ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷରୁ ଅଧିକ ସମୟ ବନ୍ଦୀ ରହିବା ପରେ ସମସ୍ତ ବନ୍ଧକଙ୍କ ମୁକ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାଧୀନତା ସେମାନଙ୍କ ପରିବାରର ସାହସ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଉଦ୍ୟମ ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସଂକଳ୍ପର ପରିଣାମ ।
ଶ୍ରୀ ମୋଦୀ ଏହି ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ ମଧ୍ୟ ଜଣାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ରହିବା ପରେ ସମସ୍ତ ବନ୍ଧକଙ୍କ ମୁକ୍ତିକୁ ଆମେ ସ୍ୱାଗତ କରୁଛୁ । ସେମାନଙ୍କ ସ୍ୱାଧୀନତା ସେମାନଙ୍କ ପରିବାରର ସାହସ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଟଳ ଶାନ୍ତି ପ୍ରୟାସ ଏବଂ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦୃଢ଼ ସଂକଳ୍ପର ପ୍ରତୀକ । ଆମେ ଏହି ଅଞ୍ଚଳରେ ଶାନ୍ତି ଆଣିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆନ୍ତରିକ ପ୍ରୟାସକୁ ସମର୍ଥନ କରୁଛୁ ।”
@POTUS
@realDonaldTrump
@netanyahu”
SR
We welcome the release of all hostages after over two years of captivity. Their freedom stands as a tribute to the courage of their families, the unwavering peace efforts of President Trump and the strong resolve of Prime Minister Netanyahu. We support President Trump’s sincere…
— Narendra Modi (@narendramodi) October 13, 2025