ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲବର୍ଟାର କାନାନାସ୍କିସ୍ରେ ଜି୭ ଶିଖର ସମ୍ମିଳନୀ ଅବସରେରେ କାନାଡାର ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ କାର୍ନିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି ।
ନିକଟରେ କାନାଡାରେ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ କାର୍ନି ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତିଗତ ଆଲୋଚନା । ଏହି ବୈଠକ ଉଭୟ ପକ୍ଷକୁ ଭାରତ–କାନାଡା ସମ୍ପର୍କର ସ୍ଥିତି ଏବଂ ଆଗାମୀ ମାର୍ଗ ଉପରେ ସ୍ପଷ୍ଟ ଏବଂ ଦୂରଦୃଷଟିପୂର୍ଣ୍ଣ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିଥିଲା ।
ଉଭୟ ନେତା ଭାରତ–କାନାଡା ସମ୍ପର୍କର ଗୁରୁତ୍ୱକୁ ପୁନଃନିଶ୍ଚିତ କରିଥିଲେ, ଯାହା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଏବଂ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ନୀତିକୁ ବଜାୟ ରଖିବାର ପ୍ରତିବଦଦ୍ଧତା ଉପରେ ଆଧାରିତ । ସେମାନେ ଚିନ୍ତା ଓ ସମ୍ବେଦନଶୀଳତା ପ୍ରତି ପାରସ୍ପରିକ ସମ୍ମାନ, ଦୃଢ଼ ଲୋକ ସମ୍ପର୍କ ଏବଂ ବର୍ଦ୍ଧିତ ଆର୍ଥିକ ପରିପୂରକତା ଉପରେ ଆଧାରିତ ଏକ ଗଠନମୂଳକ ଏବଂ ସନ୍ତୁଳିତ ସହଭାଗିତା ଅନୁସରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ପରସ୍ପରର ରାଜଧାନୀକୁ ହାଇକମିଶନଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସମ୍ପର୍କରେ ସ୍ଥିରତା ଫେରାଇ ଆଣିବା ପାଇଁ ଏକ ସ୍ଥିର ଏବଂ ଗଠନମୂଳକ ପଦକ୍ଷେପ ନେବାକୁ ଦୁଇ ନେତା ସହମତ ହୋଇଥିଲେ ।
ବିଶ୍ୱାସ ଏବଂ ପୁନଃନିର୍ମାଣ ତଥା ସମ୍ପର୍କରେ ଗତି ଆଣିବା ପାଇଁ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ମନ୍ତ୍ରୀ ତଥା କାର୍ଯ୍ୟକାରୀ ସ୍ତରୀୟ ଆଲୋଚନା ପୁଣି ଆରମ୍ଭ କରିବାର ଗୁରୁତ୍ୱ ଉପରେ ଦୁଇ ନେତା ଜୋର୍ ଦେଇଥିଲେ ।
ଏଥିସହ ଦୁଇ ନେତା ସ୍ୱଚ୍ଛ ଶକ୍ତି, ଡିଜିଟାଲ୍ ପରିବର୍ତ୍ତନ, କୃତ୍ତ୍ରିମ ବୁଦ୍ଧିମତ୍ତା, ଏଲ୍ଏନ୍ଜି, ଖାଦ୍ୟ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉଚ୍ଚଶିକ୍ଷା, ଗତିଶୀଳତା ଏବଂ ଯୋଗାଣ ଶଙ୍ଖଳ ସ୍ଥିରତା ଭଳି କ୍ଷେତ୍ରରେ ଭବିଷ୍ୟତର ସହଯୋଗ ପାଇଁ ସୁଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏକ ମୁକ୍ତ ଏବଂ ଖୋଲା ହିନ୍ଦ–ପ୍ରଶାନ୍ତକୁ ପ୍ରୋତ୍ସାହିତ କରିବାକୁ ଦୁଇ ପୁଣି ଆଗ୍ରହ ଦେଖାଇଥିଲେ । ଏକ ବ୍ୟାପକ ଆର୍ଥିକ ସହଭାଗିତା ଚୁକ୍ତି (ସିଇପିଏ) ପାଇଁ ପଥ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ପ୍ରାରମ୍ଭିକ ପ୍ରଗତି ବାଣିଜ୍ୟ ଚୁକ୍ତି (ଇପିଟିଏ) ଉପରେ ଅଟକି ରହିଥିବା ଆଲୋଚନାକୁ ପୁଣି ଆରମ୍ଭ କରିବାର ଗୁରୁତ୍ୱ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେମାନେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ଦେବାକୁ ସହମତ ହୋଇଥିଲେ ।
ଉଭୟ ନେତା ଜି୭ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମ୍ପର୍କରେ ସ୍ୱୀକାରୋକ୍ତି ଦୋହରାଇଥିଲେ । ଏହାଛଡା ଜଳବାୟୁ କାର୍ଯ୍ୟକାରୀ, ସମାବେଶୀ ଅଭିବୃଦ୍ଧି ଏବଂ ସ୍ଥାୟୀ ବିକାଶ ଭଳି ବିଶ୍ୱସ୍ତରୀୟ ପ୍ରାଥମିକତା ଉପରେ ଗଠନମୂଳକ ଭାବରେ ଏକାଠି କାମ କରିବାର ଉଭୟ ପକ୍ଷର ଇଚ୍ଛାକୁ ସ୍ୱୀକାର କରିଥିଲେ ।
ନେତାମାନେ ଦୁଇ ଦେଶ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ଉଭୟ ଦେଶର ଲାଭ ପାଇଁ ଏହି ଜୀବନ୍ତ ସେତୁକୁ ବ୍ୟବହାର କରିବାକୁ ରାଜି ହୋଇଥିଲେ ।
ଦୁଇ ନେତା ପରସ୍ପର ସହ ସମ୍ପର୍କରେ ରହିବାକୁ ସହମତ ହୋଇଥିଲେ ଏବଂ ଖୁବ୍ଶୀଘ୍ର ସାକ୍ଷାତ କରିବାକୁ ଆଶାବ୍ୟକ୍ତ କରିଥିଲେ ।
SR
Sharing my remarks during meeting with PM @MarkJCarney of Canada. https://t.co/rPd42cqsbv
— Narendra Modi (@narendramodi) June 17, 2025
Had an excellent meeting with Prime Minister Mark Carney. Complimented him and the Canadian Government for successfully hosting the G7 Summit. India and Canada are connected by a strong belief in democracy, freedom and rule of law. PM Carney and I look forward to working closely… pic.twitter.com/QyadmnThwH
— Narendra Modi (@narendramodi) June 17, 2025
Strengthening India-Canada ties!
— PMO India (@PMOIndia) June 17, 2025
PM @narendramodi had a fruitful meeting with PM @MarkJCarney of Canada on the sidelines of the G7 Summit. They agreed to deepen cooperation in key areas such as trade, energy, space, critical minerals, fertilisers and more. pic.twitter.com/jIOY09UEGn