ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀଗଣ ।
ସ୍ୱାଧୀନତା ଦିବସର ଏହି ପବିତ୍ର ପର୍ବ ଉପଲକ୍ଷେ 125 କୋଟି ଦେଶବାସୀଙ୍କୁ ଏବଂ ସମଗ୍ର ବିଶ୍ୱରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଲାଲକିଲ୍ଲାର ପ୍ରାଚୀର ଉପରୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏହା ସ୍ଵତନ୍ତ୍ରତାର ଉତ୍ସବ, ଆମର 70 ତମ ସ୍ଵତନ୍ତ୍ରତା ଦିବସର ଉତ୍ସବ । ଏହା ଗୋଟିଏ ନୂଆ ସଂକଳ୍ପ, ନୂଆ ଉତ୍ସାହ, ନୂଆ ଶକ୍ତି ଦେଶକୁ ଉନ୍ନତିର ନୂତନ ଶିଖରକୁ ପହଞ୍ଚାଇବାର ସଂକଳ୍ପ ପର୍ବ । ଆଜି ଆମେ ଯେଉଁ ସ୍ୱାଧୀନତା ଉପଭୋଗ କରୁଛେ ତାହା ପଛରେ ଲକ୍ଷାଧିକ ମହାପୁରୁଷଙ୍କର ବଳିଦାନ ରହିଛି, ତ୍ୟାଗ ଏବଂ ତପସ୍ୟାର କହାଣୀ ରହିଛି । ନିଜ ଯୌବନକାଳରେ ଫାଶୀଖୁଣ୍ଟକୁ ଆଲିଙ୍ଗନ କରିଥିବା ବୀରମାନଙ୍କର କଥା ଆଜି ମନେପଡେ । ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ପଣ୍ଡିତ ନେହେରୁ, ଅଗଣିତ ମହାପୁରୁଷ ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ନିରନ୍ତର ସଂଗ୍ରାମ କଲେ ଏବଂ ତାହାର ଫଳ ସ୍ୱରୂପ ଆଜି ଆମେ ସ୍ୱାଧୀନ ହେବାର ସୌଭାଗ୍ୟ ପାଇଛୁ ।
ଭାରତ ଏକ ପ୍ରାଚୀନ ରାଷ୍ଟ୍ର । ହଜାର ହଜାର ବର୍ଷର ପୁରାତନ ଇତିହାସ ରହିଛି, ହଜାର ହଜାର ସଂସ୍କୃତି ଓ ପରମ୍ପରା ରହିଛି । ବେଦରୁ ଆରମ୍ଭ କରି ବିବେକାନନ୍ଦଙ୍କ ପର୍ଯ୍ୟନ୍ତ, ଉପନିଷଦରୁ ଉପଗ୍ରହ ପର୍ଯ୍ୟନ୍ତ, ସୁଦର୍ଶନ ଚକ୍ରଧାରୀ ମୋହନଙ୍କଠାରୁ ଆରମ୍ଭ କରି ଚରଖାଧାରୀ ମୋହନଙ୍କ ପର୍ଯ୍ୟନ୍ତ, ମହାଭାରତର ଭୀମଙ୍କଠାରୁ ଆରମ୍ଭ କରି ଭୀମରାଓଙ୍କ ପର୍ଯ୍ୟନ୍ତ, ଆମର ଇତିହାସର ଏକ ସୁଦୀର୍ଘ ଯାତ୍ରା ରହିଛି । ଏହି ମାଟି ଅନେକ ଉତ୍ଥାନ ପତନ ଦେଖିଛି, ଅନେକ ପିଢ଼ି ସଂଗ୍ରାମ କରିଛନ୍ତି । ଅନେକ ପିଢ଼ି ମାନବ ଜାତିକୁ ମହାନ ମୂଲ୍ୟବୋଧ ଦେବା ପାଇଁ ତପସ୍ୟା କରିଛନ୍ତି । ଭାରତର ବୟସ 70 ବର୍ଷ ନୁହେଁ, କିନ୍ତୁ ପରାଧୀନତା ପରେ ଆମେ ଯେଉଁ ସ୍ୱାଧୀନତା ପାଇଲୁ, ଗୋଟିଏ ନୂଆ ବ୍ୟବସ୍ଥା ଅନୁସାରେ ଆମେ ଦେଶକୁ ଆଗେଇ ନେବାର ଚେଷ୍ଟା କଲୁ, ସେହି ଯାତ୍ରା 70 ବର୍ଷର । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ଏକତ୍ରିକରଣ କରିଥିଲେ । ଏବେ ଆମ ସମସ୍ତଙ୍କର ଦାୟିତ୍ୱ ଦେଶକୁ ଶ୍ରେଷ୍ଠ କରି ଗଢ଼ି ତୋଳିବାର । “ଏକ ଭାରତ-ଶ୍ରେଷ୍ଠ ଭାରତର” ସ୍ୱପ୍ନକୁ ସାକାର କରିବାକୁ ନିରନ୍ତର ପ୍ରଚେଷ୍ଟା ଆମେ କରିବା ଆବଶ୍ୟକ ।
ଭାଇ ଓ ଭଉଣୀମାନେ, ସ୍ୱାଧୀନତା ସହଜରେ ମିଳିଯାଇନାହିଁ । ଅନେକ ଅତ୍ୟାଚାର ହୋଇଥିଲା, କିନ୍ତୁ ସଂକଳ୍ପ ଦୃଢ଼ ଥିଲା । ପ୍ରତ୍ୟେକ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସିପାହୀ ଥିଲେ । ସମସ୍ତଙ୍କର ମନରେ ଭାବନା ଥିଲା, ଦେଶ ସ୍ୱାଧୀନ ହେଉ । ହୁଏତ ସମସ୍ତଙ୍କୁ ବଳିଦାନର ସୁଯୋଗ ମିଳିନଥିଲା, ହୁଏତ ସମସ୍ତଙ୍କୁ କାରାଦଣ୍ଡ ଭୋଗିବାର ସୌଭାଗ୍ୟ ମିଳିନଥିଲା । କିନ୍ତୁ ପ୍ରତ୍ୟେକ ଭାରତୀୟ ସଂକଳ୍ପବଦ୍ଧ ଥିଲେ । ମହାତ୍ମା ଗାନ୍ଧୀଙ୍କର ନେତୃତ୍ୱ ଥିଲା, ସଶସ୍ତ୍ର କ୍ରାନ୍ତିକାରୀଙ୍କ ବଳିଦାନର ପ୍ରେରଣା ଥିଲା । ଏତେ ସବୁ ପରେ ଯାଇ ସ୍ୱାଧୀନତା ମିଳିଲା । କିନ୍ତୁ ଏବେ ସ୍ୱରାଜ୍ୟକୁ ସୁରାଜ୍ୟରେ ପରିଣତ କରିବା 125 କୋଟି ଦେଶବାସୀଙ୍କର ସଂକଳ୍ପ । ସ୍ୱରାଜ୍ୟ ଯଦି ବଳିଦାନ ବିନା ସମ୍ଭବ ହୋଇନାହିଁ ତେବେ ସ୍ୱରାଜ୍ୟ ମଧ୍ୟ ତ୍ୟାଗ ବିନା, ପରିଶ୍ରମ ବିନା, ପରାକ୍ରମ ବିନା, ସମର୍ପଣ ବିନା, ଅନୁଶାସନ ବିନା ସମ୍ଭବ ହୁଏ ନାହିଁ । ତେଣୁ 125 କୋଟି ଦେଶବାସୀଙ୍କର ସ୍ୱରାଜ୍ୟର ସଂକଳ୍ପକୁ ଆଗେଇ ନେବା ପାଇଁ ନିଜ ନିଜର ବିଶେଷ ଦାୟିତ୍ୱ ଦିଗରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ହେବ । ପଞ୍ଚାୟତ ହେଉ କିମ୍ବା ପାର୍ଲାମେଣ୍ଟ ହେଉ, ଗ୍ରାମର ମୁଖିଆ ହୁଅନ୍ତୁ କିମ୍ବା ପ୍ରଧାନମନ୍ତ୍ରୀ ହୁଅନ୍ତୁ ପ୍ରତ୍ୟେକଙ୍କୁ ପ୍ରତ୍ୟେକ ଗଣତାନ୍ତ୍ରିକ ଅନୁଷ୍ଠାନକୁ ସ୍ୱରାଜ୍ୟ ଦିଗରେ ଅଗ୍ରସର ହେବା ପାଇଁ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ନିଜ କର୍ତ୍ତବ୍ୟକୁ ପୂର୍ଣ୍ଣ କରିବାକୁ ହେବ । ତେବେ ଯାଇ ଭାରତ ସୁରାଜ୍ୟର ସ୍ୱପ୍ନକୁ ସାକାର ହେବାରେ ଆଉ ବେଶୀ ବିଳମ୍ବ ହେବନାହିଁ । ଏକଥା ସତ ଯେ ଦେଶ ଆଗରେ ଅନେକ ସମସ୍ୟା ରହିଛି କିନ୍ତୁ ଏକଥା ଆମେ ଭୁଲିବା ନାହିଁ ଯେ, ଯଦି ସମସ୍ୟା ରହିଛି ତେବେ ଏ ଦେଶର ସାମର୍ଥ୍ୟ ମଧ୍ୟ ରହିଛି । ଆମେ ଯେତେବେଳେ ସାମର୍ଥ୍ୟର ଶକ୍ତି ନେଇ ଚାଲୁ, ସେତେବେଳେ ସମସ୍ୟାର ସମାଧାନର ବାଟ ମଧ୍ୟ ମିଳିଯାଏ । ତେଣୁ ଭାଇ ଓ ଭଉଣୀମାନେ ଯଦି ଭାରତର ଲକ୍ଷେ ସମସ୍ୟା ରହିଛି ତାହା ହେଲେ 125 କୋଟି ମସ୍ତିଷ୍କ ମଧ୍ୟ ରହିଛି, ଯାହା ଏହି ସମସ୍ୟାଗୁଡିକର ସମାଧାନର ସାମର୍ଥ୍ୟ ବହନ କରିୁଛି । ଭାଇ ଓ ଭଉଣୀମାନେ, ଦିନ ଥିଲା, ଏଠାରେ ସରକାରଗୁଡିକ ଆକ୍ଷେପ ଘେରରେ ରହୁଥିଲେ କିନ୍ତୁ ଏବେ ସମୟ ବଦଳିଯାଇଛି, ଆଜି ସରକାର ଆକ୍ଷେପ ଘେରରେ ନାହିଁ, କିନ୍ତୁ ଆଶା ଘେରରେ ରହିଛି । ଆଶାରେ ଘେରି ହୋଇ ରହିବା ଏହି କଥାକୁ ଦର୍ଶାଏ ଯେ ଆଶା ଥିଲେ ବିଶ୍ୱାସ ଥିଲେ ତାହାରି ଗର୍ଭରୁ ଆଶାମାନ ଜନ୍ମ ନିଏ ଏବଂ ଏହି ଆଶାମାନ ସୁରାଜ୍ୟ ଦିଗକୁ ଯିବାର ଗତିକୁ ଦ୍ରୁତକରେ, ନୂଆ ଜୀବନ ଭରିଦିଏ ଏବଂ ସଂକଳ୍ପଗୁଡିକ ଅନବରତ ଭାବେ ପୂର୍ଣ୍ଣ ହୋଇଚାଲେ । ସେଥିପାଇଁ ମୋର ଭାଇ ଓ ଭଉଣୀମାନେ, ଆମମାନଙ୍କର ଏହି ସ୍ୱରାଜ୍ୟର ଯାତ୍ରା…।
ଆଜି ଯେତେବେଳେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ ଆପଣଙ୍କ ସହିତ କଥା ହେଉଛି, ସେତେବେଳେ ସରକାର କଣ କରୁଛି, ଦେଶ ପାଇଁ କଣ କରାଯାଉଛି, ଦେଶପାଇଁ କଣ ହେବା ଆବଶ୍ୟକ ଏହିସବୁ ବିଷୟ ଉପରେ ଆଲୋଚନା ହେବା ଖୁବ୍ ସ୍ୱାଭାବିକ କଥା । ମୁଁ ମଧ୍ୟ ସରକାରଙ୍କ କାର୍ଯ୍ୟକଳାପରେ ଏକ ସୁଦୀର୍ଘ ତାଲିକା ଆପଣମାନଙ୍କ ଆଗରେ ଉପସ୍ଥାପିତ କରିପାରେ । ଅନେକ କଥା ଆପଣଙ୍କ ଆଗରେ ରଖିପାରେ । ଦୁଇ ବର୍ଷର କାର୍ଯ୍ୟକଳାପରେ ଅଗଣିତ ପଦକ୍ଷେପ, ଅନେକ କାମ ହୋଇଛି, କିନ୍ତୁ ଯଦି ମୁଁ ଏହିସବୁର ବିବରଣୀ ଦେବି ତେବେ ହୁଏତ ମୋତେ ଏକ ସପ୍ତାହ ଧରି ଲାଲକିଲ୍ଲାର ପ୍ରାଚୀର ଉପରୁ ଭାଷଣ ଦେବାକୁ ପଡିବ । କିନ୍ତୁ ସେହି ମୋହ ପରିବର୍ତ୍ତେ ଆଜି କାମ ସମ୍ପର୍କରେ ନୁହେଁ, ବରଂ ଏହି ସରକାରର କାର୍ଯ୍ୟ ସଂସ୍କୃତି ପ୍ରତି ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି, ବେଳେ ବେଳେ କାର୍ଯ୍ୟରେ ହିସାବ କରିବା ସହଜ ହୋଇଥାଏ କିନ୍ତୁ ଗଭୀରତାକୁ ନ ଗଲେ କାର୍ଯ୍ୟ ସଂସ୍କୃତି ସମ୍ପର୍କରେ ଜାଣିବା, ତାକୁ ଚିହ୍ନିବା ଜଣେ ସାଧାରଣ ମଣିଷ ପାଇଁ କଷ୍ଟକର । ତେଣୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ପ୍ରିୟ ଦେଶବାସୀଗଣ, ଆଜି ମୁଁ କେବଳ ନୀତି କଥା ନୁହେଁ, ବରଂ ଇଚ୍ଛାଶକ୍ତି ଏବଂ ନିଷ୍ପତ୍ତି କଥା ମଧ୍ୟ କହିବାକୁ ଚାହୁଁଛି । ଭାଇ ଓ ଭଉଣୀମାନେ, କେବଳ ପିଛା କରିବା କଥା ନୁହେଁ, ଗୋଟିଏ ବ୍ୟାପକ ଦୃଷ୍ଟିକୋଣର କଥା, କେବଳ ରୂପରେଖ ନୁହେଁ ଏହା ରୂପାନ୍ତରର ସଂକଳ୍ପ । ଏହା ଲୋକମାନଙ୍କର ଆଶା, ଗଣତନ୍ତ୍ର ଏବଂ ଜନସମର୍ଥନର ତ୍ରିବେଣୀ ଧାରା, ଏହା ମତ ମଧ୍ୟ ଏବଂ ଏକତା ମଧ୍ୟ, ଏହା ଗତି ଏବଂ ପ୍ରଗତିର ଅନୁଭୂତି । ତେଣୁ ମୋର ପ୍ରିୟ ଦେଶବାସୀଗଣ, ଆଜି ଯେତେବେଳେ ମୁଁ ସ୍ୱରାଜର କଥା କହୁଛି ସେତେବେଳେ ସ୍ୱରାଜ୍ୟର ସିଧାସଳଖ ଅର୍ଥ ହେଲା ଆମ ଦେଶର ସାମାନ୍ୟରୁ ସାମାନ୍ୟତମ ମଣିଷର ଜୀବନରେ ପରିବର୍ତ୍ତନ, ସ୍ୱରାଜ୍ୟର ଅର୍ଥ ପ୍ରଶାସନ ସାମାନ୍ୟ ମଣିଷ ପ୍ରତି ସମ୍ବେଦନଶୀଳ ହେବା, ଦାୟିତ୍ୱବାନ ହେବା ଏବଂ ସମର୍ପିତ ହେବା । ତେବେ ଯାଇ…ଉତ୍ତମ ଶାସନ ଉପରେ ଗୁରୁତ୍ୱ ଦେବାକୁ ହୁଏ, ପ୍ରତ୍ୟେକଙ୍କ ଦାୟିତ୍ୱକୁ ଖୋଜିବାକୁ ପଡେ । ଦାୟିତ୍ୱ ଏବଂ ଉତ୍ତରଦାୟିତ୍ୱ ତାହା ମୂଳରେ ରହିବା ଆବଶ୍ୟକ । ମୋଟାମୋଟି ପ୍ରଶାସନ ସମ୍ବେଦନଶୀଳ ହେବା ଆବଶ୍ୟକ । ମୋର ମନେ ଅଛି ଦିନ ଥିଲା, କୌଣସି ବଡ ଡାକ୍ତରଖାନାକୁ ଯିବାକୁ ହେଲେ କେତେଦିନ ଅପେକ୍ଷା କରିବାକୁ ପଡୁଥିଲା । ଏମ୍ସକୁ(AIIMS) ଲୋକ ଆସୁଥିଲେ ଦୁଇ ତିନି ଦିନ ଅପେକ୍ଷା କରିବା ପରେ ଯାଇ କେବେ ସେମାନଙ୍କର ପରୀକ୍ଷା ନିରୀକ୍ଷା କରାଯିବ, ତାହା ସ୍ଥିର ହେଉଥିଲା । ଆଜି ଏହିସବୁ ଅବସ୍ଥାକୁ ଆମେ ବଦଳାଇ ପାରିଛୁ । ଅନଲାଇନ ପଞ୍ଜିକରଣ ହେଉଛି, ଅନଲାଇନରେ ଡାକ୍ତରଙ୍କ ଏପଏଣ୍ଟମେଣ୍ଟ ମିଳୁଛି । ଧାର୍ଯ୍ୟ ସମୟରେ ରୋଗୀ ଆସିଲେ ତାହାର କାମ ଆରମ୍ଭ ହୋଇଯାଉଛି । କେବଳ ସେତିକି ନୁହେଁ ତାହାର ମେଡିକାଲ ରେକର୍ଡ ମଧ୍ୟ ତାକୁ ଅନଲାଇନରେ ମିଳିଯାଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଆମେ ଦେଶବ୍ୟାପୀ ପ୍ରଚଳନ କରିବାକୁ ଚାହୁଁଛୁ । ଆଜି 40 ରୁ ଉର୍ଦ୍ଧ ବଡ ବଡ ସରକାରୀ ଡାକ୍ତରଖାନାରେ ଏହି ବ୍ୟବସ୍ଥା ଲାଗୁ କରାଯାଉଛି । କିନ୍ତୁ ଏହାର ମୂଳମନ୍ତ୍ର ହେବା ପ୍ରଶାସନ ସମ୍ବେଦନଶୀଳ ହେବା ଆବଶ୍ୟକ । ଭାଇ ଓ ଭଉଣୀମାନେ, ପ୍ରଶାସନ ଉତ୍ତରଦାୟୀ ହେବା ଆବଶ୍ୟକ । ଯଦି ପ୍ରଶାସନ ଉତ୍ତରଦାୟୀ ନହୁଏ, ତା ହେଲେ ଜନସାଧାରଣଙ୍କର ସମସ୍ୟା ସେମିତି ପଡିରହେ । ପରିବର୍ତ୍ତନ କେମିତି ହେବ ? ଟେକ୍ନୋଲୋଜି ତ ରହିଛି । ଦିନ ଥିଲା ରେଳ ଟିକଟ କଥା କହୁଛି । ସାଧାରଣ ମଣିଷକୁ ରେଳ ଟିକଟର ଆବଶ୍ୟକ ପଡିଥାଏ, ଗରିବମାନଙ୍କ ରେଳ ଟିକଟର ଆବଶ୍ୟକ ପଡିଥାଏ । ଆଗରୁ ଆଧୁନିକ ଟେକ୍ନୋଲୋଜି ସାହାଯ୍ୟରେ 1 ମିନିଟରେ ମାତ୍ର 2000 ରେଳ ଟିକଟ ପ୍ରସ୍ତୁତ ହୋଇପାରୁଥିଲା । ସେହି ଦିନମାନଙ୍କରେ ଯେଉଁମାନେ ଦେଖିଥିବେ ଚକଟା ଖାଲି ବୁଲୁଥିଲା । ୱେବସାଇଟ୍ କେତେବେଳେ ଖୋଲିବ ତାହା ଜଣାପଡୁ ନଥିଲା । ଆଜି ମୁଁ ସନ୍ତୋଷର ସହ କହିବାକୁ ଚାହୁଁଛି ଯେ ଆଜି 1 ମିନିଟରେ 15000 ରେଳ ଟିକଟ ମିଳିବା ସମ୍ଭବ ହୋଇପାରୁଛି । ଗୋଟିଏ ଦାୟିତ୍ୱସମ୍ପନ୍ନ ସରକାର ସାଧାରଣ ମଣିଷର ଆବଶ୍ୟକତା ଏବଂ ଆଶା ପୂରଣ କରିବା ପାଇଁ କେଉଁଭଳି ପଦକ୍ଷେପ ଉଠାନ୍ତି…, ସରକାର ଉତ୍ତରଦାୟୀ ହେବା ଉଚିତ । ସମଗ୍ର ଦେଶରେ ଗୋଟିଏ ଅଗ୍ରଣୀ ଶ୍ରେଣୀ ରହିଛି ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀ, ଉଚ୍ଚମଧ୍ୟବିତ୍ତ ଶ୍ରେଣୀ, ସେ ବେଳେବେଳେ ପୁଲିସ ଅପେକ୍ଷା ଆୟକର ବିଭାଗକୁ ବେଶୀ ଭୟକରେ । ମୁଁ ଏହି ପରିସ୍ଥିତିକୁ ବଦଳାଇବାକୁ ଚାହେଁ ଏବଂ ଏଥିପାଇଁ ମୁଁ ଲାଗିଛି, ମୁଁ ଏହାକୁ ନିଶ୍ଚୟ ବଦଳାଇବି । କିନ୍ତୁ ଦିନ ଥିଲା ଜଣେ ସାଧାରଣ ସଚ୍ଚୋଟ ନାଗରିକ ଯେତେବେଳେ ନିଜର ଆୟକର ପଇଠ କରୁଥିଲା, ସେତେବେଳେ ବିଚରା ଦୁଇ ଟଙ୍କା ବରଂ ଅଧିକ ଦେଉଥିଲା, ଭାବୁଥିଲା ଯେମିତି ପରେ କିଛି ଅସୁବିଧା ନହୁଏ କିନ୍ତୁ ଥରେ ସରକାର ହାତକୁ ଟଙ୍କା ଚାଲିଗଲେ ରିଫଣ୍ଡ ପାଇବା ପାଇଁ ତାକୁ ଖୁବ୍ ହନ୍ତସନ୍ତ ହେବାକୁ ପଡୁଥିଲା, ସୁପାରିଶ କରିବାକୁ ପଡୁଥିଲା । ସରକାରଙ୍କ ହାତରୁ ନାଗରିକଙ୍କ ନ୍ୟାଯ୍ୟ ଫେରସ୍ତ ପାଇବା ପାଇଁ ମାସ ମାସ ସମୟ ବିତିଯାଉଥିଲା । ଆମେ ଆଜି ଅନଲାଇନ ରିଫଣ୍ଡ ବ୍ୟବସ୍ଥା କରିଦେଇଛୁ । ଏକ ସପ୍ତାହ, ଦୁଇ ସପ୍ତାହ, ତିନି ସପ୍ତାହ ମଧ୍ୟରେ ଏବେ ରିଫଣ୍ଡ ମିଳିବା ଆରମ୍ଭ ହୋଇଯାଇଛି । ଯେଉଁମାନେ ଆଜି ମୋ କଥା ଟେଲିଭିଜନ ମାଧ୍ୟମରେ ଶୁଶୁଥିବେ, ସେମାନେ ମଧ୍ୟ ଏକଥା ଅନୁଭବ କରିଥିବେ ଯେ ବିନା କୌଣସି ଦରଖାସ୍ତରେ ସେମାନେ ତାଙ୍କ ଟଙ୍କା ଏତେ ଶୀଘ୍ର ଫେରି ପାଇଛନ୍ତି । ଏହା ଉତ୍ତରଦାୟିତ୍ୱର ଫଳ । ସ୍ୱରାଜ୍ୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ଜାଣିଛନ୍ତି ଆଜିକାଲି ସମାଜରେ ପୂର୍ବ ଅପେକ୍ଷା ଏକ ବିଶ୍ୱବ୍ୟାପୀ ସମ୍ପର୍କ ସ୍ଥାପନ ସହଜ ହେବାରେ ଲାଗିଛି । ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାସପୋର୍ଟ କଥା ଧରିନିଅନ୍ତୁ । ଦିନ ଥିଲା ପାସପୋର୍ଟ ପାଇଁ ବର୍ଷକୁ 40 ରୁ 50 ଲକ୍ଷ ଆବେଦନପତ୍ର ପ୍ରାପ୍ତ ହେଉଥିଲା । ଆଜିକାଲି ବର୍ଷକରେ ପାଖାପାଖି 2 କୋଟି ଲୋକ ପାସପୋର୍ଟ ପାଇଁ ଆବେଦନ କରୁଛନ୍ତି । ଭାଇ ଓ ଭଉଣୀମାନେ ଆଗରୁ ପାସପୋର୍ଟ କ୍ଷେତ୍ରରେ ସୁପାରିଶ ନଥିଲେ 4/6 ମାସ କେବଳ ଅନୁସନ୍ଧାନରେ ଗଡିଯାଉଥିଲା । ସେହି ପରିସ୍ଥିତିକୁ ଆମେ ବଦଳାଇଲୁ । ମୁଁ ଗର୍ବର ସହ କହିପାରେ ଯେ ଆଜି ଆବେଦନକାରୀଙ୍କୁ ପ୍ରାୟ 1/2 ସପ୍ତାହ ମଧ୍ୟରେ ତାଙ୍କର ପାସପୋର୍ଟ ପହଞ୍ଚାଇ ଦିଆଯାଉଛି । କୌଣସି ସୁପାରିଶ ବିନା, କୌଣସି ଟାଳଟୁଳ ନୀତି ବିନା ସଂପୂର୍ଣ୍ଣ ସ୍ୱଚ୍ଛତା ସହିତ ଏହି କାର୍ଯ୍ୟ ହୋଇପାରୁଛି । ଆଜି ମୁଁ କହିପାରେ ଯେ 2015-16ରେ ଏତେ କମ ସମୟ ମଧ୍ୟରେ 1 କୋଟି 75 ଲକ୍ଷ ପାସପୋର୍ଟ ଆମେ ଦେଇପାରୁଛୁ । ରାଜ୍ୟରେ ଦକ୍ଷ ଶାସନ ମଧ୍ୟ ହେବା ଆବଶ୍ୟକ । ଏଠାରେ କୌଣସି କମ୍ପାନୀକୁ ନିଜର କଳକାରଖାନା ବସାଇବା ପାଇଁ ଆବେଦନ କରିବାକୁ ପଡୁଥିଲା । କେବଳ ରେଜିଷ୍ଟ୍ରେସନର କାମ ଥିଲା, ସେମାନେ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ । କିନ୍ତୁ 5/6 ମାସ ସେମିତି ଗଡି ଯାଉଥିଲା । ଭାଇ ଓ ଭଉଣୀମାନେ, ଯଦି ଦକ୍ଷତା ବୃଦ୍ଧି କରାଯାଏ, ତାହାହେଲେ ସେହି ସରକାର, ସେହି ନିୟମ, ସେହି କର୍ମଚାରୀ, ସେହି କମ୍ପାନୀ ରେଜିଷ୍ଟ୍ରେସନ କାମ ଆଜି 24 ଘଣ୍ଟାରେ ହୋଇପାରୁଛି ଏବଂ ହେଉଛି ମଧ୍ୟ । କେବଳ ଗତ ଜୁଲାଇ ମାସରେ 900 ଅଧିକ ଏଭଳି ରେଜିଷ୍ଟ୍ରେସନ କାମ ସେମାନେ କରିଦେଲେ । ଭାଇ ଓ ଭଉଣୀମାନେ ସ୍ୱରାଜ ପାଇଁ ଉତ୍ତମ ଶାସନ ମଧ୍ୟ ଆବଶ୍ୟକ ଏବଂ ସେହି ଉତ୍ତମ ଶାସନ ପାଇଁ ଆମେ ଯେଉଁ ପଦକ୍ଷେପ ଗ୍ରହଣ କରୁଛୁ ମୁଁ ଗତ ଥର ଏହି ଲାଲକିଲ୍ଲାର ପ୍ରାଚୀର ଉପରୁ କହୁଥିଲି ଯେ ଆମେ ସରକାରଙ୍କର ଗ୍ରୁପ୍ ‘ସି’ ଏବଂ ଗ୍ରୁପ୍ ‘ଡି’ ପଦବୀଗୁଡିକରେ ନିଯୁକ୍ତି ପାଇଁ ସାକ୍ଷାତକାର ଉଠାଇ ଦେବୁ । ମେରିଟ୍ ଆଧାରରେ ସେମାନଙ୍କୁ ଚାକିରି ମିଳିଯିବ । ଆମେ ଏଭଳି ପ୍ରାୟ 9 ହଜାର ପଦ ଖୋଜି ବାହାର କରିଛୁ ଯେଉଁଥିରେ ଲକ୍ଷ ଲକ୍ଷ ଆବେଦନକାରୀମାନଙ୍କ ମଧ୍ୟରୁ ପ୍ରାର୍ଥୀ ଚୟନ କରାଯିବ । ଏବେ ଏହି 9 ହଜାର ପଦବୀ ପାଇଁ କୌଣସି ସାକ୍ଷାତକାର ହେବ ନାହିଁ । ଆମର ଯୁବକମାନଙ୍କୁ ସାକ୍ଷାତକାର ପାଇଁ ଯିବାକୁ ପଡିବ ନାହିଁ, କୌଣିସ ଖର୍ଚ୍ଚ କରିବାକୁ ପଡିବ ନାହିଁ, କୌଣସି ସୁପାରିଶର ଆବଶ୍ୟକ ପଡିବ ନାହିଁ । ଦୁର୍ନୀତି ଏବଂ ଦଲାଲମାନଙ୍କ ପାଇଁ ବାଟ ବନ୍ଦ ହୋଇଯିବ । ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରି ଦିଆଯାଇଛି । ଭାଇ ଓ ଭଉଣୀମାନେ ଦିନ ଥିଲା ସରକାର କେବଳ ଗୋଟିଏ ଯୋଜନା ସମ୍ପର୍କରେ ମାତ୍ର ଘୋଷଣା କରିଦେଲେ ସାଧାରଣ ଲୋକଟିଏ ସନ୍ତୁଷ୍ଟ ହୋଇଯାଉଥିଲା । ଲୋକ ଭାବୁଥିଲେ ଯେ ଯାହା ହେଉ ଏବେ କଣ ଗୋଟିଏ ହେବ । ପରେ ଦିନ ଆସିଲା ଯେତେବେଳେ ଯୋଜନାର ଡ୍ରଇଂ ନ ଆସିବା ପର୍ଯ୍ୟନ୍ତ ଲୋକ ଅପେକ୍ଷା କରୁଥିଲେ । ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ମାଗୁଥିଲେ । ପରେ ସମୟ ଆସିଲେ ଲୋକ ବଜେଟ ସମ୍ପର୍କରେ ପ୍ରଶ୍ନ କରିବା ଆରମ୍ଭ କଲେ । ଆଜି 70 ବର୍ଷ ପରେ ସେହି ଚିନ୍ତାଧାରାରେ ପରିବର୍ତ୍ତନ ଘଟିଛି । ସେ ଯୋଜନାର ଘୋଷଣାପତ୍ରରେ ସନ୍ତୁଷ୍ଟ ହେଉନାହିଁ, ବିବରଣୀ ଦେଲେ ମଧ୍ୟ ସନ୍ତୁଷ୍ଟ ହେଉନାହିଁ । ବଜେଟ ସମ୍ପର୍କରେ କହିଲେ ମଧ୍ୟ ସେ ମାନିବାକୁ ପ୍ରସ୍ତୁତ ନୁହେଁ । ଯେତେବେଳେ ଯୋଜନାଟି ବାସ୍ତବରେ କାର୍ଯ୍ୟକାରୀ ହେଉଛି ସେତେବେଳେ ଯାଇ ସେ ସନ୍ତୁଷ୍ଟ ହେଉଛି । ହେଲେ ଯୋଜନାଗୁଡିକୁ ଆମେ ପୂର୍ବ ସେହି ଗତି ଅନୁସାରେ କାର୍ଯ୍ୟକାରୀ କରିପାରିବା ନାହିଁ । ଆମକୁ ଆମ କାର୍ଯ୍ୟର ଭତ୍ତିକୁ କ୍ଷୀପ୍ର କରିବାକୁ ହେବ । ଗତିକୁ ଅଧିକ ଦ୍ରୁତ କରିବାକୁ ପଡିବ । ତେବେ ଯାଇ ଆମେ ପାରିବା । ପ୍ରତ୍ୟେକ ଗାଁର ଲୋକମାନଙ୍କର ଆଶା ଯେ ତାଙ୍କ ଗାଁରେ ଗୋଟିଏ ପକ୍କା ସଡ଼କ ନିର୍ମାଣ ହେଉ । କାମଟି ବହୁତ ବଡ । ଅଟଳ ବିହାରୀ ବାଜପେୟୀ ବିଶେଷ ଧ୍ୟାନ ଦେଇ ଏହାକୁ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସରକାର ଏହାକୁ ଚାଲୁ ରଖିଲେ । ଆମେ ଏହାକୁ ଅଧିକ ଗତିଶୀଳ କରିବାପାଇଁ ଚେଷ୍ଟା କରିଛୁ । ଆଗରୁ ଦିନକୁ ପ୍ରାୟ 70 ରୁ 75 କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ କାର୍ଯ୍ୟ ହୋଇପାରୁଥିଲା । ଆଜି ସେହି ଗତିକୁ ବୃଦ୍ଧି କରି ଆମେ ଏହାକୁ ଦୈନିକ 100 କିଲୋମିଟର କରିପାରିଛୁ । ଏହି ଗତି ଆଗାମୀ ଦିନମାନଙ୍କରେ ସାଧାରଣ ମଣିଷର ଆଶାକୁ ପୂର୍ଣ୍ଣ କରିବ । ଆମ ଦେଶରେ ଆମେ ଶକ୍ତି ବିଶେଷକରି ଅକ୍ଷୟଶକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛୁ । ଦିନ ଥିଲା, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆମ ଦେଶରେ ପବନ ଶକ୍ତି ଉପରେ ଯେତେ କାର୍ଯ୍ୟ ହୋଇଥିଲା, କିନ୍ତୁ ଗତ ଏକ ବର୍ଷ ମଧ୍ୟରେ ଆମେ ସେଥିରେ 40 ପ୍ରତିଶତର ଅଭିବୃଦ୍ଧି କରିଛୁ । ଏହା ହେଉଛି ଏହାର ବୃଦ୍ଧିର ହାର । ସାରା ବିଶ୍ୱ ସୌରଶକ୍ତି ଉପରେ ଗୁରୁତ୍ୱ ଦେଉଛି । ଆମେ ଏଥିରେ 116 ପ୍ରତିଶତ ଅଭିବୃଦ୍ଧି କରିଛୁ । ଏହା ସାଧାରଣ ଅଭିବୃଦ୍ଧି ନୁହେଁ ବରଂ ବୃଦ୍ଧିର ଗତିରେ ଏକ ଲମ୍ଫ ପ୍ରଦାନ ସଦୃଶ ଅଟେ । ଆମେ ପ୍ରତ୍ୟେକ କଥାରେ ପ୍ରଗତିର ବେଗ ବ୍ୟାପକ ଭାବେ ବୃଦ୍ଧି କରିବାକୁ ଚାହୁଁଛୁ । ଆମ ଦେଶରେ ଆମ ସରକାର ଗଠିତ ହେବା ପୂର୍ବରୁ…। ଯଦି ଶକ୍ତି ଉତ୍ପାଦନ ହୁଏ ତେବେ ଏହାର ପରିବହନ ପାଇଁ ଟ୍ରାନ୍ସମିଶନ ଲାଇନର ମଧ୍ୟ ଆବଶ୍ୟକତା ପଡେ । ପୁଣି ଭଲ ଟ୍ରାନ୍ସମିଶନ ଲାଇନ ହେବା ଆବଶ୍ୟକ । ଆମ ସରକାର ଗଠନ ହେବାର ପୂର୍ବ 2 ବର୍ଷ ସମୟରେ ବର୍ଷକୁ 30 ରୁ 35 ହଜାର କିଲୋମିଟର ଟ୍ରାନ୍ସମିଶନ ଲାଇନ ବିଛାଯାଉଥିଲା । ଆଜି ମୁଁ ସନ୍ତୋଷର ସହ କହୁଛି ଯେ ଏହାକୁ ଆମେ 50 ହଜାର କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ଏହିଭଳି ଗତିକୁ ବଢ଼ାଇବାର କାମ କରିଛୁ । ଯଦି ଗତ 10 ବର୍ଷର ରେଳ ଲାଇନ କମିଶନିଂ କାର୍ଯ୍ୟ ଆମେ ଦେଖିବା, ଏଠାରେ କମିଶନିଂର ଅର୍ଥ ହେଲା – ରେଳ ଚାଲିପାରିବା ଭଳି ଯୋଗ୍ୟ ରେଳପଥର ନିର୍ମାଣ । ସବୁପ୍ରକାର ପରୀକ୍ଷାମୂଳକ ଚଳାଚଳ ଶେଷ ହୋଇଯାଇଥିବ । ଆଗରୁ 10 ବର୍ଷରେ 1500 କିଲୋମିଟର ହିସାବ ରହିଥିବା ବେଳେ ବିଗତ 2 ବର୍ଷ ମଧ୍ୟରେ 3500 କିଲୋମିଟର ହିସାବରେ କାମ କରିବାରେ ଆମେ ସଫଳ ହୋଇଛୁ । ଏହିଭଳି ଭାବରେ ଗତିକୁ ଆମେ ବଢ଼ାଇ ଚାଲିଛୁ । ଭାଇ ଓ ଭଉଣୀମାନେ, ଆଜି ଆଧାର କାର୍ଡକୁ ଆମେ ସରକାରୀ ଯୋଜନାଗୁଡିକ ସହ ସଂଯୁକ୍ତ କରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପାଇଁ ସବୁପ୍ରକାରର ବାଟମାରଣାକୁ ବନ୍ଦ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ପୂର୍ବ ସରକାର ଅମଳରେ ମାତ୍ର 4 କୋଟି ଆଧାରକାର୍ଡଧାରୀଙ୍କୁ ସରକାରୀ ଯୋଜନା ସହିତ ସଂଯୁକ୍ତ କରାଯାଇଥିଲା । ଆଜି ମୁଁ ସନ୍ତୁଷ୍ଟିର ସହ କହିବାକୁ ଚାହେଁ ଯେ ଆମେ 70 କୋଟି ଆଧାରକାର୍ଡଧାରୀ ନାଗରିକମାନଙ୍କୁ ସରକାରୀ ଯୋଜନାଗୁଡିକ ସହିତ ସଂଯୁକ୍ତ କରିବାକୁ କାର୍ଯ୍ୟ ପୂର୍ଣ୍ଣ କରିଛୁ । ଏବଂ ଯାହା ବାକି ଅଛି, ତାହାକୁ ମଧ୍ୟ ପୂର୍ଣ୍ଣ କରିବା ପାଇଁ କାମ ଚାଲିଛି । ଆଜି ଯେମିତି ଘରେ କାରଟିଏ ଥିଲେ ତାହାକୁ ସାମାଜିକ ପ୍ରତିଷ୍ଠାର ଚିହ୍ନ ରୂପେ ଗ୍ରହଣ କରାଯାଉଛି, ସେହିପରି ଦିନ ଥିଲା ଯେ ଘରେ ରୋଷେଇ ଗ୍ୟାସର ଚୁଲିଟିଏ ଥିଲେ ତାହାକୁ ସମାଜର ଗୋଟିଏ ପ୍ରତିଷ୍ଠାର ଚିହ୍ନ ଭାବେ ଗ୍ରହଣ କରାଯାଉଥିଲା । ଦେଶ ସ୍ୱାଧୀନ ହେବାର 6 ଦଶନ୍ଧି ମଧ୍ୟରେ ପ୍ରାୟ 14 କୋଟି ଲୋକଙ୍କୁ ରୋଷେଇ ଗ୍ୟାସ ସଂଯୋଗ ଦିଆଯାଇଥିଲା । ଭାଇ ଓ ଭଉଣୀମାନେ, ମୁଁ ଖୁବ୍ ସନ୍ତୁଷ୍ଟ ଯେ ଗୋଟିଏ ପାଖରେ 60 ବର୍ଷରେ ଦିଆଯାଇଥିବା 14 କୋଟି ରୋଷେଇ ଗ୍ୟାସ ସଂଯୋଗ, ଅନ୍ୟ ପକ୍ଷରେ ଆମେ ମାତ୍ର 60 ସପ୍ତାହ ମଧ୍ୟରେ 4 କୋଟି ନୂଆ ଲୋକଙ୍କୁ ରୋଷେଇ ଗ୍ୟାସ କନେକସନ ପ୍ରଦାନ କରିଛୁ । କେଉଁଠି 60 ବର୍ଷରେ ଦିଆଯାଇଥିବା 14 କୋଟି କନେକସନ ଏବଂ କେଉଁଠି ମାତ୍ର 60 ସପ୍ତାହ ମଧ୍ୟରେ ଦିଆଯାଇଥିବା 4 କୋଟି କନେକସନ । ଏହି ଗତିଶୀଳତା ଯୋଗୁ ସାମାନ୍ୟ ଗତିରେ ଜୀବନଯାପନର ପରିବର୍ତ୍ତନ ଆଜି ସମ୍ଭବ ହୋଇପାରିଛି । ଆମେ ଆଇନ ମଧ୍ୟରେ ଥିବା କ୍ଲିଷ୍ଟତାକୁ ଦୂର କରିବାର କାର୍ଯ୍ୟ ମଧ୍ୟ ଆରମ୍ଭ କରିଛୁ । ଆଇନର ବୋଝ ସରକାରଙ୍କ ପାଇଁ, ନ୍ୟାୟପାଳିକା ପାଇଁ ଏବଂ ନାଗରିକଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁଥିଲା । ଆମେ ଅନୁସନ୍ଧାନ କରି ଏଭଳି 1700 ଆଇନ ଚିହ୍ନଟ କରିଛୁ । ପାଖାପାଖି 1175ଟି ଆଇନକୁ ପାର୍ଲାମେଣ୍ଟରେ ଖାରଜ କରି ଦିଆଯାଇଛି ଏବଂ ଅବଶିଷ୍ଟଗୁଡିକୁ ମଧ୍ୟ ଖାରଜ କରି ଆମେ ଗୋଟିଏ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ଚାହୁଁଛୁ । ଭାଇ ଓ ଭଉଣୀମାନେ, ଆମ ଦେଶରେ ଏଭଳି ଗୋଟିଏ ଚିନ୍ତାଧାରା ବିକଶିତ ହୋଇଥିଲା ଯେ, ଏହି କାମ ତ ହୋଇପାରିବ ନାହିଁ, ଯଦି ହେବ, ବର୍ତ୍ତମାନ ହେବନାହିଁ । କେବେ ହେବ ତାହା କହିହେବ ନାହିଁ । ଏଭଳି ଗୋଟିଏ ହତାଶାର ବାତାବରଣ ଆମ ପ୍ରକୃତିଗତ ହୋଇ ଚାଲିଥିଲା । ଏହାକୁ ଭେଦ କରି ପ୍ରଶାସନର ଏକ ନୂତନ ଶକ୍ତି ଭରିବା…। ଯେତେବେଳେ କୌଣସି ସଫଳତା ଦେଖାଦିଏ ସେତେବେଳେ କାମ କରିବାର ଉତ୍ସାହ ବୃଦ୍ଧିପାଏ । ଶକ୍ତି ମଧ୍ୟ ବୃଦ୍ଧି ପାଏ, ସଂକଳ୍ପ ମଧ୍ୟ ଶାଣିତ ହୁଏ । ଏବଂ ଏହାର ପରିଣାମ ମଧ୍ୟ ଖୁବ୍ ପାଖରେ ଥିବା ଭଳି ମନେହୁଏ । ଭାଇ ଓ ଭଉଣୀମାନେ, ଆମେ ଯେତେବେଳେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ କରିଥିଲୁ, ଏକ ପ୍ରକାର ଅସମ୍ଭବ କାମଟିଏ ଥିଲା । ଏତେ ବର୍ଷ ଧରି ବ୍ୟାଙ୍କଗୁଡିକ ରହିଥିଲା, ସରକାର ରହିଥିଲା, ବ୍ୟାଙ୍କର ଜାତୀୟକରଣ ହୋଇସାରିଥିଲା, କିନ୍ତୁ ସାଧାରଣ ବ୍ୟକ୍ତି ଦେଶର ମୁଖ୍ୟଧାରାରେ ସାମିଲ ହୋଇପାରୁନଥିଲା । ଭାଇ ଓ ଭଉଣୀମାନେ, 21 କୋଟି ପରିବାରକୁ, 21 କୋଟି ନାଗରିକମାନଙ୍କୁ ଧନଜନ ଯୋଜନା ସହିତ ସଂଯୁକ୍ତ କରି ଅସମ୍ଭବ କାମ ସମ୍ଭବ ହୋଇପାରିଲା । ଏହି କାର୍ଯ୍ୟର ଶ୍ରେୟ ସରକାରଙ୍କୁ ନୁହେଁ ବରଂ ଏହାକୁ ସମ୍ଭବ କରିଥିବା 125 କୋଟି ଲୋକଙ୍କୁ ମିଳୁଛି । ଏହି କାର୍ଯ୍ୟ କରି ଦେଖେଇଥିବାରୁ ମୁଁ ଦେଶର 125 କୋଟି ନାଗରିକଙ୍କୁ ପ୍ରଣାମ କରୁଛି । ଆଜିକାଲି ଭାରତର ଗାଁ ମାନଙ୍କରେ ନାରୀ ସମ୍ମାନର ଅଭିଯାନ ଚାଲିଛି । ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଖୋଲାରେ ଶୌଚ କାର୍ଯ୍ୟ ବନ୍ଦ ହେବା ଆବଶ୍ୟକ, ଗାଁ ମାନଙ୍କରେ ଶୌଚାଳୟ ହେବା ଉଚିତ । ଯେତେବେଳେ ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀର ଉପରୁ ମୋତେ ଆପଣମାନଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା ସେଦିନ ମୁଁ ମୋ ମନର ଭାବନାକୁ ପ୍ରକାଶ କରିଥିଲି ଯେ ମୋ ଦେଶ ଏଭଳି କେମିତି ହୋଇପାରେ । ଆଜି ମୁଁ କହିପାରେ ଯେ ଏତେ କମ ସମୟ ମଧ୍ୟରେ ଭାରତର ଗାଁ ମାନଙ୍କରେ 2 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । 70 ହଜାରରୁ ଅଧିକ ଗାଁ ଆଜି ଖୋଲାରେ ଶୌଚ କାର୍ଯ୍ୟ କରିବାର ଅଭ୍ୟାସରୁ ମୁକ୍ତ ହୋଇସାରିଛନ୍ତି । ସାଧାରଣ ଜୀବନଯାତ୍ରାରେ ପରିବର୍ତ୍ତନ ପାଇଁ ଆମେ ଯତ୍ନବାନ । ଏହି ଲାଲକିଲ୍ଲାର ପ୍ରାଚୀର ଉପରୁ ଗତ ବର୍ଷ ମୁଁ କହିଥିଲି ଯେ 1000 ଦିନରେ ଆମ ବିଜୁଳି ପହଂଚି ନଥିବା ସେହି 18000 ଗାଁ ମାନଙ୍କରେ ବିଜୁଳି ପହଂଚାଇବୁ । ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ବିଜୁଳି ବିନା ସେମାନେ ଅଷ୍ଟାଦଶ ଶତାଦ୍ଦୀରେ ରହିବା ଭଳି ସ୍ଥିତିରେ ଥିଲେ । ତେବେ ଆମେ ଦାୟିତ୍ୱ ନେଲୁ ଏବଂ ଅସମ୍ଭବକୁ ସମ୍ଭବ କରିବାର ସଂକଳ୍ପ ମଧ୍ୟ ନେଲୁ । ଆଜି ମୁଁ ଖୁସିର ସହ କହୁଛି ସେହି ହଜାର ଦିନରୁ ଆଜି ଅଧା ସମୟ ବିତିନାହିଁ । ତଥାପି ସେହି 18000 ଗାଁ ମଧ୍ୟରୁ 10000 ଗ୍ରାମକୁ ବିଜୁଳି ସଂଯୋଗ ଦିଆଯାଇସାରିଛି । ସେହି ଗାଁ ଗୁଡିକ ମଧ୍ୟରୁ ଏଭଳି ଅନେକ ଗ୍ରାମ ଅଛି ଯେଉଁଠାରେ ଗ୍ରାମବାସୀମାନେ ପ୍ରଥମ ଥର ପାଇଁ ନିଜ ଘରେ ବସି ଏଠାକାର ସ୍ୱାଧୀନତା ଦିବସ ପାଳନ ସମାରୋହକୁ ଟିଭିରେ ଦେଖିପାରୁଛନ୍ତି । ମୁଁ ସେହି ଗ୍ରାମଗୁଡିକୁ ମଧ୍ୟ ବିଶେଷ ଶୁଭକାମନା ଦେଉଛି । ଭାଇ ଓ ଭଉଣୀମାନେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିଲ୍ଲୀରୁ ମାତ୍ର ତିନି ଘଣ୍ଟା ଦୂରତାରେ ଥିବା ହାଥ୍ରସ ଅଂଚଳର ଗୋଟିଏ ଗାଁ ନଗ୍ଲା ଫଟେଲା ଏପରି ଅଛି ଯେ ସେହି ଗାଁକୁ ବିଜୁଳି ପହଂଚାଇବାକୁ କିନ୍ତୁ ସତୁରି ବର୍ଷ ଲାଗିଗଲା । ଭାଇ ଓ ଭଉଣୀମାନେ ଆମେ କେଉଁ ଗତିରେ କାର୍ଯ୍ୟ ଆରମ୍ଭ କରିଛୁ । ବୈଜ୍ଞାନିକମାନେ ଜନସାଧାରଣଙ୍କ ମଙ୍ଗଳ ପାଇଁ ଏଲଇଡି ବଲ୍ବ ଉଦ୍ଭାବନ କଲେ, ତେବେ ଭାରତରେ ଏଭଳି ଏଲଇଡି ବଲ୍ବର ଦାମ ଥିଲା 350 ଟଙ୍କା, ତାକୁ କିଣିବ କିଏ ? ଦେଶର ଜନତାଙ୍କ ଜୀବନରେ ପରିବର୍ତ୍ତନ ପାଇଁ ଯଦି ଏଲଇଡି ବଲ୍ବକୁ ଉପଯୋଗ କରାଯାଇପାରେ, ପରିବେଶ ଓ ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇପାରେ, ତେବେ ସେଥିପ୍ରତି ସରକାର ଯତ୍ନବାନ ହେବା ଉଚିତ ।
ସରକାରଙ୍କ ସ୍ୱରୂପ ହେଉଛି, ଯେଉଁଠି ହସ୍ତକ୍ଷେପ କରିବା କଥା ସେଠି ନକରି ଯେଉଁଠି ସରକାରୀ ହସ୍ତକ୍ଷେପର ଆବଶ୍ୟକତା ନଥାଏ, ସେଠାରେ ଏଭଳି ଘଟିଥାଏ । ତେବେ, ଏଭଳି କାର୍ଯ୍ୟ ସଂସ୍କୃତିକୁ ବଦଳେଇବାର ପ୍ରୟାସ ଆମେ କରିଛୁ । ତେଣୁ 350 ଟଙ୍କାରେ ବିକ୍ରି ହେଉଥିବା ବଲ୍ବ, ସରକାରୀ ହସ୍ତକ୍ଷେପ ଫଳରେ ଆଜି ଆମେ ମାତ୍ର 50 ଟଙ୍କାରେ ସେହି ବଲ୍ବ ବିତରଣ କରୁଛୁ । ମୁଁ ପଚାରିବାକୁ ଚାହେଁ ନାହିଁ ଯେ ସେ ପଇସା କୁଆଡେ ଯାଉଥିଲା । କିନ୍ତୁ 13 କୋଟି ବଲ୍ବ ଏ ଯାବତ ବଣ୍ଟନ ହୋଇସାରିଛି । ଯଦି ବଲ୍ବ ପିଛା 300 ଟଙ୍କା ସରକାର ଦେଇଥାନ୍ତେ ତେବେ ସରକାର ଖୁବ୍ ପ୍ରଶଂସାର ପାତ୍ର ହୋଇପାରିଥାନ୍ତେ । କିନ୍ତୁ ଆମେ ମାତ୍ର 50 ଟଙ୍କାରେ ବଲ୍ବ ଯୋଗାଇ ସେମାନଙ୍କର ହଜାର ହଜାର ଟଙ୍କା ସଂଚୟରେ ଆମେ ସାହାଯ୍ୟ କରିଛୁ । 77 କୋଟି ବଲ୍ବ ବିତରଣର ଲକ୍ଷ ରଖାଯାଇଛି । ଆଜି ମୁଁ ଦେଶବାସୀଙ୍କୁ କହିବାକୁ ଚାହେଁ ଯେ ଆପଣ ମଧ୍ୟ ନିଜ ଘରେ ଏଲ୍ଇଡି ବଲ୍ବ ଲଗାନ୍ତୁ, ବର୍ଷକୁ 200, 300, 500 ଟଙ୍କା ସଂଚୟ କରନ୍ତୁ । ଦେଶର ଶକ୍ତି ସଂରକ୍ଷଣ କରନ୍ତୁ, ପରିବେଶ ସୁରକ୍ଷା କରନ୍ତୁ । ଯେଉଁଦିନ 77 କୋଟି ଏଲ୍ଇଡି ବଲ୍ବ ଲଗାଯିବ, ଭାରତର 20 ହଜାର ମେଗାୱାଟ୍ ବିଜୁଳି ସଂଚୟ ହୋଇପାରିବ । ଏହା ଫଳରେ ଦେଶର 1.25 ଲକ୍ଷ କୋଟି ଟଙ୍କା ମଧ୍ୟ ସଂଚୟ ହୋଇପାରିବ । ଏହାଛଡା ଆମେ ବିଶ୍ୱ ତାପନ ବିରୋଧରେ ସଂଗ୍ରାମ ଜାରି ରଖିବା । ଏହିଭଳି ଆମେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରୁଛୁ । ଆପଣମାନେ ଜାଣିଥିବେ, ଯେ ଶକ୍ତି ପାଇଁ, ପେଟ୍ରୋଲିୟମ ଜାତ ଦ୍ରବ୍ୟ ପାଇଁ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଛୁ । ଆମକୁ ନିର୍ଦ୍ଧାରିତ ଦରରେ ଏହି ଦ୍ରବ୍ୟ ମିଳୁ, ସେଥିପାଇଁ ଦୀର୍ଘକାଳୀନ ଭିତ୍ତିରେ ଚୁକ୍ତି କରାଯାଇଛି । ଗ୍ୟାସ ପାଇଁ କତାର ସହିତ ଆମର ଚୁକ୍ତି 2024 ମସିହା ପର୍ଯ୍ୟନ୍ତ ବଳବତ୍ତର ଅଛି, କିନ୍ତୁ ଦାମ ଅଧିକ ଥିବାରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ଆମର ବୈଦେଶିକ ନୀତି ଏବଂ ସମ୍ପର୍କର ଫଳ ସ୍ୱରୂପ କତାର ସହିତ ଆଉ ଥରେ ଆଲୋଚନା ହେଲା । ପୂର୍ବରୁ ଯେଉଁ ବୁଝାମଣା ହୋଇଥିଲା ଏବଂ 2024 ପର୍ଯ୍ୟନ୍ତ ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ଦରରେ ଆମେ କ୍ରୟ କରିବାକୁ ବାଧ୍ୟ ହେଉଥିଲୁ ସେହି ଦେଶର ଯାହା ନ୍ୟାଯ୍ୟ ପ୍ରାପ୍ୟ ହେଉଥିଲା, ତାହା ଆମର ଆଲୋଚନା ଫଳରେ ସେମାନେ ସ୍ଥିରୀକୃତ ଦର ଉପରେ ପୁନର୍ବିଚାର କଲେ । ଏହା ଫଳରେ ଆମ ଦେଶରେ 20 ହଜାର କୋଟି ଟଙ୍କା ସଂଚୟ ହୋଇପାରିଲା । ଏଭଳି ଗୋଟିଏ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଲା । ଚାବାହାର ବନ୍ଦର ଯାହା ମଧ୍ୟ ଏସିଆ ସହ ଆମକୁ ଯୋଡିବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏହାର ନିର୍ମାଣ ପାଇଁ ସବୁ ସରକାରଙ୍କ କାର୍ଯ୍ୟକଳାପରେ ଆଲୋଚନା ଓ ପ୍ରଚେଷ୍ଟା ହେଲା । ସେହି ଅସମ୍ଭବ କାର୍ଯ୍ୟ ସମ୍ଭବ ହେଉଥିବା ଦେଖି ଆଜି ମୁଁ ସନ୍ତୁଷ୍ଟି ଅନୁଭବ କରୁଛି । ଏବେ ଇରାନ, ଆଫଗାନିସ୍ତାନ ଏବଂ ଭାରତ ମିଶି ଚାବାହାର ବନ୍ଦର ନିର୍ମାଣ ଦିଗରେ ଗୋଟିଏ ସୁନିୟୋଜିତ ଯୋଜନା ସହିତ ଅଗ୍ରସର ହେଉଛନ୍ତି । ମୋର ଭାଇ ଓ ଭଉଣୀମାନେ, ସାଧାରଣ ମଣିଷ ସହିତ ଜଡିତ ଥିବା ଗୋଟିଏ ବିଷୟ ସମ୍ପର୍କରେ ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି । ଦରବୃଦ୍ଧି… ଏକଥା ସତ ଯେ ପୂର୍ବ ସରକାରଙ୍କ କାର୍ଯ୍ୟକାଳରେ ମୁଦ୍ରାସ୍ଫୀତି ହାର 10 ପ୍ରତିଶତକୁ ମଧ୍ୟ ଟପି ଯାଇଥିଲା । ଆମର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ମୁଦ୍ରାସ୍ଫୀତି ହାରକୁ ଆମେ 7 ପ୍ରତିଶତ ମଧ୍ୟରେ ସୀମିତ ରଖିପାରୁଛୁ । କେବଳ ସେତିକି ନୁହେଁ ମୁଦ୍ରାସ୍ଫୀତି ହାରକୁ 4 ପ୍ରତିଶତ (+/- 2%)କୁ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଆମେ ରିଜର୍ଭ ବ୍ୟାଙ୍କ ସହିତ ବୁଝାମଣା କରିଛୁ । ଦେଶରେ ଲଗାତର ଭାବେ 2 ବର୍ଷ ମରୁଡି ହେଲା । ପନିପରିବା ଦର ଉପରେ ମରୁଡିର ପ୍ରଭାବ ତତକ୍ଷଣାତ ଦେଖାଯାଏ । ଏଥି ଯୋଗୁଁ କିଛି ଅସୁବିଧା ନିଶ୍ଚୟ ହେଲା । 2 ବର୍ଷ ମରୁଡି ଯୋଗୁଁ ଡାଲିର ଉତ୍ପାଦନ ହ୍ରାସ ପାଇବା ମଧ୍ୟ ଚିନ୍ତାର କାରଣ ହେଲା । କିନ୍ତୁ ଭାଇ ଓ ଭଉଣୀମାନେ, ଦରବୃଦ୍ଧି ଯଦି ପୂର୍ବବର୍ଷମାନଙ୍କ ପରି ହୋଇଥାନ୍ତା, ତାହେଲେ ମୋ ଦେଶର ଗରିବମାନଙ୍କ ସ୍ଥିତି ଯେ କଣ ହୋଇଥାନ୍ତା ? ତାହାକୁ ରୋକିବା ପାଇଁ ଆମେ ଚେଷ୍ଟା କରିଛୁ । କିନ୍ତୁ ଏହି ସରକାରଙ୍କଠାରୁ ଲୋକମାନଙ୍କର ଆଶା ଅନେକ । ସେଥିପାଇଁ ସେହି ଦିଗରେ ଚେଷ୍ଟା କରିବାରେ ମୁଁ କିଛି ବାକି ରଖିବି ନାହିଁ । ମୋ ଦ୍ୱାରା ଯେତେ ଚେଷ୍ଟା ହେବ ମୁଁ କରିବି ଏବଂ ଗରିବ ଲୋକଙ୍କର ଭୋଜନ ଥାଳିକୁ ମହଙ୍ଗା ହେବାକୁ ଦେବି ନାହିଁ । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଦେଶ ଗୁରୁ ଗୋବିନ୍ଦ ସିଂଙ୍କର 350 ତମ ଜୟନ୍ତୀ ପାଳନ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ଦେଶପାଇଁ ପ୍ରାଣବଳି ଦେବାର ଗାଥା, ଶିଖଗୁରୁଙ୍କର ପରମ୍ପରା ଏ ଦେଶ କେମିତି ଭୁଲିପାରେ । ଗୁରୁ ଗୋବିନ୍ଦ ସିଂହ ଗୋଟିଏ ଭଲ କଥା କହିଥିଲେ, ସେ କହିଥିଲେ ଯେ ଯେଉଁ ହାତ କେବେ ସେବା କରିନାହିଁ, ଯେଉଁ ହାତରେ କେବେ କୌଣସି କାର୍ଯ୍ୟ ହୋଇନାହିଁ, ଯେଉଁ ହାତ ପରିଶ୍ରମରେ ମଜଭୁତ ହୋଇନାହିଁ, କାମ କରୁ କରୁ ଯେଉଁ ହାତରେ ବିଣ୍ଡି ପଡିଯାଇନାହିଁ, ସେହି ହାତକୁ ମୁଁ ପବିତ୍ର ବୋଲି କେମିତି ଗ୍ରହଣ କରିପାରିବି । ଏହି ଅବସରରେ ମୁଁ ମୋର ଚାଷୀଭାଇଙ୍କ କଥା ମନେପକାଉଛି । ସେମାନଙ୍କ ହାତଠୁ ବଳି ପବିତ୍ର ହାତ ଆଉ କାହାର ବା ହୋଇପାରେ । ସେମାନଙ୍କର ହୃଦୟଠାରୁ ପବିତ୍ର ହୃଦୟ ଆଉ କାହାର ବା ହୋଇପାରେ । ତାହାଠାରୁ ବଳି ପବିତ୍ର ଉଦ୍ଦେଶ୍ୟ ଆଉ କାହାର ବା ହୋଇପାରେ । ଦୁଇ ବର୍ଷର ମରୁଡି ସତ୍ୱେ ଦେଶର ଶସ୍ୟ ଭଣ୍ଡାରକୁ ଭରି ରଖିଥିବାରୁ ମୁଁ ମୋର ଚାଷୀଭାଇମାନଙ୍କୁ ଅଭିନନ୍ଦନ ଜଣାଉଛି । ମରୁଡି ପରିସ୍ଥିତି ବଦଳିଛି । ଏ ବର୍ଷ ଭଲ ବର୍ଷା ହେଉଛି । କିଛି ସ୍ଥାନରେ ବର୍ଷା ଯୋଗୁ ଅସୁବିଧା ମଧ୍ୟ ହୋଇଛି । ଯେଉଁ ରାଜ୍ୟ କିମ୍ବା ନାଗରିକମାନଙ୍କୁ ଅସୁବିଧା ହୋଇଛି, ସେମାନଙ୍କୁ ସହାୟତା ପାଇଁ ଭାରତ ସରକାର ପ୍ରସ୍ତୁତ । ଆମ ଦେଶରେ ଡାଲି ଜାତୀୟ ଫସଲର ଅଭାବ ହୋଇଥିଲା । ତେବେ ଡାଲିର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଚଳିତ ବର୍ଷ ଆମ ଚାଷୀଭାଇ ଡାଲି ଫସଲକୁ ଦେଢ଼ଗୁଣ ବୃଦ୍ଧି କରିବାର ଲକ୍ଷ୍ୟ ରଖିଥିବାରୁ ମୁଁ ସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଆମେ ଡାଲି ପାଇଁ ସର୍ବନିମ୍ନ ମୂଲ୍ୟ ସ୍ଥିର କରିଛୁ । ଆମେ ଡାଲି ପାଇଁ ବୋନସ ଘୋଷଣା କରିଛୁ । ଆମେ ଡାଲି କ୍ରୟ ପ୍ରଣାଳୀର ସୁପରିଚାଳନା ପାଇଁ ବ୍ୟବସ୍ଥା କରିଛୁ । ଚାଷୀଭାଇଙ୍କୁ ଡାଲି ଚାଷ ପାଇଁ ଆମେ ପ୍ରୋତ୍ସାହିତ କରିଛୁ । ଯାହାଦ୍ୱାରା ବିଶେଷ ଲାଭ ହେବ । ଭାଇ ଓ ଭଉଣୀମାନେ, ଯେତେବେଳେ ମୁଁ କାର୍ଯ୍ୟ ସଂସ୍କୃତି କଥା କହୁଛି, ଆମେ ବସ୍ତୁଗୁଡିକୁ ଅଂଶ ରୂପେ ନୁହେଁ ବରଂ ସାମଗ୍ରୀକ ଭାବେ ସମନ୍ଵିତ ରୂପରେ ଦେଖୁଛୁ । ଆମେ କାର୍ଯ୍ୟ ସଂସ୍କୃତିକୁ ଏଭଳି ଭାବେ ବିକଶିତ କରିଛୁ ଯେ ଏହାର ସମ୍ପୂର୍ଣ୍ଣ ଶୃଙ୍ଖଳା ଗୋଟିଏ ବୃହତ ପରିଣାମ ସୃଷ୍ଟି କରିପାରେ । ସର୍ବପ୍ରଥମେ ଆମେ ମାଟି ମା’ର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଲୁ । ଜମିର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟିଦେଇ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରିବା ସହ ସାମଗ୍ରିକ ଏବଂ ଅଣୁ-ପୋଷକ ସମ୍ପର୍କରେ ଚାଷୀଙ୍କୁ ବୁଝାଇଲୁ । ଚାଷୀଙ୍କୁ ସେମାନଙ୍କ ଜମିରେ ଥିବା ଦୋଷ ଦୁର୍ବଳତା ସମ୍ପର୍କରେ, କେଉଁ ଫସଲ ପାଇଁ ତାଙ୍କ ଜମି ଉପଯୁକ୍ତ, କେଉଁ ଫସଲ ପାଇଁ ଅନୁପଯୁକ୍ତ ସେ ସମ୍ପର୍କରେ ବୁଝାଇବା ପରେ ଚାଷୀମାନେ ଧୀରେ ଧୀରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଅନୁସାରେ ସେମାନଙ୍କ ଫସଲ ସମ୍ପର୍କରେ ଯୋଜନା ପ୍ରସ୍ତୁତ କଲେ । ଏହିପରି ଯୋଜନା କରିଥିବା କିଛି ଚାଷୀ ମୋତେ ଜଣାଇଛନ୍ତି ଯେ ଏହା ଦ୍ୱାରା ସେମାନଙ୍କ ଖର୍ଚ୍ଚ 25 ପ୍ରତିଶତ ହ୍ରାସ ପାଇଛି ଏବଂ ଉତ୍ପାଦନରେ 30 ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହେଉଛି । ବର୍ତ୍ତମାନ ପାଇଁ ଏହି ସଂଖ୍ୟା କମ୍ କିନ୍ତୁ ଆଗାମୀ ଦିନମାନଙ୍କରେ ଏହା ବୃଦ୍ଧି ପାଇବ । ଆମ ଚାଷୀଭାଇର ଜମି ଅଛି, ପାଣି ମିଳିଗଲେ ସେ ମାଟିରୁ ସୁନା ଫଳାଇପାରେ । ସେଥିପାଇଁ ଆମେ ଜଳ ସୁପରିଚାଳନା ଉପରେ ଗୁରୁତ୍ୱ ଦେଉଛୁ । ଜଳସେଚନ ଉପରେ ଗୁରୁତ୍ୱ ଦେଉଛୁ । ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛୁ । ପାଣିର ପ୍ରତିଟି ଟୋପା କେମିତି ଚାଷୀର କାମରେ ଲାଗିପାରିବ । ପାଣିର ଗୁରୁତ୍ୱ କେମିତି ବୃଦ୍ଧି ପାଇବ, ପ୍ରତ୍ୟେକ ବୁନ୍ଦା ଅଧିକ ଫସଲ (ପର ଡ୍ରପ – ମୋର କ୍ରପ୍) ଏବଂ ଅଣୁ-ଜଳସେଚନ ଉପରେ ଆମେ ଗୁରୁତ୍ୱ ଦେଉଛୁ । 90 ପ୍ରତିଶତରୁ ଅଧିକ ଜଳସେଚନ ପରିଯୋଜନା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିଥିଲା । ସେହି ଯୋଜନାଗୁଡିକ ସମ୍ପୂର୍ଣ୍ଣ କରିବା କାମ ଆମେ ହାତକୁ ନେଲୁ ଏବଂ ସର୍ବପ୍ରଥମେ ସେହି ଯୋଜନାଗୁଡିକୁ ସମ୍ପୂର୍ଣ୍ଣ କରିବୁ । ଲକ୍ଷ ଲକ୍ଷ ଜମିକୁ ଏହି ଜଳସେଚନର ଲାଭ ମିଳୁ, ସେହି ଦିଗରେ ଆମେ କାମ କରିବୁ । ଆମେ ଚାଷୀର ବିନିଯୋଗ ଖର୍ଚ୍ଚ କମ୍ କରିବା ପାଇଁ ଚେଷ୍ଟା କରିବୁ, କାରଣ ଚାଷୀଙ୍କୁ ଆଜିକାଲି ବିଜୁଳି ଆବଶ୍ୟକ, ପାଣି ଦରକାର । ହେଲେ ଆଗ ବିଜୁଳି ଦରକାର । ବିଜୁଳି ମହଙ୍ଗା ହୋଇଥିବାରୁ ଆମେ ବୃହତ ଆକାରରେ ସୌରଶକ୍ତି ଚାଳିତ ପମ୍ପର କାମ ହାତକୁ ନେଇଛୁ । ଯାହାଦ୍ୱାରା ଚାଷୀର ଖର୍ଚ୍ଚ କମିଯିବ ଏବଂ ସୌରଚାଳିତ ପମ୍ପ ଘରେ ରହିଥିବାରୁ ବିଜୁଳି ବି ନିଜର, ସୂର୍ଯ୍ୟ ନିଜର, କ୍ଷେତ ବି ନିଜର । ଚାଷୀର ଜୀବନ ଖୁସିରେ ଆତ୍ମନିର୍ଭର ଏବଂ ସୁଖମୟ ହୋଇଯିବ । ଏଯାଏଁ 77 ହଜାର ସୌରଶକ୍ତି ଚାଳିତ ପମ୍ପ ବିତରଣ କାର୍ଯ୍ୟରେ ଆମେ ସଫଳତା ହାସଲ କରିଛୁ ।
ଭାଇ ଓ ଭଉଣୀମାନେ, ମୁଁ ମୋ ଦେଶର ବୈଜ୍ଞାନିକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଜମି, ପାଣି, ସୌର ପମ୍ପ ସହିତ ଭଲ ବିହନ ମଧ୍ୟ ଆବଶ୍ୟକ ହୋଇଥାଏ । ଭାରତର ଜଳବାୟୁକୁ ସୁହାଇଲା ଭଳି ଆମ ଦେଶର ବୈଜ୍ଞାନିକମାନେ 131 ରୁ ଅଧିକ ନୂଆ କିସମର ବିହନ ପ୍ରସ୍ତୁତ କରିଛନ୍ତି । ଯାହା ଆମର ହେକ୍ଟର ପିଛା ଉତ୍ପାଦନକୁ ବୃଦ୍ଧି କରିବାରେ ସକ୍ଷମ । ଏହାଛଡା ଏହାର ଗୁଣମାନ ମଧ୍ୟ ବୃଦ୍ଧି ପାଉଛି । ମୁଁ ଏହି ବୈଜ୍ଞାନିକମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।
ଚାଷୀକୁ ୟୁରିଆ ଆବଶ୍ୟକ, ସାର ଆବଶ୍ୟକ । ଦିନ ଥିଲା, ସାର କଳାବଜାରୀ ହେଉଥିଲା, ଦିନ ଥିଲା ସାର କିଣିବା ବେଳେ ପୁଲିସର ଲାଠିଚାର୍ଜ ହେଉଥିଲା, ଦିନ ଥିଲା ଲୋକ ସାର ଅଭାବରେ ନିଜ ଆଖି ସାମ୍ନାରେ ଫସଲ ନଷ୍ଟ ହେଉଥିବାର ଦେଖୁଥିଲା ।
ଭାଇ ଓ ଭଉଣୀମାନେ, ସାରର ଅଭାବ ଏବେ ଅତୀତର କଥା ହୋଇଯାଇଛି । ଇତିହାସର ଗର୍ଭକୁ ଚାଲିଯାଇଛି । ଆଜି ସର୍ବାଧିକ ସାର ଉତ୍ପାଦନରେ ଆମେ ସଫଳତା ଲାଭ କରିଛୁ । ଭାଇ ଓ ଭଉଣୀମାନେ, ସାର ଉତ୍ପାଦନ ଯୋଗୁଁ ଚାଷୀ ନିଜ ଆବଶ୍ୟକତା ଅନୁସାରେ ଠିକ୍ ସମୟରେ ସାର ପାଇବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ସେହିପରି ଆମେ ଫସଲ ବୀମା ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପ୍ରଣୟନ କରିଛୁ । ଯେଉଁଥିରେ ଜମିଠାରୁ ଆରମ୍ଭ କରି ଉତ୍ପାଦିତ ଦ୍ରବ୍ୟ ଯାଏଁ ସବୁ ଜିନିଷର ସୁରକ୍ଷା ହୋଇପାରୁଛି । ଅତି କମ ପ୍ରିମିୟମରେ ସର୍ବାଧିକ ସୁରକ୍ଷା, ତାହାପୁଣି ଗ୍ୟାରେଣ୍ଟି ସହ । ଏଭଳି ଫସଲବୀମା ଯୋଜନାର ପ୍ରଣୟନ ଆମେ କରିଛୁ । ଆମେ 15 ଲକ୍ଷ ଟନ ଶସ୍ୟ ସଂରକ୍ଷଣ ପାଇଁ ନୂଆ ଗୋଦାମ ଘର ନିର୍ମାଣ କରିଛୁ । ମୂଲ୍ୟ ସମ୍ବର୍ଦ୍ଧନ (Value Addition)କରିପାରିଲେ ଆମ ଚାଷୀର ହିତସାଧନ ହୋଇପାରିବ । ତେଣୁ ମୂଲ୍ୟ ସମ୍ବର୍ଦ୍ଧନ ପାଇଁ ଆମେ ପ୍ରଥମ ଥର ଖାଦ୍ୟ ପ୍ରକ୍ରିୟାକରଣ ଉପରେ ବିଶେଷ ଭାବରେ ଗୁରୁତ୍ଵ ଦେଇଛୁ । 100 ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଆମେ ପ୍ରୋତ୍ସାହିତ କରିଛୁ । ଯାହାଦ୍ୱାରା କୃଷି ଆଧାରିତ ଉଦ୍ୟୋଗ ଶକ୍ତିଶାଳୀ ହେବ । ଏହା ହେଲେ 2022 ସୁଦ୍ଧା ମୁଁ ଚାଷୀର ଆୟକୁ ଦ୍ୱିଗୁଣିତ କରିବାର ଯେଉଁ ସ୍ୱପ୍ନ ଦେଖିଛି, ତାହା ପାଇଁ ଆମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛୁ ।
ଭାଇ ଓ ଭଉଣୀମାନେ, ଆମ ଦେଶର ଗୋଟିଏ ପରମ୍ପରା ହୋଇଯାଇଛି । ସରକାରମାନେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଅନେକ କିଛି କରିଛନ୍ତି । ଆମ ଦେଶର ସ୍ୱଭାବ ଅନୁସାରେ ଗୋଟିଏ ଅଧେ ଲୋକଦେଖାଣିଆ କାମ କରିଦିଅ । ସରକାରୀ କୋଷକୁ ଖାଲି କରିଦିଅ । ଭାଇ ଓ ଭଉଣୀମାନେ, ମୁଁ ନିଜକୁ ଏହି ମୋହଠାରୁ ଦୂରେଇ ରଖିବାରେ ବହୁତ ପ୍ରୟାସ କରିଛି । ତେଣୁ ଏକ ସମ୍ପୂର୍ଣ୍ଣ ପରିବର୍ତ୍ତନ, ସ୍ୱଚ୍ଛତାର ସହ ପରିବର୍ତ୍ତନ ।
Reform, Perform, Transform – ଏହି ମନ୍ତ୍ରକୁ ଧରି ଆମେ ଗୋଟିଏ ପରେ ଗୋଟିଏ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକରିବାକୁ ଚେଷ୍ଟା କରିଛୁ । ଭାଇ ଓ ଭଉଣୀମାନେ, ଆମେ ସରକାରଙ୍କ ପରିଚୟ ସୃଷ୍ଟି କରିବା ଅପେକ୍ଷା ଭାରତର ପରିଚୟ କେମିତି ସୃଷ୍ଟି ହେବ, ସେଥିପ୍ରତି ଗୁରୁତ୍ୱ ଦେଇଛୁ । ଦଳର ପରିଚୟ ସୃଷ୍ଟି ହେଉ ବା ନ ହେଉ, ଦେଶର ପରିଚୟ ସୃଷ୍ଟି ହେବା ଆବଶ୍ୟକ । ଦେଶର ପରିଚୟ ସୃଷ୍ଟି ହେଲେ ଆଗାମୀ ଅନେକ ଶତାଦ୍ଦୀ ଧରି ଆମର ଆଗାମୀ ବଂଶଧରମାନଙ୍କୁ ଏହାର ଲାଭ ମିଳିବ । ତେଣୁ ଆମେ ସରକାରର ପରିଚୟ ଅପେକ୍ଷା ଦେଶର ପରିଚୟ ସୃଷ୍ଟି କରିବାକୁ ପ୍ରାଥମିକତା ଦେଇଛୁ ।
ଆମର କାର୍ଯ୍ୟକ୍ଷେତ୍ରକୁ ଆପଣମାନେ ଦେଖୁଥିବେ । ଏକ ପକ୍ଷରେ ଆମେ ବାୟୋ ଟୟଲେଟ୍ ବା ଜୈବ-ଶୌଚାଳୟ ସମ୍ପର୍କରେ ଆଲୋଚନା କରୁଛୁ । ଅନ୍ୟପକ୍ଷରେ ବୁଲେଟ ଟ୍ରେନ ଆଣିବାର ସ୍ୱପ୍ନ ମଧ୍ୟ ଦେଖୁଛୁ । ଗୋଟିଏ ପଟେ ଆମେ ଚାଷୀପାଇଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ଆଲୋଚନା କରୁଛୁ, ଅନ୍ୟପକ୍ଷରେ ଆମେ ଉପଗ୍ରହ ଏବଂ ମହାକାଶ ପ୍ରଯୁକ୍ତି କୌଶଳ ଦିଗରେ ମଧ୍ୟ ଆଗକୁ ବଢ଼ି ଚାଲିଛୁ । ଆମେ ଷ୍ଟାଣ୍ଡ-ଅପ୍ ଇଣ୍ଡିଆ କଥା କହୁଛୁ, ତେଣେ ଷ୍ଟାର୍ଟ-ଅପ୍ ଇଣ୍ଡିଆ ପାଇଁ ପଦକ୍ଷେପ ଗ୍ରହଣ କରୁଛୁ । ଆମେ ପ୍ରତୀକଧର୍ମୀ କାର୍ଯ୍ୟ ବଦଳରେ ଠୋସ ପଦକ୍ଷେପ ଉପରେ ଗୁରୁତ୍ୱ ଦେଉଛୁ । ଆମେ ବିକ୍ଷିପ୍ତ ବିକାଶ ବଦଳରେ ସମନ୍ଵିତ ବିକାଶ ଉପରେ ଗୁରୁତ୍ୱ ଦେଉଛୁ । ଆମେ ଅଧିକାରକୁ ଛାଡି ସଶକ୍ତିକରଣ ଉପରେ ଧ୍ୟାନ ଦେଉଛୁ । ଭାଇ ଓ ଭଉଣୀମାନେ, ଆମ ଦେଶରେ ନୂଆ ଯୋଜନାଗୁଡିକ ଘୋଷଣା କରିବା ଦ୍ୱାରା ସରକାରଗୁଡିକର ପରିଚୟ ସୃଷ୍ଟି ହୋଇଯାଏ । କିନ୍ତୁ ପୁରୁଣା ଯୋଜନାଗୁଡିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଯାଏ । ସରକାର ପରେ ସରକାର ଆସୁଛନ୍ତି । ଯଦି ପୂର୍ବ ସରକାର କିଛି କାମ କରିଛନ୍ତି ତେବେ ଦେଶ ହିତରେ ସେହି କାମରେ ଥିବା ଦୋଷ ଦୁର୍ବଳତାକୁ ଦୂର କରି ସେହି କାମ ଆଗକୁ ବଢ଼ାଇବା ଉଚିତ । ଏହା ଆପଣଙ୍କ ସରକାର କରିଥିଲେ, ତେଣୁ ଆମେ କରିବୁ ନାହିଁ । ଆମେ ଆମ ସରକାରର କାମ କରିବୁ । ଏଭଳି ଅହଂକାର ଗଣତନ୍ତ୍ରରେ ଚାଲେ ନାହିଁ । ତେଣୁ ଆମେ ମୁଣ୍ଡ ନୁଆଁଇ ପୁରୁଣା ସରକାରଙ୍କ କାମକୁ ମଧ୍ୟ ସେତିକି ଗୁରୁତ୍ୱ ଦେଇଛୁ ଏବଂ ଏହା ଆମ କାର୍ଯ୍ୟ ସଂସ୍କୃତିର ପରିଚାୟକ । କାରଣ ଦେଶ ଅଖଣ୍ଡ । ଏହା ଏକ ଅବିରତ ବ୍ୟବସ୍ଥା ଏବଂ ଆମେ ସେହି ବ୍ୟବସ୍ଥାକୁ ଚଳେଇବାକୁ ଚାହୁଁ ଏବଂ ତାହାରି ଅନୁସାରେ ମୁଁ ଗୋଟିଏ ପ୍ରଗତି କାର୍ଯ୍ୟକ୍ରମ ଚଳାଉଛି ଏବଂ ଏହାର ସମୀକ୍ଷା ମଧ୍ୟ ମୁଁ କରୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାଢ଼େ 7 ଲକ୍ଷ କୋଟି ବିନିମୟରେ 118 ଟି ପ୍ରକଳ୍ପ ଯାହା କୌଣସି ନା କୌଣସି ସରକାର ଆରମ୍ଭ କରିଥିଲେ ସେଗୁଡିକ ଆଗେଇ ପାରିନଥିଲା । ଯୋଜନା କରିଥିଲେ ଅଥଚ ସେମିତି ପଡି ରହିଥିଲା । ସେଗୁଡିକୁ ମୁଁ ଖୋଜି ବାହାର କଲି । ଏହାକୁ ସମ୍ପୂର୍ଣ୍ଣ କରିବାକୁ କହିଲି । ଏତେ ଟଙ୍କା ବ୍ୟୟ ହୋଇଛି, ଆଉ କିଛି ମିଶାଇ ତାହାକୁ ସମ୍ପୂର୍ଣ୍ଣ କର । ଆଜି ସେଗୁଡିକ ପୂର୍ଣ୍ଣ ହେବାକୁ ଯାଉଛି । ଆମେ ଗୋଟିଏ ପ୍ରକଳ୍ପ ତଦାରଖ ଗୋଷ୍ଠୀ (Project Monitoring Group) କରିଛୁ । ଯାହା ମୁଁ ଅଲଗା କରି କହିଲି ଏଭଳି କାମ ଖୋଜି ବାହାର କରିବା ପାଇଁ ଯାହା କେବେ ନା କେବେ ଆରମ୍ଭ ହୋଇଥିଲା । କିଛି 20 ବର୍ଷ ପୂର୍ବେ, କିଛି 25 ବର୍ଷ ପୂର୍ବେ, କିଛି 30 ବର୍ଷ ପୂର୍ବେ ତ କିଛି 15 ବର୍ଷରୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିଲା । ଯେଉଁମାନେ ସେ ଅଂଚଳରେ ରହୁଛନ୍ତି ସେମାନେ ଜାଣିଛନ୍ତି । ପ୍ରୟ 20 ଲକ୍ଷ କୋଟି ଟଙ୍କାର 270 ଟି ପ୍ରକଳ୍ପ ଆମେ ଚିହ୍ନଟ କଲୁ । ଯାହାର କୌଣସି ଗୋଟିଏ ସରକାର ଶିଳାନ୍ୟାସ କରିଥିବେ, କେହି 1000-2000 କୋଟି ଟଙ୍କା ଖର୍ଚ୍ଚ କରିଥିବେ । କିନ୍ତୁ ଏହା ବ୍ୟର୍ଥ ହେବାକୁ ଯାଉଥିଲା । ସେହି ଅଟକି ପଡିଥିବା ପ୍ରକଳ୍ପଗୁଡିକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ…। ଭାଇ ଓ ଭଉଣୀମାନେ, ଯୋଜନାଗୁଡିକରେ ବିଳମ୍ବ ହେବା, ଟଙ୍କା ଅପବ୍ୟୟ ହେବା ଏକ ପ୍ରକାର ଫୌଜଦାରୀ ଅବହେଳା । ଆମେ ଏହାକୁ ପାରି କରିବାକୁ ଚେଷ୍ଟା କରିଛୁ । ଭାଇ ଓ ଭଉଣୀମାନେ, ରେଳବାଇ ପ୍ରକଳ୍ପଗୁଡିକର ମଞ୍ଜୁରିରେ ଦୁଇ ଦୁଇ ବର୍ଷ ଲାଗିଯାଉଥିଲା । ଟ୍ରେନ ଯାଉଛି, ଉପରେ ଗୋଟିଏ ପୋଲ ନିର୍ମାଣର ଆବଶ୍ୟକତା ରହିଛି । ଦୁଇ ପଟେ ରାସ୍ତା ତିଆରି ସରିଛି । ପୋଲ ପାଇଁ ମଞ୍ଜୁରି ମିଳିବାରେ ଦୁଇ ଦୁଇ ବର୍ଷ ଲାଗି ଯାଉଥିଲା । ଭାଇ ଓ ଭଉଣୀମାନେ ଆଜି ସେହି କାର୍ଯ୍ୟ 2 ମାସ, 3 ମାସ, 4 ମାସ, ବେଶୀ ହେଲେ 6 ମାସରେ ହୋଇଯାଉଛି । ସମୟ ସୀମାକୁ ଆମେ ଅନେକ ମାତ୍ରାରେ ହ୍ରାସ କରିଦେଇ ପାରିଛୁ ।
ଭାଇ ଓ ଭଉଣୀମାନେ, ଆମେ କେବେ ହେଲେ କାମ କରିବା, କେବେ ହେଲେ ଯୋଜନା ପ୍ରସ୍ତୁତ କରିବା, କିନ୍ତୁ ସୁଶାସନ ନିମନ୍ତେ ଶେଷ ବ୍ୟକ୍ତି ଜଣକ ପାଖକୁ ଏହାର ଲାଭ କେମିତି ମିଳିବ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ । ଭାଇ ଓ ଭଉଣୀମାନେ ଯେତେବେଳେ ନିଜ ସ୍ୱାର୍ଥ ଏବଂ ଇଚ୍ଛାଶକ୍ତି ସ୍ପଷ୍ଟ ହୁଏ ତେବେ କାର୍ଯ୍ୟ ମଧ୍ୟ ସ୍ୱଷ୍ଟ ରୂପେ ହୁଏ । ଏଭଳି ହେଲେ ନିଷ୍ପତ୍ତି ନେବାର ଆନନ୍ଦ ମଧ୍ୟ ଅଲଗା ପ୍ରକାର ହୋଇଥାଏ । ଏବଂ ବିନା ଦ୍ୱିଧାରେ ନିଷ୍ପତ୍ତି ଗ୍ରହଣ କରାଯାଇପାରେ । ଆମ ସରକାର ସ୍ପଷ୍ଟ ନୀତି ଯୋଗୁ, ନିଃସ୍ୱାର୍ଥପର ନିଷ୍ପତି ଯୋଗୁ, ବିନା ଦ୍ୱିଧାରେ ନିଷ୍ପତି ଗ୍ରହଣ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସର୍ବନିମ୍ନ ସ୍ତରରେ ଥିବା ବ୍ୟକ୍ତିର ଲାଭ ଉପରେ ଗୁରୁତ୍ୱ ଦେଉଛି ।
ଉତ୍ତରପ୍ରଦେଶର ଖବରକାଗଜଗୁଡିକୁ ଲକ୍ଷ କଲେ ଦେଖିବେ, ପ୍ରତିବର୍ଷ ଆଖୁ ଚାଷୀମାନଙ୍କ ପାଉଣା ବକେୟା ରହିଥିବାର ଖବରଗୁଡିକୁ ଦେଖିବାକୁ ମିଳେ । ଚିନକଳ ମାଲିକ ଏମିତି କରୁନାହାନ୍ତି, ରାଜ୍ୟ ସରକାର ସେମିତି କରୁନାହିଁ, ଆଖୁ ଚାଷୀ ଏହିସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହଜାର ହଜାର କୋଟି ଟଙ୍କାର ପାଉଣା ବାକି ଥିଲା । ଆମେ ଏଥିପାଇଁ ଯୋଜନା ପ୍ରସ୍ତୁତ କଲୁ । ସେହି କାମ ପଛରେ ଲାଗିଗଲୁ । ଚାଷୀ ଘରକୁ ପଇସା ପହଂଚିବା ଆବଶ୍ୟକ । ହଜାର ହଜାର କୋଟି ଟଙ୍କାର ପୁରୁଣା ବକେୟା ଥିଲା, ଭାଇ ଓ ଭଉଣୀମାନେ, ଆଜି ମୁଁ ବଡ ସନ୍ତୁଷ୍ଟି ସହ କହୁଛି ଯେ 99.5% ପୁରୁଣା ବକେୟା ଦିଆସରିଛି । ବହୁତ ବର୍ଷ ପରେ ଏଭଳି ହୋଇଛି । ଏ ବର୍ଷ ଯାହା ଆଖୁ ବ୍ୟବସାୟ ହେଲା, ଯେତିକି ଆଖୁ କ୍ରୟ କରାଗଲା, ମୁଁ ଆଜି ସନ୍ତୋଷର ସହ କହିପାରେ ଯେ ଏ ପର୍ଯ୍ୟନ୍ତ ପ୍ରାୟ 95% ଚାଷୀଙ୍କୁ ଆଖୁର ମୂଲ୍ୟ ଦିଆସରିଛି । ଆଉ ଯେଉଁ 5% ରହିଥିବ ତାହା ଆଗାମୀ ଦିନରେ ନିଶ୍ଚିତ ଭାବେ ଦିଆ ହୋଇଯିବ ବୋଲି ମୋର ବିଶ୍ୱାସ । ଭାଇ ଓ ଭଉଣୀମାନେ, ଗରିବ ପରିବାରମାନଙ୍କୁ ଏଲପିଜି ଗ୍ୟାସ ସଂଯୋଗ ଦେବାର କାମ ଆମେ ହାତକୁ ନେଇଛୁ । ଉଜ୍ଜ୍ୱଳା ଯୋଜନା ଅଧୀନରେ ମୋର ଗରିବ ମା’କୁ ଚୁଲି ଧୂଆଁରୁ ମୁକ୍ତି ଦେବାର ଅଭିଯାନ ଦ୍ରୁତ ଗତିରେ ଚଳାଇଛୁ । 5 କୋଟି ପରିବାରକୁ ଗ୍ୟାସ ଚୁଲା ପହଂଚିବ, ଏହି କାମ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସ୍ଥିର କରିଛୁ, କାମ ଚାଲିଛି । ଆମେ ପାଖାପାଖି 50 ଲକ୍ଷକୁ ପହଂଚି ଯାଇଛୁ । ତାହା ପୁଣି ମାତ୍ର ଗତ 100 ଦିନ ମଧ୍ୟରେ । ଆପଣ କଳ୍ପନା କରିପାରୁଥିବେ ହୁଏତ ତିନି ବର୍ଷ ପୂର୍ବରୁ ଆମେ ଏହି କାମ ଶେଷ କରିଦେଇପାରୁ । ସମାଜର ଶେଷତମ ବ୍ୟକ୍ତି ଉପରେ ଆମେ ଗୁରୁତ୍ୱ ଦେବାକୁ ଚାହୁଁଛୁ ।
ସୂଚନା ପ୍ରଯୁକ୍ତି ବିଦ୍ୟା – ହ୍ୱାଟସଅପ୍ ମେସେଜ୍, ଅନଲାଇନ୍, ଇ-ମେଲ, ଏ ସବୁ ଯୋଗୁ ପୋଷ୍ଟ ଅଫିସ ଧୀରେ ଧୀରେ ଅପ୍ରାସଙ୍ଗିକ ହେବାକୁ ବସିଲାଣି । ଆମ ଡାକଘର, ଯାହା ଆମ ପରିଚୟ । ଆମେ ଏହି ଡାକଘରଗୁଡିକୁ ପୁନର୍ଜୀବିତ, ପୁନଃଶକ୍ତିଶାଳୀ କରିବା ପାଇଁ ପଦକ୍ଷେପ ନେଉଛୁ । ଡାକଘର ସହ ଛୋଟ ଏବଂ ଗରିବ ଲୋକଙ୍କ ସମ୍ପର୍କ ରହିଥାଏ । ଯଦି କୌଣସି ସରକାରୀ କର୍ମଚାରୀ ଭାରତର ସାଧାରଣ ଲୋକ ସହ ସ୍ନେହପୂର୍ଣ୍ଣ ଘନିଷ୍ଠ ସମ୍ପର୍କ ରହିଛି ତେବେ ସିଏ ହେଲା ପୋଷ୍ଟମେନ । ସମସ୍ତେ ପୋଷ୍ଟମେନଙ୍କୁ ଭଲ ପାଆନ୍ତି । ପୋଷ୍ଟମେନ ମଧ୍ୟ ସମସ୍ତଙ୍କୁ ଭଲପାଏ । କିନ୍ତୁ ସେହି ପୋଷ୍ଟମେନ ଆଡକୁ ଆମର ଦୃଷ୍ଟି କେବେ ଯାଏନି । ଆମେ ଆମ ଡାକଘର ଗୁଡିକୁ ପେମେଂଟ ବେଙ୍କ କରିବାକୁ ପ୍ରୟାସ କରୁଛୁ । ଏହା ହେଲେ ଦେଶରେ ଗାଁ ପର୍ଯ୍ୟନ୍ତ ଏକାଥରେ ବେଙ୍କ ଜାଲ (Bank Network)ବିଛାଇ ହୋଇଯିବ । ଜନଧନ ଖାତାର ଲାଭ ମିଳିବ । ଏବେ ମନରେଗାର ପାରିଶ୍ରମିକ ମଧ୍ୟ ଆଧାର ଜରିଆରେ ସିଧା ହିତାଧିକାରୀଙ୍କ ଖାତାକୁ ଯାଉଛି । ଦୁର୍ନୀତି କମିବାରେ ଲାଗିଛି । ଭାଇ ଓ ଭଉଣୀମାନେ, ଆମ ଦେଶରେ ଯେଉଁ କିଛି ସରକାରୀ ଉଦ୍ୟୋଗ ସ୍ଥାପିତ ହେଉଛି ତାହା କେବଳ କ୍ଷତିରେ ଚାଲିବା ପାଇଁ ସୃଷ୍ଟି ହେଉଛି କିମ୍ବା ବନ୍ଦ ହୋଇଯିବା ପାଇଁ ସ୍ଥାପିତ ହେଉଛି, ତାଲା ଲାଗିବା ପାଇଁ ସ୍ଥାପିତ ହୁଏ କିମ୍ବା ବିକ୍ରି ହୋଇଯିବା ପାଇଁ ସୃଷ୍ଟି ହେଉଛି । ଏହା ହିଁ ତାହାର ଇତିହାସ ।
ଆମେ ଗୋଟିଏ ନୂଆ କାର୍ଯ୍ୟ ସଂସ୍କୃତି ଆଣିବାକୁ ଚେଷ୍ଟା କରିଛୁ । ଆଜି ମୁଁ ପ୍ରଥମ ଥର ସନ୍ତୋଷର ସହ କହିବାକୁ ଚାହୁଁଛି ଯେ ଯେଉଁ ଏୟାର ଇଣ୍ଡିଆ ପୂର୍ଣ୍ଣ ରୂପେ ବଦନାମ ଥିଲା, ଗତ ବର୍ଷ ଆମେ ଏହାକୁ ପରିଚାଳନାଗତ ଲାଭକାରୀ ସଂସ୍ଥାରେ ପରିଣତ କରିବାରେ ସଫଳ ହୋଇଛି । ସାରା ବିଶ୍ୱରେ ଟେଲିକମ କମ୍ପାନୀ ଲାଭରେ ଚାଲିଛି ହେଲେ ବିଏସ୍ଏନଏଲ କ୍ଷତିର ଗର୍ତ୍ତ ଆଡକୁ ମୁହାଉଁଥିଲା । ପ୍ରଥମ ଥର ପାଇଁ ବିଏସ୍ଏନଏଲକୁ ଲାଭକାରୀ ସଂସ୍ଥାରେ ପରିଣତ କରିବାରେ ଆମକୁ ସଫଳତା ମିଳିଛି । ସିପିଂ କର୍ପୋରେସନ କଣ କେବେ ଲାଭରେ ଚାଲିପାରିବ ସେ କଥାରେ ବିଶ୍ୱାସ ହେଉନଥିଲା । କିନ୍ତୁ ସିପିଂ କର୍ପୋରେସନ ଆଜି ଲାଭ କରୁଛି । ଦିନ ଥିଲା ବିଦ୍ୟୁତ କାରଖାନା ପରବର୍ତ୍ତୀ ସପ୍ତାହରେ ଚାଲିବ କି ନାହିଁ, କୋଇଲା ଆସିବ କି ନାହିଁ, କେତେ ବିଜୁଳି କାରଖାନା କୋଇଲା ଅଭାବରେ ବନ୍ଦ ହେଲା ତାହା ହିଁ ଖବରରେ ରହୁଥିଲା । ଆଜି କୋଇଲା ବିଜୁଳି କାରଖାନା ଆଗରେ ଗଦା ହୋଇ ପଡିଛି । ମାସ ମାସ ଧରି ଯେତେ ଆବଶ୍ୟକ ତାହା ମହଜୁଦ ରହିଛି । ଭାଇ ଓ ଭଉଣୀମାନେ, ଆପଣମାନେ ଲକ୍ଷ କରିଥିବେ ଆମେ ଏହି କାମ କରିଛୁ ।
ବେଳେବେଳେ ଆମ ଦେଶରେ ବଡ ବଡ ଦୁର୍ନୀତି ସମ୍ପର୍କରେ ଆଲୋଚନା ହୋଇଥାଏ । କିନ୍ତୁ ଦୁର୍ନୀତି ସମାଜର ତଳ ସ୍ତରରେ ଥିବା ଗରିବ ଲୋକକୁ ବି ଏଭଳି ଲୁଟି ଚାଲିଛି । କେମିତି ଅର୍ଥର ଅପବ୍ୟୟ ହେଉଛି ତାହା ମୁଁ ଭଲ ଭାବରେ ଦେଖିଛି । ଆମେ ଆଧାର କାର୍ଡକୁ ସରକାରୀ ଯୋଜନା ସହ ସଂଯୁକ୍ତ କରିଦେଲୁ । ସରକାରୀ ଯୋଜନା ସହ ସଂଯୁକ୍ତ ହେବା ଯୋଗୁ…। ଭାଇ ଓ ଭଉଣୀମାନେ, ଦିନ ଥିଲା ସେତେବେଳେ ଆମେ ଦେଖୁଥିଲୁ – ବିଧବା ଭତ୍ତା ହେଉ କିମ୍ବା ଛାତ୍ରବୃତ୍ତି ହେଉ, ଦିବ୍ୟାଙ୍ଗମାନଙ୍କ ପାଇଁ କିଛି ବ୍ୟବସ୍ଥା ହୋଇଥାଉ, ସଂଖ୍ୟାଲଘୁଙ୍କ ପାଇଁ କିଛି ବ୍ୟବସ୍ଥା ହୋଇଥାଉ, ସରକାରୀ କୋଷରୁ ଅର୍ଥ ଯାଉଥିଲା । ହିତାଧିକାରୀମାନଙ୍କ ତାଲିକା ମଧ୍ୟ ଆସୁଥିଲା । କିନ୍ତୁ ଆମେ ଯେତେବେଳେ ଟିକିଏ ଗଭୀରତାର ସହ ଦେଖୁଛୁ, ସେତେବେଳେ ଜଣାପଡିଲା ଯେ, ଯେଉଁମାନଙ୍କ ଜନ୍ମ ବି ହୋଇନି, ଯିଏ ଏ ଦୁନିଆରେ ଜନ୍ମ ଗ୍ରହଣ କରିନାହାନ୍ତି, ସେମିତି ଲୋକ ମଧ୍ୟ ତାଲିକାରେ ଅଛନ୍ତି ଏବଂ ଏଭଳି ଯୋଜନାର ଲାଭ ଉଠାଉଛନ୍ତି । ଏହି ମଧ୍ୟସ୍ଥମାନେ କୋଟି କୋଟି ଟଙ୍କା ଲୁଟି ନେଉଥିଲେ । ଏବଂ କେବେ କାହାରି ଦୃଷ୍ଟି ସେ ଦିଗକୁ ଯାଉନଥିଲା । ଏହି ଆଧାର ବ୍ୟବସ୍ଥା ଅଧୀନରେ ଆମେ ଏଭଳି ସମସ୍ତ ମଧ୍ୟସ୍ଥମାନଙ୍କୁ ବାହାର କରି ହିତାଧିକାରୀଙ୍କ ପାଖକୁ ସିଧାସଳଖ ଲାଭ ପହଂଚାଇଲୁ । ଯାହା ଫଳରେ ଅନୁଭବ କଲୁ ଯେ, ଏମିତି କୋଟି କୋଟି ଲୋକଙ୍କୁ ପାଇଲୁ ଯେଉଁମାନଙ୍କର ପ୍ରକୃତରେ ଅସ୍ତିତ୍ୱ ହିଁ ନାହିଁ କିନ୍ତୁ ଟଙ୍କା ଯାଉଥିଲା । ତାହା ବନ୍ଦ ହେଲା । ଟଙ୍କା ବଂଚିଗଲା । କିନ୍ତୁ ମୁଁ କହିଲି ଯେ ଯେଉଁ ପ୍ରକୃତ ହିତାଧିକାରୀ ଯୋଜନାର ଲାଭ ପାଇନାହାନ୍ତି ଏବଂ ନିଜ ଅଧିକାର ପାଇଁ ସଂଗ୍ରାମ କରିବାକୁ ଚାଲିଛନ୍ତି ସେମାନଙ୍କୁ ଖୋଜ । ଏ ବଳକା ଟଙ୍କା ସେମାନଙ୍କ ଖାତାକୁ ଯିବା ଉଚିତ ।
ସ୍ୱଚ୍ଛତାର ଶକ୍ତି, କୋଇଲା ଦୁର୍ନୀତି କଥା କିଏ ନ ଜାଣିଛି ? ଆଜି କୋଇଲାର ନିଲାମ ପ୍ରକ୍ରିୟାରେ କୌଣସି ଅଭିଯୋଗ ନାହିଁ କାହାରିକୁ କିଛି କହିବାର ନାହିଁ । ଭାରତରେ ରାଜ୍ୟମାନଙ୍କର କୋଇଲା ଉତ୍ତୋଳନ ବୃଦ୍ଧି ପାଇବା ସହ ସେମାନଙ୍କ ଆୟ ବଢ଼ି ବଢ଼ି ଚାଲିବ ।
ଦିନ ଥିଲା ସ୍ପେକ୍ଟ୍ରମ ନିଲାମ ପ୍ରସଙ୍ଗ ଅଭିଯୋଗ ଘେରରେ ଫସି ରହିଥିଲା । ଆମେ ଏହାକୁ ଅନଲାଇନ ନିଲାମ କଲୁ ଏବଂ ଆଜି ଦେଶର ରାଜକୋଷରେ ବୃଦ୍ଧି ଘଟିଲା । ସୁସ୍ଥ ପ୍ରତିଯୋଗିତା ହେଲା ଯାହା ଫଳରେ ଦେଶର ଲାଭ ହେଲା । ଭାଇ ଓ ଭଉଣୀମାନେ, ଆଜି ବିଶ୍ୱ ଗୋଟିଏ ବୈଶ୍ୱିକ ଅର୍ଥବ୍ୟବସ୍ଥା ଦେଇ ଗତି କରୁଛି । ଆଜି ପ୍ରତ୍ୟେକ ଦେଶ ପରସ୍ପର ସହିତ ସଂଯୁକ୍ତ, ପରସ୍ପର ଉପରେ ନିର୍ଭରଶୀଳ । ଆର୍ଥିକ ଦୃଷ୍ଟିକୋଣରୁ ସମଗ୍ର ବିଶ୍ୱ କୌଣସି ନା କୌଣସି ପ୍ରକାର ଯୋଡି ହୋଇ ରହିଛି । ଆମେ ଆମ ଦେଶରେ ଯେତେ ଉନ୍ନତି କଲେ ମଧ୍ୟ ଏହା ସହିତ ଆମକୁ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଦୃଷ୍ଟିରେ ରଖି, ବୈଶ୍ୱିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ଆମ ଦେଶକୁ ମଧ୍ୟ ବିଶ୍ୱସ୍ତରୀୟ ପରିମାପକରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଏହାର ସମକକ୍ଷ ହେବାକୁ ପଡିବ, ତେବେ ଯାଇ ଆମେ ପ୍ରାସଙ୍ଗିକ ହୋଇପାରିବା । ନିଜର ଯୋଗଦାନ ଦେଇପାରିବା, ଆଉ ତେବେ ଯାଇ ଆବଶ୍ୟକ ସମୟରେ ଆମେ ବିଶ୍ୱର ଅର୍ଥବ୍ୟବସ୍ଥାର ନେତୃତ୍ୱ ମଧ୍ୟ ନେଇପାରିବା । ସେଥିପାଇଁ ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ରହିବାକୁ ପଡିବ । ନିଜକୁ ପ୍ରସ୍ତୁତ କରିବାକୁ ହେଲେ ବୈଶ୍ୱିକ ମାନକ ସହ ଆମକୁ ପାଦ ମିଳାଇବାକୁ ପଡିବ । ଗତ ଦିନମାନଙ୍କରେ ଆପଣମାନେ ଦେଖିଥିବେ, ବିଶ୍ୱବ୍ୟାଙ୍କ ହେଉ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ହେଉ, ବିଶ୍ୱ ଅର୍ଥନୈତିକ ମଂଚ ହେଉ, କ୍ରେଡିଟ୍ ରେଟିଂ ଏଜେନ୍ସୀମାନେ ହୁଅନ୍ତୁ, ବିଶ୍ୱରେ ଯେତେ ପ୍ରକାର ସଂସ୍ଥା ରହିଛି, ସମସ୍ତେ ଭାରତର ଉନ୍ନତିର ପ୍ରଶଂସା କରିଛନ୍ତି । ଭାରତର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଯୋଗୁ ଆଇନଗତ ସଂସ୍କାର, ବ୍ୟବସ୍ଥାର ସଂସ୍କାର, ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ, ଏହି ସବୁ ଉପରେ ବିଶ୍ୱର ନିରନ୍ତର ଦୃଷ୍ଟି ରହିଛି । ବ୍ୟବସାୟ କରିବାରେ ସରଳତା ଆମେ ଖୁବ୍ କମ୍ ସମୟ ମଧ୍ୟରେ ଆମର ରେଙ୍କିଙ୍ଗ(Ranking)କୁ ଉନ୍ନତ କରିପାରିଛୁ । ବିନିଯୋଗ ପ୍ରସଙ୍ଗରେ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଆଜି ଭାରତ ବିଶ୍ୱବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅଭିବୃଦ୍ଧି ଦର କ୍ଷେତ୍ରରେ ବିଶ୍ୱର ବଡ ବଡ ଅର୍ଥବ୍ୟବସ୍ଥାକୁ ପଛରେ ପକାଇ ଦେଇଛୁ ।
ଭାଇ ଓ ଭଉଣୀମାନେ, ମିଳିତ ଜାତିସଂଘର ଗୋଟିଏ ସଂସ୍ଥା, ଆଗାମୀ ଦୁଇ ବର୍ଷୂ ପରେ ଭାରତର ଅବସ୍ଥା ସମ୍ପର୍କରେ ଅନୁମାନ ପ୍ରକାଶ କରିଛି । ସେମାନଙ୍କ ଅନୁମାନ ଅନୁଯାୟୀ ଯେଉଁ ଭାରତ ଆଜି ଅର୍ଥନୀତିର ପରିସୀମାରେ ଦଶମ ସ୍ଥାନରେ ରହିଛି, ଦୁଇ ବର୍ଷ ମଧ୍ୟରେ ଏହା ଦଶମ ସ୍ଥାନରୁ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଯିବ । ଭାଇ ଓ ଭଉଣୀମାନେ, ବୈଶ୍ୱିକ ମାନକରେ ଲଜିଷ୍ଟିକ୍ ସପୋର୍ଟ, ଭିତ୍ତିଭୂମି ଏସବୁକୁ ମଧ୍ୟ ହିସାବକୁ ନିଆଯାଉଛି । ବିଶ୍ୱର ସମୃଦ୍ଧ ଦେଶ ସହ ତୁଳନା ହେଉଛି । ଭାଇ ଓ ଭଉଣୀମାନେ ବିଶ୍ଵ ଅର୍ଥନୈତିକ ମଞ୍ଚରେ ଭାରତର ଏହି ଲଜିଷ୍ଟିକ୍ ସପୋର୍ଟ ସମ୍ପର୍କରେ, ଭିତ୍ତିଭୂମି ସମ୍ପର୍କରେ ବିଶ୍ଳେଷଣ କରି କହିଛନ୍ତି ଯେ ପୂର୍ବାପେକ୍ଷା ଭାରତ 19 ରେଙ୍କ ଉପରକୁ ଉଠି ଆସିଛି ଏବଂ ଭାରତ ଦ୍ରୁତ ଗତିରେ ଉନ୍ନତି ପଥରେ ଅଗ୍ରସର ହେଉଛି ।
ଭାଇ ଓ ଭଉଣୀମାନେ, ଆମ ଦେଶରେ ଆମେ ଯେଉଁ ଭଳି ଭାବରେ ଗୋଟିଏ ବୈଶ୍ୱିକ ପରିପ୍ରେକ୍ଷୀରେ ମଧ୍ୟ ଗୋଟିଏ ଗତିଶୀଳ ଏବଂ ଏକ ପ୍ରତ୍ୟାଶିତ ଅର୍ଥବ୍ୟବସ୍ଥାକୁ ନେଇ ଆଗକୁ ଯାଉଛୁ । ନିକଟ ଅତୀତରେ ଜିଏସଟି(GST) ଯେଉଁ ଆଇନ ଅନୁମୋଦନ ଲାଭ କରିଛି ତାହା ଏହାର ଶକ୍ତିବୃଦ୍ଧି କରିଛି । ସେଥିପାଇଁ ସମସ୍ତ ଦଳ ଅଭିନନ୍ଦନର ପାତ୍ର ।
ଭାଇ ଓ ଭଉଣୀମାନେ, ଗୋଟିଏ ଅଭିଯାନ ପ୍ରସଙ୍ଗରେ ମୁଁ ଏହିଠାରୁ ହିଁ ଘୋଷଣା କରିଥିଲି “ବେଟି ବଚାଓ, ବେଟି ପଢ଼ାଓ”। କୌଣସି କାମକୁ ଆମେ ଖଣ୍ଡିଆ ଭାବରେ କରୁନାହୁଁ । ଆମର ଗୋଟିଏ ସମନ୍ୱିତ ଦୃଷ୍ଟିଭଙ୍ଗୀ ରହିଛି । “ବେଟି ବଚାଓ, ବେଟି ପଢ଼ାଓ” ଅଧୀନରେ ଆମେ ଯେଉଁ ପଦକ୍ଷେପ ଗ୍ରହଣ କରିଛୁ ସେଥିରେ ଏବେ ମଧ୍ୟ ମୋତେ ସମାଜର ସହଯୋଗର ଆବଶ୍ୟକତା ରହିଛି । ପ୍ରତ୍ୟେକ ପିତାମାତାଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ଆମେ କନ୍ୟା ସନ୍ତାନମାନଙ୍କ ସମ୍ମାନ ବୃଦ୍ଧି କରିବା, କନ୍ୟାମାନଙ୍କୁ ସୁରକ୍ଷା ଯୋଗାଇବା, ଏଥିପାଇଁ ଥିବା ସରକାରୀ ଯୋଜନା ଗୁଡିକର ଲାଭ ଉଠାଇବା । ଆମେ ସୁକନ୍ୟା ସମୃଦ୍ଧି ଯୋଜନା ସହ କୋଟି କୋଟି ପରିବାରକୁ ସଂଯୁକ୍ତ କରିଛୁ । ଝିଅ ବଡ ହେବା ସହ ଏହି ଯୋଜନା ତାହାର ଗ୍ୟାରେଣ୍ଟି ବହନ କରୁଛି । ମହିଳାମାନଙ୍କ ପାଇଁ ଲାଭପ୍ରଦ ବୀମା ଯୋଜନାଗୁଡିକ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛୁ । ଏହା ଫଳରେ ସେମାନଙ୍କୁ ଲାଭ ହେବ । ଆମେ ଇନ୍ଦ୍ରଧନୁଷ ଟୀକାଦାନ ଯୋଜନା ପ୍ରଣୟନ କରିଛୁ । କାରଣ ମା-ଭଉଣୀମାନଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ସ୍ୱାସ୍ଥ୍ୟ ସଶକ୍ତିକରଣ କରିପାରିଲେ, ଶିକ୍ଷିତ କରିପାରିଲେ ଆପଣ ଭାବନ୍ତୁ, ଘରେ ଗୋଟିଏ ମହିଳା ମଧ୍ୟ ଶିକ୍ଷିତ ହୋଇଥିଲେ, ଶାରୀରିକ ଭାବେ ସୁସ୍ଥ ଥିଲେ, ଆର୍ଥିକ ରୂପେ ସ୍ୱାଧୀନ ଥିଲେ ସେହି ମହିଳା ଦରିଦ୍ରତମ ପରିବାରକୁ ମଧ୍ୟ ଦାରିଦ୍ର୍ୟ କବଳରୁ ବାହାରକୁ ଟାଣି ଆଣିବାରେ ସକ୍ଷମ । ତେଣୁ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମରେ ମହିଳା ସଶକ୍ତିକରଣ, ମହିଳାଙ୍କ ସ୍ୱାସ୍ଥ୍ୟ, ମହିଳାମାନଙ୍କ ଆର୍ଥିକ ସ୍ୱଚ୍ଛଳତା, ଶାରୀରିକ ସୁସ୍ଥତା, ଏସବୁ ଉପରେ ଗୁରୁତ୍ୱ ଦେଇ ଆମେ କାମ କରୁଛୁ ।
ତେଣୁ ମୋର ଭାଇ ଓ ଭଉଣୀମାନେ, ମୁଁ ଖୁସି ଯେ ସାଢ଼େ ତିନି କୋଟିରୁ ଅଧିକ ପରିବାର ମୁଦ୍ରା ଯୋଜନାର ଲାଭ ଉଠାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନୂଆ କରି Bank ଯାଇଥିଲେ । ସେଥିରୁ ପୁଣି 80% ପାଖାପାଖି ଥିଲେ ଅନୁସୂଚୀତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର, ଆଉ ପୁଣି ବେଙ୍କରୁ ଋଣ କରିଥିବା 80% ହେଉଛନ୍ତି ମହିଳା । ଏହି ମହିଳାମାନେ କିଭଳି ଆର୍ଥିକ ବିକାଶରେ ଯୋଗଦାନ କରିବେ ସେଥିପ୍ରତି ଆପଣ ଦୃଷ୍ଟି ଦିଅନ୍ତୁ ।
ଭାଇ ଓ ଭଉଣୀମାନେ, ଗତ ସପ୍ତାହରେ ଆମେ ନିଷ୍ପତ୍ତି ଗ୍ରହଣ କଲୁ ଯେ ଆମର ଯେଉଁ ମା ଭଉଣୀମାନେ ଆଜି ବିକାଶର ଯାତ୍ରାରେ ଆମର ସହଭାଗୀ ହୋଇଛନ୍ତି, ହେଲେ ସନ୍ତାନ ଜନ୍ମ ପରେ ତାଙ୍କୁ ଛୁଟି ଦରକାର । ଆଗରୁ କମ୍ ଦିନର ଛୁଟି ମିଳୁଥିଲା । ଏବେ ଆମେ ଏହି ଛୁଟିକୁ 26 ସପ୍ତାହର କରିଦେଇଛୁ ଯାହା ଫଳରେ ମା’ ନିଜ ସନ୍ତାନର ଲାଳନପାଳନ କରିପାରିବ ।
ଏଠାରେ ଲୁଗା ବୁଣାଳୀ, ବସ୍ତ୍ର ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଲୋକ, ସୂତା ପ୍ରସ୍ତୁତ କରୁଥିବା ଲୋକ, ଆଗ ସେମାନଙ୍କୁ 100 ଟଙ୍କା ମିଳୁଥିଲା । ତାହାକୁ ଆମେ 190 ଟଙ୍କା କରିଦେଇଛୁ । ଯାହାଦ୍ୱାରା ମୋର ସେହି ମା କିମ୍ବା ଭଉଣୀ ଯିଏ ସୂତା କାଟିବା କାମ କରୁଛି ତାହାକୁ ଗୋଟିଏ ଶକ୍ତି ମିଳିବ । ରେଶମ ପ୍ରସ୍ତୁତି କାର୍ଯ୍ୟରେ ଲାଗିଥିବା ମାଆ-ଭଉଣୀମାନେ ଲୁଗା ବୁଣାଳୀମାନଙ୍କ ଦାମ ଆମେ 50 ଟଙ୍କା ପ୍ରତି ମିଟର ବୃଦ୍ଧି କଲୁ । ଏବଂ ନିଷ୍ପତ୍ତି କଲୁ ଯେ, ଏହି 50 ଟଙ୍କା ବ୍ୟବସାୟୀ ହାତକୁ ଯିବନାହିଁ, ଦଲାଲ ହାତକୁ ଯିବନାହିଁ, ମଧ୍ୟସ୍ଥ ହାତକୁ ଯିବ ନାହିଁ, ଯେଉଁ କୁଶଳୀ ସେହି ରେଶମ କନା ପ୍ରସ୍ତୁତ କରିଛି ମିଟର ପ୍ରତି ଟଙ୍କା ଆଧାର ଜରିଆରେ ସିଧା ତାର ବ୍ୟାଙ୍କ ଖାତାରେ ଜମା ହୋଇଯିବ । ମୋର ବୁଣାଳୀ ସଶକ୍ତ ହେବ । ସେ ଉଦ୍ଦେଶ୍ୟରେ ଆମେ ଏହି ଯୋଜନାମାନ ପ୍ରସ୍ତୁତ କରିଛୁ ଏବଂ ଏଗୁଡିକ ପ୍ରଭାବଶାଳୀ ହେଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆମେ ରେଳକୁ ଦେଖିଲେ କିମ୍ବା ଡାକଘରକୁ ଦେଖିଲେ ଭାରତର ଏକତା ଦୃଷ୍ଟିଗୋଚର ହୁଏ । ଭାରତକୁ ଯୋଡୁଥିବା ପ୍ରକଳ୍ପଗୁଡିକୁ ଆମେ ଯେତେ ଆଗକୁ ବଢ଼ାଇବା, ଆମ ବ୍ୟବସ୍ଥାରେ ପରିବର୍ତ୍ତନ କରିବା, ଦେଶର ଏକତା ବୃଦ୍ଧି ପାଇବ । ସେଥିପାଇଁ ଆମେ ଚାଷୀମାନଙ୍କ ପାଇଁ ଇ-ନାମ ମଣ୍ଡି ଯୋଜନା ପ୍ରଣୟନ କରିଛୁ । ଆଜି ଚାଷୀ ନିଜ ମାଲ ଅନଲାଇନ୍ ମାଧ୍ୟମରେ ଭାରତର ଯେ କୌଣସି ମଣ୍ଡି (ବଜାର)ରେ ବିକ୍ରି କରିପାରିବ । ଏବେ ସେ ନିଜ କ୍ଷେତ ଠାରୁ 10 କିଲୋମିଟର ଦୂରରେ ଥିବା ବଜାରରେ ଶସ୍ତା ଦରରେ ନିଜ ମାଲ ବିକ୍ରି କରିବାକୁ ବାଧ୍ୟ ହେବ ନାହିଁ । ଯେଉଁଥିରେ ତାର ପରିଶ୍ରମର ମୂଲ୍ୟ ମିଳୁନଥିବ । ଏବେ ସମଗ୍ର ଦେଶରେ ଇ-ନାମ ଦ୍ୱାରା ଏକା ପ୍ରକାର ମଣ୍ଡିର ନେଟୱାର୍କ ପ୍ରସ୍ତୁତ ହେବାରେ ଲାଗିଛି ।
ଜିଏସଟି ଦ୍ୱାର ଟିକସ ପ୍ରଣାଳୀ କ୍ଷେତ୍ରରେ ଏକ ପ୍ରକାର ସମାନ ଦର, ସମାନ ପ୍ରକ୍ରିୟା ପ୍ରବର୍ତ୍ତନ ହେବାକୁ ଯାଉଛି ଯାହା ପ୍ରକାରାନ୍ତରେ ଭାରତକୁ ଯୋଡିବାର କାର୍ଯ୍ୟ ମଧ୍ୟ କରିବ ।
ବିଜୁଳି କ୍ଷେତ୍ରରେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୋଟିଏ ଅଂଚଳରେ ଯଥେଷ୍ଟ ବିଜୁଳି ଶକ୍ତି ରହୁଥିଲା, ଯାହାକୁ ନେବାକୁ କେହି ନଥିଲେ ଏବଂ ଅନ୍ୟ ଏକ ଅଂଚଳ ବିଜୁଳି ପାଇଁ ଛଟପଟ ହେଉଥିଲା । ଅନ୍ଧାରରେ ଜୀବନଯାପନ କରୁଥିଲା । କଳକାରଖାନା ବନ୍ଦ ହୋଇଯାଉଥିଲା । ସେଥିରେ ପରିବର୍ତ୍ତନ କରି ଆମେ ଏକ ରାଷ୍ଟ୍ର-ଏକ ଗ୍ରୀଡ-ଏକ ଶୁଳ୍କ ବ୍ୟବସ୍ଥା କ୍ଷେତ୍ରରେ ସଫଳତା ହାସଲ କଲୁ । ଏବଂ ଖୁବ୍ ଶୀଘ୍ର ଖରାଦିନେ ବେଳେ ବେଳେ ଯେଉଁ ୟୁନିଟ୍ ପିଛା 10 ଟଙ୍କା ଦେବାକୁ ପଡୁଥିଲା, କିଛି ଦିନ ତଳେ ମୁଁ ତେଲଙ୍ଗାନା ଯାଇଥିଲି । ଦିନେ ଯାହାର ମୂଲ୍ୟ 10 ଟଙ୍କା ଥିଲା, ସେଦିନ ତାହାର ମୂଲ୍ୟ 1 ଟଙ୍କା 10 ପଇସା ଥିଲା । ଏହି ଏକା ପ୍ରକାରର ଶୁଳ୍କ ଯୋଗୁଁ ଦେଶ ଯୋଡିବାର କାର୍ଯ୍ୟ ମଧ୍ୟ ହେଉଛି ।
ଆମ ଦେଶର ଶ୍ରମିକ ଗୋଟିଏ ଜାଗାରେ କାମ କରୁଛି । ବର୍ଷେ ଦୁଇ ବର୍ଷ ପରେ ଗୋଟିଏ ଚାକିରି ଛାଡି ଅନ୍ୟ ଯାଗାରେ ଚାକିରୀ କରୁଛି । ଇପିଏଫରେ ତାର ଟଙ୍କା କଟୁଛି କିନ୍ତୁ ଏହି ଟଙ୍କା ଟ୍ରାନ୍ସଫର ହେଉ ନଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁଁ ଯେତେବେଳେ ସରକାରକୁ ଆସିଲି ସେତେବେଳେ ମୋ ଦେଶର ଶ୍ରମିକର 27 ହଜାର କୋଟି ଟଙ୍କା ଇପିଏଫରେ ପଡି ରହିଥିଲା । କେହି ଗରିବ ଶ୍ରମିକ ନେବାକୁ ନଥିଲା । କାରଣ ଏହାର ପ୍ରଣାଳୀ ତାକୁ ଜଣାନଥିଲା । ଏହି ସମସ୍ୟାର ସମାଧାନ ପାଇଁ ଆମେ ଶ୍ରମିକମାନଙ୍କୁ ଗୋଟିଏ ସାର୍ବଜନୀନ ଏକାଉଂଟ ନମ୍ବର ଦେଲୁ । ଫଳରେ ଏବେ ସେ ଯେଉଁଠିକି ଯିବ ଇପିଏଫ ପାଣ୍ଠି ଟ୍ରାନ୍ସଫର ସେଠିକି ହୋଇପାରିବ । ଶ୍ରମିକ ଅବସର ନେଲା ବେଳକୁ ତା ଟଙ୍କା ତା ହାତକୁ ଯିବ । କୌଣସି ସରକାରୀ ଖାତାରେ ପଡି ରହି ସଢ଼ିବ ନାହିଁ । ସେ କାମ ଆମେ କରିଛୁ ।
ଭାରତମାଳା ହେଉ, ସେତୁ ଭାରତମ ହେଉ, ଭାରତ ନେଟ୍ ହେଉ, ଏହି ଭଳିର ଅନେକ ପ୍ରକଳ୍ପକୁ ଆମେ ଶକ୍ତିଶାଳୀ କରିଛୁ । ଏସବୁ ପ୍ରକଳ୍ପ ଭାରତକୁ ଯୋଡିବାର କାମ କରୁଛି । ଭାରତର ଆର୍ଥିକ ବିକାଶର କାର୍ଯ୍ୟ କରୁ, ସେ ଦିଗରେ ଆମେ କାର୍ଯ୍ୟ କରୁଛୁ । ଭାଇ ଓ ଭଉଣୀମାନେ, ଏହି ବର୍ଷ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଦେଶ ଦାକ୍ଷିଣାତ୍ୟର ସନ୍ଥ ଶ୍ରୀମାନ ରାମାନୁଜାଚାର୍ଯ୍ୟଙ୍କର 1000 ତମ ଜୟନ୍ତୀ ପାଳନ କରୁଛି । ଦେଶ ମହାତ୍ମା ଗାନ୍ଧୀଙ୍କ ଗୁରୁ ଶ୍ରୀମଦ୍ ରାମଚନ୍ଦ୍ରଜୀଙ୍କର 150 ତମ ଜୟନ୍ତୀ ପାଳନ କରୁଛି, ଦେଶ ଗୁରୁଗୋବିନ୍ଦ ସିଂଜୀଙ୍କର 350 ତମ ଜୟନ୍ତୀ ପାଳନ କରୁଛି । ଦେଶ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଜୀଙ୍କ ଶତାଦ୍ଦୀ ବର୍ଷ ପାଳନ କରୁଛି । ଆଜି ଯେତେବେଳେ ମୁଁ ରାମାନୁଜାଚାର୍ଯ୍ୟଙ୍କୁ ସ୍ମରଣ କରୁଛି, ସେତେବେଳେ ଗୋଟିଏ କଥା କହିବାକୁ ଚାହୁଁଛି । ଆଜି ଯେତେବେଳେ ଆମେ ସମାଜରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଦେଖୁଛୁ । ଆଜିକୁ ହଜାରେ ବର୍ଷ ପୂର୍ବେ ରାମାନୁଜାଚାର୍ଯ୍ୟ ଦେଶକୁ କଣ ବାର୍ତ୍ତା ଦେଇଥିଲେ । ରାମାନୁଜାଚାର୍ଯ୍ୟଜୀ କହୁଥିଲେ, ଉଚ୍ଚନୀଚ୍ଚର ଭେଦବାଦ ଭୁଲି ଭଗବାନଙ୍କର ସେବା କର । ବୟସ-ଜାତି କାରଣରୁ କାହାରିକୁ ହତାଦର କରନାହିଁ । ସମସ୍ତଙ୍କୁ ସମ୍ମାନ କର । ଯାହା ଗାନ୍ଧିଜୀ କହିଥିଲେ, ଯାହା ଆମ୍ବେଦକର କହିଥିଲେ, ଯାହା ରାମାନୁଜାଚାର୍ଯ୍ୟ କହିଥିଲେ ତାହା ଭଗବାନ ବୁଦ୍ଧ କହିଥିଲେ । ଯାହା ଆମ ଶାସ୍ତ୍ର କହେ, ଯାହା ଆମର ସବୁ ଆଚାର୍ଯ୍ୟ-ମହନ୍ତ, ଗୁରୁ-ଶିକ୍ଷକ କହିଛନ୍ତି ତାହା ହେଉଛି ଆମର ସାମାଜିକ ଏକତା । ସମାଜ ଯଦି ଭାଙ୍ଗିଯାଏ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇ ଉଚ୍ଚନୀଚ୍ଚରେ ଭାଗ ହୋଇଯାଉଛି । ସ୍ପୃଶ୍ୟ- ଅସ୍ପୃଶ୍ୟରେ ବଣ୍ଟା ହୋଇଯାଉଛି । ତେବେ ଭାଇ ଓ ଭଉଣୀମାନେ, ସେ ସମାଜ କେବେ ହେଲେ ତିଷ୍ଠି ପାରିବ ନାହିଁ । କୁସଂସ୍କାର ରହିଛି, ଶହ ଶହ ବର୍ଷ କୁସଂସ୍କାର ରହିଛି, କିନ୍ତୁ କୁସଂସ୍କାର ଯଦି ପୁରୁଣା, ତେବେ ଏହାର ଉପଚାର ମଧ୍ୟ ଟିକିଏ କଠିନ ହେବ, ଅଧିକ ସମ୍ବେଦନଶୀଳତା ସହ କରିବାକୁ ପଡିବ । ଏସବୁ ତଥାଏ, ଏମିତି ଚାଲେ, କହିଲେ ସାମାଜିକ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଏବଂ ଏହି ଦାୟୀତ୍ୱ 125 କୋଟି ଦେଶବାସୀଙ୍କର । ସରକାର ଏବଂ ସମାଜ ମିଶି ସମାଜରେ ସୃଷ୍ଟି ହେଉଥିବା ବିରୋଧାତ୍ମକ ପରିସ୍ଥିତିରୁ ଉପରକୁ ଉଠିବାକୁ ହେବ । ଭାଇ ଓ ଭଉଣୀମାନେ, ଆମ ସମସ୍ତଙ୍କୁ ସାମାଜିକ କୁସଂସ୍କାର ବିରୋଧରେ ଲଢ଼ିବାକୁ ହେବ । ନିଜର ବ୍ୟବହାର ମାଧ୍ୟମରେ ସାମାଜିକ କୁସଂସ୍କାର ମଧ୍ୟରୁ ଉପରକୁ ଉଠିବାକୁ ହେବ । ପ୍ରତ୍ୟେକ ନାଗରିକଙ୍କୁ ଉଠିବାକୁ ହେବ । ତେବେ ଯାଇ ଆମେ ଶକ୍ତିଶାଳୀ ଭାରତ ନିର୍ମାଣ କରିପାରିବା । ସଶକ୍ତ ଭାରତ ସଶକ୍ତ ସମାଜ ବିନା ନିର୍ମାଣ ହୋଇପାରିବ ନାହିଁ । କେବଳ ଆର୍ଥିକ ଉନ୍ନତି ସଶକ୍ତ ଭାରତର ଗ୍ୟାରେଂଟି ନୁହେଁ । ସଶକ୍ତ ସମାଜ, ସଶକ୍ତ ଭାରତର ଗ୍ୟାରେଂଟି ଏବଂ ସମାଜ ସଶକ୍ତ ହୁଏ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦ୍ୱାରା । ସାମାଜିକ ନ୍ୟାୟ ପ୍ରତିଷ୍ଠା ଦ୍ୱାରା ହିଁ ସଶକ୍ତ ସମାଜର ନିର୍ମାଣ ହୋଇଥାଏ । ତେଣୁ ସାମାଜିକ ନ୍ୟାୟ ଉପରେ ଗୁରୁତ୍ଵ ଦେବା ଆମ ସମସ୍ତଙ୍କର ଦାୟୀତ୍ୱ । ଦଳିତ ହୁଅନ୍ତୁ, ପୀଡିତ ହୁଅନ୍ତୁ, ଶୋଷିତ ହୁଅନ୍ତୁ, ବଂଚିତ ହୁଅନ୍ତୁ, ମୋର ଆଦିବାସୀ ଭାଇ ହୁଅନ୍ତୁ, ଗ୍ରାମବାସୀ ହୁଅନ୍ତୁ, ସହରବାସୀ ହୁଅନ୍ତୁ, ଶିକ୍ଷିତ ହୁଅନ୍ତୁ, ଅଶିକ୍ଷିତ ହୁଅନ୍ତୁ, ଛୋଟ ହୁଅନ୍ତୁ, ବଡ ହୁଅନ୍ତୁ, 125 କୋଟି ଦେଶବାସୀ ଆମ ପରିବାର । ଆମ ସମସ୍ତଙ୍କୁ ମିଶି ଦେଶକୁ ଆଗେଇ ନେବାକୁ ହେବ, ସେହି ଦିଗରେ ଆମକୁ କାମ କରିବାକୁ ହେବ ।
ଭାଇ ଓ ଭଉଣୀମାନେ, ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତର ସେହି କଥା ଆଡକୁ ଯାଉଛି ଯେ ଭାରତ ଗୋଟିଏ ଯୁବ ଦେଶ । 80 କୋଟି, 65 ପ୍ରତିଶତ ଜନସଂଖ୍ୟା ଯେଉଁ ଦେଶର 35 ବର୍ଷରୁ କମ୍ ବୟସର ହୋଇଥାଏ, ସେହି ଦେଶ ନିଜର ଯୁବଶକ୍ତି ବଳରେ କଣ ବା ନକରିପାରେ । ତେଣୁ ମୋର ଭାଇ ଓ ଭଉଣୀମାନେ ଯୁବକମାନଙ୍କୁ ସୁଯୋଗ ମିଳୁ, ଯୁବକମାନଙ୍କୁ ରୋଜଗାର ମିଳୁ ଏହା ସମୟର ଆବଶ୍ୟକତା ।
ଆମେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହୁଥିଲେ ଯାହା ମହାତ୍ମା ଗାନ୍ଧୀଙ୍କର ଚିନ୍ତାଧାରା ମଧ୍ୟ ଥିଲା ଯେ “ଅନ୍ତିମ ମାନବର କଲ୍ୟାଣ”। ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଅନ୍ତ୍ୟୋଦୟ ଚିନ୍ତାଧାରାକୁ ନେଇ ଚାଲିଥିଲେ । ଶେଷ ସ୍ତରରେ ଥିବା ମାନବର କଲ୍ୟାଣ – ଏହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ରାଜନୈତିକ ଦର୍ଶନର କେନ୍ଦ୍ର ବିନ୍ଦୁ ଥିଲା । ଶେଷ ବ୍ୟକ୍ତିର ଚିନ୍ତାଧାରା ସମ୍ପର୍କରେ ସେ କହୁଥିଲେ ପ୍ରତ୍ୟେକ ଯୁବକକୁ ଶିକ୍ଷାର ସୁଯୋଗ ମିଳିବା ଆବଶ୍ୟକ । ପ୍ରତ୍ୟେକ ଯୁବଗୋଷ୍ଠୀଙ୍କୁ ନିଜର ସ୍ୱପ୍ନ ସାକାର କରିବାର ସୁଯୋଗ ମିଳିବା ଆବଶ୍ୟକ । ପ୍ରତ୍ୟେକ ଯୁବକ ହାତରେ କୌଶଳ ରହିବା ଆବଶ୍ୟକ । ସମସ୍ତ ଯୁବଗୋଷ୍ଠୀଙ୍କୁ ନିଜର ସ୍ୱପ୍ନ ସାକାର କରିବାର ସୁଯୋଗ ମିଳିବା ଆବଶ୍ୟକ । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଦେଶର ଥିବା ଯୁବଗୋଷ୍ଠୀର 80 କୋଟି ସଦସ୍ୟଙ୍କ ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ଯେଉଁଭଳି ଭାବରେ ସଡ଼କ ପଥ ବୃଦ୍ଧି ପାଉଛି, ଦେଶରେ ସବୁଠାରୁ ଅଧିକ ଗାଡିର ଉତ୍ପାଦନ ହେଉଛି, ଦେଶରୁ ସର୍ବାଧିକ ସଫ୍ଟୱେର ରପ୍ତାନି ହେଉଛି, ଦେଶରେ 50ରୁ ଅଧିକ ନୂଆ ମୋବାଇଲ ନିର୍ମାଣ କାରଖାନା ଲାଗିଛି ଏସବୁ ଯୁବଗୋଷ୍ଠୀ ପାଇଁ ସୁଯୋଗ ସୃଷ୍ଟି କରୁଛି । ଯଦି ଦୁଇ କୋଟି ଡୋର ଟଏଲଟର ନିର୍ମାଣ ହେଉଛି ତେବେ ସେଥିରେ କିଛି ଲୋକ ନିଶ୍ଚିତ ଭାବେ ରୋଜଗାର ପାଇଛନ୍ତି । କେଉଁଠୁ ସିମେଂଟ ଆସିଛି, କେଉଁଠୁ ଲୁହା ଆଣିଛନ୍ତି, କେଉଁଠୁ କାଠ ଆସିଛି, କାର୍ଯ୍ୟକ୍ଷେତ୍ର ଯେତେ ବିସ୍ତୃତ ହେବ, ରୋଜଗାରର ସୁଯୋଗ ସେତେ ଅଧିକ ସୃଷ୍ଟି ହେବ । ଆମେ ଆଜି ସେ ଦିଗରେ ଗୁରୁତ୍ୱ ଦେଇଛୁ । କୋଟି କୋଟି ଯୁବକ କୁଶଳୀ ହୁଅନ୍ତୁ । ସ୍କିଲ ଡେଭଲପମେଂଟ ଗୋଟିଏ ମିଶନ ଭାବରେ କାର୍ଯ୍ୟ କରୁଛି । ଆମେ ଗୋଟିଏ ଆଇନରେ ପରିବର୍ତ୍ତନ କରିଛୁ । ଆଇନଟି ଦେଖିବାକୁ ଖୁବ୍ ଛୋଟ ମଡେଲ ସପ୍ ଏଣ୍ଡ ଏଷ୍ଟାବିଲ୍ସମେଂଟ ଆଇନ । ଆମେ ରାଜ୍ୟମାନଙ୍କୁ ପରାମର୍ଶ ପଠାଇଲୁ ଯେ ବଡ ବଡ ମଲ୍ 365 ଦିନ ଖୋଲା ରହିଲା, ରାତି 12 ଟା ପର୍ଯ୍ୟନ୍ତ ଖୋଲା ରହିଲା, କିନ୍ତୁ ଗାଁର ଗୋଟିଏ ଛୋଟିଆ ଦୋକାନ ସନ୍ଧ୍ୟା ପରେ ବନ୍ଦ କରି ଦେବାକୁ ପଡୁଛି । ଏହାର କାରଣ କଣ ? ଗରିବରୁ ଗରିବ ଲୋକଟିଏ ମଧ୍ୟ ଦୋକାନ ଚଳାଉଛି, ତାକୁ 365 ଦିନ ସୁଯୋଗ ଦିଆଯିବା କଥା । ଆମ ଭଉଣୀମାନଙ୍କୁ ରାତିରେ କାମ କରିବାକୁ ସୁଯୋଗ କାହିଁକି ନ ଦିଆଯିବ ? ଆମେ ଆଇନରେ ବ୍ୟବସ୍ଥା କରିଛୁ – ଆମର ଭଉଣୀମାନେ ରାତିରେ ମଧ୍ୟ କାମକୁ ଯାଇପାରନ୍ତି । ସେମାନଙ୍କ ସୁରକ୍ଷା ଏବଂ ଉଚିତ ବ୍ୟବସ୍ଥା ରହିବା ଆବଶ୍ୟକ ଏବଂ କାମ ମିଳିବା ଆବଶ୍ୟକ । ଏସବୁ ଦ୍ୱାରା ରୋଜଗାର ବୃଦ୍ଧି ପାଇବ ଏବଂ ଭାଇ ଓ ଭଉଣୀମାନେ ଆମେ ଏସବୁ କରିବା ପାଇଁ ପ୍ରସ୍ତୁତ ।
ଭାଇ ଓ ଭଉଣୀମାନେ, ଆମେ କିମ୍ବା ଆମ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁନାହିଁ । ଆମେ ଦୂରେଇ ରହିବା ନୁହେଁ ବରଂ ସମ୍ମୁଖୀନ ହେବା ଜାଣିଛୁ । ତେଣୁ ଯେଉଁ ପର୍ଯ୍ୟନ୍ତ ଆମେ ସମସ୍ୟାଗୁଡିକର ମୁକାବିଲା ନ କରିବା ସେ ପର୍ଯ୍ୟନ୍ତ ଏହାର ସମାଧାନ ହେବନାହିଁ । ଆଜି ଆମେ ଯେତେବେଳେ ସ୍ୱାଧୀନତାର ଉତ୍ସବ ପାଳନ କରୁଛୁ ସେତେବେଳେ ମୋର କେହି ଯବାନ ଦେଶର ସୀମାରେ ବନ୍ଧୁକ ଗୁଳିର ସମ୍ମୁଖୀନ ହେବା ପାଇଁ ଦେଶର ସୀମା ଉପରେ ଠିଆ ହୋଇଥିବ । କେହି ବଙ୍କରରେ ବସିଥିବ । କେହି କେବେ ରାକ୍ଷୀ ପୂର୍ଣ୍ଣିମା ଦିନ ନିଜ ଭଉଣୀ ପାଖକୁ ଯାଇପାରୁନଥିବ । ସୈନ୍ୟ ବାହିନୀରେ ଅନେକ ଯବାନ କାର୍ଯ୍ୟରତ । ସ୍ୱାଧୀନତାର ପରବର୍ତ୍ତୀ ସମୟରେ ଆମ ପୁଲିସର 33 ହଜାରରୁ ଅଧିକ ଯବାନ ନିଜର ପ୍ରାଣବଳି ଦେଇଛନ୍ତି । କଣ ଆମେ ତାଙ୍କୁ ଭୁଲିଯିବା ? ଆମେ ତାଙ୍କୁ କେମିତି ଭୁଲି ପାରିବା ? ଏହିମାନଙ୍କ ଯୋଗୁ ତ ଆମେ ସୁଖ-ଶାନ୍ତିରେ ଜୀବନଯାପନ କରିପାରୁଛୁ । ତେଣୁ ଏହି ପର୍ବ ସେମାନଙ୍କୁ ପ୍ରଣାମ କରିବାର ପର୍ବ ।
ଅନେକ ବର୍ଷ ଧରି ୱାନ ରେଙ୍କ ୱାନ୍ ପେନସନ(OROP)ର ମାମଲା ପଡି ରହିଥିଲା । ଆମେ ସମସ୍ୟାଠାରୁ ଦୂରେଇ ଯିବା ଲୋକ ନୁହେଁ, ସମସ୍ୟାର ମୁକାବିଲା କରିବା ଲୋକ । ଆମେ ଏହାର ସମାଧାନ କଲୁ । ୱାନ୍ ରେଙ୍କ ୱାନ୍ ପେନସନର କାମ କରି ଆମେ ଭାରତର ପ୍ରତ୍ୟେକ ସୈନିକ ଘରେ ଖୁସିର ବାତାବରଣ ସୃଷ୍ଟି କଲୁ ।
ଆମ ଦେଶର ଲୋକମାନଙ୍କର ଭାବନା ଥିଲା ଯେ ନେତାଜୀ ସୁଭାଷ ବାବୁଙ୍କର ଫାଇଲଗୁଡିକ ଲୋକଙ୍କ ଆଗରେ ଖୋଲାଯାଉଛି । ଆଜି ମୁଁ ବିନମ୍ରତାର ସହିତ କହୁଛି ଯେ ଯେଉଁ କାର୍ଯ୍ୟ ଅସମ୍ଭବ ଥିଲା । ଯାହା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିଲା, ସେଗୁଡିକୁ ଖୋଲିବାକୁ ଆମେ ନିଷ୍ପତ୍ତି କଲୁ । ପରିବାର ସଦସ୍ୟଙ୍କୁ ଡାକି ଫାଇଲ ଖୋଲି ରଖିଦେଲୁ । ଏବଂ ଏହି ପ୍ରକ୍ରିୟା ନିରବଚ୍ଛିନ୍ନ ଭାବରେ ଆଜି ମଧ୍ୟ ଜାରି ରହିଛି । ବିଶ୍ୱର ଦେଶମାନଙ୍କୁ ମଧ୍ୟ ମୁଁ କହିଛି ଆପଣମାନଙ୍କ ପାଖରେ ଯାହା ଫାଇଲ ରହିଛି ତାହାକୁ ଆପଣ ଖୋଲନ୍ତୁ, ଦିଅନ୍ତୁ । ସୁଭାଷ ବାବୁଙ୍କ ସମ୍ପର୍କରେ ଜାଣିବା ନିଜର ଇତିହାସକୁ ଜାଣିବାର ଅଧିକାର ଭାରତର ରହିଛି । ଏ ଦିଗରେ ଆମେ କାମ କଲୁ ।
ଯେଉଁଦିନ ଠାରୁ ଭାରତ ବିଭାଜିତ ହେଲା ସେହି ଦିନଠାରୁ ସୀମା ବିବାଦ ଲାଗି ରହିଛି । ବାଂଲାଦେଶ ହେବା ଦିନଠାରୁ ଆମର ସୀମା ବିବାଦ ଲାଗି ରହିଛି । ଅନେକ ଦଶନ୍ଧି ହୋଇଗଲା । ଭାଇ ଓ ଭଉଣୀମାନେ, ସବୁ ଦଳ ମିଶି ଭାରତ-ବାଂଲାଦେଶ ସୀମାର ସମାଧାନ କରିଦେଲୁ । ସମ୍ବିଧାନ ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଲୁ ।
ଭାଇ ଓ ଭଉଣୀମାନେ, ମଧ୍ୟବିତ୍ତ ଶ୍ରେଣୀର ଲୋକ ନିଜ ପାଇଁ ଘରଟିଏ କରିବାକୁ ଚାହେଁ । ଫ୍ଲାଟ୍ କିଣିବାକୁ ଚାହେଁ, କିନ୍ତୁ ବିଲ୍ଡର ଗୋଷ୍ଠୀ, ସେମାନେ ବଢ଼ିଆ ଭାବରେ ଛପାଯାଇଥିବା ବୁକଲେଟ ଦେଖାନ୍ତି । ଲୋକଟି ସେଥିରେ ପଡେ । ତାର ଟେକ୍ନିକାଲ ଜ୍ଞାନ ନଥାଏ, ସେ ଟଙ୍କା ଦେଇଚାଲେ । ଧାର୍ଯ୍ୟ ସମୟ ମଧ୍ୟରେ ତାକୁ ଘର ମିଳେନି । ଯେଉଁଠି କୁହାଯାଇଛି ସେଠି ମିଳେନି । ମଧ୍ୟବିତ୍ତ ଶ୍ରେଣୀର ଲୋକ ଜୀବନରେ ଥରେ ମାତ୍ର ଘରଟିଏ କରିପାରେ । ସେ ତାର ଜୀବନର ସମସ୍ତ ସଂଚିତ ଧନ ଲଗାଇଦିଏ । ଭାଇ ଓ ଭଉଣୀମାନେ ଆମେ ରିଅଲ ଇଷ୍ଟେଟ୍ ବିଲ୍ ଆଣି ଏହି ବ୍ୟବସାୟରେ ଲଗାମ ଦେଇଛୁ । ଯାହା ଫଳରେ ନିଜ ଘରଟିଏ କରିବାକୁ ଚାହୁଁଥିବା ବ୍ୟକ୍ତିକୁ କୌଣସି ଅସୁବିଧା ହେବନାହିଁ । ଏ ଦିଗରେ ଆମେ କାର୍ଯ୍ୟ କରିଛୁ ।
ଭାଇ ଓ ଭଉଣୀମାନେ, ମୁଁ ପୂର୍ବରୁ କହିଛି ଯେ ଶ୍ରୀମଦ୍ ରାମଚନ୍ଦ୍ରଜୀଙ୍କର 150 ତମ ଜୟନ୍ତୀ ପାଳିତ ହେବାକୁ ଯାଉଛି । ମହାତ୍ମା ଗାନ୍ଧୀ ତ ତାଙ୍କୁ ନିଜର ଗୁରୁ ବୋଲି ମାନୁଥିଲେ । ରାମିଚନ୍ଦ୍ରଜୀଙ୍କ ସହ ସେ ସେତେବେଳେ ଦକ୍ଷିଣ ଆଫ୍ରିକାରେ ଥିଲେ । ସେତେବେଳେ ମଧ୍ୟ ସେ ତାଙ୍କ ସହ ପତ୍ର ବିନିମୟ କରୁଥିଲେ । ଗୋଟିଏ ପତ୍ରରେ ଶ୍ରୀମଦ୍ ରାମଚନ୍ଦ୍ରଜୀ ହିଂସା ଏବଂ ଅହିଂସା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଲେଖିଥିଲେ ଯେ ଯେବେଠାରୁ ହିଂସାର ଅସ୍ତିତ୍ୱ ରହିଛି, ସେହି ସମୟଠାରୁ ଅହିଂସାର ସିଦ୍ଧାନ୍ତ ମଧ୍ୟ ଆସିଛି । ଏକଥା ଗୁରୁତ୍ୱପୂର୍ଣ୍ଣ ଯେ ଦୁଇଟି ମଧ୍ୟରୁ କାହାକୁ ଗୁରୁତ୍ୱ ଦେଉଛୁ ଏବଂ କାହାର ବ୍ୟବହାର ମାନବର ହିତ ଉଦ୍ଦେଶ୍ୟରେ ହେଉଛି । ଭାଇ ଓ ଭଉଣୀମାନେ, ହିଂସା ଓ ଅହିଂସା ଉପରେ ଆଲୋଚନା ଆମ ଦେଶରେ ବହୁତ ସ୍ୱାଭାବିକ । ମାନବିକତା ଆମ ରକ୍ତରେ ରହିଛି । ଆମେ ଗୋଟିଏ ମହାନ ସଂସ୍କୃତିର ଲୋକ । ଏହି ଦେଶ ବିବିଧତାରେ ପରିପୂର୍ଣ୍ଣ । ବିଭିନ୍ନ ରଙ୍ଗ ରୂପ ଭରା । ଏହା ଭାରତ ମାତାଙ୍କର ଏଭଳି ଫୁଲତୋଡା ଯେଉଁଥିରେ ସବୁ ପ୍ରକାରର ସୁଗନ୍ଧ ରହିଛି । ସମସ୍ତ ପ୍ରକାର ରଙ୍ଗ ଅଛି । ସବୁ ପ୍ରକାର ସ୍ୱପ୍ନ ରହିଛି । ଭାଇ ଓ ଭଉଣୀମାନେ, ବିବିଧତା ମଧ୍ୟରେ ଏକତା ଆମର ସବୁଠାରୁ ବଡ ଶକ୍ତି । ଏକତାର ମନ୍ତ୍ର ଆମ ମୂଳରେ ରହିଛି । ଭାଇ ଓ ଭଉଣୀମାନେ, ଯେଉଁ ଦେଶର 100 ରୁ ଅଧିକ ଭାଷା ରହିଥିବ, ଶହ ଶହ କଥିତ ଭାଷା ଥିବ, ଅଗଣିତ ବେଶପୋଷାକ ଥିବ, ଅଗଣିତ ଜୀବନ ପଦ୍ଧତି ରହିଥିବ, ଏତେ ସବୁ ସତ୍ତ୍ୱେ ଶହ ଶହ ବର୍ଷ ଧରି ଏ ଦେଶ ଏକ ହୋଇ ରହିଛି, ଏହାର ମୂଳ କାରଣ ହେଉଛି ଆମର ସାଂସ୍କୃତିକ ପରମ୍ପରା । ଆମେ ସମ୍ମାନ ଦେବା ଜାଣୁ, ସତ୍କାର କରିବା ଜାଣୁ, ଆମେ ସମାବେଶ କରିବା ଜାଣୁ, ଏହି ମହାନ ପରମ୍ପରାକୁ ନେଇ ଆମେ ଚାଲିଛୁ । ତେଣୁ ହିଂସା ଏବଂ ଅତ୍ୟାଚାରର ଆମ ଦେଶରେ କୌଣସି ସ୍ଥାନ ନାହିଁ । ଭାରତର ଗତଣତନ୍ତ୍ରକୁ ମଜବୁତ କରିବାକୁ ହେଲେ, ଭାରତର ସ୍ୱପ୍ନକୁ ସାକାର କରିବାକୁ ହେଲେ ହିଂସାର ମାର୍ଗ କେବେ ହେଲେ ସଫଳ ହେବନାହିଁ । ଆଜି କେତେକ ଅଂଚଳରେ ଜଙ୍ଗଲରେ ମାଓବାଦୀ ନାମରେ, ସୀମାନ୍ତରେ ଉଗ୍ରବାଦ ନାମରେ, ପାହାଡି ଇଲାକାରେ ଆତଙ୍କବାଦ ନାମରେ କାନ୍ଧରେ ବନ୍ଧୁକ ଧରି ନିରୀହ ଲୋକଙ୍କୁ ହତ୍ୟା କରାଯିବାର ଖେଳ ଚାଲିଛି । ତ୍ରାହି ତ୍ରାହି ଡାକ ପଡିଲାଣି । ଏହି ମାଟି ମାଆ ରକ୍ତରଂଜିତ ହୋଇ ଚାଲିଛି । କିନ୍ତୁ ଆତଙ୍କବାଦ ରାସ୍ତାରେ ଯିବାବାଲା କିଛି ପାଇନାହାନ୍ତି । ମୁଁ ସେହି ଯୁବକମାନଙ୍କୁ କହିବାକୁ ଚାହୁଁଛି । ଏହି ଦେଶ ହିଂସାକୁ କେବେ ହେଲେ ବରଦାସ୍ତ କରିବ ନାହିଁ, ଏହି ଦେଶ ଆତଙ୍କବାଦକୁ କେବେ ହେଲେ ସହିବ ନାହିଁ, ମାଓବାଦୀ ସାମନାରେ କେବେ ହେଲେ ନଇଁ ନାହିଁ । କିନ୍ତୁ ମୁଁ ଯୁବକମାନଙ୍କୁ କହୁଛି ଯେ, ଏବେ ମଧ୍ୟ ସମୟ ଅଛି, ଫେରି ଆସନ୍ତୁ । ନିଜ ପିତାମାତାଙ୍କର ସ୍ୱପ୍ନ କଥା ଚିନ୍ତା କରନ୍ତୁ, ନିଜର ପିତାମାତାଙ୍କର ଆଶା ଆକାଂକ୍ଷାକୁ ଦେଖନ୍ତୁ, ମୁଖ୍ୟଧାରାକୁ ଫେରି ଆସନ୍ତୁ ଏବଂ ସୁଖ-ଶାନ୍ତିରେ ଜୀବନଯାପନ କରନ୍ତୁ । ହିଂସାର ମାର୍ଗ କେବେ ହେଲେ କାହାପାଇଁ ମଙ୍ଗଳକାରୀ ନୁହେଁ ।
ଭାଇ ଓ ଭଉଣୀମାନେ, ଆମେ ଯେତେବେଳେ ବିଦେଶ ନୀତି କଥା କହୁ, ମୁଁ ଏହା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବାକୁ ଚାହୁଁ ନାହିଁ । କିନ୍ତୁ ଯେଉଁ ଦିନ ଆମେ ଶପଥ ଗ୍ରହଣ କରିଥିଲୁ, ସାର୍କ ଦେଶର ନେତାମାନଙ୍କୁ ନିମନ୍ତ୍ରିତ କରିଥିଲୁ । ଆମ ବାର୍ତ୍ତା ସ୍ପଷ୍ଟ ଥିଲା ଯେ ଆମେ ସମସ୍ତ ଦେଶ, ସବୁ ପଡୋଶୀ ଦେଶ ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ସାଧାରଣ ଆହ୍ୱାନ ହେଲା ଦାରିଦ୍ର୍ୟ । ଆସନ୍ତୁ ଆମେ ସମସ୍ତେ ଦାରିଦ୍ର୍ୟ ସହ ସଂଗ୍ରାମ କରିବା, ନିଜ ଲୋକଙ୍କ ସହ ଳଢ଼ି ବରବାଦ ହୋଇସାରିଛୁ । କିନ୍ତୁ ଦାରିଦ୍ର୍ୟ ସହ ଲଢ଼ିଲେ ସେଥିରୁ ବାହାରି ସମୃଦ୍ଧି ଦିଗରେ ଅଗ୍ରସର ହେବା । ତେଣୁ ମୁଁ ସବୁ ପଡୋଶୀଙ୍କୁ ଦାରିଦ୍ର୍ୟ ସହ ଲଢ଼ିବାକୁ ନିମନ୍ତ୍ରଣ କରୁଛି । ଆମ ଦେଶର ନାଗରିକମାନଙ୍କୁ, ପ୍ରତ୍ୟେକ ଦେଶର ନାଗରିକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା । ଏହାଠାରୁ ବଡ ଆଉ କିଛି ସ୍ୱାଧୀନତା ନ ହୋଇପାରେ । ଆମର ଯେକୌଣସି ପଡୋଶୀ ଦେଶର ନାଗରିକ ଯେତେବେଳେ ଦାରିଦ୍ର୍ୟରୁ ମୁକ୍ତ ହେବ, ସେତେବେଳେ ଭାରତ କେତେ ଆନନ୍ଦ ଅନୁଭବ କରିବ ।
ଭାଇ ଓ ଭଉଣୀମାନେ, ମାନବିକତାର ପ୍ରେରଣା ଲାଭ କରି ବଢ଼ିଥିବା ଲୋକେ କିଭଳି ଏବଂ ଆତଙ୍କବାଦକୁ ପୁରସ୍କାର ଦେଉଥିବା ଲୋକ କିଭଳି ହୋଇଥାନ୍ତି । ମୁଁ ବିଶ୍ୱ ଆଗରେ ଦୁଇଟି ଚିତ୍ର ଉପସ୍ଥାପିତ କରିବାକୁ ଚାହୁଁଛି । ଦୁଇଟି ଘଟଣା ସମ୍ପର୍କରେ କହିବାକୁ ଚାହୁଁଛି । ମୁଁ ବିଶ୍ୱକୁ କହୁଛି, ମାନବିକତାରେ ବିଶ୍ୱାସ କରୁଥିବା ଲୋକଙ୍କୁ କହିବାକୁ ଚାହୁଁଛି ଯେ ଟିକିଏ ନିକିତିରେ ତଉଲ କରି ଦେଖନ୍ତୁ, ସେହି ଗୋଟିଏ ଘଟଣା ଯେତେବେଳେ ଆତଙ୍କବାଦୀମାନେ ପେଶାୱରରେ ଗୋଟିଏ ସ୍କୁଲରେ ପିଲାମାନଙ୍କୁ ହତ୍ୟା କଲେ । ଘଟଣାଟି ପେଶାୱରରେ ଘଟିଥିଲା । ଏହା ଗୋଟିଏ ଆତଙ୍କବାଦୀ ଘଟଣା ଥିଲା । ନିରୀହ ପିଲାମାନଙ୍କୁ ହତ୍ୟା କରାଯାଇଥିଲା । ଜ୍ଞାନର ମନ୍ଦିରକୁ ରକ୍ତ ରଂଜିତ କରାଯାଇଥିଲା । ଏହା ଭାରତର ସଂସଦର ଆଖିରେ ଲୁହ ଥିଲା । ଭାରତର ପ୍ରତ୍ୟେକ ବିଦ୍ୟାଳୟ ଲୁହ ଝରାଉଥିଲା । ଭାରତର ପ୍ରତ୍ୟେକ ବାଳକ ପେଶାୱରର ପିଲାମାନଙ୍କ ମୃତ୍ୟୁରେ ଶୋକ ଅନୁଭବ କରୁଥିଲା । ତା ଆଖିରୁ ଲୁହ ଶୁଖୁନଥିଲା । ଆତଙ୍କବାଦରେ ମରିଥିବା ପେଶାୱର ପିଲା ମଧ୍ୟ ଆମକୁ ପୀଡା ଦେଉଥିଲା, ବ୍ୟଥିତ କରୁଥିଲା । ଏହା ଆମର ମାନବିକତାରେ ବଢ଼ିଥିବା ସଂସ୍କୃତିର ପ୍ରେରଣା । ଏହା ହିଁ ଆମର ମାନବିକତା । କିନ୍ତୁ ଅନ୍ୟ ଆଡେ ଦେଖନ୍ତୁ । ଯେତେବେଳେ ଆତଙ୍କବାଦୀଙ୍କୁ ଗୌରାବାନ୍ୱିତ କରାଯାଉଥିଲା । ଯେଉଁଠି ଆତଙ୍କବାଦୀ ଘଟଣାରେ ନିରୀହ ଲୋକ ମରିଗଲେ ଉତ୍ସବ ପାଳନ କରାଯାଏ । ଇଏ କେମିତି ଆତଙ୍କବାଦରେ ପ୍ରେରିତ ଜୀବନ ? କେଉଁଭଳି ଆତଙ୍କବାଦରେ ପ୍ରେରିତ ସରକାର ? ଏହି ଦୁଇ ରହସ୍ୟ ବିଶ୍ୱବାସୀ ଭଲ ଭାବରେ ବୁଝିଯିବେ, ସେତିକି ମୋ ପାଇଁ ଯଥେଷ୍ଟ ।
ମୁଁ ଆଜି ଲାଲକିଲ୍ଲାର ପ୍ରାଚୀର ଉପରୁ କିଛି ଲୋକଙ୍କୁ ବିଶେଷ ଭାବେ ଅଭିନନ୍ଦିତ କରିବା ସହ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି । ଗତ କିଛି ଦିନରୁ ବେଲୁଚିସ୍ତାନର ଲୋକେ, ଗିଲଗିଟର ଲୋକେ, ପାକ୍ ଅଧିକୃତ କାଶ୍ମୀରର ଲୋକେ, ସେଠାକାର ନାଗରିକମାନେ ଯେଉଁଭଳି ଭାବରେ ମୋତେ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି, ଯେଉଁଭଳି ଭାବରେ ମୋ ଠାରେ କୃତଜ୍ଞତା ପ୍ରକାଶ କରିଛନ୍ତି, ମୋ ପ୍ରତି ସେମାନେ ଯେଉଁ ସଦ୍ଭାବନା ପରିପ୍ରକାଶ କରିଛନ୍ତି, ଦୂର ଦୂରାନ୍ତରେ ରହିଥିବା ଲୋକ ଯେଉଁ ଜାଗାକୁ ମୁଁ ଦେଖିନାହିଁ, ଯେଉଁ ଲୋକଙ୍କ ସହ ମୋର କେବେ ସାକ୍ଷାତ ହୋଇନାହିଁ, କିନ୍ତୁ ଏମିତି ଦୂର ଦୂରାନ୍ତରେ ବସିଥିବା ଲୋକ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ତାଙ୍କୁ ସମ୍ମାନ କରୁଛନ୍ତି । ତାହା ମୋ ଦେଶର 125 କୋଟି ଲୋକଙ୍କୁ ସମ୍ମାନ ଜଣାଇବା ସଦୃଶ । ତେଣୁ ଏଭଳି ସମ୍ମାନ ଜଣାଉଥିବା ବେଲୁଚିସ୍ତାନର ଲୋକ, ଗିଲଗିଟର ଲୋକ, ପାକ୍ ଅଧିକୃତ କାଶ୍ମୀରର ଲୋକମାନଙ୍କ ପ୍ରତି ମୁଁ ଆଜି ଆନ୍ତରିକ କୃତଜ୍ଞତା ଜଣାଉଛି ।
ଭାଇ ଓ ଭଉଣୀମାନେ, ଆମେ ଆଜି ସ୍ୱାଧୀନତାର 70 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛୁ । ସେହି ସ୍ୱାଧୀନତା ପ୍ରାପ୍ତିରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତେଣୁ ଆଜି ମୁଁ ଏହି ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରବର୍ଗଙ୍କୁ ମିଳୁଥିବା ସମ୍ମାନ ରାଶି, ମିଳୁଥିବା ପେନସନରେ 20% ବୃଦ୍ଧି କରାଯିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି । ଯଦି କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଗରୁ 25000 ଟଙ୍କା ମିଳୁଥିଲା, ତାହେଲେ ଏବେ ସେମାନଙ୍କୁ 30000 ଟଙ୍କା ମିଳିବ । ଆମର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନର ପୂଜାର୍ଚ୍ଚନାର ଏହାର ମୋର ଗୋଟିଏ ଛୋଟ ପ୍ରୟାସ । ଭାଇ ଓ ଭଉଣୀମାନେ, ଆମ ଦେଶର ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଆଲୋଚନା ହେଲେ କିଛି ଲୋକଙ୍କ ସମ୍ପର୍କରେ ଅନେକ କଥା ଆଲୋଚନା ହୁଏ । କିନ୍ତୁ ଏହି ସଂଗ୍ରାମରେ ଜଙ୍ଗଲରେ ରହୁଥିବା ଆମର ଆଦିବାସୀମାନଙ୍କର ଯୋଗଦାନ ଅତୁଳନୀୟ ଥିଲା । ସେମାନେ ଜଙ୍ଗଲରେ ରହୁଥିଲେ । ବିର୍ସା ମୁଣ୍ଡାଙ୍କ ନାଁ ତ ପ୍ରାୟ ଆମ କାନରେ ବାଜେ । କିନ୍ତୁ ହୁଏତ ଏମିତି କୌଣସି ଆଦିବାସୀ ଜିଲ୍ଲା ନଥିବ ଯେଉଁଠି 1857 ଠାରୁ ଆରମ୍ଭ କରି ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଆଦିବାସୀମାନେ ସଂଗ୍ରାମ ନ କରିଛନ୍ତି କିମ୍ବା ପ୍ରାଣବଳି ନ ଦେଇଛନ୍ତି । ସ୍ୱାଧୀନତା କଣ, ପରାଧିନତା ବିରୁଦ୍ଧରେ ସଂଗ୍ରାମ କଣ, ତାହା ସେମାନେ ସେମାନଙ୍କ ବଳିଦାନ ମାଧ୍ୟମରେ ଦର୍ଶାଇଥିଲେ । କିନ୍ତୁ ଆମର ଆଗାମୀ ପିଢ଼ିର ଇତିହାସ ବିଷୟରେ ସେତେ ଜ୍ଞାନ ନାହିଁ । ସରକାରଙ୍କ ଇଚ୍ଛା ଏବଂ ଯୋଜନା ରହିଛି, ଆଗାମୀ ଦିନରେ ସେହି ରାଜ୍ୟମାନଙ୍କରେ ସେହି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ, ଯିଏ ବଣ ଜଙ୍ଗଲରେ ରହୁଥିଲେ, ଇଂରୋଜମାନଙ୍କ ସହ ଲଢ଼ୁଥିଲେ, ନଇଁବାକୁ ପ୍ରସ୍ତୁତ ନଥିଲେ ସେମାନଙ୍କ ସମ୍ପୂର୍ଣ୍ଣ ଇତିହାସକୁ ସମାବିଷ୍ଟ କରି ଏହି ବୀର ଆଦିବାସୀଙ୍କୁ ସ୍ମରଣ କରି ସ୍ଥାୟୀ ଭାବରେ ଗୋଟିଏ ସଂଗ୍ରହାଳୟ ସ୍ଥାପନ କରିବା ପାଇଁ ରାଜ୍ୟରେ ଯେଉଁଠି କିଛି ଜାଗା ମିଳିବ ସେଠାରେ ସବୁ ଏକାଠି କରି ବଡ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇପାରେ । ସେହିପରି ଭିନ୍ନ ଭିନ୍ନ ରାଜ୍ୟରେ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରିବ । ଯାହା ଫଳରେ ଆମର ଆଗାମୀ ପିଢ଼ିମାନଙ୍କୁ ଆଦିବାସୀଙ୍କ ବଳିଦାନ ସମ୍ପର୍କରେ ଜାଣିବାର ସୁଯୋଗ ମିଳିବ ।
ଭାଇ ଓ ଭଉଣୀମାନେ, ଦରଦାମ୍ ବୃଦ୍ଧିରେ କିଛି ଜିନିଷର ବହୁତ ଆଲୋଚନା ହୁଏ । କିନ୍ତୁ ଆମେ ଅନୁଭବ କରିଛୁ ଯେ, ଗରିବର ଘରେ ରୋଗ ପ୍ରବେଶ କଲେ ତାର ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥା ଭୁଷୁଡି ପଡେ । ଝିଅ ବାହାଘର ଅଟକି ଯାଏ, ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଯାଏ । ବେଳେବେଳେ ଓଳିଏ ଉପାସ ରହିବାକୁ ପଡେ । ସ୍ୱାସ୍ଥ୍ୟ ସେବା ମହଙ୍ଗା ହେବାରେ ଲାଗିଛି । ତେଣୁ ଆଜି ମୁଁ ଲାଲକିଲ୍ଳାର ପ୍ରାଚୀର ଉପରୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମୋର ଏହି ପରିବାରର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସରକାରଙ୍କ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ଘୋଷଣା କରୁଛି । ଆମେ ପ୍ରସ୍ତୁତ କରିଥିବା ଏହି ଯୋଜନା ଅଧୀନରେ ଆଗାମୀ ଦିନରେ ଏଭଳି କୌଣସି ଗରିବ ପରିବାରକୁ ସ୍ୱାସ୍ଥ୍ୟସେବାର ଲାଭ ନେବାକୁ ରହିଛି । ତେବେ ବର୍ଷକୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଭାରତ ସରକାର ବହନ କରିବେ । ଯାହାଫଳରେ ମୋର ଏହି ଗରିବ ଭାଇମାନଙ୍କୁ ଏହି ସ୍ୱାସ୍ଥ୍ୟସେବାରୁ ବଂଚିତ ନ ହୁଅନ୍ତୁ । ସେମାନଙ୍କ ସ୍ୱପ୍ନ ଯେମିତି ଭାଙ୍ଗି ନଯାଉ ।
ତେଣୁ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ସ୍ୱାଧୀନତାର ଏହି ପବିତ୍ର ପର୍ବରେ ଗୋଟିଏ ନୂଆ ସଂକଳ୍ପ, ନୂଆ ଶକ୍ତି, ନୂଆ ଉତ୍ସାହ ନେଇ ଆମେ ଆଗେଇଯିବା । ଆମ ପାଇଁ ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଲେ ସେମାନଙ୍କଠାରୁ ପ୍ରେରଣା ଲାଭ କରି, ସ୍ୱାଧୀନତା ପାଇଁ ବଂଚିଥିବା ଲୋକଙ୍କଠାରୁ ପ୍ରେରଣା ଲାଭ କରିବା । ଦେଶପାଇଁ ପ୍ରାଣ ଦେବାର ସୁଯୋଗ ତ ମିଳୁନାହିଁ, କିନ୍ତୁ ଦେଶପାଇଁ ବଂଚିବାର ସୁଯୋଗ ତ ନିଶ୍ଚୟ ରହିଛି । ଆମେ ଦେଶପାଇଁ ଜିଇଁ କରି ଦେଖାଇବା, ଆମର କର୍ତ୍ତବ୍ୟକୁ ପାଳନ କରିବା, ଅନ୍ୟମାନଙ୍କୁ ସେମାନଙ୍କ ଦାୟିତ୍ୱ ତୁଲାଇବା ପାଇଁ ପ୍ରେରିତ କରିବା । ଗୋଟିଏ ସମାଜ, ଗୋଟିଏ ସ୍ୱପ୍ନ, ଗୋଟିଏ ସଂକଳ୍ପ, ଗୋଟିଏ ଦିଗ, ଗୋଟିଏ ଲକ୍ଷ୍ୟକୁ ନେଇ ଆମେ ଆଗେଇଯିବା । ଏହି ଗୋଟିଏ ଭାବନା ସହ ମୁଁ ପୁଣିଥରେ ମହାପୁରୁଷମାନଙ୍କୁ ପ୍ରଣାମ ଜଣାଇ ଜଳ, ସ୍ଥଳ ଏବଂ ଆକାଶରେ ଆମର ସୁରକ୍ଷା ପାଇଁ ନିଜର ପ୍ରାଣବଳି ଦେଇଥିବା ଆମର ପୁଲିସ ଯବାନ, 33 ହଜାର ବଳିଦାନକୁ ପ୍ରଣାମ ଜଣାଇ ଦେଶର ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖି, ସ୍ୱୟଂକୁ ସମର୍ପିତ କରି ଆଜି ଲାଲକିଲ୍ଲାର ପ୍ରାଚୀର ଉପରୁ ଆପଣ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଶକ୍ତି ସହ ମୋ ସହ ଧ୍ୱନୀ ଦେବା ପାଇଁ କହୁଛି ଭାରତ ମାତା କୀ ଜୟ,
ସ୍ୱର ବିଶ୍ୱର ପ୍ରତିଟି କୋଣରେ ଗୁଞ୍ଜରିତ ହେବା ଆବଶ୍ୟକ ।
ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ,
ବନ୍ଦେ ମାତରମ୍, ବନ୍ଦେ ମାତରମ, ବନ୍ଦେ ମାତରମ,
ଜୟ ହିନ୍ଦ, ଜୟ ହିନ୍ଦ୍, ଜୟ ହିନ୍ଦ,
ବହୁତ ବହୁତ ଧନ୍ୟବାଦ ।
Today on this special day, I convey my greetings to 125 crore Indians & the Indian community living overseas: PM @narendramodi from Red Fort
— PMO India (@PMOIndia) August 15, 2016
May this energy guide the nation to scale newer heights of progress in the years to come: PM @narendramodi #IndependenceDayIndia
— PMO India (@PMOIndia) August 15, 2016
We remember Mahatma Gandhi, Sardar Patel, Pandit Nehru, countless people who sacrificed their lives so that we attained Swarajya: PM
— PMO India (@PMOIndia) August 15, 2016
वेद से विवेकानंद तक, सुदर्शनधारी मोहन से लेकर चरखाधारी मोहन तक, महाभारत के भीम से लेकर भीमराव तक हमारी एक लंबी विरासत है: PM @narendramodi
— PMO India (@PMOIndia) August 15, 2016
अब स्वराज्य को सुराज्य में बदलना, ये सवा सौ करोड़ देशवासियों का संकल्प है : PM @narendramodi #IndependenceDayIndia https://t.co/Iy8hu3vQmx
— PMO India (@PMOIndia) August 15, 2016
सवा सौ करोड़ देशवासियों को सुराज्य के संकल्प को आगे बढ़ाने की अपनी प्रतिबद्धता के साथ आगे बढ़ना होगा: PM @narendramodi
— PMO India (@PMOIndia) August 15, 2016
Yes, we face several problems. But we are capable to overcome them: PM @narendramodi from the Red Fort https://t.co/Iy8hu3vQmx
— PMO India (@PMOIndia) August 15, 2016
भारत के पास लाखों समस्याएं हैं, तो सवा सौ करोड़ मस्तिष्क भी हैं, जो उनका समाधान करने की क्षमता रखती हैं: PM @narendramodi from Red Fort
— PMO India (@PMOIndia) August 15, 2016
अब सरकार आक्षेपों से घिरी हुई नहीं है, अपेक्षाओं से घिरी हुई है : PM @narendramodi
— PMO India (@PMOIndia) August 15, 2016
Today, more than Karya, I want to talk about Karya Sanskriti on the Government: PM @narendramodi from the Red Fort #IndependenceDayIndia
— PMO India (@PMOIndia) August 15, 2016
Surajya, the meaning of this is- a qualitative and positive change in the lives of the citizen of India: PM @narendramodi
— PMO India (@PMOIndia) August 15, 2016
आज सरकार के सभी बड़े अस्पतालों में ऑनलाईन रजिस्ट्रेशन होते हैं और पूरा मेडिकल रिकॉर्ड ऑनलाईन उपलब्ध होता है : PM @narendramodi
— PMO India (@PMOIndia) August 15, 2016
शासन संवेदनशील होना चाहिए, शासन उत्तरदायी होना चाहिए: PM @narendramodi #IndependenceDayIndia
— PMO India (@PMOIndia) August 15, 2016
We want to change the situation where people are scared of income tax authorities, particularly among middle class families: PM
— PMO India (@PMOIndia) August 15, 2016
पहले पासपोर्ट पाने के लिए अगर सिफारिश नहीं है तो चार-छह महीने यूं ही चले जाते थे। आज हफ्ते-दो हफ्ते में पासपोर्ट पहुंचा दिया जाता है: PM
— PMO India (@PMOIndia) August 15, 2016
सुराज्य के लिए सुशासन भी जरूरी है। अब ग्रुप सी और ग्रुप डी के 9000 पदों पर इंटरव्यू की प्रक्रिया नहीं होगी। सिफारिश की जरूरत नहीं होगी: PM
— PMO India (@PMOIndia) August 15, 2016
हमें अपने काम की रफ्तार को तेज करना होगा। गति को और आगे बढ़ाना होगा: PM @narendramodi
— PMO India (@PMOIndia) August 15, 2016
Renewable energy is a focus area for us: PM @narendramodi #IndependenceDayIndia
— PMO India (@PMOIndia) August 15, 2016
पहले 30-35 हजार किलोमीटर ट्रांसमिशन लाइन डाली जाती थी। आज इस काम को हमने करीब 50 हजार किलोमीटर तक पहुंचाया है: PM @narendramodi
— PMO India (@PMOIndia) August 15, 2016
सामान्य व्यक्ति देश की अर्थव्यवस्था की मुख्य धारा का हिस्सा नहीं था। हमने 21 करोड़ लोगों को जनधन से जोड़कर असंभव को संभव किया: PM
— PMO India (@PMOIndia) August 15, 2016
साढ़े तीन सौ रुपये में बिकने वाले एलईडी बल्व, सरकार के हस्तक्षेप से आज 50 रुपये में बांटे जा रहे हैं: PM @narendramodi #IndependenceDayIndia
— PMO India (@PMOIndia) August 15, 2016
The Prime Minister is speaking on the issue of price rise. Watch. https://t.co/Iy8hu3vQmx
— PMO India (@PMOIndia) August 15, 2016
How can we forget the bravery and sacrifice of the Sikh Gurus: PM @narendramodi #IndependenceDayIndia
— PMO India (@PMOIndia) August 15, 2016
हमने जमीन की सेहत पर ध्यान दिया। हमने स्वाइल हेल्थ कार्ड और जल प्रबंधन पर बल दिया है : PM @narendramodi #IndependenceDayIndia
— PMO India (@PMOIndia) August 15, 2016
मैंने लोकलुभावन फैसलों से दूर रहने का प्रयास किया है। हमने सरकार की पहचान से ज्यादा हिंदुस्तान की पहचान पर बल दिया: PM @narendramodi
— PMO India (@PMOIndia) August 15, 2016
साढ़े सात लाख करोड़ रुपये के पिछली सरकारों के प्रोजेक्ट जो रुके हुए थे, मैंने कहा कि इनको पूरा करो: PM @narendramodi #IndependenceDayIndia
— PMO India (@PMOIndia) August 15, 2016
जब नीति साफ हो, नीयत स्पष्ट हो, तब निर्णय करने का जज्बा भी कुछ और होता है। हमारी सरकार लास्टमैन डिलीवरी पर बल दे रही है: PM
— PMO India (@PMOIndia) August 15, 2016
हमने आधार को सरकारी योजनाओं से जोड़ा, बिचौलियों को बाहर किया और बचे हुए पैसे जरूरतमंद के खातों तक पहुंचाने का काम किया: PM @narendramodi
— PMO India (@PMOIndia) August 15, 2016
हम अपने देश में कितनी ही प्रगति करें, लेकिन हमें इसके साथ-साथ हमें अपने देश को वैश्विक मानकों पर खरा उतारना पड़ेगा: PM @narendramodi
— PMO India (@PMOIndia) August 15, 2016
GST will give strength to our economy and all parties are to be thanked for its passage: PM @narendramodi
— PMO India (@PMOIndia) August 15, 2016
One nation, one grid and one price- we have worked on this: PM @narendramodi
— PMO India (@PMOIndia) August 15, 2016
आज जो सामाजिक तनाव देखते हैं, उसमें रामानुजाचार्य का संदेश महत्वपूर्ण है। हमारे सभी महापुरुषों से सामाजिक एकता की बात की: PM
— PMO India (@PMOIndia) August 15, 2016
सशक्त हिंदुस्तान, सशक्त समाज के बिना नहीं बन सकता और सशक्त समाज का निर्माण होता है, सामाजिक न्याय के आधार पर: PM @narendramodi
— PMO India (@PMOIndia) August 15, 2016
युवाओं को अवसर मिले, युवाओं को रोजगार मिले, ये हमारे लिए समय की मांग है : PM @narendramodi
— PMO India (@PMOIndia) August 15, 2016
काम का दायरा जितना बढ़ेगा, रोजगार की संभावना उतनी बढ़ेंगी। हम इसी दिशा में आगे बढ़ रहे हैं: PM @narendramodi
— PMO India (@PMOIndia) August 15, 2016
Unity in diversity, this is our strength: PM @narendramodi
— PMO India (@PMOIndia) August 15, 2016
Violence has no place in our society: PM @narendramodi
— PMO India (@PMOIndia) August 15, 2016
हिंसा और अत्याचार का हमारे देश में कोई स्थान नहीं है: PM @narendramodi #IndependenceDayIndia
— PMO India (@PMOIndia) August 15, 2016
जब पेशावर में आतंकवादियों ने निर्दोष बालकों को मौत के घाट उतार दिया गया, तो भारत की आंखों में आंसू थे: PM @narendramodi
— PMO India (@PMOIndia) August 15, 2016
दूसरी ओर आतंकवाद को ग्लोरीफाई करने का काम होता है: PM @narendramodi
— PMO India (@PMOIndia) August 15, 2016
सरकार स्वतंत्रता संग्राम में आदिवासियों के योगदान को बताने के लिए देश भर में म्यूजियम बनाएगी: PM @narendramodi #IndependenceDayIndia
— PMO India (@PMOIndia) August 15, 2016
एक समाज, एक सपना, एक संकल्प, एक मंजिल, इस दिशा में हम आगे बढ़ें: PM @narendramodi #IndependenceDayIndia
— PMO India (@PMOIndia) August 15, 2016