ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ଆମ ଦେଶ ପାଇଁ ସହିଦ୍ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ସେମାନଙ୍କ ସେବା ଓ ବଳିଦାନକୁ ମନେ ପକାଇଛନ୍ତି ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି ;
“ପୂଜ୍ୟ ବାପୁଙ୍କ ପୂଣ୍ୟ ତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କ ଆଦର୍ଶ ଆମକୁ ଏକ ବିକଶିତ ଭାରତ ନିର୍ମାଣ କରିବାକୁ ପ୍ରେରଣା ଦିଏ । ମୁଁ ଆମ ଦେଶ ପାଇଁ ସହିଦ୍ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ସେମାନଙ୍କ ସେବା ଏବଂ ବଳିଦାନକୁ ମନେ ପକାଉଛି ।“
*****
MT
Tributes to Pujya Bapu on his Punya Tithi. His ideals motivate us to build a developed India. I also pay tributes to all those martyred for our nation and recall their service as well as sacrifices.
— Narendra Modi (@narendramodi) January 30, 2025