Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତିନି ପ୍ରତିଶତ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତାର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (ଡିଆର)ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ଅନୁମୋଦନ କରିଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଗତ ଜୁଲାଇ ପହିଲା ଠାରୁ ଲାଗୁ ହେବ । ବର୍ତ୍ତମାନର 55% ମୂଳ ବେତନ/ପେନସନ ଉପରେ 3% ଅତିରିକ୍ତ ଆକାରରେ ବର୍ଦ୍ଧିତ ଡିଏ ଓ ଡିଆର ମିଳିବ। ଯାହାଫଳରେ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମୂଲ୍ୟବୃଦ୍ଧିର କ୍ଷତିପୂରଣ ପାଇପାରିବେ।

ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ଉଭୟରେ ବୃଦ୍ଧି ହେତୁ ରାଜକୋଷ ଉପରେ ପ୍ରତିବର୍ଷ 10083.96 କୋଟି ଟଙ୍କାର ମିଳିତ ବୋଝ ପଡ଼ିବ। ଏହା ପ୍ରାୟ 49.19 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 68.72 ଲକ୍ଷ ପେନସନଭୋଗୀଙ୍କୁ ଲାଭ ଦେବ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ସୂତ୍ର ଅନୁସାରେ ଏହି ବୃଦ୍ଧି କରାଯାଇଛି ।

******

PS/Swadhin