ପିଏମଇଣ୍ଡିଆ
ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମଏସ୍) ଏବଂ ପଶ୍ଚିମ ଆନସାରୀ ନଗରଠାରେ ଆବାସିକ କଲୋନୀର ପୁନର୍ବିକାଶ ପ୍ରସ୍ତାବକୁ କେନ୍ଦ୍ର କେବିନେଟ ମଂଜୁରି ପ୍ରଦାନ କରିଛନ୍ତି । ଗୁରୁବାର ଦିନ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ସ୍ଵୀକୃତି ମିଳିଛି । ଜାତୀୟ ସୌଧ ନିର୍ମାଣ ନିଗମ ଲିମିଟେଡ଼ (ଏନବିସିଏଲ) ଏହି କାର୍ଯ୍ୟକ୍ରମକ ହାତକୁ ନେଇ ସେଠାରେ ଥିବା ଟାଇପ୍-1 ଏବଂ ଟାଇପ-4 ପର୍ଯ୍ୟନ୍ତ 1444ଟି ବାସଗୃହ ଯାହାକି 0.87 ଲକ୍ଷ ବର୍ଗମିଟର କ୍ଷେତ୍ରରେ ଅବସ୍ଥିତ ଏବଂ ଟାଇପ-2 ଏବଂ ଟାଇପ-6 ପର୍ଯ୍ୟନ୍ତ ଥିବା 3928ଟି ବାସଗୃହ ଯାହାକି 4.02 ଲକ୍ଷ ବର୍ଗମିଟର କ୍ଷେତ୍ରରେ ଅବସ୍ଥିତ ତାହାର ପୁନର୍ବିନ୍ୟାସ ଘଟାଇବ। ନୂତନ ଭାବେ ନିର୍ମିତ କଲୋନୀରେ ଧର୍ମଶାଳା ଠାରୁ ଆରମ୍ଭ କରି 0.92 ବର୍ଗମିଟର ପରିମିତ କ୍ଷେତ୍ରରେ ବ୍ୟବସାୟିକ ଗୃହ ଆଦି ନିର୍ମାଣ କରାଯିବ। ଏଥିପାଇଁ ମୋଟ 4441 କୋଟି ଟଙ୍କା ବ୍ୟୟ କରାଯିବ ଯେଉଁଥିରେ ସେହିସବୁ ବାସଗୃହର 30 ବର୍ଷର ରକ୍ଷଣାବେକ୍ଷଣ ଓ ମରାମତି ବ୍ୟୟ ମଧ୍ୟ ସାମିଲ। ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ବ୍ୟବସାୟିକ ଗୃହ ବିକ୍ରୀ ଓ ‘ସେଲ୍ଫ ଫାଇନାନ୍ସିଂ ଭିତ୍ତି’ରେ କାର୍ଯକାରୀ କରାଯାଉଥିବାରୁ ସରକାରଙ୍କ ଉପରେ ଏହା କୌଣସି ଆର୍ଥିକ ବୋଝ ପକାଇବ ନାହିଁ। ପାଞ୍ଚବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରାଯିବ ।