ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ ବର୍ଷର ସବାବେଶୀ ଅଭିବୃଦ୍ଧିର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିବା ଏକ ଲେଖା ଶେୟାର କରିଛନ୍ତି, ଯାହା ଦେଶକୁ ଉଲ୍ଲେଖନୀୟ ଭାବରେ ସଶକ୍ତ ଏବଂ ଉନ୍ନତ କରିବା ସହ ଅଭିବୃଦ୍ଧି ପଥରେ ଅଗ୍ରସର କରିଛି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୧୧ ବର୍ଷର ସମାବେଶୀ ଅଭିବୃଦ୍ଧି ଉପରେ ଆଲୋଚନା କରିଛନ୍ତି। ଏପରି ଏକ ଯାତ୍ରା ଯାହା ନାଗରିକମାନଙ୍କୁ ବିଭିନ୍ନ ଉପାୟରେ ଲାଭାନ୍ୱିତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଜନସାଧାରଣଙ୍କ ମଧ୍ୟରେ ଏକ ବିଶ୍ୱାସ ସୃଷ୍ଟି କରିଛି । ଏପରି ଏକ ବିଶ୍ୱାସ ଯାହା ଦେଶକୁ ସଶକ୍ତ, ଉନ୍ନତ କରିବା ସହ ଅଭିବୃଦ୍ଧି ପଥରେ ଅଗ୍ରସର କରିଥାଏ ।
ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଲେଖା !”
SR
Union Minister Shri @AshwiniVaishnaw reflects on 11 years of inclusive growth, a journey that has benefited citizens in multiple ways and, more importantly, instilled a belief. A belief that empowers, uplifts, and propels the nation forward.
— PMO India (@PMOIndia) June 11, 2025
An insightful read! pic.twitter.com/VDl5Sf8gzT