Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ସମାରୋହରେ ଆଜି (୨୭-୦୯-୨୦୨୩) ବିଜ୍ଞାନ ନଗରୀ ଅହମ୍ମଦାବାଦ ଠାରେ ନିଜର ଅଭିଭାଷଣ ରଖିଛନ୍ତି ତତ୍କାଳିନ ମୁଖ୍ୟମନ୍ତ୍ରୀ ଦୂରଦୃଷ୍ଟି ସମ୍ପନ୍ନ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଏହି ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ ସେପ୍ଟେମ୍ବର ୨୮, ୨୦୦୩ ରେ ଆରମ୍ଭ ହୋଇଥିଲା ଏହି ସମୟ ମଧ୍ୟରେ ଏହା ବାସ୍ତବ ପକ୍ଷରେ ଏକ ବୈଶ୍ୱିକ କାର୍ଯ୍ୟକ୍ରମ ହେବା ସହ ଦେଶର ମୁଖ୍ୟ ବ୍ୟାବସାୟିକ ଶିଖର ସମ୍ମିଳନୀର ମାନ୍ୟତା ଲାଭ କରିଛି

ଶିଳ୍ପ ଜଗତ ପ୍ରମୁଖ ବ୍ୟକ୍ତିଗଣ ମଧ୍ୟ ଏହି ଚିନ୍ତାଧାରା ସହ ଏକମତ ହୋଇଛନ୍ତି

ୱେଲସ୍ପୁନର ଅଧ୍ୟକ୍ଷ ବି.କେ. ଗୋଏଙ୍କା ଉତ୍ସାହୀ ଗୁଜରାଟ ଯାତ୍ରାର ସ୍ମୃତିଚାରଣ କରି କହିଛନ୍ତି ଯେ ଉତ୍ସାହୀ ଗୁଜରାଟ ବାସ୍ତବରେ ଏକ ବୈଶ୍ୱିକ କାର୍ଯ୍ୟକ୍ରମ ସେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ମନେ ପକାଇ କହିଛନ୍ତି ଯେ ପୁଞ୍ଜି ବିନିଯୋଗ ବୃଦ୍ଧି ତାଙ୍କର ଏକ ଅଭିଯାନ ଥିଲା ସେହି ଘଟଣା ଅନ୍ୟ ରାଜ୍ୟଗୁଡ଼ିକ ନିମନ୍ତେ ପରବର୍ତ୍ତୀ କାଳରେ ରୋଲ୍ ମଡେଲ୍ ପାଲଟିଥିଲା ପ୍ରଥମ ଉତ୍ସାହୀ ଗୁଜରାଟ ସମ୍ପର୍କରେ ସ୍ମୃତିଚାରଣ କରି ସେ କହିଥିଲେ ଯେ ସେତେବେଳେ ଭୂମିକମ୍ପ ଯୋଗୁ ଧ୍ୱସ୍ତବିଧ୍ୱସ୍ତ କଚ୍ଛ ଅଞ୍ଚଳରେ ବ୍ୟବସାୟ ବିସ୍ତାର କରିବାକୁ ଶ୍ରୀ ମୋଦୀ ତାଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ଗୋଏଙ୍କା କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ପରାମଶ ଐତିହାସିକ ଥିଲା ସମସ୍ତ ସହଯୋଗ ପାଇଁ ଖୁବ୍ କମ୍ ସମୟ ମଧ୍ୟରେ ସେମାନେ ଉତ୍ପାଦନ ଆରମ୍ଭ କରିପାରିଥିଲେ। ବର୍ତ୍ତମାନର ଉତ୍ସାହୀ କିଛି ଅଞ୍ଚଳ ଯାହାକି ଏକ ନୀଚ ଅଞ୍ଚଳ ଥିଲା ଖୁବଶୀଘ୍ର ତାହା ବିଶ୍ୱ ନିମନ୍ତେ ସବୁଜ ଉଦଜାନର ଭଣ୍ଡାର ହେବାକୁ ଯାଉଛି ବୋଲି ସେ କହିଥିଲେ ସେହିପରି ୨୦୦୯ ମସିହାର ବୈଶ୍ୱିକ ଆର୍ଥିକ ଜଟିଳତା ସତ୍ତ୍ୱେ ଆଶାବାଦୀ ପ୍ରଧାନମନ୍ତ୍ରୀଙ୍କ ଯୋଗୁ ଉତ୍ସାହୀ ଗୁଜରାଟ କିପରି ସଫଳତା ହାସଲ କରିଥିଲା ଶତପଡ଼ା ୭୦ ଭାଗରୁ ଅଧିକ ବୁଝାମଣାପତ୍ର ରାଜ୍ୟରେ ପୁଞ୍ଜି ବିନିଯୋଗ ଆରମ୍ଭ କରିଥିଲା ବୋଲି ଶ୍ରୀ ଗୋଏଙ୍କା କହିଥିଲେ

ଜେଟ୍ରୋର (ଦକ୍ଷିଣ ଏସିଆ)ର ମୁଖ୍ୟ ମହାନିର୍ଦେଶକ ଟାକାସୀ ସୁଜୁକୀ ଉତ୍ସାହୀ ଗୁଜରାଟର ୨୦ତମ ବାର୍ଷିକ ସମାରୋହ ନିମନ୍ତେ ଗୁଜରାଟ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ମେକ ଇନ୍ ଇଣ୍ଡିଆ ପଦକ୍ଷେପରେ ଜାପାନର ସର୍ବାଧିକ ଅବଦାନ ରହିଛି ବୋଲି କହିଥିଲେ ୨୦୦୯ରୁ ଜେଟ୍ରୋର ଗୁଜରାଟ ସହ ଭାଗିଦାରିତା ନେଇ ସେ କହିଥିଲେ ଯେ, ସମୟ ଗଡ଼ିବା ସହ ଗୁଜରାଟ ସହ ସାଂସ୍କୃତିକ ବ୍ୟାବସାୟିକ ସମ୍ପର୍କ ଆହୁରି ନିବିଡ଼ ହୋଇଛି ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଶ୍ରେୟ ଦେବା ସହ ୨୦୧୩ରେ ତାଙ୍କ ସୁପାରିସରେ ଜେଟ୍ରୋ ଅହମ୍ମଦାବାଦରେ ଜାପାନୀ କମ୍ପାନୀ ଦ୍ୱାରା ପୁଞ୍ଜିନିବେଶ ନିମନ୍ତେ ପ୍ରକଳ୍ପ କାର୍ଯ୍ୟାଳୟ ଖୋଲିଥିଲା ଦେଶ ଭାରତରେ ଟାଉନସିପ ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହନ ଦେବା ପରେ ଏଥିପ୍ରତି ନିବେଶ ବୃଦ୍ଧି ପାଇଲା ଗୁଜରାଟର ପ୍ରକଳ୍ପ କାର୍ଯ୍ୟାଳୟ ୨୦୧୮ ମସିହାରେ ଆଞ୍ଚଳିକ କାର୍ଯ୍ୟାଳୟକୁ ଉନ୍ନୀତ ହେଲା ଗୁଜରାଟରେ ୩୬୦ ଜାପାନୀ କମ୍ପାନୀ କାରଖାନା ରହିଛି ବୋଲି ଶ୍ରୀ ସୁଜୁକୀ କହିଥିଲେ ସେମି କଣ୍ଡକ୍ଟର, ସବୁଜ ଉଦଜାନ, ଅକ୍ଷୟ ଶକ୍ତି ଔଷଧୀୟ କ୍ଷେତ୍ରକୁ ପ୍ରବେଶ କରିବା ତଥା ପରବର୍ତ୍ତୀ ଉତ୍ସାହୀ ଗୁଜରାଟ ନିମନ୍ତେ ସେମି କଣ୍ଡକ୍ଟର ଇଲେକଟ୍ରୋନିକ୍ସ ପାଇଁ ଏକ ଜାପାନୀ ବ୍ୟାବସାୟିକ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଶ୍ରୀ ସୁଜୁକୀ ପ୍ରକାଶ କରିଥିଲେ ଭାରତକୁ ପୁଞ୍ଜି ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ବାଛିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନକୁ ଶ୍ରୀ ସୁଜୁକୀ ପ୍ରଶଂସା କରିଥିଲେ

ଆର୍ସେଲର ମିତ୍ତଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ମିତ୍ତଲ କହିଥିଲେ ଯେ, ଉତ୍ସାହୀ ଗୁଜରାଟ ଭଳି ଆରମ୍ଭ କରାଯାଇଥିବା ଧାରାକୁ ଅନ୍ୟାନ୍ୟ ରାଜ୍ୟମାନେ ଅନୁସରଣ କରି ଭାରତକୁ ପୁଞ୍ଜି ନିବେଶର ଲକ୍ଷ୍ୟସ୍ଥଳ ଭାବେ ବାଛିବାକୁ ବୈଶ୍ୱିକ ନିବେଶକମାନଙ୍କୁ ପ୍ରଭାବିତ କରୁଛନ୍ତି ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦକ୍ଷତାକୁ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଜି-୨୦ ବିଶ୍ୱ ସହମତ ମଞ୍ଚ ଭାବେ ବିବେଚିତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଥିଲେ ଗୁଜରାଟ କିପରି ଦେଶର ଅଗ୍ରଣୀ ଶିଳ୍ପଭିତ୍ତିକ ରାଜ୍ୟ ହୋଇ ବୈଶ୍ୱିକ ପ୍ରତିଯୋଗିତାକୁ ଦକ୍ଷତାପୂର୍ବକ ଦର୍ଶାଇଛି ତାହା ଉପରେ ବର୍ଣ୍ଣନା କରିବା ସହ ଗୁଜରାଟରେ ଆର୍ସେଲର ମିତ୍ତଲ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ

ସମବେତ ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୨୦ ବର୍ଷ ପୂର୍ବରୁ ପୋତା ଯାଇଥିବା ମଞ୍ଜି ଆଜି ଏକ ଚିତ୍ତାକର୍ଷକ ବିବିଧ ଉତ୍ସାହପୂର୍ଣ୍ଣ ଗୁଜରାଟର ରୂପ ନେଇଥିବା ପ୍ରକାଶ କରିଥିଲେ ଉତ୍ସାହୀ ଗୁଜରାଟ ଶିଖର ବୈଠକର ୨୦ତମ ବାର୍ଷିକୀରେ ଯୋଗ ଦେଇଥିବାରୁ ସେ ଖୁସୀ ପ୍ରକଟ କରିଥିଲେ ଉତ୍ସାହୀ ଗୁଜରାଟ କେବଳ ଏକ ଛାପ ନୁହେଁ ବରଂ ଏକ ବନ୍ଧନରେ ଆବଦ୍ଧ ହେବାର ଏକ ମୁହୂର୍ତ୍ତ ଶିଖର ସମ୍ମିଳନୀ ତାଙ୍କ ସହ ସଂଶ୍ଳିଷ୍ଟ ଏକ ନିବିଡ଼ ବନ୍ଧନ ରାଜ୍ୟର ସାତ କୋଟି ଜନସାଧାରଣଙ୍କ ସାମର୍ଥ୍ୟ । “ଏହି ବନ୍ଧନ ମୋ ପ୍ରତି ଲୋକମାନଙ୍କ ଭଲପାଇବା ଉପରେ ପର୍ଯ୍ୟବସିତ” ବୋଲି ସେ କହିଥିଲେ

୨୦୦୧ରେ ଭୂମିକମ୍ପ ପର ଗୁଜରାଟ ଅବସ୍ଥା ଚିନ୍ତା କରିବା ମଧ୍ୟ କଷ୍ଟକର ଏପରିକି ଭୂମିକମ୍ପ ପୂର୍ବରୁ ମଧ୍ୟ ଗୁଜରାଟରେ ଭୟଙ୍କର ମରୁଡ଼ି ପଡ଼ିଥିଲା ମାଧବପୁର ବାଣିଜି୍ୟକ ସମବାୟ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ଦ୍ୱାରା ଏହି ସମସ୍ୟା ବହୁଗୁଣିତ ହେବା ସହ ଅନ୍ୟାନ୍ୟ ସମବାୟ ବ୍ୟାଙ୍କଗୁଡ଼ିକ ଉପରେ ଏହାର ପ୍ରତିକ୍ରିୟା ଅନୁଭୂତ ହୋଇଥିଲା ସେତେବେଳେ ସରକାର ଚଳାଇବାର ନୂତନ ଦାୟିତ୍ୱ ସହ ଏସବୁ ଘଟଣା ମଧ୍ୟ ତାଙ୍କ ପାଇଁ ନୂତନ ଥିଲା ଏତିକିବେଳେ ହୃଦୟବିଦାରକ ଗ୍ରୋଧା ଘଟଣା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଅଭିଜ୍ଞତା କମ୍ ଥିଲେ ମଧ୍ୟ ତାଙ୍କର ଗୁଜରାଟ ଏହାର ଜନସାଧାରଣଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ ସେତେବେଳେ କେତେକ ହତାଶ ବ୍ୟକ୍ତି ମଧ୍ୟ ଗୁଜରାଟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କାର୍ଯ୍ୟକ୍ରମକୁ ଭିତ୍ତିକରି ଷଡ଼ଯନ୍ତ୍ର ଚଳାଇଥିଲେ

“ମୁଁ ଯେନତେନ ପ୍ରକାରଣ ଗୁଜରାଟକୁ ଏହି ପରିସ୍ଥିତିରୁ ରକ୍ଷା କରିବାକୁ ଶପଥ ନେଲି ଆମେ ସେତେବେଳେ ପୁନର୍ଗଠନ କଥା ଭାବୁ  ଥିଲୁ ଭବିଷ୍ୟତ ଯୋଜନା ମଧ୍ୟ କରିଥିଲୁ ଏହି ଉତ୍ସାହୀ ଗୁଜରାଟ ଶିଖର ସମ୍ମିଳନୀ ତାହାର ଏକ ମୁଖ୍ୟ ମାଧ୍ୟମ ଥିଲା” ବୋଲି ଶ୍ରୀ ମୋଦୀ କହିଥିଲେ ଉତ୍ସାହୀ ଗୁଜରାଟ ରାଜ୍ୟର ଉତ୍ସାହ ବର୍ଦ୍ଧନ ନିମନ୍ତେ ଏକ ମାଧ୍ୟମ ହେବା ସହ ବିଶ୍ୱ ସହ ଯୋଡ଼ି ହେବାକୁ ଚାହୁଁଥିଲା ଏହି ଶିଖର ସମ୍ମିଳନୀ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ବିଶ୍ୱକୁ ଜଣାଇବାର ମାଧ୍ୟମ ହେବା ସହ ଦେଶର ଶିଳ୍ପ ସାମର୍ଥ୍ୟରେ ମଧ୍ୟ ଅବଗତ କରାଇଲା ଉତ୍ସାହୀ ଗୁଜରାଟ ମଧ୍ୟ ଦକ୍ଷତାପୂର୍ଣ୍ଣ ଢଙ୍ଗରେ ବିଭିନ୍ନ କ୍ଷେତ୍ରରେ ଥିବା ଅସଂଖ୍ୟ ସୁଯୋଗ, ଦେଶର ମେଧାଶକ୍ତିର ବହୁଳତା ସହ ଦେଶ ଆଧ୍ୟାତ୍ମିକତା, ଉକ୍ରର୍ଷ ସାଂସ୍କୃତିକ ପରମ୍ପରା ନେଇ ଅବଗତ କରାଇବାରେ ସମର୍ଥ ହେଲା ବୋଲି ସେ କହିଥିଲେ ଶିଖର ସମ୍ମିଳନୀର ଆୟୋଜନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ସାହୀ ଗୁଜରାଟ ଶିଳ୍ପ ବିକାଶର ରାଜ୍ୟ ପାଇଁ ଏକ ଉତ୍ସବ ହେବା ସହ ନବରାତ୍ରୀ ଗରବାର ଧୂମଧଡ଼ାକା ମଧ୍ୟରେ ଆୟୋଜନ କରିବାକୁ ସ୍ଥିର ହୋଇଥିଲା

ସେତେବେଳେ ଗୁଜରାଟ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ଭାବର ଶ୍ରୀ ମୋଦୀ ସ୍ମରଣ କରିଥିଲେ ଗୁଜରାଟ ବିକାଶ ଦ୍ୱାରା ଦେଶର ବିକାଶ ଭଳି ଅକାଟ୍ୟ ପ୍ରମାଣ ବର୍ଦ୍ଧନ ସତ୍ତ୍ୱେ ଗୁଜରାଟର ବିକାଶକୁ ଏକ ରାଜନୀତିକ ଯବକାଚ ଜରିଆରେ ଦେଖାଗଲା ଏପରି ଦମନ ନୀତି ସତ୍ତ୍ୱେ ବିଦେଶୀ ନିବେଶକ ଗୁଜରାଟକୁ ବାଛିଲେ ଏହା କୌଣସି ସ୍ୱତନ୍ତ୍ର ପ୍ରୋତ୍ସାହନ ଥିଲା ଏହାର ମୁଖ୍ୟ ଆକର୍ଷଣ ଥିଲା ସୁଶାସନ, ଉତ୍ତମ ନୀତିଗତ ପ୍ରଶାସନ ସମାନୁପାତିକ ଅଭିବୃଦ୍ଧି ପଦ୍ଧତି ସ୍ୱଚ୍ଛତା

୨୦୦୯ ମସିହାରେ ସମଗ୍ର ବିଶ୍ୱ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଚକ୍ରରେ ପଡ଼ିଥିଲା ସେତେବେଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ଶ୍ରୀ ମୋଦୀ କାର୍ଯ୍ୟକ୍ରମ ଆୟୋଜନ ଦିଗରେ ଆଗେଇ ଯିବାକୁ ଅନୁମତି ଦେଇଥିଲେ ଏହା ଫଳରେ ୨୦୦୯ ମସିହାରେ ଗୁଜରାଟ ସଫଳତାର କାହାଣୀ ଉତ୍ସାହୀ ଗୁଜରାଟ ଶିଖର ସମ୍ମିଳନୀ ଜରିଆରେ ଲେଖାଯାଇପାରେ

ପ୍ରଧାନମନ୍ତ୍ରୀ ଶିଖର ସମ୍ମିଳନୀର ସଫଳତାର ଯାତ୍ରା କାହାଣୀ ବଖାଣି ଥିଲେ ଏହାର ୨୦୦୩ ସଂସ୍କରଣରେ ଅଳ୍ପ କେତେ ଶହ ଅଂଶଗ୍ରହଣ କରିଥିଲେ ମଧ୍ୟ ଆଜି ୧୩୫ଟି ଦେଶର ୪୦ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ ପ୍ରଦର୍ଶନକାରୀଙ୍କ ସଂଖ୍ୟା ୨୦୦୩ରେ ମାତ୍ର ୩୦ ଥିବାବେଳେ ଆଜି ୨୦୦୦ରୁ ଅଧିକରେ ପହଞ୍ଚôଛି

ଧାରଣା, କଳ୍ପନା ତ୍ୱରାନ୍ୱିତ କରିବା ଉତ୍ସାହୀ ଗୁଜରାଟର ସଫଳତାର ମୁଖ୍ୟ ଦିଗ ବୋଲି ସେ କହିଥିଲେ ଏହି ଧାରଣା କଳ୍ପନା ଏତେ ଅଧିକ ଥିଲା ଯେ ଉତ୍ସାହୀ ଗୁଜରାଟର କାର୍ଯ୍ୟକୁ ଆଜି ଅନେକ ରାଜ୍ୟ ଅନୁସରଣ କରୁଛନ୍ତି

“ଧାରଣା ଯେତେ ମହାନ ହେଉ ନା କାହିଁକି ପଦ୍ଧତିକୁ ତ୍ୱରାନ୍ୱିତ କରି ଫଳାଫଳ ପ୍ରଦର୍ଶନ ଅପରିହାର୍ଯ୍ୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏଭଳି ସଂଗଠନ ପାଇଁ ବିଧିବଦ୍ଧ ଯୋଜନା, ସାମର୍ଥ୍ୟ ବିକାଶ ପାଇଁ ନିବେଶ, ଉତ୍ସର୍ଗୀ ଭାବ ଅତ୍ୟନ୍ତ କୁଶଳ ପର୍ଯ୍ୟାଲୋଚନା ଆବଶ୍ୟକ ରାଜ୍ୟ ସରକାର ସେହି ଅଧିକାରୀ, ସମ୍ବଳ କଟକଣା ସତ୍ତ୍ୱେ ଉତ୍ସାହୀ ଗୁଜରାଟ ଯାହା ହାସଲ କଲା ତାହା ଅନ୍ୟାନ୍ୟ ସରକାରଙ୍କ କଳ୍ପନା ବାହାରେ ଥିଲା ଆଜି ଉତ୍ସାହୀ ଗୁଜରାଟ ଗୋଟିଏ ନିର୍ଦ୍ଦିଷ୍ଟ ସମୟର କାର୍ଯ୍ୟକ୍ରମରୁ ଏକ ଅନୁଷ୍ଠାନର ରୂପ ସରକାର ମଧ୍ୟରେ ବାହାରେ ରୂପ ନେଇପାରିଛି

ଉତ୍ସାହୀ ଗୁଜରାଟର ପ୍ରେରଣାର ଲକ୍ଷ୍ୟ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତିର ସହ ପ୍ରକାଶ କରିଥିଲେ ସମ୍ମିଳନୀର ନିର୍ଯାସକୁ ଏକ ସୁଯୋଗ ଭାବେ ବିବେଚନା କରିବାକୁ ସେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ କହିଥିବା ସ୍ମରଣ କରିଥିଲେ

ଗୁଜରାଟର ପରିଚୟ ବିଂଶ ଶତାବ୍ଦୀରେ କେବଳ ବାଣିଜ୍ୟଭିତ୍ତିକ ଥିବାବେଳେ ବିଂଶରୁ ଏକବିଂଶ ଶତାବ୍ଦୀର ଅବସ୍ଥାନ୍ତର ଏହାକୁ କୃଷିର ଏକ ଗନ୍ତାଘର ଆର୍ଥିକ ପେଣ୍ଠସ୍ଥଳ କରିବା ସହ ଶିଳ୍ପ ନିର୍ମାଣକୁ ବାତାବରଣର ଏକ ରାଜ୍ୟ ଭାବେ ପରିଚୟ ମିଳିଲା ବାଣିଜ୍ୟଭିତ୍ତିକ ଗୁଜରାଟର ସୁନାମ ଆହୁରି ମଜଭୁତ ହେଲା ଉତ୍ସାହୀ ଗୁଜରାଟ ସଫଳତା ରାଜ୍ୟକୁ ସଫଳତା ଆଣିଦେଲା ଏହା ଶିଳ୍ପ, ନବୋନ୍ମେଷ ଧାରଣାର ଏକ ଏନ୍ତୁଡ଼ିଶାଳ ଭାବେ କାର୍ଯ୍ୟ କଲା ୨୦ ବର୍ଷର ସଫଳତାର କାହାଣୀ ଅନୁଧ୍ୟାନର ନଜିର ଦେଇ ଦକ୍ଷ ନୀତି ନିର୍ଦ୍ଧାରଣ, ଦକ୍ଷତାପୂର୍ଣ୍ଣ ପ୍ରକଳ୍ପ ତ୍ୱରାନ୍ୱିତ କରିବା ଯୋଗୁ ଏହା ସମ୍ଭବ ହେଲା ବୋଲି କହିଥିଲେ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିବେଶରେ ଅଭିବୃଦ୍ଧି, ବୟନ କପଡ଼ା ନିର୍ମାଣ ଶିଳ୍ପରେ ନିଯୁକ୍ତି ରପ୍ତାନୀ ଅଭିବୃଦ୍ଧିର ଉଦାହରଣ ଦେଇଥିଲେ ୨୦୦୧ ମସିହା ତୁଳନାରେ ଯାନବାହନ କ୍ଷେତ୍ରରେ ନଅ ଗୁଣ ପୁଞ୍ଜି ନିବେଶ ବୃଦ୍ଧି ପାଇଥିବା ବେଳେ, ନିର୍ମାଣ କ୍ଷେତ୍ରରେ ବାର ଗୁଣ, ରଙ୍ଗ ମଧ୍ୟମ ନିର୍ମାଣ କ୍ଷେତ୍ରରେ ଶତକଡ଼ା ୭୫ ଭାଗ, କୃଷି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ସର୍ବାଧିକ ନିବେଶ, ୩୦ ହଜାରରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଶତକଡ଼ା ୫୦ ଭାଗରୁ ଅଧିକ ଡାକ୍ତରୀ ଉପକରଣ ପ୍ରସ୍ତୁତି, ପ୍ରାୟ ଶତକଡ଼ା ୮୦ ଭାଗ ହାର୍ଟଷ୍ଟେଣ୍ଟ ନିର୍ମାଣ, ବିଶ୍ୱର ଶତକଡ଼ା ୭୦ ଭାଗରୁ ଅଧିକ ହୀରା ପ୍ରକ୍ରିୟାକରଣ, ଭାରତର ଶତକଡ଼ା ୮୦ ଭାଗ ହୀରା ରପ୍ତାନୀ ଦେଶର ଶତକଡ଼ା ୯୦ ଭାଗ ସେରାମିକ ବଜାର ୧୦ ହଜାର ସେରାମିକ ଟାଇଲ ତିଆରି କାରଖାନା, ପରିମଳ, ଉପକରଣ ସେରାମିକ ବସ୍ତୁ ଅନ୍ତର୍ଭୁକ୍ତ ଦୁଇ ବିଲିଅନ ଆମେରିକୀୟ ଡଲାର ସହ ଗୁଜରାଟ ବର୍ତ୍ତମାନ ଦେଶର ବୃହତ୍ତମ ରପ୍ତାନୀକାରୀ ରାଜ୍ୟ ହୋଇଛି । “ଆଗାମୀ ଦିନରେ ପ୍ରତିରକ୍ଷା ନିର୍ମାଣ ଏକ ବିରାଟ କ୍ଷେତ୍ର ରୂପ ନେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଯେତେବେଳେ ଉତ୍ସାହୀ ଗୁଜରାଟ କାର୍ଯ୍ୟକ୍ରମ ଆରମ୍ଭ କଲୁ, ସେତେବେଳେ ଏହା ଦେଶର ଅଭିବୃଦ୍ଧିର ଇଞ୍ଜିନ ହେବ ବୋଲି ଆମର ଅଭିପ୍ରାୟ ଥିଲା ଏହି ଦୂରଦୃଷ୍ଟି ଆଜି ଦେଶରେ ବାସ୍ତବ ରୂପ ନେଇଛି” । ଭାରତକୁ ବିଶ୍ୱର ଅଭିବୃଦ୍ଧିର ଇଞ୍ଜିନ ପାଇଁ ରହିଥିବା ୨୦୧୪ର ଲକ୍ଷ୍ୟ ଆଜି ଆନ୍ତର୍ଜାତିକ ବିଶେଷଜ୍ଞ ସଂସ୍ଥାମାନଙ୍କ ହୃଦୟରେ ଅନୁରଣିତ ହେଉଛି । “ଆଜି ଭାରତ ବିଶ୍ୱରେ ଦ୍ରୁତତମ ଆର୍ଥିକ ଅଭିବୃଦ୍ଧିର ଦେଶ ହୋଇଛି ଆମେ ଆଜି ଯେଉଁ ମୋଡ଼ରେ ଠିଆ ହୋଇଛୁ ଭାରତ ବିଶ୍ୱର ଆର୍ଥିକ ଶକ୍ତି ଏକାଠି ହେବାକୁ ଯାଉଛି

ବର୍ତ୍ତମାନ ବିଶ୍ୱରେ ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ଦେଶ ହେବ” ବୋଲି ସେ କହିଥିଲେ ଭାରତ ପାଇଁ ଯେଉଁ ନୂତନ ସମ୍ଭାବନା ଦିଗ ରହିଛି ସେଥିପାଇଁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଶିଳ୍ପପତିମାନଙ୍କୁ କହିଥିଲେ ଷ୍ଟାର୍ଟଅପ ବାତାବରଣକୁ ଗତିଦେବା ଏଗ୍ରିଟେକ, ଖାଦ୍ୟ ପ୍ରକ୍ରିୟାକରଣ ଶ୍ରୀ ଅନ୍ନର ବିକାଶ ନିମନ୍ତେ ଆଲୋଚନାର ରାସ୍ତା ବାହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ

ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର କ୍ରବବର୍ଦ୍ଧିଷ୍ଣୁ ଆବଶ୍ୟକତା ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ଗିଫ୍ଟସିଟିର ଆବଶ୍ୟକତା ରହିଛି । “ଆମ ସରକାରଙ୍କ ମନୋଭାବ ଏଥି ସହ ରହିଛି ଏଠାରେ କେନ୍ଦ୍ର, ରାଜ୍ୟ ଆଇଏଫଏସସି କର୍ତ୍ତୃପକ୍ଷ ମିଳିମିଶି ବିଶ୍ୱ ପାଇଁ ଶ୍ରେଷ୍ଠ ନିୟନ୍ତ୍ରଣଧର୍ମୀ ବାତାବରଣ ଉପରେ ଆଲୋଚନା କରିବା ଆବଶ୍ୟକ ଆମେ ଏହାକୁ ବୈଶ୍ୱିକ ପ୍ରତିଯୋଗୀମୂଳକ ଆର୍ଥିକ ବଜାର ସ୍ଥଳୀରେ ପରିଣତ କରିବା ପାଇଁ ଆମର ପ୍ରୟାସ ଜୋରଦାର କରିବା ଉଚିତ” ବୋଲି ସେ କହିଥିଲେ

ଏବେ ଆଉ ଅଟକିବାର ସମୟ ନାହିଁ । “ଗତ ୨୦ ବର୍ଷ ତୁଳନାରେ ଆଗାମୀ ୨୦ ବର୍ଷ ଅଧିକ ଗୁରୁତ୍ୱପୂର୍ଣ୍ଣ ଯେତେବେଳେ ଉତ୍ସାହୀ ଗୁଜରାଟ ୪୦ ବର୍ଷ ସମ୍ପୂର୍ଣ୍ଣ କରିବ, ଭାରତ ସେତେବେଳେ ଏହାର ସ୍ୱାଧୀନତାର ଶତବାର୍ଷିକୀ ଠାରୁ ବେଶୀ ଦୂରରେ ଥିବ ବର୍ତ୍ତମାନ ହିଁ ଭାରତ ୨୦୪୭ ବେଳକୁ ଏକ ଉନ୍ନତ ଆତ୍ମନିର୍ଭରଶୀଳ ଦେଶ ପାଇଁ ମାର୍ଗଦର୍ଶିକା ତିଆରି କରିବ” ବୋଲି କହି ଶିଖର ସମ୍ମିଳନୀର ସଫଳତା କାମନା କରି ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନ ଶେଷ କରିଥିଲେ

ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ସଂସଦ ସଦସ୍ୟ ଶ୍ରୀ ସି. ଆର. ପାଟିଲ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ ଏବଂ ଶିଳ୍ପଗୋଷ୍ଠୀ ନେତୃବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ

 

ପୃଷ୍ଠଭୂମି:

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀରେ ୨୦ତମ ବାର୍ଷିକୀ ବିଜ୍ଞାନ ନଗରୀ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଥିବା ବେଳେ, ଏଥିରେ ଶିଳ୍ପ ସଂଘ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରର ଗଣ୍ୟମାନ୍ୟ ବ୍ୟକ୍ତି, ଯୁବ ଉଦ୍ୟୋଗୀ ଉଚ୍ଚ ବୈଷୟିକ ଶିକ୍ଷାର ବିଦ୍ୟାର୍ଥୀମାନେ ଯୋଗ ଦେଇଛନ୍ତି

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ ୨୦ ବର୍ଷ ପୂର୍ବରୁ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଆରମ୍ଭ ହୋଇଥିଲା ଏହା ଇତି ମଧ୍ୟରେ ବାସ୍ତବ ବୈଶ୍ୱିକ ରୂପ ନେଇ ଦେଶର ପ୍ରମୁଖ ବ୍ୟାବସାୟିକ ଶିଖର ସମ୍ମିଳନୀ ହୋଇଯାଇଛି ୨୦୦୩ରେ ୩୦୦ ଆନ୍ତର୍ଜାତିକ ଅଂଶଗ୍ରହଣକାରୀ ଏଥିରେ ଯୋଗ ଦେଇଥିବା ବେଳେ ୧୩୫ଟି ଦେଶରୁ ହଜାରରୁ ଊଦ୍ଧ୍ୱର୍ ପ୍ରତିନିଧି ୨୦୧୯ରେ ଯୋଗ ଦେଇଥିଲେ

ଗତ ୨୦ ବର୍ଷ ମଧ୍ୟରେ ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀରେ “ଗୁଜରାଟକୁ ପସନ୍ଦର ବିନିଯୋଗ   ଲକ୍ଷ୍ୟସ୍ଥଳ”ଲକ୍ଷ୍ୟରୁ “ନବଭାରତ ନୂତନ ଛବି” ଦିଗରେ ଆଗେଇ ଚାଲିଛି ଉତ୍ସାହୀ  ଗୁଜରାଟର ଆଶାତୀତ ସଫଳତା ସମଗ୍ର ଦେଶ ପାଇଁ ମଡେଲ୍ ବନିବା ସହ ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ଏଭଳି ବିନିଯୋଗ ଶିଖର ସମ୍ମିଳନୀ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି

********

SM/MB