Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ପୁଟିନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଋଷର ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁଟିନ ଟେଲିଫୋନ କଲ କରିଥିଲେ ।

ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ୭୫ତମ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଏବଂ ସ୍ଥାୟୀ ବନ୍ଧୁତା ପାଇଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଥିଲେ ।

ଦୁଇ ନେତା ୨୩ତମ ଭାରତ-ଋଷ ବାର୍ଷିକ ସମ୍ମିଳନୀ ପୂର୍ବରୁ ଦ୍ୱିପାକ୍ଷିକ କାର୍ଯ୍ୟସୂଚୀରେ ଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ପୁଟିନଙ୍କୁ ଭାରତରେ ସ୍ୱାଗତ କରିବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀ ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି ।

ଉଭୟ ନେତା ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ସମହମତି ପ୍ରକାଶ କରିଛନ୍ତି ।

 

SR