Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବହୁପକ୍ଷୀୟତା, ଅର୍ଥନୈତିକ-ଆର୍ଥିକ ପ୍ରସଙ୍ଗ ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା ଉପରେ ବ୍ରିକ୍ସ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ଅଭିଭାଷଣ

ବହୁପକ୍ଷୀୟତା,  ଅର୍ଥନୈତିକ-ଆର୍ଥିକ ପ୍ରସଙ୍ଗ ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା ଉପରେ ବ୍ରିକ୍ସ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ଅଭିଭାଷଣ


ମହାମହିମ,

ମହୋଦୟ,

ବର୍ଦ୍ଧିତ ବ୍ରିକ୍ସ୍ ପରିବାରର ଏହି ବୈଠକରେ ଆପଣ ସମସ୍ତ ବନ୍ଧୁମାନଙ୍କ  ସହିତ ଅଂଶଗ୍ରହଣ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ବ୍ରିକ୍ସ୍ ଆଉଟ୍ରିଚ୍ ଶିଖର ସମ୍ମିଳନୀରେ ଲାଟିନ୍ ଆମେରିକା, ଆଫ୍ରିକା ଏବଂ ଏସିଆର ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହ ମୋର ମତ ବିନିମୟ କରିବାର ସୁଯୋଗ ଦେଇଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ  ଜଣାଉଛି।

ସାଥିମାନେ,

ବ୍ରିକ୍ସ୍ ଗୋଷ୍ଠୀର ବିବିଧତା ଏବଂ ବହୁମୁଖୀତା ଉପରେ ଆମର ଦୃଢ ବିଶ୍ୱାସ ରହିଛି, ଆମର ସବୁଠାରୁ ବଡ଼ ଶକ୍ତି। ଆଜି ଯେତେବେଳେ ବିଶ୍ୱ ବ୍ୟବସ୍ଥା ସବୁ ଦିଗରୁ ଚାପର ସମ୍ମୁଖୀନ ହେଉଛି, ପ୍ରକାରରେ ବିଶ୍ୱ ଅନେକ ଆହ୍ୱାନ ଏବଂ ଅନିଶ୍ଚିତତା ଦେଇ ଗତି କରୁଛି, ସେତେବେଳେ ବ୍ରିକ୍ସର ପ୍ରାସଙ୍ଗିକତା ଏବଂ ପ୍ରଭାବ ବଢ଼ିବା ସ୍ୱାଭାବିକ ଅଟେ। ଆଗାମୀ ସମୟରେ ବହୁଧ୍ରୁବୀୟ ବିଶ୍ୱ ପାଇଁ ବ୍ରିକ୍ସ୍ କିପରି ଏକ ମାର୍ଗଦର୍ଶକ ହୋଇପାରିବ ସେ ବିଷୟରେ ଆମେ ମିଳିତ ଭାବେ ବିଚାର କରିବା ଉଚିତ।

ଏ ସମ୍ବନ୍ଧରେ ମୁଁ କେତେକ ପ୍ରସ୍ତାବ ଦେବାକୁ ଚାହୁଁଛୁ:

ପ୍ରଥମତଃ, ବ୍ରିକ୍ସ୍ ଅଧୀନରେ ଆମର ଆର୍ଥିକ ସହଯୋଗ ନିରନ୍ତର ଭାବେ ଆଗକୁ ବଢ଼ୁଛି। ଏଥିରେ ବ୍ରିକ୍ସ୍ ବ୍ୟବସାୟ ପରିଷଦ ଏବଂ ବ୍ରିକ୍ସ୍ ମହିଳା ବ୍ୟବସାୟ ମେଣ୍ଟ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଛନ୍ତି। ବ୍ରାଜିଲର ଅଧ୍ୟକ୍ଷତା ଅଧୀନରେ ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହାକୁ ଆମେ ସ୍ୱାଗତ କରୁଛୁ।

ବିଶ୍ୱ ଦକ୍ଷିଣରେ ଥିବା ଦେଶଗୁଡ଼ିକର ବିକାଶ ଆକାଂକ୍ଷାକୁ ସମର୍ଥନ କରିବା ପାଇଁ ଆମେ ବ୍ରିକ୍ସ୍ ନୂତନ ବିକାଶ ବ୍ୟାଙ୍କ ରୂପରେ ଏକ ଦୃଢ଼ ଏବଂ ବିଶ୍ୱସନୀୟ ବିକଳ୍ପ ପ୍ରଦାନ କରିଛୁ। ଏନଡିବି ଦ୍ଵାରା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିବା ସମୟରେ, ଚାହିଦା-ପରିଚାଳିତ ଆଭିମୁଖ୍ୟ, ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ଏବଂ ସୁସ୍ଥ କ୍ରେଡିଟ୍ ରେଟିଂ ଉପରେ ଧ୍ୟାନ ଦେବା ଆବଶ୍ୟକ। ଆମର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦ୍ୱାରା ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ପାଇଁ ଆମର ଆହ୍ୱାନର ବିଶ୍ୱସନୀୟତା ଆହୁରି ବୃଦ୍ଧି ପାଇବ।

ଦ୍ୱିତୀୟତଃ, ଆଜି ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକର ବ୍ରିକ୍ସ୍ ଠାରୁ କିଛି ସ୍ୱତନ୍ତ୍ର ଆଶା ଏବଂ ଆକାଂକ୍ଷା ରହିଛି। ସେଗୁଡ଼ିକୁ ପୂରଣ କରିବା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିପାରିବା। ଉଦାହରଣ ସ୍ୱରୂପ, ଭାରତରେ ପ୍ରତିଷ୍ଠିତ ବ୍ରିକ୍ସ୍ କୃଷି ଗବେଷଣା ମଞ୍ଚ କୃଷି ଗବେଷଣାରେ ସହଯୋଗ ବୃଦ୍ଧି କରିବା ଲାଗି ଏକ ମୂଲ୍ୟବାନ ପଦକ୍ଷେପ। କୃଷି-ବାୟୋଟେକ୍, ସଠିକ୍ ଚାଷ ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳତା ଭଳି ବିଷୟଗୁଡ଼ିକରେ ଗବେଷଣା ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ପାଇଁ ଏହା ଏକ ମାଧ୍ୟମ ହୋଇପାରିବ। ଆମେ ଏହାର ଲାଭ ବିଶ୍ୱର ଦକ୍ଷିଣରେ ଥିବା ଦେଶଗୁଡ଼ିକୁ ମଧ୍ୟ ପ୍ରଦାନ କରିପାରିବା।

ସେହିଭଳି ଭାବରେ, ଭାରତ ‘ଏକ ରାଷ୍ଟ୍ର, ଏକ ସଦସ୍ୟତା’ ପଦକ୍ଷେପ ଆରମ୍ଭ କରିଛି ଯାହା ଦ୍ୱାରା ଦେଶବ୍ୟାପୀ ଏକାଡେମିକ୍ ଜର୍ଣ୍ଣାଲଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରାଯାଇପାରିବ। ଅନ୍ୟ ବ୍ରିକ୍ସ୍ ଦେଶଗୁଡ଼ିକରେ ମଧ୍ୟ ଅନୁରୂପ ପ୍ରୟାସ କରାଯାଇଛି। ମୁଁ ପ୍ରସ୍ତାବ ଦେଉଛି ଯେ ଆମେ ସାମୂହିକ ଭାବେ ଏକ ବ୍ରିକ୍ସ୍ ବିଜ୍ଞାନ ଏବଂ ଗବେଷଣା ଭଣ୍ଡାର ସୃଷ୍ଟି କରିବା, ଯାହା ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବେ ମଧ୍ୟ କାର୍ଯ୍ୟ କରିପାରିବ।

ତୃତୀୟତଃ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ପ୍ରଯୁକ୍ତିବିଦ୍ୟା ପାଇଁ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଏବଂ ବିଶ୍ୱସନୀୟ କରିବା ପାଇଁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ କୌଣସି ଦେଶ ଏହି ସମ୍ବଳକୁ ନିଜ ସ୍ୱାର୍ଥ ପାଇଁ କିମ୍ବା ଅନ୍ୟମାନଙ୍କ ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରିବ ନାହିଁ।

ଚତୁର୍ଥରେ, ଏକବିଂଶ ଶତାବ୍ଦୀରେ ଲୋକଙ୍କ ପ୍ରଗତି ଏବଂ କଲ୍ୟାଣ ମୁଖ୍ୟତଃ ଟେକ୍ନୋଲୋଜି, ବିଶେଷ କରି କୃତ୍ରିମ ବୁଦ୍ଧିମତ୍ତା ଉପରେ ନିର୍ଭରଶୀଳ। ଗୋଟିଏ ପଟେ, କୃତ୍ରିମ ବୁଦ୍ଧିମତ୍ତା ଦୈନନ୍ଦିନ ଜୀବନରେ ବହୁତ ଉନ୍ନତି ଆଣିପାରେ; ଅନ୍ୟ ପକ୍ଷରେ, ଏହା ବିପଦ, ନୈତିକତା ଏବଂ ପକ୍ଷପାତିତା ବିଷୟରେ ମଧ୍ୟ ଚିନ୍ତା ବଢ଼ାଇଥାଏ। ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଏବଂ ନୀତି ସ୍ପଷ୍ଟ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ମାନବୀୟ ମୂଲ୍ୟବୋଧ ଏବଂ ସାମର୍ଥ୍ୟ ବୃଦ୍ଧି କରିବାର ଏକ ମାଧ୍ୟମ ଭାବେ ଦେଖୁଛୁ। “କୃତ୍ରିମ ବୁଦ୍ଧିମତ୍ତା” ସମସ୍ତ ପାଇଁ ମନ୍ତ୍ର ଉପରେ କାର୍ଯ୍ୟ କରିବାକୁ ଯାଇ “ଆଜି ଆମେ ଭାରତରେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଶାସନ ଭଳି କ୍ଷେତ୍ରରେ ବ୍ୟାପକ ଏବଂ ସକ୍ରିୟ ଭାବେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରୁଛୁ।

ଆମେ ବିଶ୍ୱାସ କରୁ ଯେ କୃତ୍ରିମ ବୁଦ୍ଧିମତ୍ତା ପ୍ରଶାସନରେ ଚିନ୍ତାର ସମାଧାନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ସମାନ ଗୁରୁତ୍ୱ ଦିଆଯିବା ଉଚିତ। ଦାୟିତ୍ୱବାନ କୃତ୍ରିମ ବୁଦ୍ଧିମତ୍ତା ପାଇଁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ବୈଶ୍ୱିକ ମାନକ ସୃଷ୍ଟି କରାଯିବା ଆବଶ୍ୟକ ଯାହା ଡିଜିଟାଲ ବିଷୟବସ୍ତୁର ପ୍ରାମାଣିକତାକୁ ଯାଞ୍ଚ କରିପାରିବ, ଯାହା ଦ୍ୱାରା ଆମେ ବିଷୟବସ୍ତୁର ଉତ୍ସ ଚିହ୍ନଟ କରିପାରିବା ଏବଂ ସ୍ୱଚ୍ଛତା ବଜାୟ ରଖିପାରିବା ଏବଂ ଅପବ୍ୟବହାରକୁ ରୋକିପାରିବା।

ଆଜିର ବୈଠକରେ ପ୍ରକାଶ ପାଇଥିବା ” କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର “ବୈଶ୍ୱିକ ଶାସନ ଉପରେ ନେତାମାନଙ୍କର ବିବୃତ୍ତି” ଏହି ଦିଗରେ ଏକ ସକାରାତ୍ମକ ପଦକ୍ଷେପ। ସମସ୍ତ ଦେଶ ମଧ୍ୟରେ ଉନ୍ନତ ସହଯୋଗ ପାଇଁ, ଆମେ ଆସନ୍ତା ବର୍ଷ ଭାରତରେ “ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇମ୍ପାକ୍ଟ ସମ୍ମିଳନୀ” ଆୟୋଜନ କରିବାକୁ ଯାଉଛି। ଏହି ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଆମେ ଆପଣଙ୍କର ସକ୍ରିୟ ଅଂଶଗ୍ରହଣ ଆଶା କରୁଛୁ।

ସାଥିମାନେ,

ଗ୍ଲୋବାଲ ସାଉଥ ଆମଠାରୁ ଅନେକ ଆଶା ରଖିଛି। ସେଗୁଡ଼ିକୁ ପୂରଣ କରିବା ପାଇଁ, ଆମକୁ “ଉଦାହରଣ ଦ୍ୱାରା ନେତୃତ୍ୱ” ନୀତି ଅନୁସରଣ କରିବାକୁ ହେବ। ଭାରତ, ସମସ୍ତ ଅଂଶୀଦାରଙ୍କ ସହ, କାନ୍ଧରେ କାନ୍ଧ ମିଶାଇ, କାର୍ଯ୍ୟ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।

ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ।

****

NS/SLP