Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅନ୍ୟ ଆର୍ଥିକ ସେବା ସେକ୍ଟରରେ ବୈଦେଶିକ ପୁଞ୍ଜି ନିବେଶ ପ୍ରସ୍ତାବକୁ କେବିନେଟ ମଞ୍ଜୁରି


ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀମାନଙ୍କରେ ବୈଦେଶିକ ପୁଞ୍ଜି ନିବେଶ ନିୟମକୁ ସଂଶୋଧନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏହାଦ୍ୱାରା “ଅନ୍ୟାନ୍ୟ ଆର୍ଥିକ ସେବା” କ୍ଷେତ୍ରରେ ସ୍ୱୟଂକ୍ରୀୟ ମାର୍ଗରେ ବୈଦେଶିକ ପୁଞ୍ଜି ନିବେଶର ମାତ୍ରା ତ୍ୱରାନ୍ୱିତ ହେବା ସହ ବୃଦ୍ଧି ପାଇବ । ଏହି ସେବା ଆର୍ଥିକ ସେକ୍ଟର ନିୟନ୍ତ୍ରକ (RBI, SEBI, PFRDA ଆଦି) ସରକାରୀ ଏଜେନ୍ସୀଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ରେଗୁଲେଟର/ସରକାରୀ ଏଜେନ୍ସୀ ନିୟନ୍ତ୍ରଣ ମୁକ୍ତ ଥିବା ଆର୍ଥିକ ସେବାରେ ବିଦେଶୀ ପୁଞ୍ଜି ନିବେଶ ଏବେ ଏହା ସ୍ୱୀକୃତି ମାର୍ଗରେ କାର୍ଯ୍ୟକାରୀ ହୋଇପାରିବ ।

ଏଥି ସକାଶେ ସର୍ବନିମ୍ନ ପୁଞ୍ଜି ସର୍ତ୍ତାବଳୀ ଯାହାକି FDI ନୀତିରେ ରହିଛି ତାହାକୁ ହଟାଇ ନିଆଯାଇଛି । ଏହା FDI କୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ କାର୍ଯ୍ୟକଳାପକୁ ଆଗେଇ ନେବାରେ ସହାୟକ ହେବ । ଏହା କୌଣସି ରାଜ୍ୟ/ଜିଲ୍ଲା ମଧ୍ୟରେ ସୀମିତ ନ ରହି ସାରା ଦେଶରେ କାର୍ଯ୍ୟକାରୀ କରାଯିବ ।

**********