Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବରୋଦରାରେ ପ୍ରଧାନମନ୍ତ୍ରୀ : ଉଦ୍ଘାଟନ କଲେ ବିମାନବନ୍ଦର ସମନ୍ଵିତ ଟର୍ମିନାଲ କୋଠା

ବରୋଦରାରେ ପ୍ରଧାନମନ୍ତ୍ରୀ : ଉଦ୍ଘାଟନ କଲେ ବିମାନବନ୍ଦର ସମନ୍ଵିତ ଟର୍ମିନାଲ କୋଠାବରୋଦରାରେ ପ୍ରଧାନମନ୍ତ୍ରୀ : ଉଦ୍ଘାଟନ କଲେ ବିମାନବନ୍ଦର ସମନ୍ଵିତ ଟର୍ମିନାଲ କୋଠା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବରୋଦରା ବିମାନ ବନ୍ଦରଠାରେ ସମନ୍ଵିତ ଟର୍ମିନାଲ କୋଠାର ଉଦଘାଟନ କରିଛନ୍ତି ।

ଏହି ଅବସରରେ ସେ କହିଥିଲେ ଯେ, ଅର୍ଥବ୍ୟବସ୍ଥା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିମାନ ସଂଯୋଗର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । କେନ୍ଦ୍ର ସରକାର ଏକ ବିମାନ ଚଳାଚଳ ନୀତି କାର୍ଯ୍ୟକାରୀ କରିଛନ୍ତି ଯାହା ଏହିସବୁ କ୍ଷେତ୍ରକୁ ଭବିଷ୍ୟତରେ ଆହୁରି ଅଧିକ ବିକାଶ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୋଚି ପରେ ବରୋଦରା ବିମାନ ବନ୍ଦର ହେଉଛି ଦେଶର ଦ୍ଵିତୀୟ ପରିବେଶ ଅନୁକୂଳ ବିମାନ ବନ୍ଦର ।

ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ପ୍ରଦାନ କରିବା ଅବସରରେ ସେ କହିଥିଲେ ଯେ, କୌଣସି ଭିତ୍ତିଭୂମି ନିର୍ମାଣ ସମୟରେ ଦିବ୍ୟାଙ୍ଗମାନଙ୍କର ଆବଶ୍ୟକତାକୁ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର ସୁଫଳ ହିତାଧିକାରୀଙ୍କୁ ମିଳିବା ନେଇ ପ୍ରାଥମିକତା ପ୍ରଦାନ କରାଯାଉଛି । ସେ କହିଥିଲେ ଯେ, ଦଳିତ ଏବଂ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଅଧିକ ଗୁରୁତ୍ଵ ପ୍ରଦାନ କରି ସେମାନଙ୍କ ହିତସାଧନ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଭିତ୍ତିରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦାରିଦ୍ର୍ୟ, ଅଶିକ୍ଷା ଏବଂ ସ୍ଵାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ବିକାଶ ହେଉଛି ପ୍ରମୁଖ ମନ୍ତ୍ର ।