁଲଜାରୀଲାଲ ନନ୍ଦା

    January 11, 1966 - January 24, 1966

    ଅବିଭକ୍ତ ପଞ୍ଜାବର ସିଆଲକୋଟଠାରେ 1898 ମସିହା ଜୁଲାଇ 4 ତାରିଖ ଦିନ ଶ୍ରୀ ଗୁଲଜାରୀଲାଲ ନନ୍ଦା ଜନ୍ମଗ୍ରହଣ କରିଥିଲେ । ସେ ଲାହୋର, ଆଗ୍ରା ଓ ଆହ୍ଲାବାଦଠାରେ ଶିକ୍ଷା ଲାଭ କରିବା ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ (1920-21) ଶ୍ରମ ସମସ୍ୟା ଉପରେ ଜଣେ ଗବେଷକ ଭାବେ କାର୍ଯ୍ୟ କରିଥିଲେ । 1921 ମସିହାରେ ସେ ନେସନାଲ କଲେଜ (ବମ୍ବେ)ରେ ଅର୍ଥନୀତି ପ୍ରଫେସର ଭାବେ ଯୋଗ ଦେଇଥିଲେ । ତେବେ ସେହି ବର୍ଷ ଦେଶବ୍ୟାପୀ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ

    ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ

    June 9, 1964 - January 11, 1966

    ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଉତ୍ତର ପ୍ରଦେଶର ମୋଗଲସରାଇଠାରେ 1904 ମସିହା ଅକ୍ଟୋବର 2 ତାରିଖରେ ଦିନ ଜନ୍ମଗ୍ରହଣ କରିଥିଲେ । ମୋଗଲସରାଇ ଏକ ରେଳ ଟାଉନ୍ ଓ ଏହା ବାରାଣାସୀଠାରୁ ମାତ୍ର ସାତ ମାଇଲ ଦୂରେ ଅବସ୍ଥିତ । ତାଙ୍କ ପିତା ଥିଲେ ଜଣେ ସ୍କୁଲ ଶିକ୍ଷକ ଓ ଲାଲ ବାହାଦୂରଙ୍କୁ ଯେତେବେଳେ ମାତ୍ର ଦେଢ଼ ବର୍ଷ ବୟସ ହୋଇଥିଲା ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ସେତେବେଳକୁ ତାଙ୍କ ମାଆଙ୍କ ...

    ଅଧିକ ଆର୍କାଇଭ୍ ଲିଙ୍କ
  • ଶ୍ରୀ ଜବାହରଲାଲ ନେହରୁ

    ଶ୍ରୀ ଜବାହରଲାଲ ନେହରୁ

    August 15, 1947 to May 27, 1964

    ପଣ୍ଡିତ ଜବାହର ଲାଲ ନେହରୁ 1889 ମସିହା ନଭେମ୍ବର 14 ତାରିଖ ଦିନ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟାବସ୍ଥାରେ ଗୃହଶିକ୍ଷକଙ୍କ ତତ୍ୱାବଧାନରେ ସେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ତାଙ୍କୁ ପନ୍ଦର ବର୍ଷ ବୟସ ହୋଇଥିବା ବେଳେ ସେ ଇଂଲଣ୍ଡ ଯାଇ ସେଠାରେ ହାରୋ ସ୍କୁଲରେ ଦୁଇ ବର୍ଷ ଶିକ୍ଷା ଲାଭ କରିଥିଲେ ଓ ଏହା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ପ୍ରାକୃତିକ ବିଜ୍ଞାନରେ ସ୍ନାତକ(ଅନର୍ସ) ଡିଗ୍ରୀ ସମାପ୍ତ ...

    ଅଧିକ ଆର୍କାଇଭ୍ ଲିଙ୍କ