Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜର୍ମାନୀର ମୁନିଚରେ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

ଜର୍ମାନୀର ମୁନିଚରେ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁନିଚର ଅଡି ଡୋମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା ଏବଂ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ଅଭିବୃଦ୍ଧିର କାହାଣୀ ଉପରେ ଆଲୋକପାତ କରିଥିଲେ ଏବଂ ଦେଶର ବିକାଶ ଏଜେଣ୍ଡାକୁ ଅଧିକ ହାସଲ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଭାରତର ସଫଳତାର କାହାଣୀକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ସଫଳତାର ବ୍ରାଣ୍ଡ ଆମ୍ବାସାଡର ଭାବରେ କାର୍ଯ୍ୟ କରିବାରେ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରବାସୀ ଭାରତୀୟମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ ।

HS