Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀଠାରେ ସଶକ୍ତ ନାରୀ- ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୧ ତାରିଖ ଦିନ ୧୦ଟା ସମୟରେ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ପରିସରରେ ସଶକ୍ତ ନାରୀ- ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ନମୋ ଡ୍ରୋନ୍ ଦିଦିମାନଙ୍କ କୃଷି ଡ୍ରୋନ୍ ଉଡ଼ାଣ ପ୍ରଦର୍ଶନ ଦେଖିବେ । ଦେଶର ୧୧ଟି ବିଭିନ୍ନ ସ୍ଥାନରେ ଏହି ନମୋ ଡ୍ରୋନ୍ ଦିଦିମାନେ ସମାନ୍ତରାଳ ଭାବେ କୃଷି ଡ୍ରୋନ୍ ଉଡାଣ ପ୍ରଦର୍ଶନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନମୋ ଡ୍ରୋନ୍ ଦିଦିମାନଙ୍କୁ ୧,୦୦୦ ଡ୍ରୋନ୍ ପ୍ରଦାନ କରିବେ ।

ନମୋ ଡ୍ରୋନ୍ ଦିଦି ଏବଂ ଲକ୍ଷପତି ତିତି ଉପକ୍ରମ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାର ଏକ ପ୍ରମୁଖ ଉପକ୍ରମ ଏବଂ ତାହା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଏବଂ ସେମାନଙ୍କଠାରେ ଆର୍ଥିକ ସ୍ୱାୟତ୍ତତା ଆଣିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି । ବିଶେଷ କରି ଗ୍ରାମାଞ୍ଚଳ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ସାକାର କରାଯାଉଛି । ଏହି ପରିକଳ୍ପନାକୁ ଅଧିକ ବ୍ୟାପକ କରିବା ନିମନ୍ତେ ଲକ୍ଷପତି ଦିଦି, ଯେଉଁମାନେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ରାଷ୍ଟ୍ରୀର ଗ୍ରାମାଞ୍ଚଳ ଜୀବନଜୀବିକା ମିଶନ୍ ସହଯୋଗରେ ସଫଳତା ହାସଲ କରିଛନ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସେମାନଙ୍କର ଉତ୍ଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅବସରରେ ୮,୦୦୦ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ଅର୍ଥକୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ମାନଙ୍କୁ ବଣ୍ଟନ କରିବେ । ଏହି ଋଣ ସେମାନଙ୍କୁ ରିହାତି ସୁଧ ହାରରେ ଯୋଗାଇ ଦିଆଯାଉଛି । ଏଥିପାଇଁ ବ୍ୟାଙ୍କ୍ ମାନଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ବ୍ୟାଙ୍କ୍ ଲିଙ୍କେଜ୍ ଶିବିରମାନ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି

*****

SR