ପିଏମଇଣ୍ଡିଆ
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ସେର ବାହାଦୂର ଦେଉବା ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ନେପାଳରେ ଭୂକମ୍ପ ପରବର୍ତ୍ତୀ ପୁନଃନିର୍ମାଣ ପ୍ରୟାସକୁ ପୁର୍ଣ୍ଣ ସମର୍ଥନ ଦେବାରେ ଭାରତ ଦୃଢ଼ ପ୍ରତିଶ୍ରୁତିବଦ୍ଧ ।
ନେପାଳରେ ଲାଗି ରହିଥିବା ସାମ୍ବିଧାନିକ ଜଟିଳତାର ଆପୋଷ ସମାଧାନ ଦିଗରେ ଫଳପ୍ରଦ ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ବେଶ ପ୍ରଶଂସା କରିଥିଲେ । ନେପାଳର ବିଭିନ୍ନ ଗୋଷ୍ଠୀ ଓ ସଂଗଠନ ମଧ୍ୟରେ ଆପୋଷ ମିଳାମିଶା ଓ ସହଯୋଗର ଭାବନା ନେଇ ଲାଗି ରହିଥିବା ସମସ୍ୟାଗୁଡିକର ଶୀଘ୍ର ସମାଧାନ ହୋଇଯିବ ବୋଲି ସେ ଦୃଢ଼ ଆଶାପୋଷଣ କରିଛନ୍ତି ।