ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୂଆ କେନ୍ଦ୍ର ପ୍ରାୟୋଜିତ ଯୋଜନା – ପିଏମ ଶ୍ରୀ (ପିଏମ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ) ବା ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ନୂଆ ଯୋଜନା ମାଧ୍ୟମରେ ସାରା ଦେଶର ୧୪, ୫୦୦ଟି ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥିପାଇଁ କେନ୍ଦ୍ର/ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର/ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ଚୟନ କରାଯିବ । ପିଏମ ଶ୍ରୀ ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁ ଉପାଦାନ ପ୍ରତିଫଳିତ ହେବ ଏବଂ ବିଦ୍ୟାଳୟ ପରିସରରେ ପ୍ରଶିକ୍ଷଣ ପ୍ରଦାନ କରି ଏହା ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହେବ । ଛାତ୍ରଛାତ୍ରୀଙ୍କ ଜ୍ଞାନଗତ ବିକାଶ ପାଇଁ ପିଏମ ଶ୍ରୀ ବିଦ୍ୟାଳୟରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷାଦାନ କରାଯିବ ଏବଂ ଏଠାରୁ ଏକବିଂଶ ଶତାବ୍ଦୀର ପ୍ରମୁଖ କୌଶଳରେ ପରିପୂର୍ଣ୍ଣ ସର୍ବଗୁଣସମ୍ପନ୍ନ ଏବଂ ପ୍ରତିଭାବାନ ବ୍ୟକ୍ତିବିଶେଷ ସୃଷ୍ଟି ହେବେ ।
ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଆକାରରେ ପିଏମ ଶ୍ରୀ ବିଦ୍ୟାଳୟ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ପାଇଁ ୨୭୩୬୦ କୋଟି ଟଙ୍କାର ପ୍ରକଳ୍ପ ଖର୍ଚ୍ଚ ନିର୍ଦ୍ଧାରଣ କରାଯାଇଛି । ୨୦୨୨-୨୩ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଯୋଗାଇ ଦେବେ ।
ପ୍ରମୁଖ ବୈଶିଷ୍ଟ୍ୟ
ପିଏମ ଶ୍ରୀ ବିଦ୍ୟାଳୟରେ ପ୍ରମୁଖ ଆଦର୍ଶଗତ ହସ୍ତକ୍ଷେପଗୁଡ଼ିକ ହେଉଛି:
ବର୍ତ୍ତମାନର ଭିତ୍ତିଭୂମି ସୁଦୃଢ଼ କରିବା
ସବୁଜ ବିଦ୍ୟାଳୟ ଯୋଜନା
କାର୍ଯ୍ୟକାରିତା ରଣନୀତି
ଚୟନ ପଦ୍ଧତି :
ପିଏମ ଶ୍ରୀ ବିଦ୍ୟାଳୟର ଗୁଣବତ୍ତା ସୁନିଶ୍ଚିତତା
ହିତାଧିକାରୀ
ଏହି ଯୋଜନା ଦ୍ବାରା ସାରା ଦେଶର ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଲାଭ ପାଇପାରିବେ ବୋଲି ଆଶା କରାଯାଉଛି । ପିଏମ ଶ୍ରୀ ବିଦ୍ୟାଳୟ କ୍ଷେତ୍ରରେ ଥିବା ଅନ୍ୟ ବିଦ୍ୟାଳୟଗୁଡ଼ିକୁ ପ୍ରଶିକ୍ଷଣ ଏବଂ ପରିଚାଳନା ଦ୍ବାରା ଏହାର ଅଧିକ ପ୍ରଭାବ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି ।
******
P.S.