Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀରେ ଗଭୀର ଶୋକ ଓ ବେଦନା ବ୍ୟକ୍ତ କରିଛନ୍ତି । ସେ ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ଦୁଃଖର ଏହି ମୁହୂର୍ତ୍ତରେ ଭାରତ ଇଣ୍ଡୋନେସିଆ ସହ ରହିଛି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଇଣ୍ଡୋନେସିଆରେ ଭୂମିକମ୍ପ ଯୋଗୁଁ ହୋଇଥିବା ପ୍ରାଣହାନୀ ଓ ସମ୍ପତ୍ତି କ୍ଷୟ ପାଇଁ ଦୁଃଖୀ । ପୀଡିତ ଓ ସେମାନଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ଦୁଃଖର ଏହି ମୁହୂର୍ତ୍ତରେ ଭାରତ ଇଣ୍ଡୋନେସିଆ ସହ ରହିଛି ।” 

 

SR