Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁଡନକୁଲମ ଆଣବିକ ଶକ୍ତି କେନ୍ଦ୍ର ୟୁନିଟ – 1ର ଲୋକାର୍ପଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

କୁଡନକୁଲମ ଆଣବିକ ଶକ୍ତି କେନ୍ଦ୍ର ୟୁନିଟ – 1ର ଲୋକାର୍ପଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

କୁଡନକୁଲମ ଆଣବିକ ଶକ୍ତି କେନ୍ଦ୍ର ୟୁନିଟ – 1ର ଲୋକାର୍ପଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ମହାମହିମ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,

ସମ୍ମାନନୀୟ ଜୟଲଳିତା ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ,

ମନ୍ତ୍ରୀ ସୁଷମା ସ୍ୱରାଜ ଜୀ,

ମନ୍ତ୍ରୀ ପ.ରାଧାକ୍ରିଷ୍ଣନ,

ମୋର ପ୍ରିୟ ବନ୍ଧୁଗଣ,

ନମସ୍କାର

ୱଣକ୍କମ ।

ଆଜି ବାସ୍ତବରେ ଏକ ବିଶେଷ ଦିବସ ।

ଆଜି, ମହାମହିମ ପୁଟିନ ଏବଂ ମୋତେ କୁଡନକୁଲମ ପରମାଣୁ ଶକ୍ତି ପ୍ଲାଣ୍ଟର ୟୁନିଟ-1 କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି ।

ଖାସକରି ରାଷ୍ଟ୍ରପତି ପୁଟିନ ଏହି ଅବସରରେ ଉପସ୍ଥିତ ଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି ।

ଏବଂ, ଏହି ଅବସରରେ ଆମମାନଙ୍କ ସହିତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଜୟଲଳିତା ଜୀ ଉପସ୍ଥିତ ଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।

ବନ୍ଧୁଗଣ,

କୁଡନକୁଲୁମ-1 କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରି ଆମେ ଭାରତ-ଋଷ ମଧ୍ୟରେ ଥିବା ସଂପର୍କରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡିଦେଲୁ ।

ପ୍ରକଳ୍ପ କାର୍ଯ୍ୟ ସଫଳତାର ସହିତ ସଂପୂର୍ଣ୍ଣ ହେଲେ ଭାରତ ଏବଂ ଋଷିଆର ରଣନୀତି ଭାଗିଦାରୀର ଉଦାହରଣ ନୁହେଁ ବରଂ ଏହା ଆମ ପୁରାତନ ବନ୍ଧୁତ୍ୱର ଉତ୍ସବ ମଧ୍ୟ ।

ଏହା ଆମ ସ୍ଥାୟୀ ବନ୍ଧୁତ୍ୱକୁ ରକ୍ଷା କରିବାର ଅବସର ଆଣି ଦେଇଛି ।
ଏବଂ, ଏହି କ୍ଷେତ୍ରରେ ଏହା କେବଳ ଆମ ସମନ୍ୱୟର ଆରମ୍ଭ ମାତ୍ର ।

ବୋଧହୁଏ ଲୋକମାନଙ୍କୁ ଜଣାନଥିବ ଯେ ଏକ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ କୁଡନକୁଲୁମ 1 ଭାରତର ସର୍ବବୃହତ ସିଙ୍ଗଲ ୟୁନିଟ ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ।

ଭାରତ ପରମାଣୁ ଶକ୍ତି ଉତ୍ପାଦନର ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ପ୍ରତିଶୃତିବଦ୍ଧ ।

କେବଳ କୁଡନକୁଲମଠାରେ ଏକ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ଆଉ 5ଟି ୟୁନିଟ ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ଯାତ୍ରାରେ ସହଯୋଗ ଭିତ୍ତିରେ ପର୍ଯ୍ୟାୟକ୍ରମେ ବୃହତ ପରମାଣୁ ଶକ୍ତି ୟୁନିଟ ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଛି ।

ବନ୍ଧୁଗଣ,

ଆଜିର ଏହି ସମାରୋହ ଭାରତ ଏବଂ ଋଷର ଇଂଜିନିୟର, ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦମାନଙ୍କ ପାଇଁ ଏକ ଖୁସିର ଅବସର ।

ସେମାନଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମ ପାଇଁ ତାଙ୍କୁ ଅଭିନନ୍ଦନ ଏବଂ ତାଙ୍କ ପରିଶ୍ରମର ଫଳ ପାଇଁ ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ।

ବନ୍ଧୁଗଣ,

ଏଭଳି ପ୍ରକଳ୍ପରେ ପରିବେଶ ସଂରକ୍ଷଣର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ମାନବ ବିକାଶ ର କଥା ପ୍ରଯୁକ୍ତିର ଲାଭ ଏବଂ ଏହାଦ୍ୱାରା ବୃଦ୍ଧି ହେଉଥିବା ଅର୍ଥନୈତିକ ସମୃଦ୍ଧି ହେବ ଏବଂ ଏହା ପରିବେଶର କୌଣସି ପ୍ରକାର କ୍ଷତି ନ କରି ସଂପୂର୍ଣ୍ଣ ହୋଇଥାଏ ।

ଭାରତ ପାଇଁ ମୋର ଏକ ଦୃଷ୍ଟିକୋଣ ରହିଛି ଯେଉଁଥିରେ ନିଜ ମାତୃଭୂମିର ସମ୍ମାନ କରି ଅର୍ଥନୈତିକ ବିକାଶ ପାଇଁ ଲକ୍ଷ୍ୟ ହାସଲ କରିବା ଏବଂ ସ୍ୱଚ୍ଛ ଶକ୍ତି ଜରିଆରେ ଔଦ୍ୟୋଗିକ ବିକାଶକୁ ଗତି ପ୍ରଦନା କରିବାର ଲକ୍ଷ୍ୟ ରହିଛି ।

ଭାତରରେ ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଜାରି କାର୍ଯ୍ୟକ୍ରମରେ କୁଡନକୁଲମ 1 ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।

ସବୁଜ ବିକାଶ କ୍ଷେତ୍ରରେ ଭାଗିଦାରୀର ପଥ ପାଇଁ ଆମ ପ୍ରତିବଦ୍ଧତାର ସଂକେତ ।

ମହାମହିମ ରାଷ୍ଟ୍ରପତି ପୁଟିନ,

ପରମାଣୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆମର ମିଳିତ ସହଯୋଗରେ ମିଳିଥିବା ସଫଳତା ନିଶ୍ଚିତ ରୂପେ ଗର୍ବର ବିଷୟ ।

ଆମର ମିଳିତ ସଂକଳ୍ପ ଆମ ବନ୍ଧୁତ୍ୱକୁ ଦୃଢ ଏବଂ ଅଟଳ ରଖିବ ବୋଲି ଏହା ଦର୍ଶାଉଛି ।

ସର୍ବୋପରି, ଆପଣଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା, ଲଗାତାର ସମର୍ଥନ ଓ ସହଯୋଗ, ଆମ ସଂପର୍କର ଉପାଦାନ ଏବଂ ଚରିତ୍ର ରୂପାନ୍ତରିତ କରିବାରେ ଦୃଢ ନେତୃତ୍ୱକୁ ଦର୍ଶାଉଛି ।

ସେ କହିଥିଲେ ଯେ ଶ୍ରୀମାନ ରାଷ୍ଟ୍ରପତି (ପୁଟିନ) ମୁଁ ଆପଣଙ୍କ ପାଖରେ କୃତଜ୍ଞ ।

ଭାରତର ଜନତା ଆପଣଙ୍କ ମହାନ ଦେଶ ସହିତ ଜଡିତ ଅଛନ୍ତି ଏବଂ ଆମ ବନ୍ଧୁତ୍ୱକୁ ସର୍ବଦା ମହତ୍ତ୍ୱ ଦେଇଆସିଛନ୍ତି ।

ମୁଁ ମଧ୍ୟ ବ୍ୟକ୍ତିଗତ ସ୍ତରରେ ସର୍ବଦା ଗଭୀରଭାବେ ଆମ ବନ୍ଧୁତ୍ୱକୁ ପ୍ରାଧାନ୍ୟ ଦେଇଆସିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଆମ ବନ୍ଧୁତ୍ୱ ଏବଂ ସହଯୋଗକୁ ଆହୁରି ସୁଦୃଢ କରିବା ପାଇଁ ମିଳିତ ଭାବେ ଆଜି କୁଡନକୁଲମ ପରମାଣୁ ବିଜୁଳି ପ୍ରକଳ୍ପ ୟୁନିଟ-1 କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରୁଛେ ।

ଭାରତ-ଋଷ ବନ୍ଧୁତ୍ୱ ଦୀର୍ଘସ୍ଥାୟୀ ହେଉ !

ଏହି ସମର୍ପଣ ଉତ୍ସବରେ ଯୋଗ ଦେଇଥିବାରୁ ମୁଁ ପୁନର୍ବାର ମହାମହିମ ପୁଟିନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

ଆମ ସହିତ ଜୟଲଳିତା ଜୀ ମିଳିତ ଭାବେ ଯୋଗଦେଇଥିବାରୁ ତାଙ୍କୁ ମଧ୍ୟ ମୋର ଅଶେଷ ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ,

ଅଶେଷ ଅଶେଷ ଧନ୍ୟବାଦ ।