ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ସକ୍ରିୟ ପ୍ରଶାସନ ଲାଗି ଉଦ୍ଦିଷ୍ଟ ବହୁମୁଖୀ ପ୍ଲାଟଫର୍ମ – “ପ୍ରଗତି” ର ଅଠରତମ ଆଲୋଚନାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି ।

ଏହି ଅବସରରେ ରେଳବାଇ ସଂପର୍କିତ ଅଭିଯୋଗର ଅନୁଧ୍ୟାନ ଏବଂ ସମାଧାନର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଦୁର୍ନୀତିଗସ୍ତ ରେଳବାଇ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣା ହେଲ୍ପଲାଇନ୍ ସମତେ ସମସ୍ତ ଅଭିଯୋଗ ଏବଂ ଦ୍ୱନ୍ଦ୍ୱର ସମାଧାନ ଲାଗି ଏକ ଟେଲିଫୋନ୍ ନମ୍ବର ପ୍ରଚଳନ କରିବା ଲାଗି ପ୍ରଧାନମନ୍ତ୍ରୀ ଭାରତୀୟ ରେଳବାଇକୁ ନିର୍ଦ୍ଦେଶ ଦେଇଥିଲେ ।

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ ଏବଂ କାଶ୍ମୀର, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ତ୍ରିପୁରା ଏବଂ ନାଗାଲାଣ୍ଡ ଭଳି ରାଜ୍ୟରେ ରେଳବାଇ, ରାସ୍ତା ଏବଂ ବିଦ୍ୟୁତ୍ କ୍ଷେତ୍ରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।

ଯେଉଁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିଲା ସେଗୁଡ଼ିକ ହେଲା : ମୁମ୍ବାଇ ମେଟ୍ରୋ, ତିରୁପତି-ଚେନ୍ନାଇ ରାଜପଥ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ଦୀର୍ଘଦିନରୁ ପଡ଼ି ରହିଥିବା ରାସ୍ତା ପ୍ରକଳ୍ପ, ଜାମ୍ମୁ ଏବଂ କାଶ୍ମୀର ଏବଂ ଉତ୍ତର-ପୂର୍ବାଂଚଳରେ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ୍ ସରବରାହ ଲାଇନ୍ ।

ମିଶନ୍ ଇନ୍ଦ୍ରଧନୁଶ ଟିକାକରଣ ମିଶନର ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସବୁଠୁ ଖରାପ ପ୍ରଦର୍ଶନ କରିଥିବା 100ଟି ଜିଲ୍ଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ ଟିକାକରଣରୁ ଯେମିତି ଜଣେ ବି ଶିଶୁ ବଂଚିତ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ଏନସିସି ଏବଂ ନେହରୁ ଯୁବ କେନ୍ଦ୍ର ଭଳି ଯୁବ ଅନୁଷ୍ଠାନଗୁଡ଼ିକୁ କାର୍ଯ୍ୟରେ ନିୟୋଜିତ କରାଯିବା ଉଚିତ୍ ।

ସ୍ୱଚ୍ଛତା ଆକ୍ସନ୍ ପ୍ଲାନର କାର୍ଯ୍ୟକାରୀତା ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ପକ୍ଷ ଭଳି କାର୍ଯ୍ୟକ୍ରମକୁ ସ୍ଥାୟୀ ସମାଧାନ ନିମନ୍ତେ ଆନ୍ଦୋଳନରେ ପରିବର୍ତ୍ତନ କରାଯିବା ଆବଶ୍ୟକ । ଅମୃତ ମିଶନ୍ ଅଧୀନରେ ଏଲଇଡି ବଲ୍ବ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ମିଳୁଥିବା ଲାଭ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯାହାଦ୍ୱାରା ଏହାର ସୁଫଳ ସମସ୍ତଙ୍କ ନିକଟରେ ପହଂଚିପାରିବ ।

2022ରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଭାରତର ରୂପାନ୍ତରଣକାରୀ ପରିବର୍ତ୍ତନ ଲାଗି ସୁଦୃଢ଼ ଯୋଜନା ଏବଂ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ସମସ୍ତ ସଚିବ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତା ଦିଗରେ ସର୍ବାଧିକ ପଦକ୍ଷେପ ନେବା ଲାଗି ସେ ଆହ୍ୱାନ କରିଥିଲେ ।

******