ପିଏମଇଣ୍ଡିଆ
ମହାମହିମ ରାଷ୍ଟ୍ରପତି ମାକ୍ରୋନ୍,
ଏଠାରେ ଉପସ୍ଥିତ ଥିବା ଭାରତ ଏବଂ ଫ୍ରାନ୍ସର ଶିଳ୍ପପତିଗଣନ ଆପଣ ସମସ୍ତଙ୍କୁ, ନମସ୍କାର,
ନମସ୍କାର!
ମୁଁ ଏହି କୋଠରୀରେ ଏକ ଚମତ୍କାର ଶକ୍ତି, ଉତ୍ସାହ ଏବଂ ଗତିଶୀଳତା ଅନୁଭବ କରୁଛି |
ଏହା କେବଳ ଏକ ସାଧାରଣ ବ୍ୟବସାୟିକ କାର୍ଯ୍ୟକ୍ରମ ନୁହେଁ। ଏହା ଭାରତ ଏବଂ ଫ୍ରାନ୍ସର ଶ୍ରେଷ୍ଠ ବ୍ୟବସାୟୀମାନଙ୍କ ମଧ୍ୟରେ ଏକ ମିଳନ। ନିକଟରେ ଉପସ୍ଥାପିତ ହୋଇଥିବା ସିଇଓ
ଫୋରମର ରିପୋର୍ଟ ସ୍ୱାଗତଯୋଗ୍ୟ। ମୁଁ ଦେଖୁଛି ଯେ ଆପଣମାନେ ସମସ୍ତେ ନବସୃଜନ, ସହଯୋଗ ଏବଂ ଉନ୍ନତିର ମନ୍ତ୍ର ସହିତ ଆଗକୁ ବଢ଼ୁଛନ୍ତି। ଆପଣ କେବଳ ବୋର୍ଡ୍ରୁମ୍ ସଂଯୋଗ କରୁନାହାନ୍ତି। ଆପଣମାନେ ସମସ୍ତେ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ମଧ୍ୟ ସୁଦୃଢ଼ କରୁଛନ୍ତି।
ସାଥିମାନେ,
ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଏହି ମଞ୍ଚରେ ସାମିଲ ହେବା ମୋ ପାଇଁ ଆନନ୍ଦର ବିଷୟ। ଗତ ଦୁଇ ବର୍ଷ ମଧ୍ୟରେ ଏହା ଆମର ଷଷ୍ଠ ବୈଠକ। ଗତ ବର୍ଷ ଆମ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ମାକ୍ରୋନ୍ ମୁଖ୍ୟ ଅତିଥି ଥିଲେ। ଆଜି ସକାଳେ ଆମେ ମିଳିତ ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆକ୍ସନ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲୁ। ଏହି ସଫଳ ଶିଖର ସମ୍ମିଳନୀ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି।
ସାଥିମାନେ,
ଭାରତ ଏବଂ ଫ୍ରାନ୍ସ କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ୱାରା ଯୋଡ଼ି ହୋଇ ରହିନାହାନ୍ତି। ଆମ ବନ୍ଧୁତ୍ୱର ମୂଳଦୁଆ ଗଭୀର ବିଶ୍ୱାସ, ନବସୃଜନ ଏବଂ ଜନକଲ୍ୟାଣ ଭାବନା ଉପରେ ଆଧାରିତ। ଆମର ଭାଗିଦାରୀ କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ନୁହେଁ। ବୈଶ୍ୱିକ ସମସ୍ୟା ଏବଂ ଆହ୍ୱାନର ମୁକାବିଲା ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ। ମୋର ଗତ ଗସ୍ତ ସମୟରେ, ଆମେ ଆମର ଭାଗିଦାରୀ ପାଇଁ 2047 ରୋଡମ୍ୟାପକୁ ରେଖାଙ୍କିତ କରିଥିଲୁ। ଏହା ପରେ, ଆମେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଭାବେ ସହଯୋଗ ଜାରି ରଖିଛୁ।
ସାଥିମାନେ,
ଆପଣଙ୍କର ଅଧିକାଂଶ କମ୍ପାନୀ ଭାରତରେ ପୂର୍ବରୁ ଉପସ୍ଥିତ ଅଛନ୍ତି। ଆପଣମାନେ ଏରୋସ୍ପେସ୍, ବନ୍ଦର, ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ, ଦୁଗ୍ଧ, ରାସାୟନିକ ପଦାର୍ଥ ଏବଂ ଉପଭୋକ୍ତା ସାମଗ୍ରୀ ଭଳି ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଭାରତରେ ମଧ୍ୟ ଅନେକ ସିଇଓଙ୍କୁ ଭେଟିବାର ସୁଯୋଗ ମୋତେ ମିଳିଛି। ବିଗତ ଦଶନ୍ଧିରେ ଭାରତରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ଆପଣମାନେ ଭଲ ଭାବେ ଜାଣନ୍ତି। ଆମେ ଏକ ସ୍ଥିର ରାଜନୀତି ଏବଂ ପୂର୍ବାନୁମାନଯୋଗ୍ୟ ନୀତି ଇକୋସିଷ୍ଟମ ପ୍ରତିଷ୍ଠା କରିଛୁ। ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ପଥ ଅନୁସରଣ କରି ଆଜି ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା। ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା। ଏହା ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବ। ଭାରତର କୁଶଳୀ ଯୁବ ପ୍ରତିଭା କାରଖାନା ଏବଂ ନବସୃଜନ ଭାବନା ହେଉଛି ବିଶ୍ୱ ସ୍ତରରେ ଆମର ପରିଚୟ। ଆଜି ଭାରତ ଦ୍ରୁତ ଗତିରେ ବିଶ୍ୱର ଏକ ପସନ୍ଦଯୋଗ୍ୟ ନିବେଶ ଗନ୍ତବ୍ୟସ୍ଥଳରେ ପରିଣତ ହେଉଛି।
ଆମେ ଭାରତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ ମିଶନର ଶୁଭାରମ୍ଭ କରିଛୁ। ପ୍ରତିରକ୍ଷା କ୍ଷେତ୍ରରେ ଆମେ ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଫର୍ ଦ ୱାର୍ଲ୍ଡକୁ ପ୍ରୋତ୍ସାହିତ କରୁଛୁ।
ଆପଣମାନଙ୍କ ମଧ୍ୟରୁ ଅନେକ ଏହା ସହିତ ଜଡ଼ିତ ଅଛନ୍ତି।
ଆମେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ନୂତନ ଶିଖରରେ ପହଞ୍ଚୁଛୁ। ଏହି କ୍ଷେତ୍ରକୁ ଏଫଡିଆଇ ପାଇଁ ଉନ୍ମୁକ୍ତ କରାଯାଇଛି। ଆମେ ଭାରତକୁ ଦ୍ରୁତ ଗତିରେ ଏକ ବୈଶ୍ୱିକ ବାୟୋଟେକ୍ ପାୱାରହାଉସ୍ ରେ ପରିଣତ କରୁଛୁ।
ଭିତ୍ତିଭୂମି ବିକାଶ ଆମ ପାଇଁ ଏକ ପ୍ରାଥମିକତାର ବିଷୟ। ଏବଂ ଏହା ଉପରେ ଆମେ ବାର୍ଷିକ 114 ବିଲିୟନ ଡଲାରରୁ ଅଧିକ ସାର୍ବଜନୀନ ଖର୍ଚ୍ଚ କରୁଛୁ। ରେଳବାଇର ଆଧୁନିକୀକରଣ ଏବଂ ଉନ୍ନତିକରଣ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆମେ ବ୍ୟାପକ ସ୍ତରରେ ରେଳ ଟ୍ରାକ୍ ସ୍ଥାପନ କରିଛୁ। ଆମେ 2030 ସୁଦ୍ଧା 500 ଗିଗାୱାଟ ଅକ୍ଷୟ ଶକ୍ତିର ଲକ୍ଷ୍ୟ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛୁ। ଏଥିପାଇଁ ଆମେ ସୌର ସେଲ୍ ଉତ୍ପାଦନକୁ ପ୍ରୋତ୍ସାହନ ଦେଇଛୁ। ଆମେ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନର ମଧ୍ୟ ଶୁଭାରମ୍ଭ କରିଛୁ।
ଆମେ ହାଇଡ୍ରୋଜେନ୍ ମିଶନ ମଧ୍ୟ ହାତକୁ ନେଇଛୁ। ଏଥିପାଇଁ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି। 2047 ମସିହା ସୁଦ୍ଧା ଆମେ 100 ଗିଗାୱାଟ ଆଣବିକ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛୁ। ମୁଁ ଖୁସି ଯେ ଏହି କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଉଛି। ଆମେ ଏସ୍.ଏମ୍.ଆର୍ ଏବଂ ଏ. ଏମ୍ ଆର୍. ପ୍ରଯୁକ୍ତି ଉପରେ ଧ୍ୟାନ ଦେଉଛୁ।
ସାଥିମାନେ,
ଆଜି ଭାରତ ବିବିଧତା ଏବଂ ଡି-ରିସ୍କିଂର ସବୁଠାରୁ ବଡ଼ କେନ୍ଦ୍ର ପାଲଟିଛି।
କିଛି ଦିନ ପୂର୍ବରୁ ଆମ ବଜେଟରେ ଏକ ନୂଆ ପିଢ଼ିର ସଂସ୍କାରର ରୂପରେଖ ଦିଆଯାଇଥିଲା। ବ୍ୟବସାୟିକ ସୁଗମତା ପାଇଁ ନୂଆ ପଦକ୍ଷେପ ନିଆଯାଇଛି। ବିଗତ କିଛି ବର୍ଷ ମଧ୍ୟରେ ଆମେ 40 ହଜାରରୁ ଅଧିକ ଅନୁପାଳନକୁ ଯୁକ୍ତିସଙ୍ଗତ କରିଛୁ। ବିଶ୍ୱାସ ଆଧାରିତ ଆର୍ଥିକ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ନିୟାମକ ସଂସ୍କାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସୀମା ଶୁଳ୍କ ଢାଞ୍ଚାକୁ ଯୁକ୍ତିସଙ୍ଗତ କରାଯାଇଛି। ଆନ୍ତର୍ଜାତୀୟ ବାଣିଜ୍ୟକୁ ସୁଗମ କରିବା ପାଇଁ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ସହାୟତାରେ “ଇଣ୍ଡିଆ ଟ୍ରେଡ୍ ନେଟ୍” ପ୍ରବର୍ତ୍ତନ କରାଯାଉଛି। ଆମେ ସହଜ ଜୀବନଶୈଳୀ ଦିଗରେ ଏକ ନୂଆ ସରଳୀକୃତ ଆୟକର ସଂହିତା ଆଣୁଛୁ। ଜାତୀୟ ଉତ୍ପାଦନ ମିଶନ ଘୋଷଣା କରାଯାଇଛି। ଏବଂ, ବୀମା କ୍ଷେତ୍ର ଭଳି ନୂତନ କ୍ଷେତ୍ରଗୁଡ଼ିକ 100 ପ୍ରତିଶତ ଏଫ. ଡି. ଆଇ. ପାଇଁ ଉନ୍ମୁକ୍ତ ହୋଇଛି। ଆପଣ ଏହି ସମସ୍ତ ପଦକ୍ଷେପକୁ ଯତ୍ନର ସହ ଅଧ୍ୟୟନ କରିବା ଉଚିତ। ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହେଁ, ଭାରତ ଆସିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସମସ୍ତଙ୍କର ପ୍ରଗତି ଭାରତର ପ୍ରଗତି ସହିତ ଜଡ଼ିତ। ଏହାର ଏକ ଉଦାହରଣ ବିମାନ ଚଳାଚଳ କ୍ଷେତ୍ରରେ ଦେଖିବାକୁ ମିଳିଥିଲା, ଯେତେବେଳେ ଭାରତୀୟ କମ୍ପାନୀମାନେ ବିମାନ ପାଇଁ ବଡ଼ ଅର୍ଡର ଦେଇଥିଲେ। ଆଉ ଏବେ ଯେତେବେଳେ ଆମେ 120ଟି ନୂଆ ବିମାନ ବନ୍ଦର ଖୋଲିବାକୁ ଯାଉଛୁ, ସେତେବେଳେ ଆପଣମାନେ ନିଜ ପାଇଁ ଭବିଷ୍ୟତର ସମ୍ଭାବନାର କଳ୍ପନା କରିପାରିବେ।
ସାଥିମାନେ,
ଭାରତର 1.4 କୋଟି ଲୋକ 2047 ମସିହା ସୁଦ୍ଧା ଏକ ବିକଶିତ ଭାରତ ନିର୍ମାଣ କରିବାର ସଂକଳ୍ପ ନେଇଛନ୍ତି। ତାହା ପ୍ରତିରକ୍ଷା ହେଉ କିମ୍ବା ଉନ୍ନତ ପ୍ରଯୁକ୍ତି, ଫିଣ୍ଟେକ୍ ହେଉ କିମ୍ବା ଫାର୍ମା, ଟେକ୍ କିମ୍ବା ବୟନଶିଳ୍ପ, କୃଷି ହେଉ କିମ୍ବା ବିମାନ ଚଳାଚଳ, ସ୍ୱାସ୍ଥ୍ୟସେବା ହେଉ କିମ୍ବା ରାଜପଥ, ମହାକାଶ ହେଉ କିମ୍ବା ନିରନ୍ତର ବିକାଶ। ଆପଣମାନଙ୍କ ପାଇଁ ଏହି ସମସ୍ତ କ୍ଷେତ୍ରରେ ନିବେଶ ଏବଂ ସହଯୋଗର ଅନେକ ସୁଯୋଗ ରହିଛି। ଭାରତର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି।
ଯେତେବେଳେ ଫ୍ରାନ୍ସର ଚତୁରତା ଏବଂ ଭାରତର ସ୍କେଲ୍ ଭେଟିଥାଏ। ଯେତେବେଳେ ଭାରତର ଗତି ଏବଂ ଫ୍ରାନ୍ସର ନିର୍ଭୁଲତା ଯୋଡ଼ି ହୁଏ। ଯେତେବେଳେ ଫ୍ରାନ୍ସର ଟେକ୍ନୋଲୋଜି ଏବଂ ଭାରତର ପ୍ରତିଭା ଏକାଠି ହେବେ, ସେତେବେଳେ କେବଳ ବ୍ୟବସାୟିକ ପରିଦୃଶ୍ୟ ନୁହେଁ, ବରଂ ବୈଶ୍ୱିକ ପରିବର୍ତ୍ତନ ମଧ୍ୟ ଘଟିବ। ପୁଣି ଥରେ, ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଯେ ଆପଣ ନିଜର ମୂଲ୍ୟବାନ ସମୟ ମଧ୍ୟରୁ ସମୟ ବାହାର କରି ଏଠାକୁ ଆସିଥିବାରୁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଜଣାଉଛି ।
*****
NS/SLP
Addressing the India-France CEO Forum in Paris. https://t.co/S9GWeDS9My
— Narendra Modi (@narendramodi) February 11, 2025
The India-France CEO Forum plays a key role in strengthening economic ties and fostering innovation. It is gladdening to see business leaders from both nations collaborate and create new opportunities across key sectors. This drives growth, investment and ensures a better future… pic.twitter.com/gSImOqAcEZ
— Narendra Modi (@narendramodi) February 11, 2025
Le Forum des chefs d'entreprise Inde-France joue un rôle clé dans le renforcement des liens économiques et la promotion de l'innovation. Il est réjouissant de voir des chefs d'entreprise des deux pays collaborer et créer de nouvelles opportunités dans des secteurs clés. Cela… pic.twitter.com/mkOrTQTr6z
— Narendra Modi (@narendramodi) February 11, 2025
Boosting India-France business ties!
— PMO India (@PMOIndia) February 11, 2025
PM @narendramodi and President @EmmanuelMacron attended the India-France CEO Forum in Paris. The PM highlighted India's rise as a global economic powerhouse fueled by stability, reforms and innovation. pic.twitter.com/cr6Ge3MmlT