Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ପାଇଁ ରାମନାଥ ଗୋଏଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଵାଧୀନତା ଆନ୍ଦୋଳନ କାଳରେ ଭାରତୀୟ ଉପମହାଦେଶରେ ବ୍ୟକ୍ତି ସ୍ଵାଧୀନତା ଓ ଅଭିବ୍ୟକ୍ତିର ବଳଶାଳୀ ମାଧ୍ୟମ ଥିଲା ସମ୍ବାଦପତ୍ର । ଖବର କାଗଜ ମାଧ୍ୟମରେ ଯେଉଁମାନେ ଭଲ ଲେଖା ଲେଖୁଥିଲେ ଏବଂ ନିଜର ସ୍ଵାଧୀନ ଭାବନା ବ୍ୟକ୍ତ କରୁଥିଲେ ସେମାନଙ୍କୁ ଉପନିବେଶବାଦୀ ସରକାର ଭୟ କରୁଥିଲେ ।

ସ୍ଵର୍ଗତ ରାମନାଥ ଗୋଏଙ୍କାଙ୍କ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଉଁ କିଛି ଗଣମାଧ୍ୟମର ଲୋକ ଏହାର ପ୍ରବଳ ବିରୋଧ କରିଥିଲେ ସେମାନଙ୍କ ମଧ୍ୟରେ ରାମନାଥଜୀ ଅଗ୍ରଗଣ୍ୟ । ତାଙ୍କ ନେତୃତ୍ଵରେ କିଛି ସ୍ଵାଧିନଚେତା ଗଣମାଧ୍ୟମ ଜରୁରୀ ପରିସ୍ଥିତିକୁ ଚାଲେଞ୍ଜ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଗଣମାଧ୍ୟମ ଆଗରେ ଟେକ୍ନୋଲୋଜି ଏକ ବଡ ଚାଲେଞ୍ଜ ରୂପେ ଉଭା ହୋଇଛି । ପୂର୍ବେ ଯେଉଁ ଖବର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅଥବା ପ୍ରେରଣ ପାଇଁ ୨୪ ଘଣ୍ଟା ଲାଗୁଥିଲା ଏବେ ୨୪ ସେକେଣ୍ଡରେ ତାହା ହୋଇପାରୁଛି ।