ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଭାରତ, ଫିଲିପାଇନ୍ସ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ ମଞ୍ଜୁରି

କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ବୁଝାମଣାପତ୍ର (MOU) ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ଏହି ଏମଓୟୁ ଦ୍ୱାରା କୃଷି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ସୁଧାର ଆସିବ ଏବଂ ଏହା ଉଭୟ ରାଷ୍ଟ୍ର ପାଇଁ ଲାଭଦାୟକ ହେବ ।

ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସର୍ବୋତ୍ତମ କୃଷି ପଦ୍ଧତିକୁ ବୁଝିବା ଲାଗି ପ୍ରୋତ୍ସାହନ ମିଳିବ ଏବଂ ଏହାଦ୍ୱାରା ଉତ୍ତମ ଉତ୍ପାଦକତା ସହିତ ଉନ୍ନତ ବିଶ୍ଵ ବଜାର ପର୍ଯ୍ୟନ୍ତ ପହଂଚରେ ସହାୟତା ମିଳିପାରିବ ।

ଏହି ଏମଓୟୁରେ ଧାନ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ, ବହୁଫସଲୀ ପ୍ରଣାଳୀ, ଶୁଷ୍କଭୂମି କୃଷି ପ୍ରଣାଳୀ, ଜୈବିକ କୃଷି, କଠିନ ଏବଂ ଜଳ ସଂରକ୍ଷଣ ଏବଂ ପରିଚାଳନା, ମୃତ୍ତିକା ଉର୍ବରତା, ରେଶମ କୀଟ ପାଳନ, କୃଷି ବନୀକରଣ, ପଶୁପାଳନ ସୁଧାର ଆଦି କ୍ଷେତ୍ରରେ ସହଯୋଗ ନିମନ୍ତେ ବ୍ୟବସ୍ଥା କରାଯାଇଛି ।

ଏହି ଏମଓୟୁରେ ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନର ବ୍ୟବସ୍ଥା ରହିଛି । ଯାହାଦ୍ୱାରା ସମାନ ସଂଖ୍ୟାରେ ପ୍ରତିନିଧି ସାମିଲ ହେବେ । ଏହି ମିଳିତ କାର୍ଯ୍ୟ ଗୋଷ୍ଠୀ ପ୍ରତ୍ୟେକ ଦୁଇ ବର୍ଷରେ ଗୋଟିଏ ବୈଠକ ଆୟୋଜନ କରିବେ, ଯାହା ଥର ଥର କରି ଫିଲିପାଇନ୍ସ ଏବଂ ଭାରତରେ ଆୟୋଜନ କରାଯିବ ।

**************