Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରର ମୁଖ୍ୟ ଭାବରେ 23 ବର୍ଷ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୃଦୟରୁ କୃତଜ୍ଞତା ପ୍ରକାଶ କରିଛନ୍ତି


  • ମୁଖ୍ୟମନ୍ତ୍ରୀ ଭାବରେ ମୋର 13 ବର୍ଷ ମଧ୍ୟରେ, ଗୁଜରାଟ ‘ସବକା ସାଥ, ସବକା ବିକାଶ’ ର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଉଭା ହୋଇଛି : ପ୍ରଧାନମନ୍ତ୍ରୀ
  • 25 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି। ଭାରତ ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି : ପ୍ରଧାନମନ୍ତ୍ରୀ
  • ଭାରତର ବିକାଶମୂଳକ ପଦକ୍ଷେପ ନିଶ୍ଚିତ କରିଛି ଯେ ଆମ ଦେଶକୁ ବିଶ୍ୱ ସ୍ତରରେ ସର୍ବାଧିକ ଆଶାର ସହିତ ଦେଖାଯାଉଛି : ପ୍ରଧାନମନ୍ତ୍ରୀ
  • ଏକ ବିକଶିତ ଭାରତର ଆମର ସାମୂହିକ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେବି ନାହିଁ : ପ୍ରଧାନମନ୍ତ୍ରୀ
     

07 ଅକ୍ଟୋବର 2024 ​‌: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ମୁଖ୍ୟ ଭାବରେ 23 ବର୍ଷ ପୂରଣ କରିବା ପାଇଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ସମୟକୁ ମନେ ପକାଇ କହିଛନ୍ତି ଯେ ​‌, ଗୁଜରାଟ ‘ସବକା ସାଥ, ସବକା ବିକାଶ’ ର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଉଭା ହୋଇଛି, ଯାହା ସମାଜର ସମସ୍ତ ବର୍ଗର ସମୃଦ୍ଧି ସୁନିଶ୍ଚିତ କରୁଛି। ବିଗତ ଦଶନ୍ଧି ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ବିକାଶମୂଳକ ପଦକ୍ଷେପ ନିଶ୍ଚିତ କରିଛି ଯେ ଆମ ଦେଶକୁ ବିଶ୍ୱ ସ୍ତରରେ ସର୍ବାଧିକ ଆଶାର ସହିତ ଦେଖାଯାଉଛି। ସେ ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଅକ୍ଲାନ୍ତ ପରିଶ୍ରମ କରି ଚାଲିବେ ଏବଂ ଏକ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ।

ପ୍ରଧାନମନ୍ତ୍ରୀ X ରେ ଏକ ପୋଷ୍ଟ କରିଛନ୍ତି:

“ସେବାର 23 ବର୍ଷ…”

ସରକାରର ମୁଖ୍ୟ ଭାବରେ ମୋର 23 ବର୍ଷ ପୂରଣ ହେବା ପାଇଁ ଯେଉଁମାନେ ସେମାନଙ୍କର ଆଶୀର୍ବାଦ ଏବଂ ଶୁଭେଚ୍ଛା ପଠାଇଛନ୍ତି, ସେମାନଙ୍କ ପ୍ରତି ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। 2001 ମସିହା ଅକ୍ଟୋବର 7 ତାରିଖରେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲି। ମୋ ପରି ଜଣେ ନମ୍ର କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ପ୍ରଶାସନର ନେତୃତ୍ୱ ନେବାର ଦାୟିତ୍ୱ ଦେବା ମୋ ଦଳର ମହାନତା ଥିଲା।

“ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲି, ଗୁଜରାଟ ଅନେକ ଚ୍ୟାଲେଞ୍ଜ  : 2001 କଚ୍ଛ ଭୂମିକମ୍ପ, ତା’ପୂର୍ବରୁ ଏକ ସୁପର ସାଇକ୍ଲୋନ୍, ଏକ ବିଶାଳ ମରୁଡ଼ି, ଏବଂ ଲୁଟ୍, ସାମ୍ପ୍ରଦାୟିକତା ଏବଂ ଜାତିବାଦ ଭଳି ବହୁ ଦଶନ୍ଧି ଧରି କଂଗ୍ରେସ କୁଶାସନର ସମ୍ମୁଖୀନ ହେଉଥିଲା । ଜନଶକ୍ତି ଦ୍ୱାରା ପରିଚାଳିତ, ଆମେ ଗୁଜରାଟକୁ ପୁନଃନିର୍ମାଣ କରିଥିଲୁ ଏବଂ କୃଷି ଭଳି କ୍ଷେତ୍ରରେ ମଧ୍ୟ ଏହାକୁ ପ୍ରଗତିର ନୂତନ ଶିଖରରେ ପହଞ୍ଚାଇଥିଲୁ, ଯାହା ପାଇଁ ରାଜ୍ୟ ପାରମ୍ପାରିକ ଭାବରେ ଜଣାଶୁଣା ନଥିଲା।”

“ମୁଖ୍ୟମନ୍ତ୍ରୀ ଭାବରେ ମୋର 13 ବର୍ଷର କାର୍ଯ୍ୟକାଳ ମଧ୍ୟରେ, ଗୁଜରାଟ ‘ସବକା ସାଥ, ସବକା ବିକାଶ’ର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଉଭା ହୋଇଥିଲା, ଯାହା ସମାଜର ସମସ୍ତ ବର୍ଗର ସମୃଦ୍ଧି ସୁନିଶ୍ଚିତ କରିଥିଲା। 2014ରେ, ଭାରତର ଲୋକମାନେ ମୋ ଦଳକୁ ଏକ ରେକର୍ଡ ଜନାଦେଶ ସହିତ ଆଶୀର୍ବାଦ କରିଥିଲେ, ଯାହା ଫଳରେ ମୁଁ ପ୍ରଧାନମନ୍ତ୍ରୀ ଭାବରେ ସେବା କରିପାରିଲି। ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, କାରଣ ଏହା 30 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଦଳ ପୂର୍ଣ୍ଣ ବହୁମତ ହାସଲ କରିଥିଲା।”

“ଗତ ଦଶନ୍ଧି ମଧ୍ୟରେ, ଆମେ ଆମ ଦେଶ ସମ୍ମୁଖୀନ ହେଉଥିବା ଅନେକ ଆହ୍ଵାନ ଗୁଡିକର ମୁକାବିଲା କରିବାରେ ସକ୍ଷମ ହୋଇଛୁ। 25 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟର କବଳରୁ ମୁକ୍ତ ହୋଇଛନ୍ତି। ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ଏବଂ ଏହା ବିଶେଷ ଭାବରେ ଆମର ଏମଏସଏମଇ, ଷ୍ଟାର୍ଟଅପ୍ କ୍ଷେତ୍ର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସାହାଯ୍ୟ କରିଛି। ଆମର ପରିଶ୍ରମୀ ଚାଷୀ, ନାରୀ ଶକ୍ତି, ଯୁବ ଶକ୍ତି ଏବଂ ଗରିବ ଏବଂ ସମାଜର ଉପେକ୍ଷିତ ବର୍ଗଙ୍କ ପାଇଁ ସମୃଦ୍ଧିର ନୂତନ ପଥ ଖୋଲିଛି।”

“ଭାରତର ବିକାଶମୂଳକ ପଦକ୍ଷେପ ନିଶ୍ଚିତ କରିଛି ଯେ, ଆମ ଦେଶକୁ ବିଶ୍ୱ ସ୍ତରରେ ସର୍ବାଧିକ ଆଶାବାଦୀ ଦୃଷ୍ଟିରେ ଦେଖାଯାଉଛି। ବିଶ୍ୱ ଆମ ସହିତ ଜଡିତ ହେବାକୁ, ଆମ ଲୋକଙ୍କଠାରେ ବିନିଯୋଗ କରିବାକୁ ଏବଂ ଆମର ସଫଳତାର ଅଂଶ ହେବାକୁ ଆଗ୍ରହୀ। ସେହି ସମୟରେ, ଭାରତ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବାରେ ଉନ୍ନତି, ଏସଡିଜି ଲକ୍ଷ୍ୟ ହାସଲ କରିବା ଏବଂ ଅନ୍ୟାନ୍ୟ ବିଶ୍ୱ ଆହ୍ଵାନଗୁଡିକୁ ଦୂର କରିବା ପାଇଁ ବ୍ୟାପକ ଭାବରେ କାର୍ଯ୍ୟ କରୁଛି।”

“ବର୍ଷ ବର୍ଷ ଧରି ବହୁତ କିଛି ହାସଲ ହୋଇଛି କିନ୍ତୁ ଆହୁରି ବହୁତ କିଛି କରିବାକୁ ବାକି ଅଛି। ଏହି 23 ବର୍ଷ ମଧ୍ୟରେ ପ୍ରାପ୍ତ ଶିକ୍ଷା ଆମକୁ ଏପରି ଅଗ୍ରଣୀ ପଦକ୍ଷେପ ନେବାରେ ସକ୍ଷମ କରିଛି ଯାହା ଜାତୀୟ ଏବଂ ବିଶ୍ୱ ସ୍ତରରେ ପ୍ରଭାବ ପକାଇଛି। ମୁଁ ମୋର ସାଥୀ ଭାରତୀୟମାନଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଲୋକଙ୍କ ସେବାରେ ଆହୁରି ଅଧିକ ଉତ୍ସାହ ସହିତ ଅକ୍ଲାନ୍ତ ଭାବରେ କାମ କରିବି। ଆମର ସାମୂହିକ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେବି ନାହିଁ।”

***

SSP