ପିଏମଇଣ୍ଡିଆ
ଅମୃତକାଳର ଏହି ପ୍ରଥମ ବଜେଟ ବିକଶିତ ଭାରତର ବିରାଟ ସଙ୍କଳ୍ପକୁ ପୂରଣ କରିବା ଦିଗରେ ଏକ ମଜବୁତ ମୂଳଦୁଆ ପ୍ରସ୍ତୁତ କରିବ । ଏହି ବଜେଟ ଅସହାୟମାନଙ୍କୁ ପ୍ରାଥମିକତା ଦେଉଛି । ଏହି ବଜେଟ ଆଜିର ଆଙ୍କାକ୍ଷୀ ସମାଜ – ଗ୍ରାମ, ଗରିବ, କୃଷକ ଓ ମଧ୍ୟବିତ ବର୍ଗଙ୍କର ସ୍ୱପ୍ନକୁ ସାକାର କରିବ ।
ଏହି ଐତିହାସିକ ବଜେଟ ପାଇଁ ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ପରମ୍ପରାଗତ ଭାବେ, ନିଜ ହାତରେ ସାଜ ସରଞ୍ଜାମ ସହ କଠିନ ପରିଶ୍ରମ କରି କିଛି ନା କିଛି ସୃଷ୍ଟି କରୁଥିବା କୋଟି କୋଟି ବିଶ୍ୱକର୍ମା ଏହି ଦେଶର ନିର୍ମାତା ଅଟନ୍ତି । କମାର, ବଣିଆ, କୁମ୍ଭାର, ବଢେଇ, ମୂର୍ତିକାର, କାରିଗର, ମିସ୍ତ୍ରୀ ଆଦି ଅଗଣିତ ଲୋକମାନଙ୍କର ବହୁତ ଲମ୍ବା ତାଲିକା ରହିଛି । ଏହି ସମସ୍ତ ବିଶ୍ୱକର୍ମାମାନଙ୍କ ପରିଶ୍ରମ ଓ ସୃଷ୍ଟି ପାଇଁ ଦେଶ ଏହି ବଜେଟରେ ପ୍ରଥମ ଥର ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛି । ଏଭଳି ଲୋକମାନଙ୍କ ପାଇଁ ତାଲିମ, ପ୍ରଯୁକ୍ତି, ଋଣ ଏବଂ ବଜାର ସହାୟତାର ବ୍ୟବସ୍ଥା କରାଯାଇଛି । ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ ବିକାଶ, କୋଟି କୋଟି ବିଶ୍ୱକର୍ମାଙ୍କର ଜୀବନରେ ବହୁତ ବଡ ପରିବର୍ତନ ଆଣିବ ।
ବନ୍ଧୁଗଣ,
ସହରାଂଚଳର ମହିଳା ହୁଅନ୍ତୁ ଅବା ଗାଁ ଗହଳିରେ ରହୁଥିବା ମହିଳା, ବ୍ୟବସାୟ ଓ ରୋଜଗାରରେ ବ୍ୟସ୍ତ ମହିଳା ହୁଅନ୍ତୁ, କିମ୍ବା ଗୃହ କାର୍ଯ୍ୟରେ ବ୍ୟସ୍ତ ମହିଳା, ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ବିଗତ ବର୍ଷମାନଙ୍କରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଜଳ ଜୀବନ ମିଶନ୍ ହେଉ, ଉଜ୍ଜ୍ୱଳା ଯୋଜନା ହେଉ, ପିଏମ୍ ଆବାସ ଯୋଜନା ହେଉ, ଏଭଳି ଅନେକ ପଦକ୍ଷେପ ଏହି ସମସ୍ତଙ୍କୁ ଖୁବ ଅଧିକ ଶକ୍ତିର ସହ ଆଗକୁ ବଢିବାକୁ ଦିଆଯିବ । ତା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏକ ବହୁତ ବଡ ସାମର୍ଥ୍ୟବାନ କ୍ଷେତ୍ର ଯାହା ଆଜି ଭାରତରେ ଏକ ବିଶାଳ ସ୍ଥାନ ହାସଲ କରିସାରିଛି, ସେମାନଙ୍କୁ ଯଦି ଟିକିଏ ଶକ୍ତି ମିଳିଯିବ ତାହାହେଲେ ସେମାନେ ଚମତ୍କାର କରି ଦେଖାଇ ପାରିବେ । ଏବଂ ଏଥିପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସେମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏହି ବଜେଟରେ ରହିଥିବା ନୂତନ ପଦକ୍ଷେପ ଏକ ନୂତନ ଅଧ୍ୟାୟ ଯୋଡିବ । ମହିଳାମାନଙ୍କ ପାଇଁ ଏକ ବିଶେଷ ସଂଚୟ ଯୋଜନାର ମଧ୍ୟ ଶୁଭାରମ୍ଭ କରାଯାଉଛି । ଏବଂ ଜନ ଧନ ଆକାଉଂଟ ପରେ ଏହି ସ୍ୱତନ୍ତ୍ର ସଂଚୟ ଯୋଜନା ସାଧାରଣ ପରିବାରର ଗୃହିଣୀ, ମାଆ ଓ ଭଉଣୀମାନଙ୍କୁ ବହୁତ ବଡ ସାମର୍ଥ୍ୟ ଯୋଗାଇ ଦେବ ।
ଏହି ବଜେଟ, ସମବାୟକୁ ଗ୍ରାମୀଣ ଅର୍ଥବ୍ୟବସ୍ଥାର ବିକାଶର ଆୟୁଧ କରିବ । ସରକାର ସମବାୟ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ ଅନ୍ନ ଭଣ୍ଡାରଣ ଯୋଜନା ପ୍ରସ୍ତୁତ କରିଛନ୍ତି – ଷ୍ଟୋରେଜ କାପାସିଟି । ବଜେଟରେ ନୂତନ ପ୍ରାଥମିକ ସମବାୟ ପ୍ରତିଷ୍ଠାର ଏକ ମହତ୍ୱାକାଂକ୍ଷୀ ଯୋଜନାର ମଧ୍ୟ ଘୋଷଣା କରାଯାଇଛି । ଏହା ଦ୍ୱାରା କୃଷି ସହ ଦୁଗ୍ଧ ଏବଂ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରର ମଧ୍ୟ ବିସ୍ତାର ହେବ । କୃଷକ, ଗୋପାଳକ ଏବଂ ମତ୍ସଜୀବୀମାନଙ୍କୁ ନିଜ ଉତ୍ପାଦର ଅଧିକ ମୂଲ୍ୟ ମିଳିବ ।
ବନ୍ଧୁଗଣ,
ଏବେ ଆମକୁ ଡିଜିଟାଲ ପଇଠର ସଫଳତାକୁ କୃଷି କ୍ଷେତ୍ରରେ ଦୋହରାଇବାକୁ ପଡିବ । ଏଥିପାଇଁ ଏହି ବଜେଟରେ ଆମେ ଡିଜିଟାଲ କୃଷି ଭିତିଭୂମୀର ଏକ ବିରାଟ ଯୋଜନା ନେଇ ଆସିଛୁ । ଆଜି ବିଶ୍ୱ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରୁଛି । ଭାରତରେ ବିଭିନ୍ନ ନାମର ଅନେକ ପ୍ରକାରର ମିଲେଟସ ରହିଛି । ଆଜି ଯେତେବେଳେ ମିଲେଟସ ଘରେ ଘରେ ପହଂଚୁଛି, ସମଗ୍ର ବିଶ୍ୱରେ ଲୋକପ୍ରିୟ ହେଉଛି, ସେତେବେଳେ ଏହାର ସର୍ବାଧିକ ଲାଭ ଭାରତର କ୍ଷୁଦ୍ର ଚାଷୀମାନଙ୍କର ଭାଗ୍ୟରେ ହିଁ ରହୁଛି, ଏବଂ ଏଥିପାଇଁ ଏହାକୁ ଏକ ନୂତନ ଉପାୟରେ ଆଗକୁ ଆଣିବାର ଆବଶ୍ୟକତା ରହିଛି । ଏହାର ଏକ ନୂତନ ପରିଚୟ, ବିଶେଷ ପରିଚୟ ଆବଶ୍ୟକ ଅଟେ । ଏଥିପାଇଁ ଏବେ ଏହି ସୁପର ଫୁଡକୁ ଶ୍ରୀ-ଅନ୍ନର ନୂତନ ପରିଚୟ ଦିଆଯାଇଛି, ଏହାର ପ୍ରୋତ୍ସାହନ ପାଇଁ ଅନେକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ଶ୍ରୀ-ଅନ୍ନକୁ ଦିଆଯାଇଥିବା ପ୍ରାଥମିକତା ଦ୍ୱାରା ଦେଶର କ୍ଷୁଦ୍ର ଚାଷୀ, ଆମର ଆଦିବାସୀ ଭାଇ ଭଉଣୀ ଯେଉଁମାନେ ଚାଷ କରୁଛନ୍ତି, ସେମାନଙ୍କୁ ଆର୍ଥିକ ସମ୍ବଳ ମିଳିବ ଏବଂ ଦେଶବାସୀଙ୍କୁ ଏକ ସୁସ୍ଥ ଜୀବନ ଉପଲବଧ ହେବ ।
ବନ୍ଧୁଗଣ,
ଏହି ବଜେଟ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଅଭିବୃଦ୍ଧି, ସବୁଜ ଅର୍ଥନୀତି, ସବୁଜ ଶକ୍ତି, ସବୁଜ ଭିତିଭୂମୀ ଏବଂ ସବୁଜ ରୋଜଗାରକୁ ଏକ ଅଭୂତପୂର୍ବ ବିସ୍ତାର ଦେବ । ବଜେଟରେ ଆମେ ପ୍ରଯୁକ୍ତି ଏବଂ ନୂତନ ଅର୍ଥନୀତି ଉପରେ ବହୁତ ଅଧିକ ଗୁରୁତ୍ୱ ଦେଇଛୁ । ଆଙ୍କାକ୍ଷୀ ଭାରତ, ଆଜି ସଡକ, ରେଳ, ମେଟ୍ରୋ, ବନ୍ଦର, ଜଳପଥ, ସବୁ କ୍ଷେତ୍ରରେ ଆଧୁନିକ ଭିତିଭୂମୀ ଆବଶ୍ୟକ କରୁଛି, ପର ପିଢୀର ଭିତିଭୂମୀ ଆବଶ୍ୟକ କରୁଛି । ୨୦୧୪ ତୁଳନାରେ ଭିତିଭୂମୀ କ୍ଷେତ୍ରରେ ନିବେଶ ଉପରେ ୪୦୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏଥର ଭିତିଭୂମୀ ଉପରେ ଦଶ ଲକ୍ଷ କୋଟିର ଅଭୂତପୂର୍ବ ପୁଞ୍ଜିନିବେଶ, ଭାରତକୁ ନୂତନ ଉର୍ଜା ଏବଂ କ୍ଷୀପ୍ର ଗତି ପ୍ରଦାନ କରିବ । ଏହି ନିବେଶ, ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ଅବସର ସୃଷ୍ଟି କରିବ, ଏକ ବିଶାଳ ଜନସଂଖ୍ୟାକୁ ଆୟର ନୂତନ ସୁଯୋଗ ଉପଲବ୍ଧ କରାଇବ । ଏହି ବଜେଟରେ ସ୍ୱଚ୍ଛନ୍ଦରେ ବ୍ୟବସାୟ ସହିତ ଆମର ଉଦ୍ୟୋଗଗୁଡିକ ପାଇଁ ଋଣ ସହାୟତା ଏବଂ ସଂସ୍କାରର ଅଭିଯାନକୁ ପ୍ରୋତ୍ସାହିତ କରାଯାଇଛି । ଏମଏସଏମଇ ପାଇଁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ଗ୍ୟାରେଂଟି ବ୍ୟବସ୍ଥା କରାଯାଇଛି । ଏବେ ଆନୁମାନିକ କରର ସୀମା ବୃଦ୍ଧି ହେବା ଦ୍ୱାରା ଏମଏସଏମଇଗୁଡିକୁ ଅଭିବୃଦ୍ଧି ପାଇଁ ସହାୟତା ମିଳିବ । ବଡ ବଡ କମ୍ପାନୀଗୁଡିକ ଦ୍ୱାରା ଏମଏସଏମଇଗୁଡିକୁ ସଠିକ ସମୟରେ ପ୍ରାପ୍ୟ ମିଳୁ, ଏଥିପାଇଁ ନୂତନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ।
ବନ୍ଧୁଗଣ,
ଖୁବ ଦୃତ ଗତିରେ ବଦଳୁଥିବା ଭାରତରେ ମଧ୍ୟବିତ ବର୍ଗ, ବିକାଶ ହେଉ ବା ବ୍ୟବସ୍ଥା ହେଉ, ସାହସ ହେଉ ବା ସଙ୍କଳ୍ପ ନେବାର ସାମର୍ଥ୍ୟ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜି ଭାରତର ମଧ୍ୟବିତ ବର୍ଗ ଏକ ପ୍ରମୁଖ ଧାରା ପାଲଟିଛି । ସମୃଦ୍ଧ ଏବଂ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ମଧ୍ୟବିତ ବର୍ଗ ଏକ ବହୁତ ବଡ ଶକ୍ତି ଅଟେ । ଯେପରି ଭାରତର ଯୁବଶକ୍ତି ଦେଶର ବିଶେଷ ସାମର୍ଥ୍ୟ ଅଟେ, ଠିକ୍ ସେହିପରି ଆଗକୁ ବଢୁଥିବା ଭାରତର ମଧ୍ୟବିତ ବର୍ଗ ମଧ୍ୟ ଏକ ବହୁତ ବଡ ଶକ୍ତି ଅଟେ । ମଧ୍ୟବିତ ବର୍ଗକୁ ସଶକ୍ତ କରିବା ପାଇଁ ଆମ ସରକାର ବିଗତ ବର୍ଷମାନଙ୍କରେ ଅନେକ ନିଷ୍ପତି ନେଇଛନ୍ତି ଏବଂ ସହଜରେ ଜୀବନଧାରଣର ମାନକୁ ସୁନିଶ୍ଚିତ କରିଛନ୍ତି । ଆମେ ଟିକସ ହାରକୁ ହ୍ରାସ କରିଛୁ, ଏଥି ସହ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଏବଂ ଦୃତ କରିଛୁ । ସର୍ବଦା ମଧ୍ୟବିତ ବର୍ଗ ସହିତ ଛିଡା ହେଉଥିବା ଆମ ସରକାର ମଧ୍ୟବିତ ବର୍ଗଙ୍କୁ ଟିକସ କ୍ଷେତ୍ରରେ ବଡ ଆଶ୍ୱସ୍ତି ଦେଇଛନ୍ତି । ଏହି ସର୍ବସ୍ପର୍ଶୀ ଏବଂ ବିକଶିତ ଭାରତର ନିର୍ମାଣକୁ ଗତି ଦେଉଥିବା ବଜେଟ ପାଇଁ ମୁଁ ପୁଣି ଥରେ ନିର୍ମଳା ଜୀ ଏବଂ ତାଙ୍କର ପୁରା ଟିମକୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ଏବଂ ଦେଶବାସୀଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ସହ ଆହ୍ୱାନ କରୁଛି ଯେ, ଆସନ୍ତୁ ଏବେ ଆପଣଙ୍କ ସମ୍ମୁଖରେ ନୂତନ ବଜେଟ ରହିଛି, ନୂତନ ସଙ୍କଳ୍ପ ନେଇ ଆଗକୁ ବଢନ୍ତୁ । ୨୦୪୭ରେ ଆମେ ନିଶ୍ଚିତ ଭାବେ ସମୃଦ୍ଧ ଭାରତ, ସମର୍ଥ ଭାରତ, ସବୁ ଦିଗରୁ ସମ୍ପନ୍ନ ଭାରତ ଗଠନ କରିବା । ଆସନ୍ତୁ ଏହି ଯାତ୍ରାକୁ ଆମେ ଆଗକୁ ବଢାଇବା । ଅନେକ ଅନେକ ଧନ୍ୟବାଦ!
JP
This year's Budget infuses new energy to India's development trajectory. #AmritKaalBudget https://t.co/lyV2SMgvvs
— Narendra Modi (@narendramodi) February 1, 2023
अमृतकाल का ये पहला बजट विकसित भारत के विराट संकल्प को पूरा करने के लिए एक मजबूत नींव का निर्माण करेगा। #AmritKaalBudget pic.twitter.com/UgN5T1gzTB
— PMO India (@PMOIndia) February 1, 2023
पीएम विश्वकर्मा कौशल सम्मान यानि पीएम विकास, करोड़ों विश्वकर्माओ के जीवन में बहुत बड़ा बदलाव लायेगा। #AmritKaalBudget pic.twitter.com/SKhFJkURk9
— PMO India (@PMOIndia) February 1, 2023
ये बजट, सहकारिता को ग्रामीण अर्थव्यवस्था के विकास की धुरी बनाएगा। #AmritKaalBudget pic.twitter.com/lMluKTDT7l
— PMO India (@PMOIndia) February 1, 2023
हमें डिजिटल पेमेंट्स की सफलता को एग्रीकल्चर सेक्टर में दोहराना है। #AmritKaalBudget pic.twitter.com/HVc9x0DgqC
— PMO India (@PMOIndia) February 1, 2023
This year's Budget focusses on:
— PMO India (@PMOIndia) February 1, 2023
Sustainable Future,
Green Growth,
Green Economy,
Green Infrastructure,
Green Jobs. #AmritKaalBudget pic.twitter.com/txwhLNpof5
Promoting 'Ease of Doing Business.' #AmritKaalBudget pic.twitter.com/vTAMxGcHOT
— PMO India (@PMOIndia) February 1, 2023
समृद्ध और विकसित भारत के सपनों को पूरा करने के लिए मध्यम वर्ग एक बहुत बड़ी ताकत है। #AmritKaalBudget pic.twitter.com/Lg87abmQRS
— PMO India (@PMOIndia) February 1, 2023