Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଶ୍ରୀ ମୈତ୍ରୀପାଳ ସିରିସେନା,


ଶ୍ରୀଳଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା କିଛି କ୍ଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା କରି ଜାମ୍ମୁ-କାଶ୍ମୀରର ଉରି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଦୁଃଖ ଓ ଶୋକ ପ୍ରକଟ କରିଛନ୍ତି ।

ରାଷ୍ଟ୍ରପତି ସିରିସେନା ଏହି ସୀମାପାର ଆତଙ୍କବାଦ ଘଟଣାକୁ ଦୃଢ ଭାବେ ନିନ୍ଦା କରିବା ସହ ମୃତକଙ୍କ ପରିଜନମାନଙ୍କୁ ସମବେଦନା ଜଣାଇଛନ୍ତି ।

ଏହି ଅଞ୍ଚଳରେ ଆତଙ୍କବାଦର ଭୟ ଓ ବାତାବରଣକୁ ବିଲୋପ କରିବା ଦିଗରେ ସବୁ ରାଷ୍ଟ୍ର ନିରନ୍ତର ସହଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇ ଦୁଇ ରାଷ୍ଟ୍ର ନେତା ଆଲୋଚନା କରିଥିଲେ ।