Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୁମ୍ବାଇରେ ବିଭିନ୍ନ ବିକାଶ ପ୍ରକଳ୍ପ ଲାଗି ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇରେ ବିଭିନ୍ନ ବିକାଶ ପ୍ରକଳ୍ପ ଲାଗି ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇରେ ବିଭିନ୍ନ ବିକାଶ ପ୍ରକଳ୍ପ ଲାଗି ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ଏହା ମଧ୍ୟରେ ଦୁଇଟି ମେଟ୍ରୋ ଲାଇନ, ମୁମ୍ବାଇ ଟ୍ରାନ୍ସ-ହାରବର ଲିଙ୍କ୍, ମୁମ୍ବାଇ ସହର ତୃତୀୟ ପର୍ଯ୍ୟାୟ ଟ୍ରାନ୍ସପୋର୍ଟ ପ୍ରକଳ୍ପ ଏବଂ ଦୁଇଟି ଉଚ୍ଚା ସଡକ ନିର୍ମାଣ ପ୍ରକଳ୍ପ ରହିଛି  ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୁମ୍ବାଇ ସମୁଦ୍ର ତଟଠାରୁ କିଛି ଦୂରରେ ଅବସ୍ଥିତ ଆରବ ସାଗରରେ, ଛତ୍ରପତି ଶିବାଜୀ ମହାରାଜ ସ୍ମାରକୀର ଜଳ ପୂଜା କରିଥିଲେ  ।

ଏହି ଅବସରରେ ମୁମ୍ବାଇଠାରେ ବାନ୍ଦ୍ରା କୁର୍ଲା କପ୍ଲେକ୍ସଠାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂଘର୍ଷର ମଧ୍ୟଭାଗରେ ସୁଶାସନ ପାଇଁ ଆଲୋକ ଦେଖାଇବା କାର୍ଯ୍ୟ ଶିବାଜୀ ମହାରାଜ କରିଥିଲେ  । ଶିବାଜୀ ମହାରାଜ ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ  ଏବଂ ତାଙ୍କ ଭଳି ବ୍ୟକ୍ତିତ୍ୱ ଆମକୁ ପ୍ରୋତ୍ସାହନ ପ୍ରଦାନ କରେ  । ତାଙ୍କର ଅଦମ୍ୟ ସାହସ ବିଷୟରେ ସମସ୍ତେ ଅବଗତ କିନ୍ତୁ ଶିବାଜୀ ମହାରାଜଙ୍କ ବ୍ୟକ୍ତିତ୍ୱର ଅନେକ ଅଜଣା କଥା, ଜଳ ଏବଂ ଅର୍ଥ ଭଳି କ୍ଷେତ୍ରରେ ଆଣିଥିବା ସଂସ୍କାର ବିଷୟରେ  ଆମେ ଜାଣିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିବାଜୀ ସ୍ମାରକୀଠାରେ ଜଳ ପୂଜା ଅତି ସ୍ୱତନ୍ତ୍ର ଏବଂ ଏହି ସୁଯୋଗ ପାଇଁ ସେ ନିଜକୁ ଧନ୍ୟ ମନେକରୁଛନ୍ତି  ।

ବିକାଶ ହେଉଛି ସବୁ ସମସ୍ୟାର ସମାଧାନ, ଯାହା ପାଇଁ ଏବେ ଅସୀମିତ ସୁଯୋଗ ସୃଷ୍ଟି କରାଯାଉଛି  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ୧୨୫ କୋଟି ଭାରତୀୟଙ୍କ ଶକ୍ତି ରାଷ୍ଟ୍ରରେ ଏକ ପରିବର୍ତ୍ତନ ଆଣିବ  ।

ଭ୍ରଷ୍ଟାଚାର ଦୂର କରିବା ପାଇଁ ଆମର ଯୁଦ୍ଧ ଆମେ କାର୍ଯ୍ୟଭାର ଗ୍ରହଣ କରିବା ଦିନରୁ ହିଁ ଆରମ୍ଭ କରାଯାଇଛି ଏବଂ ନଭେମ୍ବର ୮ ତାରିଖରେ ଏଥିପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ଭ୍ରଷ୍ଟାଚାର ଏବଂ କଳାଟଙ୍କା ପାଇଁ ଚାଲିଥିବା ଯୁଦ୍ଧରେ ସାମିଲ ନ ହେବା ପାଇଁ ଲୋକମାନଙ୍କୁ ଭୟଭୀତ କରାଇ ଭୂଲ ବାଟରେ ନିଆଯାଉଥିଲା । କିନ୍ତୁ ସେମାନେ ଭ୍ରଷ୍ଟାଚାର ଏବଂ କଳାଟଙ୍କା ପାଇଁ ଚାଲିଥିବା ଯୁଦ୍ଧକୁ ସମର୍ଥନ କରିଥିଲେ । ଭାରତର ଜନତା ଭ୍ରଷ୍ଟାଚାର ଏବଂ କଳାଟଙ୍କା ଗ୍ରହଣ କରିବେ ନାହିଁ ଏବଂ ଏଭଳି ବ୍ୟାଧୀ ଦୂର କରିବା କ୍ଷେତ୍ରରେ ସହଯୋଗ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

 

**********