Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ତାଜିକିସ୍ତାନ ମଧ୍ୟରେ ଦ୍ଵୈତ ଟିକସ ବ୍ୟବସ୍ଥା ଏଡାଇବା ଲାଗି ସ୍ଵାକ୍ଷରିତ ଏମଓୟୁ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ଉପାର୍ଜନ ଜନିତ ଟିକସ ଫାଙ୍କିକୁ ଏଡାଇବା ତଥା ଦ୍ଵୈତ ଟିକସ ବ୍ୟବସ୍ଥାର ଉଚ୍ଛେଦ ସକାଶେ ଭାରତ ଓ ତାଜିକିସ୍ତାନ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ସ୍ଵୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନନେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୁଝାମଣାପତ୍ର କାର୍ଯ୍ୟକାରୀ ହେବାପରେ, ପ୍ରୋଟୋକଲ ଅନୁସାରେ ଉଭୟ ରାଷ୍ଟ୍ରର ଦ୍ଵୈତ ଟିକସ ଏଡାଇବା ସଂକ୍ରାନ୍ତ ରାଜିନାମା (DTAA) ଅଣ ଟିକସ ଉଦ୍ଦେଶ୍ୟରେ ଅନ୍ୟାନ୍ୟ ଆଇନ କାର୍ଯ୍ୟକାରୀ ସଂସ୍ଥା ପରସ୍ପର ମଧ୍ୟରେ ସବୁ ପ୍ରକାର ସୂଚନା ଆଦାନପ୍ରଦାନ କରିବେ ।

**********