ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲାଲକିଲ୍ଲା ମାଧବ ଦାସ ପାର୍କରେ ଦଶହରା ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ;

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଲାଲକିଲ୍ଲା ନିକଟସ୍ଥ ମାଧବ ଦାସ ପାର୍କଠାରେ ଅନୁଷ୍ଠିତ ଦଶହରା ଉତ୍ସବରେ ଭାଗ ନେଇଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ 2022 ରେ ଦେଶ ସ୍ଵାଧୀନ ହେବାର 75 ବର୍ଷ ପାଳନ କରାଯିବ । ସେହି ସମୟ ମଧ୍ୟରେ ଦେଶ ପାଇଁ ସକାରାତ୍ମକ ଅବଦାନ ଦେବାକୁ ଜନସାଧାରଣ ସଂକଳ୍ପ ନେବା ସକାଶେ ସେ ଆହ୍ଵାନ ଦେଇଥିଲେ ।

“ଭାରତରେ ଆମର ବିଭିନ୍ନ ସାଂସ୍କୃତିକ ପର୍ବ କେବଳ ମେଳା-ମଉତ୍ସବ ମଧ୍ୟରେ ସୀମିତ ନଥାଏ । ସମାଜକୁ ଶିକ୍ଷିତ କରିବାର ଏହା ଏକ ମାଧ୍ୟମ । ଆମର ପର୍ବ ପର୍ବାଣୀ ଆମକୁ ସାମାଜିକ ମୂଲ୍ୟବୋଧ ସମ୍ପର୍କରେ ସଚେତନ କରିଥାଏ । ସମାଜରେ ଏକାତ୍ମ ହୋଇ ଚଳିବା ଏବଂ ଜୀଇଁବା ଶିଖାଇ ଥାଏ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସାଂସ୍କୃତିକ ମହୋତ୍ସବ ହେଉଛି ଆମ ସମୃଦ୍ଧ ପରମ୍ପରା, ସାମାଜିକ ମୂଲ୍ୟବୋଧ ଓ ସମ୍ମିଳିତ ଶକ୍ତିର ଜୀବନ୍ତ ପ୍ରତିଫଳନ । କେବଳ ସେତିକି ନୁହଁ, କୃଷି, ନଦ-ନଦୀ, ପାହାଡ-ପର୍ବତ, ପ୍ରକୃତି-ପରିବେଶ ଆଦି ସହିତ ଆମର ପ୍ରତ୍ୟେକ ପର୍ବ-ପର୍ବାଣୀ ଓତଃପ୍ରୋତଃ ଭାବେ ଜଡିତ ।
ଦଶହରା ପରିପ୍ରେକ୍ଷୀରେ ଅନୁଷ୍ଠିତ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦ ପୋଡି ଉତ୍ସବକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉପଭୋଗ କରିଥିଲେ ।

****

Your Comment

ଆପଣଙ୍କ ଇମେଲ ଠିକଣା ପ୍ରକାଶିତ କରାଯିବ ନାହିଁ । Required fields are marked *

CAPTCHA Image

*