ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇସିଏସଆଇ ସ୍ଵର୍ଣ୍ଣ ଜୟନ୍ତୀ ବର୍ଷର ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଆଇସିଏସଆଇ ସ୍ଵର୍ଣ୍ଣ ଜୟନ୍ତୀ ବର୍ଷର ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଆଇସିଏସଆଇ ସ୍ଵର୍ଣ୍ଣ ଜୟନ୍ତୀ ବର୍ଷର ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଆଇସିଏସଆଇ ସ୍ଵର୍ଣ୍ଣ ଜୟନ୍ତୀ ବର୍ଷର ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ(ICSI)ର ସ୍ଵର୍ଣ୍ଣ ଜୟନ୍ତୀ ବର୍ଷ ଉଦ୍ଘାଟନୀ ସମାରୋହରେ କମ୍ପାନୀ ସେକ୍ରେଟାରୀମାନଙ୍କୁ ସମ୍ବୋଧିତ କରିଛନ୍ତି ।

ଏହି ଅବସରରେ ଆଇସିଏସଆଇ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ କମ୍ପାନୀଗୁଡ଼ିକ ଯେପରି ଆଇନ ଅନୁଯାୟୀ କାର୍ଯ୍ୟ କରିବେ ଏବଂ ନିଜ ଏକାଉଣ୍ଟକୁ ସଠିକ ଢଙ୍ଗରେ ପରିଚାଳନା କରିବେ, ତାହା ସୁନିଶ୍ଚିତ କରିବା ନିମନ୍ତେ ଉତ୍ତରଦାୟୀ ଲୋକମାନଙ୍କ ମଧ୍ୟରେ ରହି ସେ ଆନନ୍ଦ ଅନୁଭବ କରୁଛନ୍ତି  । ସେ କହିଥିଲେ ଯେ ସେମାନଙ୍କ କାର୍ଯ୍ୟ ଦେଶର ଔଦ୍ୟୋଗିକ ସଂସ୍କୃତିକୁ ପ୍ରତିଷ୍ଠିତ କରିବାରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଆମ ସାମାଜିକ ଢାଂଚାର ସଚ୍ଚୋଟତାକୁ ଦୁର୍ବଳ କରିବା ଏବଂ ଦେଶର ସମ୍ମାନହାନି କରିବା ଲାଗି ପ୍ରୟାସ କରୁଛନ୍ତି  । ସେ କହିଥିଲେ ଯେ ସରକାର ବ୍ୟବସ୍ଥା ଭିତରେ ଥିବା ଏଭଳି ତତ୍ତ୍ଵଙ୍କୁ ବିତାଡ଼ିତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ଉଦ୍ୟମର ଫଳସ୍ୱରୂପ, ଅର୍ଥବ୍ୟବସ୍ଥାରେ ନଗଦ କାରବାର ହ୍ରାସ ପାଇଛି  । ଜିଡିପିରେ ନଗଦ କାରବାର ଅନୁପାତ 9 ପ୍ରତିଶତକୁ ଖସିଆସିଛି  । ବିମୁଦ୍ରୀକରଣ ପୂର୍ବରୁ ଏହା 12 ପ୍ରତିଶତ ଥିଲା । କେବଳ ନିରାଶାବାଦର ପ୍ରସାର ଲାଗି ଚାହୁଁଥିବା ଲୋକମାନଙ୍କ ପ୍ରତି ସଚେତନ ରହିବା ଲାଗି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ  । ବିଗତ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର 5.7 ପ୍ରତିଶତ ରହିଥିଲା, ହେଲେ ପୂର୍ବରୁ ଜିଡିପି ଅଭିବୃଦ୍ଧି ହାର ଏହାଠାରୁ କମ୍ ରହିଥିବାର ଉଦାହରଣ  ମଧ୍ୟ ପ୍ରଧାନମନ୍ତ୍ରୀ ଦେଇଥିଲେ  । ସେ କହିଥିଲେ ଯେ ସେ ସମୟରେ ନିମ୍ନ ଅଭିବୃଦ୍ଧି ହାର ସହିତ ଉଚ୍ଚ ମୁଦ୍ରାସ୍ଫିତୀ, ଉଚ୍ଚ ଚଳନ୍ତି ଖାତା ନିଅଂଟ ଏବଂ ଉଚ୍ଚ ଆର୍ଥିକ ନିଅଂଟ ପରିସ୍ଥିତ ଜାରି ରହିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏମିତି ଏକ ସମୟ ଥିଲା ଯେତେବେଳେ ବିଶ୍ଵ ଅର୍ଥନୈତିକ ଅଭିବୃଦ୍ଧି ପଥରେ ବାଧକ ସାଜୁଥିବା 5ଟି ଦୁର୍ବଳ ଅର୍ଥବ୍ୟବସ୍ଥା ମଧ୍ୟରୁ ଭାରତ ଗୋଟିଏ ବୋଲି ବିବେଚିତ ହେଉଥିଲା ।

ବିଗତ ତ୍ରୈମାସିକରେ ଅଭିବୃଦ୍ଧି ହାର ହ୍ରାସ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଧାରାକୁ ଊଦ୍ଧ୍ୱର୍ମୁଖୀ କରିବା ଲାଗି ସରକାର ଦୃଢ଼ସଂକଳ୍ପ । ସେ କହିଥିଲେ ଯେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ । ଦେଶର ଆର୍ଥିକ ସ୍ଥିରତା ବଜାୟ ରହିବ ବୋଲି ସେ କହିଥିଲେ  । ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଆଗାମୀ ବର୍ଷଗୁଡ଼ିକରେ ଦେଶକୁ ବିକାଶର ନୂତନ ସୋପାନକୁ ନେଇଯିବ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିଥିଲେ  । ସେ କହିଥିଲେ, ସଚ୍ଚୋଟତା ଉପରେ ପ୍ରିମିୟମ ଭରିବାକୁ ପଡିବ, ଏବଂ ସଚ୍ଚୋଟ ଲୋକମାନଙ୍କ ସ୍ୱାର୍ଥର ସୁରକ୍ଷା କରାଯିବ ।

ବିଗତ 3 ବର୍ଷ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ  ନିବେଶ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ଏହି ଅବଧି ମଧ୍ୟରେ 21ଟି କ୍ଷେତ୍ରରେ 87ଟି ସଂସ୍କାର କାର୍ଯ୍ୟକାରୀ କରାଯାଇଛି  । ନିବେଶ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ସମ୍ପର୍କରେ ସେ ତଥ୍ୟ ରଖିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ନୀତି ଏବଂ ଯୋଜନାରେ ଏହା ସୁନିଶ୍ଚିତ କରିବା ପ୍ରତି ଧ୍ୟାନ ଦିଆଯାଉଛି ଯେ ଗରିବ ଏବଂ ମଧ୍ୟମବର୍ଗଙ୍କ ସଂଚୟ ଯେପରି ସୁରକ୍ଷିତ ରହିପାରିବ ଏବଂ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆସିପାରିବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଦେଶବାସୀ ଏବଂ ଦେଶକୁ ସଶକ୍ତ କରିବା ଲାଗି କାର୍ଯ୍ୟ କରୁଛନ୍ତି  । ଏମିତିକି ଏଥିପାଇଁ ତାଙ୍କୁ ଅନେକ ସମୟରେ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି  । ସେ ଥିବା ପର୍ଯ୍ୟନ୍ତ କେବେହେଲେ ଦେଶର ଭବିଷ୍ୟତକୁ ନିଲାମ ହେବାକୁ ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

 

 

ଭାରତୀୟ କମ୍ପାନୀ ସେକ୍ରେଟାରୀ ପ୍ରତିଷ୍ଠାନ(ICSI)ସ୍ଵର୍ଣ୍ଣ ଜୟନ୍ତୀ ବର୍ଷ ଉଦ୍ଘାଟନୀ ସମାରୋହରେ ଉପସ୍ଥାପିତ ରିପୋର୍ଟ

(Presentation shown at the inauguration of the golden jubilee year of ICSI)

 

**********

Your Comment

ଆପଣଙ୍କ ଇମେଲ ଠିକଣା ପ୍ରକାଶିତ କରାଯିବ ନାହିଁ । Required fields are marked *

CAPTCHA Image

*