Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ – “ଦି ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍”ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ – “ଦି ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍”ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ


ବ୍ରାଜିଲର ରାଷ୍ଟ୍ରପତି, ମହାମହିମ ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ – “ଦି ଗ୍ରାଣ୍ଡ କଲାର ଅଫ୍ ଦି ନ୍ୟାସନାଲ୍ ଅର୍ଡର ଅଫ୍ ଦି ସାଉଦର୍ଣ୍ଣ କ୍ରସ୍” ସମ୍ମାନରେ ସମ୍ମାନୀତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ବିଶିଷ୍ଟ ସମ୍ମାନ ପାଇଁ ରାଷ୍ଟ୍ରପତି, ସରକାର ଏବଂ ବ୍ରାଜିଲର ଜନସାଧାରଣଙ୍କ ପ୍ରତି ଆନ୍ତରିକତାର ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ପୁରସ୍କାର ଗ୍ରହଣ କରି ସେ ଉଲ୍ଲେଖ କରିଛନ୍ତି ଯେ, ଏହି ସମ୍ମାନ ଭାରତର ୧.୪ ବିଲିୟନ ଜନସାଧାରଣଙ୍କ ପ୍ରତି ଏବଂ ଭାରତ ଓ ବ୍ରାଜିଲ ମଧ୍ୟରେ ଥିବା ସ୍ଥାୟୀ ତଥା ନିବିଡ଼ ବନ୍ଧୁତ୍ୱ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ସେ ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ଲୁଲା ଭାରତ-ବ୍ରାଜିଲ ରଣନୈତିକ ସହଭାଗୀତାର କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଏବଂ ଏହି ପୁରସ୍କାର ଦ୍ୱିପାକ୍ଷିକ ସମ୍ପର୍କକୁ ଶୀର୍ଷ ଶିଖରରେ ପହଞ୍ଚାଇବା ପାଇଁ ତାଙ୍କର ଅକ୍ଳାନ୍ତ ପ୍ରୟାସ ପ୍ରତି ଏକ ମର୍ଯ୍ୟାଦାଜନକ ସମ୍ମାନ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପୁରସ୍କାର ଦୁଇ ଦେଶର ଜନସାଧାରଣଙ୍କୁ ସେମାନଙ୍କର ଭବ୍ୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ପ୍ରେରଣା ଯୋଗାଇବ ।

 

*****

MT