ପିଏମଇଣ୍ଡିଆ

ଶାସନର ରୂପରେଖ

ଅନ୍ଵେଷଣ
  • ବେଟି ବଂଚାଅ, ବେଟି ପଢାଅ : କନ୍ୟା ସନ୍ତାନର ଯତ୍ନ

    ବେଟି ବଂଚାଅ, ବେଟି ପଢାଅ : କନ୍ୟା ସନ୍ତାନର ଯତ୍ନ

    ‘ପୁଅ ଝିଅ, ଏକା ସମାନ’ ଆମର ମନ୍ତ୍ର ହେବା ଉଚିତ୍ ଆସନ୍ତୁ ଝିଅ ଜନ୍ମ ହେଲେ ଉତ୍ସବ ପାଳନ କରିବା । ଆମେ ଆମ ଝିଅମାନଙ୍କୁ ନେଇ ସମାନଭାବେ ଗର୍ବ କରିବା । ମୋର ଆପଣମାନଙ୍କୁ ଅନୁରୋଧ ଘରେ ଝିଅଟିଏ ଜନ୍ମ ହେଲେ ପାଂଚଟି ଗଛ ଲଗାଇ ଉତ୍ସବ ପାଳନ କରନ୍ତୁ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ପୋଷ୍ୟ ଗ୍ରାମ ଜୟପୁରବାସୀଙ୍କୁ ଏହି ଆହ୍ୱାନ ଦେଇଥିଲେ । ବେଟି ବଂଚାଅ, ବେଟି ପଢାଅ (ବିବିବିପି) ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ହରିଆନାର ପାନିପଥରେ ଗତ ବର୍ଷ ୨୨ ଜାନୁଆରୀରେ କରିଥିଲେ । ଏହା ଶିଶୁ ଲିଙ୍ଗ ଅନୁପାତ (ସିଏସଆର)ରେ ହ୍ରାସ ଏବଂ ମହିଳାମାନଙ୍କ ନିରବଚ୍ଛିନ୍ନ ଜୀବନଚକ୍ର ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ସମସ୍ୟାଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ଏହି ଅଭିଯାନ ମହିଳା ଏବଂ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ...

  • ଜାମ ଶକ୍ତିର କରାମତି: ଜନଧନ, ଆଧାର ଏବଂ ମୋବାଇଲ

    ଜାମ ଶକ୍ତିର କରାମତି: ଜନଧନ, ଆଧାର ଏବଂ ମୋବାଇଲ

    ଜାମ ପରିଦୃଶ୍ୟ, ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସ୍ୱରୂପ । ମୋ ପାଇଁ ଜାମ ହେଉଛି ସର୍ବାଧିକ ପ୍ରାପ୍ତ କରିବା । ଖର୍ଚ୍ଚ କରାଯାଇଥିବା ପ୍ରତି ପଇସାର ସର୍ବାଧିକ ମୂଲ୍ୟ । ଦରିଦ୍ରମାନଙ୍କ ପାଇଁ ସର୍ବାଧିକ କ୍ଷମତା । ଯୁବବର୍ଗଙ୍କ କ୍ଷେତ୍ରରେ ସର୍ବାଧିକ କାରିଗରୀ କୌଶଳର ଉପଯୋଗ - ନରେନ୍ଦ୍ର ମୋଦୀ ସ୍ୱାଧୀନତାର ୬୭ ବର୍ଷ ପରେ ମଧ୍ୟ ଭାରତର ଜନସଂଖ୍ୟାର ଏକ ବଡ ଅଂଶ ବ୍ୟାଙ୍କ ସେବାରୁ ବଂଚିତ ଥିଲେ । ଏହାର ଅର୍ଥ ସେମାନଙ୍କ ପାଖରେ ସଂଚୟର କୌଣସି ସୁବିଧା ନଥିଲା କି ସଂସ୍ଥାଗତ ଉଧାର ପାଇବାର ସୁଯୋଗ ନଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୌଳିକ ସମସ୍ୟାକୁ ଦେଖି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଗଷ୍ଟ ୨୮ ତାରିଖରେ ଶୁଭାରମ୍ଭ କରିଥିଲେ । ମାସକ ମଧ୍ୟରେ ଏହି ଯୋଜନା ଲକ୍ଷ ଲକ୍ଷ ଭାରତୀୟଙ୍କର ରୂପରେଖ ...

  • ବିକାଶର ନୂତନ ଆଭିମୁଖ୍ୟ: ସାଂସଦ ଆଦର୍ଶ ଗ୍ରାମ ଯୋଜନା

    ବିକାଶର ନୂତନ ଆଭିମୁଖ୍ୟ: ସାଂସଦ ଆଦର୍ଶ ଗ୍ରାମ ଯୋଜନା

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦ ଆଦର୍ଶ ଗ୍ରାମର ଶୁଭାରମ୍ଭ ଅବସରରେ ଏହାକୁ ନେଇ ଥିବା ତାଙ୍କର ଲକ୍ଷ୍ୟ ବିଷୟରେ ପରିପ୍ରକାଶ କଲେ । ଆମର ସବୁଠାରୁ ବଡ ସମସ୍ୟା ହେଉଛି ଆମର ବିକାଶ ମଡେଲ ହେଉଛି ଯୋଗାଣ ଚାଳିତ । ଏକ ଯୋଜନା ଗାନ୍ଧୀନଗର ଲକ୍ଷ୍ନୌ, ଗାନ୍ଧୀନଗର କିମ୍ବା ଦିଲ୍ଲୀରେ ପ୍ରସ୍ତୁତ କରାଯାଇଛି । ଏହା ଅନ୍ତଃକ୍ଷେପ କରାଇବା ପାଇଁ ପ୍ରୟାସ ଜାରୀ ରହିଛି । ଆଦର୍ଶ ଗ୍ରାମ ଜରିଆରେ ଏହି ମଡେଲକୁ ଯୋଗାଣ ଚାଳିତରୁ ଚାହିଦା ଚାଳିତ କରିବା ପାଇଁ ଆମର ଇଚ୍ଛା ରହିଛି । ଗ୍ରାମାଂଚଳରେ ଏଥିପାଇଁ ଅନୁରୋଧ କରିବାର ଆବଶ୍ୟକତା ରହିଛି । ଆମେ ଆମ ମାନସିକତାକୁ ବଦଳାଇବାର ଆବଶ୍ୟକତା ରହିଛି । ଆମେ ଲୋକମାନଙ୍କ ହୃଦୟକୁ ଏକୀକୃତ କରିବାର ଆବଶ୍ୟକତା ରହିଛି । ସାଧାରଣତଃ ସାଂସଦମାନେ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହନ୍ତି କିନ୍ତୁ ...

  • ଭାରତର ଔଦ୍ୟୋଗିକ ଶକ୍ତିର ପ୍ରଦର୍ଶନ

    ଭାରତର ଔଦ୍ୟୋଗିକ ଶକ୍ତିର ପ୍ରଦର୍ଶନ

    ମୋର ଦୃଢ ବିଶ୍ୱାସ ଯେ ଭାରତରେ ଅନେକ ଅପ୍ରକଟ ଉଦ୍ୟୋକ୍ତା ସମ୍ବନ୍ଧୀୟ ଶକ୍ତି ରହିଛି ଯାହାକୁ ସଜାଡିବାର ଅଛି ଫଳରେ ଏହି ରାଷ୍ଟ୍ର ନିଯୁକ୍ତି ଖୋଜିବା ବଦଳରେ ନିଯୁକ୍ତି ଦାତା ହୋଇପାରିବ । - ନରେନ୍ଦ୍ର ମୋଦୀ ଏନଡିଏ ସରକାର ଉଦ୍ୟୋଗକାରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି । ‘ମେକ ଇନ ଇଣ୍ଡିଆ’ ପଦକ୍ଷେପ ଉଦ୍ୟୋକ୍ତାମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଚାରୋଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ଯାହା କେବଳ ଭାରତର ନିର୍ମାଣ କ୍ଷେତ୍ରରେ ନୁହେଁ ବରଂ ଅନ୍ୟ କ୍ଷେତ୍ରରେ ମଧ୍ୟ । ନୂତନ ପ୍ରକ୍ରିୟାଗୁଡିକ: ‘ମେକ ଇନ ଇଣ୍ଡିଆ’ ସହଜରେ ହେଉଥିବା ବ୍ୟବସାୟକୁ ଚୟନ କରି ପ୍ରମୁଖ ମୌଳିକ ଉତ୍ପାଦକକୁ ଔଦ୍ୟୋଗିକ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରୁଛି । ନୂତନ ଭିତ୍ତିଭୂମି: ଶିଳ୍ପ ବିକାଶ ପାଇଁ ଆଧୂନିକ ଏବଂ ସୁବିଧାଜନକ ଭିତ୍ତିଭୂମି ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା । ସରକାର ଶିଳ୍ପାଂଚଳ କରିଡର ଏବଂ ସ୍ମାର୍ଟ ସିଟି ...

  • ନମାମୀ ଗଙ୍ଗେ

    ନମାମୀ ଗଙ୍ଗେ

    ‘ମା’ ଗଙ୍ଗାଙ୍କ ସେବା କରିବା ମୋର ଭାଗ୍ୟ’ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ । ଉତ୍ତର ପ୍ରଦେଶର ପବିତ୍ର ଗଙ୍ଗା ନଦୀ ତଟ ସ୍ଥିତ ବାରଣାସୀରୁ ମଇ ୨୦୧୪ରେ ସଂସଦକୁ ନିର୍ବାଚିତ ହେବା ସମୟରେ ସେ ଏହା କହିଥିଲେ । ପବିତ୍ର ଗଙ୍ଗା କେବଳ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ନୁହେଁ ବରଂ ଦେଶର ଜନସଂଖ୍ୟାର ୪୦ ପ୍ରତିଶତ ଅତିଥିଙ୍କୁ ଆମନ୍ତ୍ରଣ କରିଥାଏ । ୨୦୧୪ରେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନ ଠାରେ ଭାରତୀୟ ଗୋଷ୍ଠୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ଯଦି ଆମେ ଗଙ୍ଗା ସଫେଇ କରିପାରିବା, ତାହାହେଲେ ଦେଶର ୪୦ ପ୍ରତିଶତ ଜନସଂଖ୍ୟାକୁ ଆମେ ସହାୟତା କରିପାରିବା । ତେଣୁ ଗଙ୍ଗା ସଫେଇ ଦ୍ୱାରା ଆର୍ଥିକ ବିକାଶ ହୋଇପାରିବ । ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକୀଭୂତ ଗଙ୍ଗା ସଂରକ୍ଷଣ ମିଶନ ‘ନମାମୀ ...

  • ଭାରତର ଅଭିବୃଦ୍ଧିର ସଶକ୍ତିକରଣ

    ଭାରତର ଅଭିବୃଦ୍ଧିର ସଶକ୍ତିକରଣ

    ଭାରତ ଗୋଟିଏ ଉଚ୍ଚାକାଂକ୍ଷା ସମ୍ପନ୍ନ ଅଭିଯାନରେ ବାହାରି ପଡିଛି । ଗୋଟିଏ ଅଭିଯାନ ଯେଉଁଥିରେ ସ୍ୱାଧୀନତା ପ୍ରାପ୍ତିର ପ୍ରାୟ ୭ ଦଶନ୍ଧି ପରେ ମଧ୍ୟ ଅନ୍ଧକାରରେ ରହିଥିବା ୧୮,୦୦୦ ଗ୍ରାମକୁ ବିଦ୍ୟୁତ ଶକ୍ତି ଯୋଗାଇଦିଆଯିବ । ବିଜୁଳି ଆଲୁଅ ନ ଥିବା ସମସ୍ତ ଗାଁର ବିଦ୍ୟୁତକରଣ ୧୦୦୦ ଦିନ ମଧ୍ୟରେ କରାଯିବ ବୋଲି ସ୍ୱାଧୀନତା ଦିବସ ଅବସରରେ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଗ୍ରାମାଞ୍ଚଳ ବିଦ୍ୟୁତକରଣ କାର୍ଯ୍ୟ ଖୁବ୍ ଦୃତ ଗତିରେ ଏବଂ ଅଭୁତପୂର୍ବ ପାରଦର୍ଶିତାର ସହ ଆଗେଇ ଚାଲିଛି । ବିଦ୍ୟୁତକରଣ ହେଉଥିବା ଗାଁଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ ମୋବାଇଲ ଆପ୍ ଏବଂ ୱେବ ଡେଶ ବୋର୍ଡ ମାଧ୍ୟମରେ ତଥ୍ୟ ଉପଲବ୍ଧ ହେଉଛି । ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଲକ୍ଷ୍ୟ କରାଯାଇପାରେ ଯେ, ଆମେ କେବଳ ଗାଁକୁ ବିଜୁଳି ପହଞ୍ଚିବା ଦେଖିପାରୁଛୁ କିନ୍ତୁ ତା ସହିତ ରହିଛି ଗାଁରେ ରହୁଥିବା ଲୋକଙ୍କ ...

  • ଭାରତୀୟ ଅର୍ଥନିତିର ଗତି ତୀବ୍ର ହେଲା

    ଭାରତୀୟ ଅର୍ଥନିତିର ଗତି ତୀବ୍ର ହେଲା

    ଏନଡିଏ ସରକାର ଅଧୀନରେ ଭାରତ ବିଶ୍ୱର ଦୃତତମ ବିକାଶଶୀଳ ବୃହତ୍ ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇଛି । ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏହା ଏକ ଐତିହାସିକ ବର୍ଷ ଥିଲା । କ୍ଷୁଦ୍ର ଅଭିବୃଦ୍ଧି ହାର, ମାତ୍ରାଧିକ ମୁଦ୍ରାସ୍ଫିତି ଏବଂ ହ୍ରାସ ପାଉଥିବା ଉତ୍ପାଦନ ର ବର୍ଷରୁ ଏନଡିଏ ସରକାର କେବଳ ଆମର ବୃହତ୍ ଅର୍ଥବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରଛନ୍ତି ତାହା ନୁହେଁ ବରଂ ଏହାର ଗତିକୁ ଏକ ନୂତନ ବେଗ ପ୍ରଦାନ କରିଛନ୍ତି । ଭାରତର ଜିଡିପି ବୃଦ୍ଧିହାର ୭.୪%କୁ ସ୍ପର୍ଶ କଲା ଯାହା ବିଶ୍ୱର ବୃହତ୍ ଅର୍ଥବ୍ୟବସ୍ଥାମାନଙ୍କ ମଧ୍ୟରେ ଦୃତତମ । ଏନଡିଏ ସରକାରଙ୍କ ଅଧୀନରେ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ହାର କ୍ଷିପ୍ର ଗତିରେ ବୃଦ୍ଧି ପାଇବ ବୋଲି ବିଭିନ୍ନ ମୂଲ୍ୟାଙ୍କନକାରୀ ସଂସ୍ଥା ଏବଂ ବିଜ୍ଞ ବ୍ୟକ୍ତିମାନେ ଭବିଷ୍ୟତ ବାଣୀ ଶୁଣାଇଛନ୍ତି । ସୁଦୃଢ ଭିତ୍ତିଭୂମି ...

  • ସମୃଦ୍ଧ ଭାରତ ପାଇଁ କୃଷକ ସଶକ୍ତିକରଣ

    ସମୃଦ୍ଧ ଭାରତ ପାଇଁ କୃଷକ ସଶକ୍ତିକରଣ

    କୃଷିରେ ଗୋଟିଏ ବଡ ଧରଣର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । କୃଷକମାନେ ଆମ ଦେଶର ମେରୁଦଣ୍ଡ ସଦୃଶ । ତେଣୁ ଦେଶର ଏହି ମେରୁଦଣ୍ଡକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏନଡିଏ ସରକାର ନୂତନ ଗଠନମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ କୃଷି ସିଁଚାଇ ଯୋଜନା ଜଳସେଚନ ସୁବିଧାକୁ ସୁନିଶ୍ଚିତ କରିବା ସହ ଉତ୍ପାଦକତା ବୃଦ୍ଧି କରିବ । ସମସ୍ତ କୃଷିକ୍ଷେତ୍ରକୁ ସୁରକ୍ଷାତ୍ମକ ଜଳସେଚନ ସୁବିଧା ଯୋଗାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି । ପ୍ରତି ବୁନ୍ଦା ଜଳ, ଅଧିକ ଅମଳ ଏହି ସୁତ୍ରକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ଆଧୁନିକ ଜଳସେଚନ ପ୍ରଣାଳୀ ସମ୍ପର୍କରେ ଶିକ୍ଷିତ କରାଯାଉଛି । ଚାଷୀମାନଙ୍କୁ ଜୈବିକ କୃଷି ପ୍ରତି ଉତ୍ସାହିତ କରିବା ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନାର ଶୁଭାରମ୍ଭ କରାଯାଇଛି । ଜୈବିକ କୃଷିକୁ ପ୍ରୋତ୍ସାହିତ ...

  • ଅଭୂତପୂର୍ବ ପାରଦର୍ଶିତା ଦିଗକୁ ଗତି

    ଅଭୂତପୂର୍ବ ପାରଦର୍ଶିତା ଦିଗକୁ ଗତି

    ସ୍ୱଚ୍ଛ ବା ପାରଦର୍ଶି ଏବଂ ଦୁର୍ନିତିମୁକ୍ତ ପ୍ରଶାସନ ଦେଶ ପାଇଁ ଅନେକ ଉପକାରୀ । ଗତ ଦଶନ୍ଧିରେ ମନମୁଖୀ ନିଷ୍ପତ୍ତି ଗ୍ରହଣ, ଦୁର୍ନିତି ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିତିଗତ ନିଷ୍ପତ୍ତି ବଦଳରେ ଇଚ୍ଛଧୀନ ନିଷ୍ପତ୍ତିର ଅନେକ କାହାଣୀ ଦୃଷ୍ଟିଗୋଚର ହୋଇଥିବା ବେଳେ ଗତବର୍ଷ ଏଥିରେ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ହୋଇଛି । ସୁପ୍ରିମ୍ କୋର୍ଟ ଦ୍ୱାରା କୋଇଲା ବ୍ଲକ୍ ଆବଣ୍ଟନ ବାତିଲ୍ ହେବା ପରେ ସରକାର ସ୍ୱଚ୍ଛତା ଏବଂ ସମୟାନୁବର୍ତ୍ତି ନିଲାମ୍ ପାଇଁ ଅସାଧାରଣ ତୀବ୍ରତାର ସହ କାର୍ଯ୍ୟ କଲେ । ଖଣିର ଆୟୂଷ କାଳ ମଧ୍ୟରେ ୬୭ଟି ଖଣିରୁ ନିଲାମ ଏବଂ ଆବଣ୍ଟନଜନିତ ଆୟ ୩.୩୫ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ଉପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମନ୍ତବ୍ୟ ହେଲା - ନିଲାମ୍ ପ୍ରକ୍ରିୟା ଠିକ୍ ଭାବେ କାର୍ଯ୍ୟ କରିଥିବା ଆମର ହୃଦବୋଧ ହେଉଛି । ଏହି ପ୍ରକ୍ରିୟା ମନମୁଖୀ କିମ୍ବା ଅଯୌକ୍ତିକ ...

  • ଏକ ଉଜ୍ୱଳ ଭବିଷ୍ୟତ ଅଭିମୁଖେ

    ଏକ ଉଜ୍ୱଳ ଭବିଷ୍ୟତ ଅଭିମୁଖେ

    ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଏନଡିଏ ସରକାର ବ୍ୟାପକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଶିକ୍ଷାର ଉପଲବ୍ଧତା ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ଅଭିନବ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଶିକ୍ଷା ଋଣ ଓ ଛାତ୍ରବୃତ୍ତିକୁ ସମ୍ପୂର୍ଣ୍ଣ ଆଇଟିଭିତ୍ତିକ ଆର୍ଥିକ ସହାୟତା ପ୍ରାଧିକରଣ ଦ୍ୱାରା ତଦାରଖ ଓ ପରିଚାଳନା କରାଯାଉଛି । ଶିକ୍ଷକ ପ୍ରଶିକ୍ଷଣ ପାଇଁ ପଣ୍ଡିତ ମଦନ ମୋହନ ମାଲବ୍ୟ ମିଶନ ଆରମ୍ଭ କରାଯାଇଛି, ଯାହାକି ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି କରିବ । ଗ୍ଲୋବାଲ ଇନିସିଏଟିଭ ଅଫ୍ ଏକାଡେମିକ୍ ନେଟୱାର୍କ(ଜିଆଇଏଏନ୍)ରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆନ୍ତର୍ଜାତିକ ସ୍ତରର ଶିକ୍ଷା ପ୍ରତି ଅବଗତ କରିବା ପାଇଁ ବିଶ୍ୱର ପ୍ରମୁଖ ଶିକ୍ଷାନୁଷ୍ଠାନ ଓ ବିଜ୍ଞାନ ପ୍ରତିଷ୍ଠାନରୁ ବିଶିଷ୍ଟ ଅଧ୍ୟାପକ, ବୈଜ୍ଞାନିକ ଓ ଉଦ୍ୟୋଗୀଙ୍କୁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିମନ୍ତ୍ରଣ କରାଯାଉଛି । ଶିକ୍ଷା ଉପକରଣ ଓ ଜ୍ଞାନକୁ ବିଶ୍ୱବ୍ୟାପୀ ଉପଯୋଗ କରିବା ନିମନ୍ତେ ଅନ୍-ଲାଇନ୍ ...

  • Loading...