ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଣ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ସହରରେ ଆୟୋଜିତ ଏକ ବଡ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ତ୍ୱରୀତ ଗତିରେ ସହରୀକରଣ ଆଡକୁ ଅଗ୍ରସର ହେଉଛି ଏବଂ ଏଥିପାଇଁ ଦୁଇଟି ଦିଗ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେଥିମଧ୍ୟରେ ଗ୍ରାମୀଣ ଜୀବନ ଶୈଳୀର ମାନ ବୃଦ୍ଧି ଏବଂ ସହରାଂଚଳ ପାଇଁ ଉପୁଜୁଥିବା ସମସ୍ୟାଗୁଡିକୁ ହ୍ରାସ କରିବା ପାଇଁ ଦୀର୍ଘକାଳୀନ ଚିନ୍ତାଧାରା ପ୍ରମୁଖ ରହିଛି ।
ସେ କହିଥିଲେ ଯେ ଆମକୁ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ହେବ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜନୈତିକ ଦୃଷ୍ଟିକୋଣରୁ ସବୁ କ୍ଷେତ୍ରକୁ ଦେଖିହେବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ ଆମ ସହରଗୁଡିକର ବିକାଶ ପାଇଁ ଆମକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ହେବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ରୁରବାନ ମିଶନକୁ ନେଇ କେନ୍ଦ୍ର ସରକାର ସକ୍ରୀୟ ଭାବେ କାର୍ଯ୍ୟ କରୁଛନ୍ତି ଯାହା ସହରୀକରଣକୁ ସଂପୂର୍ଣ୍ଣ କରିବା ପାଇଁ ବିକାଶୋନ୍ମୁଖୀ ଏବଂ ଏଥିପାଇଁ ସରକାର କାର୍ଯ୍ୟ କରୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ମିଳୁଥିବା ଲାଭ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଭବିଷ୍ୟତରେ ଏହା ଆମର ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରା କରିବା ଦିଗରେ କାର୍ଯ୍ୟ କରିବାକୁ ହେବ । ଏହା ହେଉଛି ସରକାରଙ୍କ ପ୍ରୟାସ ଯେ ଯେଉଁ ସବୁ ପ୍ରକଳ୍ପ ଆରମ୍ଭ କରାଯାଉଛି ସେସବୁକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗ୍ୟାସ ଗ୍ରୀଡ, ଜଳ ଗ୍ରୀଡ, ଡିଜିଟାଲ ନେଟୱାର୍କ, ଅନ୍ତରୀକ୍ଷ ପ୍ରଦ୍ୟୋଗିକୀ ଦ୍ୱାରା ଲାଭାନ୍ୱିତ ହେବା ଏବଂ କୃଷକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଆବଶ୍ୟକ ଜ୍ଞାନ କୌଶଳର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ।
ସେ କହିଥିଲେ ଯେ ରାଷ୍ଟ୍ରରେ ଆଇନ ଆଗରେ ସମସ୍ତେ ସମାନ ଏବଂ ସସସ୍ତେ ଏହି ଆଇନକୁ ଅନୁକରଣ କରିବାର ଆବଶ୍ୟକତା ରହିଛି । ଭ୍ରଷ୍ଟାଚାର ଏବଂ କଳାଧନ ଭଳି ବ୍ୟାଧିକୁ ସମାଜରୁ ଯଦି ଅନେକ ପୂର୍ବରୁ ନିର୍ମୂଳ କରାଯାଇଥାଆନ୍ତା, ଏବେ ବୋଧହୁଏ ସେ ଏହିଭଳି ନିଷ୍ପତ୍ତି ନେଇ ନ ଥାଆନ୍ତେ ।
ପୁଣେ ସହରକୁ ଏକ ଶିକ୍ଷଣୀୟ ସହର ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଏହି ସହର ଅନଲାଇନ ବ୍ୟାଙ୍କିଙ୍ଗ ବ୍ୟବହାର ଏବଂ ଏହା ଜରିଆରେ ଉପଲବ୍ଧ ହେଉଥିବା ସୁବିଧା ବ୍ୟବହାର କରିବାରେ ସର୍ବାଗ୍ରେ ରହିବ ।
ଏହି ରାଷ୍ଟ୍ରରେ ୧୨୫ କୋଟି ଭାରତୀୟଙ୍କର ସ୍ୱର ଶୁଣାଯିବ, ଏହି ସ୍ୱର ଅଳ୍ପ କିଛି ଲୋକଙ୍କ ଦ୍ୱାରା ବିକୃତ କରାଯାଇ ନ ପାରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
**********