Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପିଓକେ ଓ ଛାମ୍ବ ଅଞ୍ଚଳରୁ ବାସଚ୍ୟୁତ ପରିବାରଙ୍କ ଥଇଥାନ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି


ପାକିସ୍ତାନ ଅଧିକୃତ କାଶ୍ମୀର (POK) ଏବଂ ଛାମ୍ବ କ୍ଷେତ୍ରରୁ ବାସଚ୍ୟୁତ ହୋଇଥିବା ପରିବାରଙ୍କ ଥଇଥାନ ନିମନ୍ତେ ଏକ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ୨୦୧୫ ମସିହାରେ ଜାମ୍ମୁ-କାଶ୍ମୀର ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ଵତନ୍ତ୍ର ବିକାଶ ପ୍ୟାକେଜ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ । ମୋଟ ୩୬,୩୮୪ ବାସଚ୍ୟୁତ ପରିବାରଙ୍କ ଥଇଥାନ ସକାଶେ ୨୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଏହି ପ୍ୟାକେଜ ମାଧ୍ୟମରେ ପ୍ରତ୍ୟେକ ପରିବାରଙ୍କ ଥଇଥାନ ଓ ଜୀବନଧାରଣ ପାଇଁ ଉପାର୍ଜନ ପନ୍ଥା ଅବଲମ୍ବନ ସକାଶେ ୫.୫ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯିବ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏହି ଅର୍ଥ ପ୍ରଦାନ କରିବେ ଓ ଜାମ୍ମୁ-କାଶ୍ମୀର ସରକାର ଯେପରି ପରିବାରଙ୍କୁ ପ୍ରତ୍ୟକ୍ଷ ଉପକୃତ ରାଶି ହସ୍ତାନ୍ତରଣ (ଡିବିଟି) ମାଧ୍ୟମରେ ଏହି ଅର୍ଥ ଯୋଗାଇ ଦେବେ ।

୧୯୪୭ରେ ଦେଶ ବିଭାଜନ ପରେ ଜାମ୍ମୁ-କାଶ୍ମୀରର ପାକ ଅଧିକୃତ ଅଂଚଳରୁ ହଜାର ହଜାର ପରିବାର ଭାରତ ପଟକୁ ସ୍ଥାନାନ୍ତରିତ ହୋଇଥିଲେ । ପରେ ୧୯୬୫ ଓ ୧୯୭୧ ମସିହା ଯୁଦ୍ଧ ବେଳେ ଛାମ୍ବ ନିଆବତ ଅଂଚଳରୁ ଶହ ଶହ ପରିବାର ଜାମ୍ମୁ-କାଶ୍ମୀରକୁ ପଳାଇ ଆସିଥିଲେ। ବିଭିନ୍ନ ସମୟରେ ଏହିସବୁ ପରିବାରଙ୍କୁ ଭାରତ/ଜାମ୍ମୁ-କାଶ୍ମୀର ସରକାର ଅନେକ ଥଇଥାନ ପ୍ୟାକେଜ ପ୍ରଦାନ କରିଆସିଛନ୍ତି ।