Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-କ୍ରୋଏସିଆ ଆର୍ଥିକ ସହଯୋଗ ରାଜିନାମାକୁ କେବିନେଟ ମୋହର


ଭାରତ- କ୍ରୋଏସିଆ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ଘେନି ସ୍ୱାକ୍ଷରିତ ଚୁକ୍ତିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସ୍ୱୀକୃତି ମିଳିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଓ ଆର୍ଥିକ ସହଯୋଗ ବୃଦ୍ଧି ସକାଶେ 1994, ସେପ୍ଟେମ୍ବର ମାସରେ ପ୍ରଥମେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ଓ 2009 ନଭେମ୍ବର ମାସରେ ଏହି ସହଯୋଗର ଧାରା ଜାରି ନିମନ୍ତେ ଆଉ ଏକ ଚୁକ୍ତିନାମା କରାଯାଇଥିଲା । କ୍ରୋଏସିଆ ସହ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପରିମାଣ 2012-13, 2013-14 ଏବଂ 2014-15 ବର୍ଷରେ ଯଥାକ୍ରମେ 152.01 ନିୟୁତ, 148.86 ନିୟୁତ ଏବଂ 205.04 ନିୟୁତ ଡଲାର ଛୁଇଁଛି । ଗତ ତିନି ବର୍ଷ ମଧ୍ୟରେ ହାରାହାରି 17.44% ହାରରେ ଏହି କାରବାର ବୃଦ୍ଧି ପାଇଥିବା ଆକଳନ କରାଯାଇଛି ।