ପିଏମଇଣ୍ଡିଆ
ଜୟ ଜିନେନ୍ଦ୍ର,
ମନ ଶାନ୍ତ ଅଛି, ମନ ସ୍ଥିର ଅଛି, କେବଳ ଆତ୍ମସନ୍ତୋଷ, ଏକ ଚମତ୍କାର ଅନୁଭବ, ସବୁ ଶବ୍ଦର ଊର୍ଦ୍ଧ୍ୱରେ, ସବୁ ଚିନ୍ତା ଚେତନା ବାହାରେ, ନବକାର ମହାମନ୍ତ୍ର ଏବେ ବି ମନରେ ଗୁଞ୍ଜରିତ ହେଉଛି। ନମୋ ଅରିହନ୍ତନମ୍ । ନମୋ ସିଦ୍ଧନମ୍ । ନମୋ ଆର୍ଯ୍ୟନମ୍ । ନମୋ ଉଭଜଜାୟାନମ୍ । ନମୋ ନମୋ ଲୋୟ ସଭ୍ୱସହୁନମ। (नमो अरिहंताणं॥ नमो सिद्धाणं॥ नमो आयरियाणं॥ नमो उवज्झायाणं॥ नमो लोए सव्वसाहूणं॥) ଗୋଟିଏ ସ୍ୱର, ଗୋଟିଏ ପ୍ରବାହ, ଗୋଟିଏ ଶକ୍ତି, ନା ଊର୍ଦ୍ଧ୍ୱଗାମୀ ନା ନିମ୍ନଗାମୀ,
କେବଳ ସ୍ଥିରତା, କେବଳ ସମାନତା। ଏକା ଭଳି ଚେତନା, ଏକା ଭଳି ଲୟ, ସମାନ ଉଜ୍ଜ୍ୱତାର ଅନୁଭବ। ମୁଁ ମୋ ନିଜ ଭିତରେ ନବକାର ମହାମନ୍ତ୍ରର ଏହି ଆଧ୍ୟାତ୍ମିକ ଶକ୍ତିକୁ ଏବେ ବି ଅନୁଭବ କରୁଛି। କିଛି ବର୍ଷ ପୂର୍ବେ, ବାଙ୍ଗାଲୋରରେ ଏହିଭଳି ଏକ ସମୂହ ମନ୍ତ୍ରୋଚାରଣର ସାକ୍ଷୀ ଥିଲି, ଆଜି ମୋତେ ସେହିଭଳି ଅନୁଭବ ହେଉଛି ତା’ ବି ଅତ୍ୟନ୍ତ ଗଭୀରତାର ସହ। ଏଥର ଦେଶ ଓ ବିଦେଶରେ ଏକ ସମୟରେ ସମାନ ଚେତନା ସହିତ ଲକ୍ଷ ଲକ୍ଷ ପବିତ୍ର ଆତ୍ମା, ଏକାଠି କହୁଥିବା ଶବ୍ଦ, ଏକାଠି ଜାଗ୍ରତ ହେବା ବାସ୍ତବରେ ଅଭୂତପୂର୍ବ।
ଶ୍ରୋତା ଭାଇ ଭଉଣୀମାନେ,
ଏହି ଶରୀର ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲା । ଯେଉଁଠାରେ ପ୍ରତ୍ୟେକ ଗଳିରେ ଜୈନ ଧର୍ମର ପ୍ରଭାବ ଦେଖିବାକୁ ମିଳେ। ପିଲାଦିନରୁ ହିଁ ମୁଁ ଜୈନ ଆଚାର୍ଯ୍ୟଙ୍କ ସାନ୍ନିଧ୍ୟ ଲାଭ କରିଥିଲି।
ବନ୍ଧୁଗଣ,
ନବକାର ମହାମନ୍ତ୍ର କେବଳ ଏକ ମନ୍ତ୍ର ନୁହେଁ, ଏହା ଆମ ଆସ୍ଥାର କେନ୍ଦ୍ରବିନ୍ଦୁ । ଆମ ଜୀବନର ମୂଳ ସ୍ୱର ଏବଂ ଏହାର ଗୁରୁତ୍ୱ କେବଳ ଆଧ୍ୟାତ୍ମିକ ନୁହେଁ। ଏହା ନିଜଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତଙ୍କୁ ମାର୍ଗ ଦେଖାଇଥାଏ। ଏହା ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ଏକ ଯାତ୍ରା। ଏହି ମନ୍ତ୍ରର କେବଳ ପ୍ରତ୍ୟେକ ଶବ୍ଦ ନୁହେଁ ବରଂ ପ୍ରତ୍ୟେକ ଅକ୍ଷର ନିଜେ ନିଜ ମଧ୍ୟରେ ଏକ ମନ୍ତ୍ର ଅଟେ। ଯେତେବେଳେ ଆମେ ନବକାର ମହାମନ୍ତ୍ର ଜପ କରୁ, ଆମେ ପଞ୍ଚ ପରମେଶ୍ୱରଙ୍କୁ ପ୍ରଣାମ କରୁ। କିଏ ଏହି ପଞ୍ଚ ପରମେଶ୍ୱର? ଅରିହନ୍ତ- ଯିଏ କେବଳ ଜ୍ଞାନ ହାସଲ କରିଛନ୍ତି, ଯିଏ ଦିବ୍ୟ ପ୍ରାଣୀମାନଙ୍କୁ ଆଲୋକିତ କରନ୍ତି, ଯାହାଙ୍କର ୧୨ଟି ଦିବ୍ୟ ଗୁଣ ଅଛି। ସିଦ୍ଧ – ଯିଏ ୮ଟି କର୍ମକୁ କ୍ଷୟ କରିଛନ୍ତି, ମୋକ୍ଷ ପ୍ରାପ୍ତ କରିଛନ୍ତି।, ଯାହାଙ୍କର ୮ଟି ଶୁଦ୍ଧ ଗୁଣ ରହିଛି। ଆଚାର୍ଯ୍ୟ– ଯିଏ ମହାବୃତଙ୍କ ପାଳନ କରନ୍ତି, ଯିଏ ମାର୍ଗଦର୍ଶକ ଅଟନ୍ତି, ଯାହାଙ୍କର ୩୬ଟି ଗୁଣଯୁକ୍ତ ବ୍ୟକ୍ତିତ୍ୱ ରହିଛି। ଉପାଧ୍ୟାୟ– ଯେଉଁମାନେ ମୁକ୍ତିର ମାର୍ଗର ଜ୍ଞାନକୁ ଶିକ୍ଷାରେ ପରିଣତ କରନ୍ତି, ଯିଏ ୨୫ଟି ଗୁଣରେ ପରିପୂର୍ଣ୍ଣ । ସାଧୁ- ଯେଉଁମାନେ ତପସ୍ୟାର ଅଗ୍ନିରେ ନିଜକୁ ପରୀକ୍ଷା କରନ୍ତି। ଯେଉଁମାନେ ମୋକ୍ଷ ପ୍ରାପ୍ତି ଦିଗରେ ଅଗ୍ରସର ହେଉଛନ୍ତି, ସେମାନଙ୍କ ମଧ୍ୟରେ ୨୭ଟି ମହାନ ଗୁଣ ରହିଛି ।
ବନ୍ଧୁଗଣ,
ଯେତେବେଳେ ଆମେ ନବକାର ମହାମନ୍ତ୍ର ଜପ କରିଥାଉ, ଆମେ ୧୦୮ ଦିବ୍ୟ ଗୁଣକୁ ପ୍ରଣାମ କରିଥାଉ, ଆମେ ଜନକଲ୍ୟାଣକୁ ସ୍ମରଣ କରିଥାଉ, ଏହି ମନ୍ତ୍ର ଆମକୁ ମନେ ପକାଇ ଦିଏ – ଜ୍ଞାନ ଓ କର୍ମ ହିଁ ଜୀବନର ଲକ୍ଷ୍ୟ, ଗୁରୁ ହେଉଛନ୍ତି ମାର୍ଗଦର୍ଶକ ଓ ମାର୍ଗ ହେଉଛି ସେହି ରାସ୍ତା ଯାହା ଭିତରୁ ପ୍ରତିଫଳିତ ହୋଇଥାଏ। ନବକାର ମହାମନ୍ତ୍ର କହେ, ନିଜ ଉପରେ ବିଶ୍ୱାସ ରଖନ୍ତୁ, ନିଜେ ହିଁ ଯାତ୍ରା ଆରମ୍ଭ କରନ୍ତୁ, ଶତ୍ରୁ ବାହାରେ ନାହାଁନ୍ତି, ଶତ୍ରୁ ଭିତରେ ହିଁ ଅଛି । ନକାରାତ୍ମକ ଚିନ୍ତାଧାରା, ଅବିଶ୍ୱାସ, ଶତ୍ରୁତା, ସ୍ୱାର୍ଥପରତା, ଏମାନେ ସେଇ ଶତ୍ରୁ, ଯାହାକୁ ପରାସ୍ତ କରିବା ହିଁ ପ୍ରକୃତ ବିଜୟ। ଏହି କାରଣରୁ ଜୈନ ଧର୍ମ ଆମକୁ ବାହ୍ୟ ଜଗତକୁ ନୁହେଁ, ନିଜକୁ ଜିତିବାର ପ୍ରେରଣା ଦେଇଥାଏ। ଯେତେବେଳେ ଆମେ ନିଜ ଉପରେ ବିଜୟ ପ୍ରାପ୍ତ କରୁ, ଆମେ ଅରିହନ୍ତ ହୋଇଥାଉ । ଏଥିପାଇଁ, ନବକାର ମହାମନ୍ତ୍ର ଏକ ଚାହିଦା ନୁହେଁ, ଏହା ଏକ ମାର୍ଗ। ଏପରି ଏକ ମାର୍ଗ ଯାହା ବ୍ୟକ୍ତିକୁ ଆତ୍ମାରୁ ଶୁଦ୍ଧ କରିଥାଏ। ଯାହା ବ୍ୟକ୍ତିଙ୍କୁ ସୌହାର୍ଦ୍ଦ୍ୟର ମାର୍ଗ ଦେଖାଇଥାଏ।
ବନ୍ଧୁଗଣ,
ନବକାର ମହାମନ୍ତ୍ର ପ୍ରକୃତ ଅର୍ଥରେ ମାନବ ଧ୍ୟାନ, ସାଧନା ଓ ଆତ୍ମଶୁଦ୍ଧିର ମନ୍ତ୍ର। ଏହି ମନ୍ତ୍ରର ଏକ ବୈଶ୍ୱିକ ଦୃଷ୍ଟିକୋଣ ରହିଛି। ଏହି ଶାଶ୍ୱତ ମହାମନ୍ତ୍ର, ଭାରତର ଅନ୍ୟ ଶ୍ରୁତି-ସ୍ମୃତି ପରମ୍ପରା ପରି ପ୍ରଥମେ ଶତାବ୍ଦୀ ଧରି ମୌଖିକ ରୂପରେ ଥିଲା, ତା‘ପରେ ଶିଳାଲେଖ ମାଧ୍ୟମରେ ଏବଂ ଶେଷରେ ପ୍ରାକୃତ ପାଣ୍ଡୁଲିପି ମାଧ୍ୟମରେ, ପିଢ଼ି ପରେ ପିଢ଼ି ଆଗକୁ ବଢିଥିଲା ଏବଂ ଆଜି ମଧ୍ୟ ଏହା ନିରନ୍ତର ଆମର ମାର୍ଗଦର୍ଶନ କରୁଛି । ନବକାର ମହାମନ୍ତ୍ର ହେଉଛି, ପଞ୍ଚ ପରମେଶ୍ୱରଙ୍କ ଆରାଧନା ସହିତ ଏକ ସମ୍ୟକ ଜ୍ଞାନ। ଏହା ହେଉଛି ପ୍ରକୃତ ବିଶ୍ୱାସ । ସଠିକ୍ ଆଚରଣ ଏବଂ ସର୍ବୋପରି, ମୁକ୍ତି ଦିଗକୁ ନେଇଯାଉଥିବା ଏକ ମାର୍ଗ।
ଆମେ ଜାଣୁ ଯେ ଜୀବନର ୯ଟି ତତ୍ତ୍ୱ ରହିଛି। ଏହି ୯ଟି ଉପାଦାନ ଜୀବନକୁ ପୂର୍ଣ୍ଣତା ଆଡକୁ ନେଇଥାଏ। ତେଣୁ ଆମ ସଂସ୍କୃତିରେ ଏହି ୯ର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଜୈନ ଧର୍ମରେ ନବକାର ମହାମନ୍ତ୍ର, ନଅଟି ଉପାଦାନ, ନଅଟି ପୂଣ୍ୟ ଓ ଅନ୍ୟାନ୍ୟ ପରମ୍ପରାରେ, ନଅଟି ନିଧି, ନବଦ୍ୱାର, ନବଗ୍ରହ, ନବଦୁର୍ଗା, ନବଧା ଭକ୍ତି, ନଅ ସବୁଠି ଜଡିତ। ପ୍ରତ୍ୟେକ ସଂସ୍କୃତି, ପ୍ରତ୍ୟେକ ସାଧନା କ୍ଷେତ୍ରରେ ୯ ସମ୍ପୃକ୍ତ। ଜପ ମଧ୍ୟ ୯ ଥର କିମ୍ବା ୨୭, ୫୪, ୧୦୮ ଥର ଅର୍ଥାତ୍ ୯ ଗୁଣରେ କରାଯାଏ। କାହିଁକି? କାରଣ ୯ ହେଉଛି ପୂର୍ଣ୍ଣତାର ପ୍ରତୀକ। ୯ ପରେ ସବୁ କିଛି ପୁନରାବୃତ୍ତି ହୋଇଥାଏ। ଯେକୌଣସି ଜିନିଷ ଦ୍ୱାରା 9 କୁ ଗୁଣିତ କରନ୍ତୁ, ମୂଳ ଉତ୍ତର ପୁଣି ୯ ହିଁ ହୋଇଥାଏ। ଏହା କେବଳ ଗଣିତ ନୁହେଁ, ଏହା ହେଉଛି ଦର୍ଶନ। ଯେତେବେଳେ ଆମେ ପୂର୍ଣ୍ଣତା ହାସଲ କରିଥାଉ, ସେତେବେଳେ ଆମ ମନ, ଆମ ମସ୍ତିଷ୍କ ସ୍ଥିର ହୋଇଯାଏ ଏବଂ ଊର୍ଦ୍ଧ୍ୱଗାମୀ ହୋଇଥାଏ। ନୂଆ ଜିନିଷ ପାଇଁ ଇଚ୍ଛା ରହେନାହିଁ। ପ୍ରଗତି ପରେ ମଧ୍ୟ ଆମେ ଆମ ମୂଳରୁ ଦୂରେଇ ଯାଉ ନାହିଁ ଏବଂ ଏହା ହେଉଛି ନବକାର ମହାମନ୍ତ୍ରର ବୈଶିଷ୍ଟ୍ୟ।
ବନ୍ଧୁଗଣ,
ନବକାର ମହାମନ୍ତ୍ରର ଏହି ଦର୍ଶନ ଏକ ବିକଶିତ ଭାରତର ପରିକଳ୍ପନା ସହିତ ଯୋଡ଼ି ହୋଇଛି। ମୁଁ ଲାଲକିଲ୍ଲାରେ କହିଥିଲି– ବିକଶିତ ଭାରତର ଅର୍ଥ ହେଉଛି ବିକାଶ ବି, ଐତିହ୍ୟ ବି! ଏମିତି ଏକ ଭାରତ ଯାହା ଅଟକିଯିବ ନାହିଁ, ଏମିତି ଏକ ଭାରତ ଯାହା ଧିମେଇଯିବ ନାହିଁ। ଯାହା ଶୀର୍ଷତାକୁ ସ୍ପର୍ଶ କରିବ, କିନ୍ତୁ ଏହା ମୂଳରୁ ବିଚ୍ଛିନ୍ନ ହେବ ନାହିଁ। ବିକଶିତ ଭାରତ ଏହାର ସଂସ୍କୃତିକୁ ନେଇ ଗର୍ବ କରିବ। ସେଥିପାଇଁ ଆମେ ଆମର ତୀର୍ଥଙ୍କରଙ୍କ ଶିକ୍ଷାକୁ ସଂରକ୍ଷଣ କରୁ। ଯେତେବେଳେ ଭଗବାନ ମହାବୀରଙ୍କ ୨ ହଜାର ୫୫୦ତମ ନିର୍ବାଣ ମହୋତ୍ସବର ସମୟ ଆସିଲା, ସେତେବେଳେ ଆମେ ସାରା ଦେଶବାସୀଙ୍କ ସହିତ ଏହାକୁ ପାଳନ କରିଥିଲୁ। ଆଜି ଯେତେବେଳେ ବିଦେଶରୁ ପ୍ରାଚୀନ ମୂର୍ତ୍ତି ଫେରାଇ ଅଣାଯାଉଛି, ସେଥିରେ ଆମର ପ୍ରାଚୀନ ତୀର୍ଥଙ୍କରଙ୍କ ମୂର୍ତ୍ତି ମଧ୍ୟ ଫେରାଇ ଅଣାଯାଉଛି। ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ, ବିଗତ ବର୍ଷଗୁଡ଼ିକରେ ୨୦ରୁ ଅଧିକ ତୀର୍ଥଙ୍କରଙ୍କ ମୂର୍ତ୍ତି ବିଦେଶରୁ ଫେରାଇ ଅଣାଯାଇଛି ଯେଉଁଗୁଡ଼ିକ କୌଣସି ନା କୌଣସି ସମୟରେ ଚୋରି ହୋଇଯାଇଥିଲା।
ବନ୍ଧୁଗଣ,
ଭାରତର ପରିଚୟ ସୃଷ୍ଟି କରିବାରେ ଜୈନ ଧର୍ମର ଅମୂଲ୍ୟ ଭୂମିକା ରହିଛି । ଏହାର ସଂରକ୍ଷଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆପଣମାନଙ୍କ ମଧ୍ୟରୁ କେତେ ଜଣ ନୂଆ ସଂସଦ ଭବନକୁ ଯାଇଥିବେ ତାହା ମୁଁ ଜାଣିନାହିଁ। ଯଦି ଆପଣ ପରିଦର୍ଶନ କରିଥିବେ ତେବେ ଆପଣ ଏହାକୁ ଧ୍ୟାନ ସହକାରେ ଦେଖିଥିବେ କି ନାହିଁ। ଆପଣ ଦେଖିଥିବେ ଯେ ନୂଆ ସଂସଦ ଭବନ ହୋଇଯାଇଛି ଗଣତନ୍ତ୍ରର ମନ୍ଦିର। ସେଠାରେ ମଧ୍ୟ ଜୈନ ଧର୍ମର ପ୍ରଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଆପଣ ସାର୍ଦ୍ଦୁଳ ଦ୍ୱାରରେ ପ୍ରବେଶ କରିବା ମାତ୍ରେ, ସ୍ଥାପତ୍ୟ ଗ୍ୟାଲେରୀରେ ସମ୍ମେଦ ଶିଖର ଦୃଶ୍ୟମାନ ହୁଏ। ଲୋକସଭାର ପ୍ରବେଶ ଦ୍ୱାରରେ ଥିବା ତୀର୍ଥଙ୍କର ଏହି ମୂର୍ତ୍ତି ଅଷ୍ଟ୍ରେଲିଆରୁ ଫେରାଇ ଅଣାଯାଇଛି। ସମ୍ବିଧାନ ଗ୍ୟାଲେରିର ଛାତ ଉପରେ ଭଗବାନ ମହାବୀରଙ୍କ ଏକ ଚମତ୍କାର ଚିତ୍ର ରହିଛି। ଦକ୍ଷିଣପଟ ବିଲ୍ଡିଂର କାନ୍ଥ ଉପରେ ସମସ୍ତ ୨୪ ଟି ତୀର୍ଥଙ୍କର ଏକାଠି ଅଛନ୍ତି। କିଛି ଲୋକଙ୍କ ମଧ୍ୟରେ ଜୀବନ ଆସିବା ପାଇଁ ସମୟ ଲାଗିଥାଏ, ଦୀର୍ଘ ଅପେକ୍ଷା ପରେ ଏହା ଆସିଥାଏ, କିନ୍ତୁ ଏହା ଦୃଢ଼ ଭାବରେ ଆସିଥାଏ। ଏହି ଦର୍ଶନ ଆମ ଗଣତନ୍ତ୍ରକୁ ଦିଗ ଦେଖାଇଥାଏ, ସଠିକ୍ ମାର୍ଗ ଦେଖାଇଥାଏ। ଜୈନ ଧର୍ମର ପରିଭାଷା ଅତ୍ୟନ୍ତ ସାରଗର୍ଭକ ସୂତ୍ରରେ ପ୍ରାଚୀନ ଆଗମ ଗ୍ରନ୍ଥରେ ନିବଦ୍ଧ କରାଯାଇଛି। ଯେମିତିକି – ଓ୍ୱଥ୍ୟୁ ସହାବୋ ଧମ୍ମୋ, ଚାରିତମ୍ ଖଲୁ ଧମ୍ମୋ, ଜୀବନ ରକ୍ଷଣଂ ଧମ୍ମୋ, ଏହି ମୂଲ୍ୟବୋଧକୁ ଅନୁସରଣ କରି, ଆମ ସରକାର ସବ୍ କା ସାଥ, ସବକା ବିକାଶ ମନ୍ତ୍ର ଆଧାରରେ ଆଗକୁ ଅଗ୍ରସର ହେଉଛି।
ବନ୍ଧୁଗଣ,
ଜୈନ ଧର୍ମର ସାହିତ୍ୟ ଭାରତର ବୌଦ୍ଧିକ ବୈଭବର ମେରୁଦଣ୍ଡ। ଏହି ଜ୍ଞାନକୁ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ। ସେଥିପାଇଁ ଆମେ ପ୍ରାକୃତ ଓ ପାଲିକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛୁ। ଏବେ ଜୈନ ସାହିତ୍ୟ ଉପରେ ଅଧିକ ଗବେଷଣା କରିବା ସମ୍ଭବ ହୋଇପାରିବ।
ପ୍ରିୟ ବନ୍ଧୁଗଣ,
ଭାଷା ବଞ୍ଚି ରହିଲେ ଜ୍ଞାନ ବଞ୍ଚି ପାରିବ। ଭାଷାର ବିକାଶ ହେଲେ ଜ୍ଞାନର ପ୍ରସାର ହେବ। ଆପଣ ଜାଣନ୍ତି, ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ଜୈନ ପାଣ୍ଡୁଲିପି ରହିଛି। ପ୍ରତ୍ୟେକ ପୃଷ୍ଠା ଇତିହାସର ଦର୍ପଣ ସ୍ୱରୂପ। ଏହା ଏକ ଜ୍ଞାନର ମହାସାଗର। ‘ସମୟା ଧମ୍ମ ମୁଦାହରେ’’ – ସମାନତାରେ ହିଁ ଧର୍ମ ନିହିତ। ‘ ଯୋ ସୟଂ ଜହ ଓ୍ୱେସିଜ୍ୟା ତେଣୋ ଭବଇ ବଦଗୋ’ ଯିଏ ଜ୍ଞାନର ଅପବ୍ୟବହାର କରିବ ସିଏ ନଷ୍ଟ ହୋଇଯିବ। ‘କାମୋ କସାୟୋ ଖବେ ଯୋ, ସୋ ମୁଣୀ- ପାବକମ୍ୟ-ଜଓ।‘ ଯିଏ ଇଚ୍ଛା ଓ ଆବେଗକୁ ଜିତିଥାଏ ସେ ହିଁ ପ୍ରକୃତ ମୁନି।
କିନ୍ତୁ ବନ୍ଧୁଗଣ,
ଦୁର୍ଭାଗ୍ୟବଶତଃ ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଧୀରେ ଧୀରେ ଲୋପ ପାଉଥିଲା। ସେଥିପାଇଁ ଆମେ ଜ୍ଞାନ ଭାରତମ୍ ମିଶନ ଆରମ୍ଭ କରିବାକୁ ଯାଉଛୁ। ଚଳିତ ବର୍ଷ ବଜେଟରେ ଏହା ଘୋଷଣା କରାଯାଇଛି। ଏଥିରେ ଦେଶରେ କୋଟି କୋଟି ପାଣ୍ଡୁଲିପିର ସର୍ବେକ୍ଷଣ କରିବାର ପ୍ରସ୍ତୁତି କରାଯାଉଛି। ପ୍ରାଚୀନ ଐତିହ୍ୟକୁ ଡିଜିଟାଇଜ୍ କରି ଆମେ ପ୍ରାଚୀନତାକୁ ଆଧୁନିକତା ସହିତ ଯୋଡ଼ିବୁ। ଏହା ବଜେଟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଥିଲା ଏବଂ ଆପଣମାନେ ଏଥିପାଇଁ ଗର୍ବିତ ହେବା ଉଚିତ୍। କିନ୍ତୁ ଆପଣଙ୍କ ଧ୍ୟାନ ନିଶ୍ଚୟ ୧୨ ଲକ୍ଷ ଟଙ୍କାର ଆୟକର ଛାଡ଼ ଉପରେ ଯାଇଥିବ। ବୁଦ୍ଧିମାନ ପାଇଁ ଏକ ସଙ୍କେତ ହିଁ ଯଥେଷ୍ଟ।
ବନ୍ଧୁଗଣ,
ଆମେ ଏଇ ଯେଉଁ ମିଶନ ଆରମ୍ଭ କରିଛୁ ତାହା ନିଜେ ନିଜ ମଧ୍ୟରେ ଏକ ଅମୃତ ସଂକଳ୍ପ! ନୂଆ ଭାରତ କୃତ୍ରିମ ବୁଦ୍ଧିମତା-ଏଆଇ ଜରିଆରେ ନୂଆ ସମ୍ଭାବନା ଖୋଜିବ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ ବିଶ୍ୱକୁ ମାର୍ଗ ଦେଖାଇବ।
ବନ୍ଧୁଗଣ,
ଜୈନ ଧର୍ମ ବିଷୟରେ ମୁଁ ଯେତିକି ଜାଣିଛି ଓ ବୁଝିଛି, ଜୈନ ଧର୍ମ ଅତ୍ୟନ୍ତ ବୈଜ୍ଞାନିକ ଏବଂ ସେତିକି ସମ୍ବେଦନଶୀଳ ମଧ୍ୟ। ବିଶ୍ୱ ଆଜି ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛି, ଯେମିତିକି ଯୁଦ୍ଧ, ଆତଙ୍କବାଦ କିମ୍ବା ପରିବେଶ ସମସ୍ୟା ଭଳି ଅନେକ ଆହ୍ୱାନର ସମାଧାନ ଜୈନ ଧର୍ମର ମୌଳିକ ନୀତିରେ ସଂଶ୍ଳିଷ୍ଟ ରହିଛି। ଜୈନ ପରମ୍ପରାର ପ୍ରତୀକ ଚିହ୍ନରେ ଲେଖାଯାଇଛି– ‘ପରସ୍ପରୋଗ୍ରହୋ ଜୀବାନାମ୍’ ଅର୍ଥାତ୍ ଦୁନିଆର ସମସ୍ତ ଜୀବ ଜନ୍ତୁ ପରସ୍ପର ଉପରେ ନିର୍ଭରଶୀଳ। ତେଣୁ ଜୈନ ପରମ୍ପରା କ୍ଷୁଦ୍ରତମ ହିଂସାକୁ ମଧ୍ୟ ବର୍ଜନ କରିଥାଏ। ପରିବେଶ ସୁରକ୍ଷା, ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ଏହା ସର୍ବଶ୍ରେଷ୍ଠ ବାର୍ତ୍ତା। ଆମେ ସମସ୍ତେ ଜୈନ ଧର୍ମର ୫ଟି ପ୍ରମୁଖ ସିଦ୍ଧାନ୍ତ ବିଷୟରେ ଜାଣିଛୁ। କିନ୍ତୁ ଆଉ ଏକ ମୁଖ୍ୟ ନୀତି ରହିଛି- ଅନେକାନ୍ତବାଦ। ଅନେକାନ୍ତବାଦର ଦର୍ଶନ ଆଜିର ଯୁଗରେ ଆହୁରି ପ୍ରାସଙ୍ଗିକ ହୋଇପାରିଛି। ଯେତେବେଳେ ଆମେ ଅନେକାନ୍ତବାଦରେ ବିଶ୍ୱାସ କରୁ, ସେତେବେଳେ ଯୁଦ୍ଧ ବା ସଂଘର୍ଷର କୌଣସି ପରିସ୍ଥିତି ସୃଷ୍ଟି ହୁଏନାହିଁ। ସେତେବେଳେ ଲୋକମାନେ ଅନ୍ୟର ଭାବନାକୁ ବୁଝନ୍ତି ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ମଧ୍ୟ ବୁଝିଥାନ୍ତି। ମୁଁ ଭାବୁଛି ଆଜି ସମଗ୍ର ବିଶ୍ୱକୁ ଅନେକାନ୍ତବାଦ ଦର୍ଶନକୁ ବୁଝିବାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି।
ବନ୍ଧୁଗଣ,
ଆଜି ଭାରତ ଉପରେ ବିଶ୍ୱର ବିଶ୍ୱାସ ନିବିଡ଼ ହେବାରେ ଲାଗିଛି। ଆମର ଉଦ୍ୟମ, ଆମର ଫଳାଫଳ ନିଜେ ନିଜ ମଧ୍ୟରେ ପ୍ରେରଣା ଯୋଗାଇବାରେ ଲାଗିଛି । ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ଭାରତ ଉପରେ ନଜର ରଖିଛନ୍ତି। କାହିଁକି? କାରଣ ଭାରତ ଆଗକୁ ବଢ଼ିଛି। ଆଉ ଭାରତ ଯେତେବେଳେ ଆଗକୁ ବଢ଼ିଛି, ଏହା ହେଉଛି ଭାରତର ବିଶେଷତ୍ୱ, ଯେତେବେଳେ ଭାରତ ଆଗକୁ ବଢ଼େ, ଅନ୍ୟମାନଙ୍କ ପାଇଁ ରାସ୍ତା ଉନ୍ମୁକ୍ତ ହୋଇଯାଏ। ଏହା ହିଁ ଅଟେ ଜୈନ ଧର୍ମର ଭାବନା। ମୁଁ ପୁଣି କହିବି, ପରସ୍ପରୋପଗ୍ରହ ଜୀବାନମ୍! ଜୀବନ କେବଳ ପାରସ୍ପରିକ ସହଯୋଗରେ ଚାଲିଥାଏ। ଏହି ଚିନ୍ତାଧାରା ଯୋଗୁଁ ପୃଥିବୀର ଭାରତଠାରୁ ଆଶାଆକାଂକ୍ଷ ମଧ୍ୟ ବୃଦ୍ଧି ପାଇଛି। ଆମେ ମଧ୍ୟ ଆମର ପ୍ରୟାସକୁ ଜୋରଦାର କରିଛୁ। ଆଜି ସବୁଠାରୁ ବଡ଼ ସଙ୍କଟ ହେଉଛି, ଅନେକ ସଙ୍କଟ ମଧ୍ୟରୁ ଗୋଟିଏ ସଙ୍କଟ ବିଷୟରେ ସବୁଠାରୁ ଅଧିକ ଆଲୋଚନା ହେଉଛି- ଜଳବାୟୁ ପରିବର୍ତ୍ତନ। ଏହାର ସମାଧାନ କ‘ଣ? ସ୍ଥାୟୀ ଜୀବନଶୈଳୀ। ସେଥିପାଇଁ ଭାରତ ମିଶନ ଲାଇଫ ଆରମ୍ଭ କରିଛି। ମିଶନ ଲାଇଫ୍ର ଅର୍ଥ ହେଉଛି ପରିବେଶ ପାଇଁ ‘ଜୀବନ ଶୈଳୀ‘। ଜୈନ ସମାଜ ଶତାବ୍ଦୀ ଶତାବ୍ଦୀ ଧରି ଏହି ପରି ଜୀବନ ବିତାଇ ଆସିଛି। ସରଳତା, ସଂଯମ ଓ ସ୍ଥିରତା ହେଉଛି ଆପଣଙ୍କ ଜୀବନର ମୂଳ ଆଧାର। ଜୈନ ଧର୍ମରେ କୁହାଯାଇଛି– ଅପରିଗ୍ରହ, ବର୍ତ୍ତମାନ ଏହାକୁ ସମସ୍ତଙ୍କ ମଧ୍ୟରେ ବିସ୍ତାର କରିବାର ସମୟ ଆସିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଯେଉଁଠି ବି ଅଛନ୍ତି, ବିଶ୍ୱର ଯେକୌଣସି କୋଣରେ, ଆପଣ ଯେକୌଣସି ଦେଶରେ ଥାନ୍ତୁ, ନିଶ୍ଚିତ ଭାବରେ ମିଶନ ଲାଇଫର ଧ୍ୱଜାବାହକ ହୁଅନ୍ତୁ।
ବନ୍ଧୁଗଣ,
ଆଜିର ଦୁନିଆ ଏକ ସୂଚନାର ଦୁନିଆ। ଜ୍ଞାନର ଭଣ୍ଡାର ଦୃଶ୍ୟମାନ ହେବାରେ ଲାଗିଛି। କିନ୍ତୁ, ନା ଭିଜା ବିନ୍ନାନମ୍ କରୋତି କିଞ୍ଚି! ବିବେକ ବିନା ଜ୍ଞାନ କେବଳ ଏକ ବୋଝ ସଦୃଶ, ଯେଉଁଥିରେ ଗଭୀରତା ନାହିଁ। ଜୈନ ଧର୍ମ ଆମକୁ ଶିକ୍ଷା ଦେଇଥାଏ ଯେ କେବଳ ଜ୍ଞାନ ଓ ବୁଦ୍ଧି ମାଧ୍ୟମରେ ସଠିକ୍ ମାର୍ଗ ମିଳିଥାଏ । ଆମ ଯୁବପିଢ଼ିଙ୍କ ପାଇଁ ଏହି ସନ୍ତୁଳନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେଉଁଠି ଟେକ୍ନୋଲୋଜି ଅଛି, ସେଠାରେ ସ୍ପର୍ଶ ମଧ୍ୟ ରହିବା ଦରକାର। ଯେଉଁଠି ଦକ୍ଷତା ଅଛି, ସେଠାରେ ଆତ୍ମା ମଧ୍ୟ ରହିବା ଦରକାର। ନବକାର ମହାମନ୍ତ୍ର ଏହି ଜ୍ଞାନର ଉତ୍ସ ହୋଇପାରେ। ନୂଆ ପିଢ଼ି ପାଇଁ ଏହି ମନ୍ତ୍ର କେବଳ ଜପ ନୁହେଁ, ଏହା ଏକ ଦିଗ।
ବନ୍ଧୁଗଣ,
ଆଜି ଯେତେବେଳେ ଏତେ ସଂଖ୍ୟକ ଲୋକ ଏକାଠି ନବକାର ମହାମନ୍ତ୍ରକୁ ସମଗ୍ର ଦେଶରେ ଉଚ୍ଚାରଣ କରିଛନ୍ତି, ମୁଁ ଚାହୁଛି ଯେ ଆମେ ସମସ୍ତେ, କେବଳ ଏହି କୋଠରୀରେ ନୁହେଁ, ଆଜି ଆମେ ଯେଉଁଠି ବି ବସିଛୁ, ଏହି ୯ଟି ସଂକଳ୍ପକୁ ଗ୍ରହଣ କରିବା। ତାଳି ବାଜିବ ନାହିଁ କାରଣ ଆପଣ ଅନୁଭବ କରିବେ ଯେ ଅସୁବିଧା ଆସୁଛି।
ପ୍ରଥମ ସଂକଳ୍ପ : ଜଳ ସଞ୍ଚୟ ପାଇଁ ସଂକଳ୍ପ। ଆପଣମାନଙ୍କ ମଧ୍ୟରୁ ଅନେକ ହୁଏତ ମହୁଡ଼ି ଯାତ୍ରାରେ ଯାଇଥିବେ। ସେଠାରେ ବୁଦ୍ଧିସାଗର ମହାରାଜ ଜୀ ୧୦୦ ବର୍ଷ ପୂର୍ବେ ଗୋଟିଏ କଥା କହିଥିଲେ, ତାହା ସେଠାରେ ଲେଖାଯାଇଛି। ବୁଦ୍ଧିସାଗର ମହାରାଜ ଜୀ କହିଥିଲେ – “ତେଜରାତି ଦୋକାନରେ ପାଣି ବିକ୍ରି ହେବ…” ୧୦୦ ବର୍ଷ ପୂର୍ବେ କହିଥିଲେ। ଆଜି ଆମେ ସେହି ଭବିଷ୍ୟତକୁ ବଞ୍ଚୁଛୁ। ଆମେ ତେଜରାତି ଦୋକାନରୁ ପାଣି ପିଇବା ପାଇଁ ନେଉଛୁ। ଆମକୁ ଏବେ ପ୍ରତ୍ୟେକ ବୁନ୍ଦାର ମୂଲ୍ୟ ବୁଝିବାକୁ ପଡିବ। ପ୍ରତ୍ୟେକ ବୁନ୍ଦା ବଞ୍ଚାଇବା ଆମର କର୍ତ୍ତବ୍ୟ।
ଦ୍ୱିତୀୟ ସଂକଳ୍ପ : ମା‘ଙ୍କ ନାମରେ ଗୋଟିଏ ଗଛ (ଏକ ପେଡ୍ ମା’ କେ ନାମ)। ଗତ କିଛି ମାସ ମଧ୍ୟରେ, ଅଧିକ ଦେଶରେ ୧୦୦ କୋଟିରୁ ଅଧିକ ବୃକ୍ଷରୋପଣ କରାଯାଇଛି। ଏଣିକି ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କ ନାମରେ ଗଛ ଲଗାନ୍ତୁ, ମା’ ଆଶୀର୍ବାଦ ଭଳି ତା’ର ରକ୍ଷଣାବେକ୍ଷଣ କରନ୍ତୁ। ମୁଁ ଏକ ପରୀକ୍ଷଣ କରିଥିଲି, ଯେତେବେଳେ ଆପଣ ମୋତେ ଗୁଜରାଟ ମାଟିରେ ସେବା କରିବାର ସୁଯୋଗ ଦେଇଥିଲେ। ମୁଁ ତାରଙ୍ଗାରେ ଏକ ତୀର୍ଥଙ୍କର ଜଙ୍ଗଲ ସୃଷ୍ଟି କରିଥିଲି। ତାରଙ୍ଗା ଜୀ ନିର୍ଜନ ଅବସ୍ଥାରେ ଥିଲା। ଯେତେବେଳେ ତୀର୍ଥଯାତ୍ରୀମାନେ ଆସନ୍ତି, ସେମାନେ ବସିବା ପାଇଁ ଏକ ସ୍ଥାନ ପାଆନ୍ତେ। ମୋର ଇଚ୍ଛା ଥିଲା ଏହି ତୀର୍ଥଙ୍କର ଜଙ୍ଗଲରେ ଆମର ୨୪ ଜଣ ତୀର୍ଥଙ୍କର ଯେଉଁ ବୃକ୍ଷ ତଳେ ବସିଥିଲେ, ତାକୁ ଖୋଜି ଲଗାଇଥାନ୍ତି। ମୁଁ ମୋ ତରଫରୁ ଯଥାସମ୍ଭବ ଚେଷ୍ଟା କରିଥିଲି, କିନ୍ତୁ ଦୁର୍ଭାଗ୍ୟବଶତଃ, ମୁଁ ମାତ୍ର ୧୬ଟି ଗଛ ସଂଗ୍ରହ କରିପାରିଥିଲି, ୮ଟି ଗଛ ପାଇପାରିଲି ନାହିଁ। ଯେଉଁ ତୀର୍ଥଙ୍କର ଯେଉଁ ବୃକ୍ଷ ତଳେ ସାଧନା କରିଥିଲେ ଆଉ ସେହି ବୃକ୍ଷ ବିଲୁପ୍ତ ହୋଇଯାଏ ତେବେ ଆମ ହୃଦୟରେ ଯନ୍ତ୍ରଣା ଅନୁଭବ ହୁଏନାହିଁ କି? ଆପଣ ମଧ୍ୟ ସ୍ଥିର କରନ୍ତୁ, ଯେଉଁ ତୀର୍ଥଙ୍କର ଯେଉଁ ବୃକ୍ଷ ତଳେ ସାଧନା କରିଥିଲେ ଆଉ ସେହି ବୃକ୍ଷ ମୁଁ ଲଗେଇବି ଆଉ ମୋ ମା’ଙ୍କ ନାମରେ ଲଗେଇବି।
ତୃତୀୟ ସଂକଳ୍ପ : ସ୍ୱଚ୍ଛତା ମିଶନ । ସ୍ୱଚ୍ଛତାରେ ସୂକ୍ଷ୍ମ ଅହିଂସା ଅଛି, ଏଥିରେ ହିଂସାରୁ ମୁକ୍ତି ମିଳୁଛି। ଆମର ପ୍ରତ୍ୟେକ ରାସ୍ତା, ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ସହର ପରିଷ୍କାର ହେବା ଉଚିତ, ପ୍ରତ୍ୟେକ ବ୍ୟକ୍ତି ଏଥିରେ ଯୋଗଦାନ କରିବା ଉଚିତ୍। ଯୋଗଦାନ କରିବେ ତ?
ଚତୁର୍ଥ ସଂକଳ୍ପ : ଭୋକାଲ ଫର ଲୋକାଲ। ଗୋଟିଏ କାମ କରନ୍ତୁ, ବିଶେଷ କରି ମୋର ଯୁବବର୍ଗ, ନବଯୁବକ, ବନ୍ଧୁ, କନ୍ୟାଗଣ, ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆପଣ ଆପଣଙ୍କ ଘରେ ଯେକୌଣସି ଜିନିଷ ବ୍ୟବହାର କରନ୍ତି, ବ୍ରସ୍, ପାନିଆଁ, ଯାହା ବି ହେଉ, ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ ସେଥିରେ କେତେ ଜିନିଷ ବିଦେଶୀ। ଆପଣ ନିଜେ ଆଶ୍ଚର୍ଯ୍ୟ ହେବେ, କେମିତି-କେମିତି ଜିନିଷ ଆପଣଙ୍କ ଜୀବନରେ ପ୍ରବେଶ କରିଛି ଏବଂ ତା‘ପରେ ନିଷ୍ପତ୍ତି ନିଅନ୍ତୁ, ଏହି ସପ୍ତାହରେ ମୁଁ ତିନୋଟି ବିଦେଶୀ ଜିନିଷ ହ୍ରାସ କରିବି, ଆସନ୍ତା ସପ୍ତାହରେ ପାଞ୍ଚଟି ହ୍ରାସ କରିବି, ଆଉ ତା‘ପରେ ଧୀରେ ଧୀରେ ପ୍ରତିଦିନ ମୁଁ ନଅଟି ହ୍ରାସ କରିବି ଏବଂ ଗୋଟିଏ ପରେ ଗୋଟିଏ ହ୍ରାସ କରିବା ଜାରି ରଖିବି, ଗୋଟିଏ ଗୋଟିଏ ନବକାର ମନ୍ତ୍ର ଜପ କରିବି।
ବନ୍ଧୁଗଣ,
ଯେତେବେଳେ ମୁଁ ଭୋକାଲ୍ ଫର୍ ଲୋକାଲ କୁହେ। ଯେଉଁ ସାମଗ୍ରୀ ଭାରତରେ ନିର୍ମିତ, ଯାହା ଭାରତ ସହିତ ସାରା ଦୁନିଆଁରେ ବିକ୍ରିହୁଏ। ଆମକୁ ସ୍ଥାନୀୟ ସାମଗ୍ରୀକୁ ବିଶ୍ୱସ୍ତରୀୟ କରିବାକୁ ପଡିବ। ଯେଉଁ ଉତ୍ପାଦଗୁଡ଼ିକରେ ଜଣେ ଭାରତୀୟର ଝାଳ ନିର୍ଗତ ହୋଇଛି, ଯେଉଁଥିରେ ଭାରତୀୟ ମାଟିର ସୁଗନ୍ଧ ଜଡ଼ିତ, ଆମେ ସେଗୁଡ଼ିକୁ କିଣିବା ଉଚିତ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହା କିଣିବା ପାଇଁ ପ୍ରେରଣା ଦେବା ଉଚିତ୍।
ପଞ୍ଚମ ସଂକଳ୍ପ : ଦେଶ ଦର୍ଶନ। ଆପଣ ସାରା ଦୁନିଆଁ ଭ୍ରମଣ କରିପାରିବେ, କିନ୍ତୁ ପ୍ରଥମେ ଭାରତକୁ ଜାଣନ୍ତୁ, ଆପଣଙ୍କ ଭାରତକୁ ଜାଣନ୍ତୁ। ଆମର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସଂସ୍କୃତି, ପ୍ରତ୍ୟେକ କୋଣ, ପ୍ରତ୍ୟେକ ପରମ୍ପରା ବିସ୍ମୟକର, ଅମୂଲ୍ୟ, ଏହାକୁ ଦେଖିବା ଉଚିତ। ଯଦି ଆମେ ଏହାକୁ ନ ଦେଖିବା, ଆଉ କହିବା ଦୁନିଆ ଏହାକୁ ଦେଖିବାକୁ ଆସୁ, ତେବେ ଦୁନିଆ ଏହାକୁ ଦେଖିବାକୁ କାହିଁକି ଆସିବ। ଯଦି ଘରେ ନିଜ ପିଲାମାନଙ୍କୁ ମହତ୍ତ୍ୱ ନ ଦେବା ଆମ ପିଲାଙ୍କୁ ପଡ଼ୋଶୀରେ କିଏ ମହତ୍ତ୍ୱ ଦେବ।
ଷଷ୍ଠ ସଂକଳ୍ପ : ଜୈବିକ ଚାଷକୁ ଆପଣାଇବା। ଜୈନଧର୍ମରେ କୁହାଯାଇଛି- ଜୀବୋ ଜୀବସ୍ୟ ନୋ ହନ୍ତା- “ଗୋଟିଏ ଜୀବ ଅନ୍ୟ ଜୀବର ହତ୍ୟାକାରୀ ହେବା ଉଚିତ୍ ନୁହେଁ। ଆମକୁ ପୃଥିବୀ ମାତାଙ୍କୁ ରାସାୟନିକ ପଦାର୍ଥରୁ ମୁକ୍ତ କରିବାକୁ ପଡିବ। ଆମକୁ କୃଷକଙ୍କ ସହ ଠିଆ ହେବାକୁ ପଡ଼ିବ। ଜୈବିକ ଚାଷର ମନ୍ତ୍ରକୁ ଗାଁ-ଗାଁରେ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ।
ସପ୍ତମ ସଂକଳ୍ପ : ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ। ଖାଦ୍ୟ-ପାନୀୟରେ ଭାରତୀୟ ପରମ୍ପରାକୁ ଫେରାଇ ଆଣିବା ଦରକାର। ମିଲେଟ୍ସ୍ ଶ୍ରୀଅନ୍ନ ଯଥାସମ୍ଭବ ସମସ୍ତଙ୍କ ପ୍ଲେଟରେ ରହିବା ଉଚିତ। ଖାଦ୍ୟରେ ୧୦% କମ୍ ତେଲ ରହିବା ଉଚିତ ଯାହାଦ୍ୱାରା ମେଦବହୁଳତାକୁ ଦୂରେଇ ରଖାଯାଇପାରିବ! ଏବଂ ଆପଣ ତ ହିସାବ-କିତାବ ଜାଣନ୍ତି, ଟଙ୍କା ସଞ୍ଚୟ ହେବ ଏବଂ କମ୍ କାମ ହେବା ଆବଶ୍ୟକ।
ବନ୍ଧୁଗଣ,
ଜୈନ ପରମ୍ପରା କହୁଛି– ‘ତପେଣଂ ତଣୁ ମଂସଂ ହୋଇ। ତପସ୍ୟା ଏବଂ ଆତ୍ମସଂଯମ ଦ୍ୱାରା ଶରୀର ସୁସ୍ଥ ଏବଂ ମନକୁ ଶାନ୍ତି ମିଳିଥାଏ। ଆଉ ଏଥିପାଇଁ ଏକ ବଡ଼ ମାଧ୍ୟମ ହେଉଛି ଯୋଗ ଓ ଖେଳକୁଦ। ଏଥିପାଇଁ ଅଷ୍ଟମ ସଂକଳ୍ପ ହେଉଛି ଯୋଗ ଏବଂ କ୍ରୀଡ଼ାକୁ ଜୀବନରେ ସାମିଲ କରିବା। ଘର ହେଉ କି ଅଫିସ, ସ୍କୁଲ ହେଉ କି ପାର୍କ, ଆମକୁ ଖେଳ ଏବଂ ଯୋଗକୁ ଆମ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ପଡିବ। ନବମ ସଂକଳ୍ପ ହେଉଛି ଗରିବଲୋକଙ୍କୁ ସାହାଯ୍ୟ କରିବା। କାହାକୁ ସହେଯାଗ କରିବା, କାହାର ପ୍ଲେଟ୍ ଭରିବା ହିଁ ପ୍ରକୃତ ସେବା।
ବନ୍ଧୁଗଣ,
ଏହି ନଅ ସଂକଳ୍ପ ଆମକୁ ନୂଆ ଶକ୍ତି ଦେବ, ଏହା ମୋର ଗ୍ୟାରେଣ୍ଟି। ଆମର ନୂଆ ପିଢ଼ିକୁ ନୂଆ ଦିଗ ମିଳିବ। ଆମ ସମାଜରେ ଶାନ୍ତି, ସଦ୍ଭାବ ଏବଂ କରୁଣା ବୃଦ୍ଧି ପାଇବ। ଗୋଟିଏ କଥା ମୁଁ ନିଶ୍ଚିତ ଭାବରେ କହିବି, ଯଦି ଏହି ନୂତନ ସଂକଳ୍ପଗୁଡିକ ମଧ୍ୟରୁ ମୁଁ ମୋର ଫାଇଦା ପାଇଁ କିଛି କରିଛି, ତେବେ ଏହାକୁ କରନ୍ତୁ ନାହିଁ। ଯଦି ଦଳର ହିତପାଇଁ କରିଛି, ତେବେ ମଧ୍ୟ କରନ୍ତୁ ନାହିଁ। ବର୍ତ୍ତମାନ ଆପଣ କୌଣସି କଟକଣାରେ ବାଧ୍ୟ ହେବା ଉଚିତ୍ ନୁହେଁ। ସମସ୍ତ ମହାରାଜ ସାହେବମାନେ ମଧ୍ୟ ମୋ କଥା ଶୁଣୁଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ଯଦି ମୋର ଏହି ଶବ୍ଦଗୁଡ଼ିକ ଆପଣଙ୍କ ପାଟିରୁ ବାହାରିଯାଏ, ତେବେ ଶକ୍ତି ବୃଦ୍ଧି ପାଇବ।
ବନ୍ଧୁଗଣ,
ଆମ ରତ୍ନତ୍ରୟ, ଦଶଲକ୍ଷଣ, ସୋଳ କାରଣ, ପର୍ୟ୍ୟଷଣ ଆଦି ମହାପର୍ବ ଆତ୍ମକଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ। ଆଉ ସେଇଠି ନବକାର ମହାମନ୍ତ୍ର, ଏହି ଦିବସଟି ବିଶ୍ୱରେ ନିରନ୍ତର ସୁଖ, ଶାନ୍ତି ଓ ସମୃଦ୍ଧି ବଢ଼ାଇବ। ମୋର ଆମ ଆଚାର୍ଯ୍ୟଭଗବନ୍ମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି, ଆଉ ଏଥିପାଇଁ ଆପଣଙ୍କ ଉପରେ ମଧ୍ୟ ଭରସା ଅଛି। ଆଜି ମୁଁ ଅଛି ଆନନ୍ଦ ବ୍ୟକ୍ତ କରିବାକୁ ଚାହୁଛି, କାରଣ ମୁଁ ପୂର୍ବରୁ ମଧ୍ୟ ଏହି ଜିନିଷଗୁଡିକ ସହିତ ସଂଶ୍ଳିଷ୍ଟ ଅଛି। ମୁଁ ବହୁତ ଖୁସି ଯେ ଏହି କାର୍ଯ୍ୟକ୍ରମରେ ଚାରିଟି ସମ୍ପ୍ରଦାୟ ଏକାଠି ହୋଇଛନ୍ତି। ଏହି ଷ୍ଟାଣ୍ଡିଂ ଓବେସନ୍ ମୋଦୀଙ୍କ ପାଇଁ ନୁହେଁ, ମୁଁ ସେହି ଚାରି ସମ୍ପ୍ରଦାୟର ସମସ୍ତ ମହାପୁରୁଷଙ୍କ ଚରଣରେ ଏହାକୁ ସମର୍ପିତ କରୁଛି। ଏହି କାର୍ଯ୍ୟକ୍ରମ ଆମର ପ୍ରେରଣା ପାଲଟିଛି, ଆମର ପ୍ରେରଣା ପାଲଟିଛି ଆମର ଏକତା, ଆମ ଏକତାର ଶକ୍ତି, ଏକତାର ସାମର୍ଥ୍ୟର ଅନୁଭବ ଏକତାର ପରିଚୟ ପାଲିଟିଛି। ଆମକୁ ଦେଶରେ ଏକତାର ବାର୍ତ୍ତା ଏହିପରି ନେବାକୁ ପଡିବ। ଭାରତ ମାତା କୀ ଜୟ କହୁଥିବା ସମସ୍ତଙ୍କୁ ଆମକୁ ଯୋଡ଼ିବାକୁ ପଡ଼ିବ। ବିକଶିତ ଭାରତ ଗଠନ ପାଇଁ ଏହା ହେଉଛି ଶକ୍ତି, ଏହା ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବ।
ବନ୍ଧୁଗଣ,
ଆଜି ଆମେ ଭାଗ୍ୟବାନ ଯେ ଆମେ ଦେଶର ଅନେକ ସ୍ଥାନରେ ଗୁରୁ ଭଗବନ୍ତଙ୍କ ଆଶୀର୍ବାଦ ପାଉଛୁ। ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ସମସ୍ତ ଜୈନ ପରିବାରକୁ ପ୍ରଣାମ କରୁଛି। ସମଗ୍ର ଦେଶ ବିଦେଶରେ ଏକାଠି ହୋଇଥିବା ଆମର ଆଚାର୍ଯ୍ୟ ଭଗବନ୍ତ, ମାରା ସାହେବ, ମୁନି ମହାରାଜ, ଶ୍ରୋତାବୃନ୍ଦଙ୍କୁ ମୁଁ ସମ୍ମାନର ସହ ପ୍ରଣାମ ଜଣାଉଛି। ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଜିଟୋକୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି। ନବକାର ମନ୍ତ୍ର ପାଇଁ ଯେତିକି ତାଳି ବାଜୁଛି ତା’ଠାରୁ ଅଧିକ ତାଳି ଜିଟୋ ପାଇଁ ବାଜୁଛି। ଜିଟୋ ଆପେକ୍ସର ଅଧ୍ୟକ୍ଷ ପୃଥ୍ୱୀରାଜ କୋଠାରୀ ଜୀ, ରାଷ୍ଟ୍ରପତି ବିଜୟ
ଭଣ୍ଡାରୀ ଜୀ, ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଘବୀ ଜୀ, ଜିଟୋର ଅନ୍ୟ ପଦାଧିକାରୀ ଏବଂ ଦେଶ-ଦୁନିଆଁ କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ମହାନୁଭବ, ଆପଣ ସମସ୍ତଙ୍କୁ ଏହି ଐତିହାସିକ ଆୟୋଜନ ପାଇଁ ଅନେକ ଅନେକ ଶୁଭକାମନା। ଧନ୍ୟବାଦ।
ଜୟ ଜିନେନ୍ଦ୍ର ।
ଜୟ ଜିନେନ୍ଦ୍ର ।
ଜୟ ଜିନେନ୍ଦ୍ର ।
ସ୍ୱୀକାରୋକ୍ତି: ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଭାଷଣର ଆନୁମାନିକ ଅନୁବାଦ । ମୂଳ ଭାଷଣ ହିନ୍ଦୀରେ ଦିଆଯାଇଥିଲା।
*****
MT
Navkar Mahamantra embodies humility, peace and universal harmony. Delighted to take part in the Navkar Mahamantra Divas programme. https://t.co/4f4r6ZuVkX
— Narendra Modi (@narendramodi) April 9, 2025
नवकार महामंत्र सिर्फ मंत्र नहीं है।
— PMO India (@PMOIndia) April 9, 2025
ये हमारी आस्था का केंद्र है। pic.twitter.com/wS0AAcgJnb
नवकार महामंत्र... पंच परमेष्ठी की वंदना के साथ ही...
— PMO India (@PMOIndia) April 9, 2025
सम्यक ज्ञान है।
सम्यक दर्शन है।
सम्यक चरित्र है।
और मोक्ष की ओर ले जाने वाला मार्ग है। pic.twitter.com/hcXoV9ilj6
जैन धर्म का साहित्य — भारत के बौद्धिक वैभव की रीढ़ रहा है। pic.twitter.com/XWrbmJZsNP
— PMO India (@PMOIndia) April 9, 2025
Climate change is today's biggest crisis and its solution is a sustainable lifestyle, which the Jain community has practiced for centuries. This aligns perfectly with India's Mission LiFE. pic.twitter.com/4p1FzlYyEB
— PMO India (@PMOIndia) April 9, 2025
9 resolutions on Navkar Mahamantra Divas… pic.twitter.com/SOFgDX0weV
— PMO India (@PMOIndia) April 9, 2025
नवकार महामंत्र हमारी आस्था का केंद्र है। इसका महत्त्व सिर्फ आध्यात्मिक नहीं है, बल्कि ये स्वयं से लेकर समाज तक सबको राह दिखाता है। pic.twitter.com/OjFsxW3JcA
— Narendra Modi (@narendramodi) April 9, 2025
इसलिए नवकार महामंत्र सही मायने में ध्यान, साधना और आत्मशुद्धि का मंत्र है... pic.twitter.com/cJmLIiM5b4
— Narendra Modi (@narendramodi) April 9, 2025
हम ज्ञान भारतम मिशन शुरू करने जा रहे हैं। इसके तहत हमारा संकल्प प्राचीन धरोहरों को डिजिटल करके प्राचीनता को आधुनिकता से जोड़ने का है। pic.twitter.com/qt1rFkBIfo
— Narendra Modi (@narendramodi) April 9, 2025
जैन धर्म जितना साइंटिफिक है, उतना ही संवेदनशील भी। युद्ध, आतंकवाद और पर्यावरण की चुनौतियों का हल भी इसके मूल सिद्धांतों में समाहित है। pic.twitter.com/DiQnJIFPUn
— Narendra Modi (@narendramodi) April 9, 2025
Sustainable Lifestyle ही क्लाइमेट चेंज की चुनौतियों का हल है। इससे जुड़ा मेरा एक आग्रह... pic.twitter.com/Qhwpd89Zqo
— Narendra Modi (@narendramodi) April 9, 2025
हमारी नई पीढ़ी को नई दिशा मिले और समाज में शांति, सद्भाव और करुणा बढ़े, इसके लिए हमें इन 9 संकल्पों को अपने जीवन में अपनाना होगा… pic.twitter.com/Q7Xr824oKe
— Narendra Modi (@narendramodi) April 9, 2025
आज नई दिल्ली में नवकार महामंत्र दिवस के माध्यम से शांति, आध्यात्मिक जागृति और सार्वभौमिक सद्भाव को बढ़ावा देने का सौभाग्य मिला। pic.twitter.com/MuPmzjAzfd
— Narendra Modi (@narendramodi) April 9, 2025
भारत की पहचान को सशक्त बनाने में जैन धर्म की भूमिका अमूल्य रही है। इस अनमोल विरासत को सहेजने को लेकर हमारी प्रतिबद्धता हमारे लोकतंत्र के मंदिर नई संसद में भी हर ओर दिखाई देती है। pic.twitter.com/4GRKU9PZml
— Narendra Modi (@narendramodi) April 9, 2025