Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବନ୍ୟା ପ୍ରଭାବିତ ରାଜ୍ୟମାନଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାର ସହାୟତା କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆଶ୍ଵାସନା


ଭୀଷଣ ବନ୍ୟା ପ୍ରଭାବିତ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି । ବନ୍ୟା ପ୍ରଭାବିତ ଲୋକମାନଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ସେ ପ୍ରାର୍ଥନା କରିବା ସହିତ ପରିସ୍ଥିତିରେ ଯଥାଶୀଘ୍ର ଉନ୍ନତି ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

“ବନ୍ୟା ପ୍ରଭାବିତ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଲୋକମାନଙ୍କର ସୁରକ୍ଷା ଏବଂ ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା କରୁଛି ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜୀ ଅହରହ ବନ୍ୟା ପ୍ରଭାବିତ ଅଂଚଳର ସ୍ଥିତି ଉପରେ ନଜର ରଖୁଛନ୍ତି । ସେ ବନ୍ୟା ପ୍ରଭାବିତ ଏହି ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ଉଦ୍ଧାର ଓ ସହାୟତା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ସହଯୋଗ କରିବେ । ମୋର ଆଶା ଯେ ପ୍ରଭାବିତ ଅଞ୍ଚଳରେ ଅତିଶୀଘ୍ର ସ୍ୱାଭାବିକ ସ୍ଥିତି ଫେରିଆସିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***