Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ଣ୍ଣାଟକ ଲିଙ୍ଗାୟତ ଶିକ୍ଷା ସମିତିର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ ଲିଙ୍ଗାୟତ ଶିକ୍ଷା ସମିତିର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଲାଗାଭିଠାରେ କର୍ଣ୍ଣାଟକ ଲିଙ୍ଗାୟତ ଶିକ୍ଷା ସମିତିର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀରେ ଯୁବ ପିଢୀ ଭାରତକୁ ନୂତନ ସୋପାନରେ ପହଞ୍ଚାଇବେ । ଏଥିଲାଗି ଆମେ ଦକ୍ଷ ଯୁବ ଶକ୍ତି ଆବଶ୍ୟକ କରୁଛୁ । ଦେଶ ପାଇଁ ଗବେଷଣା, ନବସୃଜନ ଓ ଗବେଷଣାଲବ୍ଧ ଜ୍ଞାନର ପରିପ୍ରସାର ଏକାନ୍ତ ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର କେବେହେଲେ ସରଳ ଜନତାଙ୍କୁ ଅସୁବିଧାରେ ପକାଇବେ ନାହିଁ । କିନ୍ତୁ ଯେଉଁମାନେ ଭ୍ରଷ୍ଟାଚାରୀ ଓ ଦୋଷୀ ସେମାନଙ୍କ ଦଣ୍ଡ ବିଧାନକୁ ସୁନିଶ୍ଚିତ କରିବା ଦିଗରେ ପ୍ରୟାସ କରିବେ ।

**********