Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୮୯ତମ ଜନ୍ମଦିବସରେ ଦଲାଇ ଲାମାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧେୟ ଦଲାଇ ଲାମାଙ୍କୁ ତାଙ୍କର ୮୯ତମ ଜନ୍ମଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଆଣ୍ଠୁ ଅସ୍ତ୍ରୋପଚାରରୁ ଦଲାଇ ଲାମାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଦଲାଇ ଲାମାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

“୮୯ତମ ଜନ୍ମଦିନ ଅବସରରେ ଶ୍ରଦ୍ଧେୟ ଦଲାଇ ଲାମାଙ୍କୁ ମୋର ଶୁଭେଚ୍ଛା ପଠାଇଛି । ଆଣ୍ଠୁ ଅସ୍ତ୍ରୋପଚାର ପରେ ତାଙ୍କର ଶୀଘ୍ର ଆରୋଗ୍ୟ ଲାଭ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି ।”

 

 SR