Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳୋଇ ଆନ୍ତର୍ଜାତିକ ବିମାନବନ୍ଦରରେ କ୍ଷୟଶୀଳ ସାମଗ୍ରୀ କେନ୍ଦ୍ର ନିର୍ମାଣ ଲାଗି ଆସାମ ଶିଳ୍ପ ବିକାଶ ନିଗମକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ଜମି ଲିଜ ପ୍ରସ୍ତାବ କେବିନେଟରେ ଅନୁମୋଦନ


ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳୋଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ସଂପ୍ରସାରଣ ଏବଂ ଏକ କ୍ଷୟଶୀଳ ଦ୍ରବ୍ୟ ପଣ୍ୟାଗାର ନିର୍ମାଣ ସକାଶେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଆସାମ ଶିଳ୍ପ ବିକାଶ ନିଗମକୁ ଜମି ଯୋଗାଇଦେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଏହି ପଣ୍ୟାଗାର ନିର୍ମାଣ ଲାଗି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଆସାମ ଶିଳ୍ପ ବିକାଶ ନିଗମକୁ ମୋଟ 4050 ବର୍ଗ ମିଟର ଜମି ଯୋଗାଇଦେବ ।

ସେଠାରେ ସେଣ୍ଟର ଫର ପେରିସେବଲ କାର୍ଗୋ (CPC) ପ୍ରତିଷ୍ଠା କରାଯିବ ଏବଂ ଭବିଷ୍ୟତରେ ଏହି ବିମାନ ବନ୍ଦରର ସଂପ୍ରସାରଣ ମଧ୍ୟ ହୋଇପାରିବ । ବର୍ଷକୁ ସାଙ୍କେତିକ ଭାବେ ଏକ ଟଙ୍କା ମୂଲ୍ୟରେ 7 ବର୍ଷ ପାଇଁ ଏହି ଜମି ଲିଜ୍ ରାଜିନାମା ସ୍ୱାକ୍ଷରିତ ହେବ ।

ଲିଜ୍ ଅବଧି ଶେଷ ହେବାପରେ AAIର ପ୍ରଚଳିତ ନୀତି ଅନୁସାରେ ଏହାର ଅବଧିକୁ ପୁନଃବୃଦ୍ଧି କରାଯିବ ।