Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ


ପ୍ରତିବର୍ଷ ଅକ୍ଟୋବର 11 ତାରିଖଟିକୁ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ରୂପେ ପାଳନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କନ୍ୟା ସନ୍ତାନ ଦିବସ ଅବସରରେ ଏକ ବାର୍ତ୍ତା ଦେଇଛନ୍ତି :-

“କନ୍ୟା ସନ୍ତାନ ଅଧ୍ୟୟନର ଅଧ୍ୟବ୍ୟସାୟରୁ କ୍ରୀଡାଙ୍ଗନ ପର୍ଯ୍ୟନ୍ତ, ଜୀବନର ପ୍ରତିଟି କ୍ଷେତ୍ରରେ ଅଲିଭା ଛାପ ଛାଡିଥାଏ । ଆଜିର ଏହି ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ସେମାନଙ୍କର ସଫଳତାକୁ ପ୍ରଣାମ କରୁଛି ।

ଆମେ ସମ୍ମିଳିତ ଭାବେ ଏଭଳି ଏକ ଭାରତ ନିର୍ମାଣ କରିବା ଯେଉଁଠି ଲିଙ୍ଗଭେଦ ନଥିବ ଏବଂ କନ୍ୟାରତ୍ନ ଦିପ୍ତିମୟୀ ହେବା ଲାଗି ସମସ୍ତ ସୁଯୋଗ ଥିବ ।”

**********