Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଅର୍ଡର୍‌ ଅଫ୍‌ ଦ ରିପବ୍ଲିକ୍‌ ଅଫ୍‌ ତ୍ରିନିଦାଦ୍‌ ଆଣ୍ଡ ଟୋବାଗୋ’ରେ କରାଗଲା ସମ୍ମାନିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଅର୍ଡର୍‌ ଅଫ୍‌ ଦ ରିପବ୍ଲିକ୍‌ ଅଫ୍‌ ତ୍ରିନିଦାଦ୍‌ ଆଣ୍ଡ ଟୋବାଗୋ’ରେ କରାଗଲା ସମ୍ମାନିତ


ପୋର୍ଟ ଅଫ୍‌ ସ୍ପେନ୍‌ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହାମହିମ ଖ୍ରୀଷ୍ଟିନ୍‌ କାର୍ଲା କଙ୍ଗାଲୁ ଓଆରଟିଟି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଅର୍ଡର୍‌ ଅଫ୍‌ ଦ ରିପବ୍ଲିକ୍‌ ଅଫ୍‌ ତ୍ରିନିଦାଦ୍‌ ଆଣ୍ଡ ଟୋବାଗୋ’ରେ ସମ୍ମାନିତ କରିଛନ୍ତି। ଅସାଧାରଣ ରାଷ୍ଟ୍ରନୀତିଜ୍ଞ କ୍ଷମତା, ଗ୍ଲୋବାଲ ସାଉଥର ପ୍ରାଥମିକତାକୁ ସମର୍ଥନ କରିବା ତଥା ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ତାଙ୍କର ଅସାଧାରଣ ଯୋଗଦାନ ନିମନ୍ତେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପ୍ରଥମ ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

୧୪୦ କୋଟି ଦେଶବାସୀଙ୍କ ତରଫରୁ ସମ୍ମାନକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀ ଏହାକୁ ଦୁଇ ଦେଶର ଦୃଢ଼ ବନ୍ଧୁତାକୁ ଉତ୍ସର୍ଗ କରିଛନ୍ତି । ସେ ଗୁରୁତ୍ୱାରୋପ କରି କହିଛନ୍ତି, ଏହି ସ୍ୱତନ୍ତ୍ର ସମ୍ପର୍କ ୧୮୦ ବର୍ଷ ପୂର୍ବେ ଏଠାକୁ ଆସିଥିବା ଭାରତୀୟମାନଙ୍କ ଦ୍ୱାରା ଗଢ଼ା ହୋଇଥିବା ସହଭାଗୀ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ। ସେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଓ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାର, ତାଙ୍କ କ୍ୟାବିନେଟର ସଦସ୍ୟ, ସଂସଦର ସଦସ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

******

PS