Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍‍ ଯୋଗେ ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାରିଓ ଦ୍ରାଘିଙ୍କ ସହ କଥା ହୋଇଛନ୍ତି


ପ୍ରଧାନମନ୍ତ୍ରୀ  ଶ୍ରୀ  ନରେନ୍ଦ୍ର ମୋଦୀ  ଆଜି ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାରିଓ ଦ୍ରାଘିଙ୍କ ସହିତ ଟେଲିଫୋନ୍ଯୋଗେ କଥା ହୋଇଛନ୍ତି

ଆଫଗାନିସ୍ତାନର ସାମ୍ପ୍ରତିକ ଘଟଣା ଏବଂ ସ୍ଥାନୀୟ ଅଞ୍ଚଳ ତଥା ବିଶ୍ୱରେ ଏହାର ପ୍ରଭାବ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ

ଗତକାଲି କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଦୁଇ ନେତା ଦୃଢ ନିନ୍ଦା କରିବା ସହ ସେଠାରେ ଫସି ରହିଥିବା ଲୋକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ଆବଶ୍ୟକ ବୋଲି କହିଥିଲେ

ଆଫଗାନିସ୍ତାନରେ ଦେଖା ଦେଇଥିବା ମାନବିକ ସଙ୍କଟ ତଥା ଦୀର୍ଘ ଦିନର ସୁରକ୍ଷା ଚିନ୍ତାକୁ ଦୂର କରିବାପାଇଁ  ଜି୨୦ ସ୍ତରରେ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ

ଦୁଇ ନେତା ଜଳବାୟୁ ପରିବର୍ତ୍ତନ ଭଳି ଜି୨୦ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲେ ଏହି ପରିପ୍ରେକ୍ଷୀରେ, ସେମାନେ ସିଓପି୨୬ ପରି ଆଗାମୀ ଅନ୍ୟାନ୍ୟ ବହୁପକ୍ଷୀୟ ଘଟଣାଗୁଡ଼ିକ ଉପରେ ମଧ୍ୟ ମତ ବିନିମୟ କରିଥିଲେ

ଜି୨୦ ମଧ୍ୟରେ ଫଳପ୍ରଦ ଆଲୋଚନାରେ ଭାଗ ନେବାକୁ ଇଟାଲୀର ସକ୍ରିୟ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ

ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ, ବିଶେଷ କରି ଆଫଗାନିସ୍ତାନର ପରିସ୍ଥିତି ଉପରେ ସମ୍ପର୍କ ରଖିବାକୁ ଦୁଇ ନେତା ରାଜି ହୋଇଥିଲେ

HS