Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଋଷ ଏବଂ ଅଷ୍ଟ୍ରିଆକୁ ସରକାରୀ ଗସ୍ତ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି


ମୁଁ ୨୨ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଋଷକୁ ଏକ ସରକାରୀ ଗସ୍ତରେ ଯାଉଛି ଏବଂ ଆସନ୍ତା ତିନି ଦିନ ମଧ୍ୟରେ ଅଷ୍ଟ୍ରିଆକୁ ମୋର ପ୍ରଥମ ଗସ୍ତ ଆରମ୍ଭ କରୁଛି ।

 

ଗତ ଦଶ ବର୍ଷ ମଧ୍ୟରେ ଭାରତ ଏବଂ ଋଷ ମଧ୍ୟରେ ଶକ୍ତି, ନିରାପତ୍ତା, ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ଭାବ ବିନିମୟ କ୍ଷେତ୍ରରେ ସହଭାଗୀତା ବୃଦ୍ଧି ପାଇଛି ।

ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗର ସମୀକ୍ଷା କରିବାକୁ ଏବଂ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ବାଣ୍ଟିବାକୁ ଆଗ୍ରହୀ । ଆମେ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ବିଶ୍ୱ ପାଇଁ ସହାୟକ ଭୂମିକା ଗ୍ରହଣ କରିବାକୁ ଚାହୁଁଛୁ । ଏହି ଗସ୍ତ ମୋତେ ଋଷରେ ଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିବାର ସୁଯୋଗ ପ୍ରଦାନ କରିବ ।

 

ଅଷ୍ଟ୍ରିଆରେ ମୁଁ ରାଷ୍ଟ୍ରପତି ଆଲେକଜାଣ୍ଡର ଭାନ୍ ଡେର୍ ବେଲେନ୍ ଏବଂ ଚାନ୍ସେଲର କାର୍ଲ ନେହାମରଙ୍କୁ ଭେଟିବାର ସୁଯୋଗ ପାଇବି। ଅଷ୍ଟ୍ରିଆ ହେଉଛି ଆମର ଦୃଢ଼ ଏବଂ ଭରସାଯୋଗ୍ୟ ସହଯୋଗୀ ଏବଂ ଆମେ ଗଣତନ୍ତ୍ର ଏବଂ ବହୁଳବାଦର ଆଦର୍ଶକୁ ଅପଣାଇଛୁ ।

ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ଉଦ୍ଭାବନ, ବୈଷୟିକ ଜ୍ଞାନକୌଶଳ ଏବଂ ନିରନ୍ତର ବିକାଶ ଆଦି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ଆମର ଭାଗିଦାରୀକୁ ଆହୁରି  ଦୃଢ଼ କରିବା ପାଇଁ ମୁଁ ମୋର ଆଲୋଚନାକୁ ଅପେକ୍ଷା କରିଛି । ଅଷ୍ଟ୍ରିଆନ ଚାନ୍ସେଲରଙ୍କ ସହ ମିଶି ମୁଁ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ସୁଯୋଗ ଖୋଜିବା ପାଇଁ ଉଭୟ ପକ୍ଷର ବ୍ୟବସାୟୀ ମୁଖ୍ୟମାନଙ୍କ ସହ ମତ ବିନିମୟ କରିବାକୁ ଆଗ୍ରହୀ । ମୁଁ ଅଷ୍ଟ୍ରିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବି ଯେଉଁମାନେ ସେମାନଙ୍କ ପେଶାଦାର ଆଚରଣ ପାଇଁ ଜଣାଶୁଣା ।

 

HS