ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଯୋଜନାର କ୍ରମିକ ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି, ଯାହାଦ୍ୱାରା ଏହା ଅଧିକ ଆକର୍ଷଣୀୟ, ଫଳପ୍ରଦ ଏବଂ ସମାବେଶୀ ହୋଇପାରିବ।
ଦେଶରେ କୃଷକ ସମ୍ପ୍ରଦାୟର ବୃଦ୍ଧି, ସୁଦୃଢ଼ୀକରଣ ଏବଂ ସହାୟତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏ. ଆଇ. ଏଫ୍.) ଯୋଜନାର ପରିସରକୁ ସମ୍ପ୍ରସାରିତ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି।
ଦେଶରେ କୃଷି ଭିତ୍ତିଭୂମିକୁ ବଢ଼ାଇବା, ସୁଦୃଢ଼ କରିବା ଏବଂ କୃଷକ ସମାଜକୁ ସହାୟତା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପରେ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଯୋଜନାର ପରିଧିକୁ ବିସ୍ତାର କରିବା ଲାଗି ଅନେକ ଉପାୟ ଘୋଷଣା କରିଛନ୍ତି । ଯୋଗ୍ୟ ପ୍ରକଳ୍ପଗୁଡ଼ିକର ପରିସରକୁ ବିସ୍ତାର କରିବା ଏବଂ ଏକ ସୁଦୃଢ଼ କୃଷି ଭିତ୍ତିଭୂମି ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅତିରିକ୍ତ ସହାୟକ ଉପାୟକୁ ଯୋଡିବା ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ।
ବ୍ୟବହାରଯୋଗ୍ୟ କୃଷି ସମ୍ପତ୍ତି: ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ଗୋଷ୍ଠୀ କୃଷି ସମ୍ପତ୍ତି ନିର୍ମାଣ ପାଇଁ ବ୍ୟବହାରଯୋଗ୍ୟ ପ୍ରକଳ୍ପ’ ଅଧୀନରେ ଆସୁଥିବା ମୌଳିକ ଭିତ୍ତିଭୂମି ସୃଷ୍ଟି ଲାଗି ଅନୁମତି ଦେବା। ଏହି ପଦକ୍ଷେପ ଦ୍ୱାରା ବ୍ୟବହାରଯୋଗ୍ୟ ପ୍ରକଳ୍ପର ବିକାଶ ସୁଗମ ହେବାର ଆଶା କରାଯାଉଛି । ଏହା ଗୋଷ୍ଠୀ କୃଷି କ୍ଷମତା ବୃଦ୍ଧି କରିବ ଯାହାଫଳରେ ଏହି କ୍ଷେତ୍ରରେ ଉତ୍ପାଦକତା ଓ ସ୍ଥିରତାରେ ସୁଧାର ଆସିବ।
ସମନ୍ୱିତ ପ୍ରକ୍ରିୟାକରଣ ପ୍ରକଳ୍ପ: କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଅଧୀନରେ ଯୋଗ୍ୟ ଗତିବିଧିର ତାଲିକାରେ ସମନ୍ୱିତ ପ୍ରାଥମିକ ଦ୍ୱିତୀୟକ ପ୍ରକ୍ରିୟାକରଣ ପ୍ରକଳ୍ପକୁ ସାମିଲ କରିବା। ତେବେ କେବଳ ଦ୍ୱିତୀୟକ ପ୍ରକଳ୍ପ ଯୋଗ୍ୟ ହେବ ନାହିଁ ଏବଂ ସେଗୁଡ଼ିକୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟର ଯୋଜନାଗୁଡ଼ିକର ଅନ୍ତର୍ଗତ ସାମିଲ୍ କରାଯିବ ।
ପିଏମ କୁସୁମ ଉପାଦାନ – ଏ: କୃଷକ/ଚାଷୀ ଗୋଷ୍ଠୀ/କୃଷକ ଉତ୍ପାଦକ ସଂଗଠନ/ସମବାୟ ସମିତି/ପଞ୍ଚାୟତ ପାଇଁ ଏଆଇଏଫ୍ ସହିତ ପିଏମ-କୁସୁମର ସମନ୍ୱୟ-ଏକୁ ଅନୁମତି। କୃଷି ଭିତ୍ତିଭୂମିର ବିକାଶ ସହିତ ନିରନ୍ତର ସ୍ୱଚ୍ଛ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମିଶ୍ରଣର ଲକ୍ଷ୍ୟ ।
ନବ ସଂରକ୍ଷଣ : ସିଜିଟିଏମଏସଇ ବ୍ୟତୀତ, ନବ ସଂରକ୍ଷଣ ଟ୍ରଷ୍ଟି କମ୍ପାନୀ ପ୍ରାଇଭେଟ୍ ଲିମିଟେଡ ମାଧ୍ୟମରେ ଏଫପିଓଗୁଡିକର ଏଆଇଏଫ କ୍ରେଡିଟ୍ ଗ୍ୟାରେଣ୍ଟି କଭରେଜ୍ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । କ୍ରେଡିଟ୍ ଗ୍ୟାରେଣ୍ଟି ବିକଳ୍ପର ଏହି ସମ୍ପ୍ରସାରଣ ର ଉଦ୍ଦେଶ୍ୟ ହେଉଛି ଏଫପିଓଗୁଡ଼ିକର ଆର୍ଥିକ ସୁରକ୍ଷା ଏବଂ ଋଣଯୋଗ୍ୟତା ବୃଦ୍ଧି କରିବା, ଯାହା ଦ୍ୱାରା କୃଷି ଭିତ୍ତିଭୂମି ପ୍ରକଳ୍ପଗୁଡିକରେ ଅଧିକ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରାଯାଇପାରିବ ।
୨୦୨୦ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ପରଠାରୁ ଏଆଇଏଫ୍ ୬୬୨୩ ଗୋଦାମଗୃହ, ୬୮୮ ଶୀତଳ ଭଣ୍ଡାର ଏବଂ ୨୧ଟି ସାଇଲୋ ପ୍ରକଳ୍ପ ନିର୍ମାଣରେ ସହାୟକ ହୋଇଛି, ଯାହା ଦ୍ୱାରା ଦେଶରେ ପ୍ରାୟ ୫୦୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି)ର ଅତିରିକ୍ତ ଷ୍ଟୋରେଜ୍ କ୍ଷମତା ପ୍ରଦାନ କରାଯାଇଛି । ଏଥିରେ ୪୬୫ ଏଲଏମଟି ଶୁଷ୍କ ଭଣ୍ଡାର ଏବଂ ୩୫ ଏଲଏମଟି ଶୀତଳ ଭଣ୍ଡାର କ୍ଷମତା ଅନ୍ତର୍ଭୁକ୍ତ । ଏହି ଅତିରିକ୍ତ ସଂରକ୍ଷଣ କ୍ଷମତା ସହିତ ବାର୍ଷିକ ୧୮.୬ ଏଲଏମଟି ଖାଦ୍ୟଶସ୍ୟ ଏବଂ ୩.୪୪ ଏଲ୍ଏମଟି ଉଦ୍ୟାନ କୃଷି ଜାତ ଦ୍ରବ୍ୟ ସଞ୍ଚୟ କରାଯାଇପାରିବ । ଏଆଇଏଫ୍ ଅଧୀନରେ ବର୍ତ୍ତମାନ ସୁଦ୍ଧା ୭୪,୫୦୮ଟି ପ୍ରକଳ୍ପ ପାଇଁ ୪୭,୫୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ କୃଷି କ୍ଷେତ୍ରରେ ୭୮,୫୯୬ କୋଟି ଟଙ୍କାର ପୁଞ୍ଜିନିବେଶ ସୃଷ୍ଟି କରିଥିବା ବେଳେ ସେଥିମଧ୍ୟରୁ ୭୮,୪୩୩ କୋଟି ଟଙ୍କା ଘରୋଇ ସଂସ୍ଥାରୁ ସଂଗ୍ରହ କରାଯାଇଛି।
ଏହାବ୍ୟତୀତ ଏଆଇଏଫ୍ ଅଧୀନରେ ମଞ୍ଜୁର ହୋଇଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ କୃଷି କ୍ଷେତ୍ରରେ ୮.୧୯ ଲକ୍ଷରୁ ଅଧିକ ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ଏଆଇଏଫ ଯୋଜନାର ପରିସର ବୃଦ୍ଧି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ, ଉତ୍ପାଦକତା ରେ ଉନ୍ନତି ଆଣିବ, କୃଷି ଆୟ ବୃଦ୍ଧି କରିବ ଏବଂ ଦେଶରେ କୃଷିର ସାମଗ୍ରିକ ସ୍ଥାୟୀତ୍ୱରେ ଯୋଗଦାନ କରିବ । ଏହି ପଦକ୍ଷେପ ଦେଶରେ କୃଷି ଭିତ୍ତିଭୂମିର ସାମଗ୍ରିକ ବିକାଶ ମାଧ୍ୟମରେ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
**********
P.S.
The decision by the Cabinet on the expansion of Central Sector Scheme of Agriculture Infrastructure Fund is yet another example of the importance attached to agriculture and farmer welfare. This decision will ensure a boost of incomes for farmers and encourage sustainability.…
— Narendra Modi (@narendramodi) August 28, 2024