ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଆଜି ଅମ୍ମାନରେ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିଥିଲେ। ଏହି ବୈଠକରେ ଜୋର୍ଡାନର କ୍ରାଉନ ପ୍ରିନ୍ସ ହୁସେନ ଏବଂ ସେଠାକାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ତଥା ନିବେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ରାଜା ଅବଦୁଲ୍ଲା ଦ୍ୱିତୀୟ ଏବଂ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଉଭୟ ନେତା ପ୍ରଗତି ଏବଂ ସମୃଦ୍ଧି ହାସଲ କରିବା ପାଇଁ ଏହି କ୍ଷେତ୍ରରେ ସମ୍ଭାବନା ଏବଂ ସୁଯୋଗକୁ ଉପଯୋଗ କରିବାକୁ ଉଭୟ ପକ୍ଷର ଶିଳ୍ପପତିମାନଙ୍କୁ ଆହ୍ୱାନ କରିଛନ୍ତି। ରାଜା ଅବଦୁଲ୍ଲା ଦ୍ୱିତୀୟ କହିଛନ୍ତି ଯେ, ଜୋର୍ଡାନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଭାରତର ଆର୍ଥିକ ଶକ୍ତିକୁ ମିଶ୍ରଣ କରି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ତଥା ଅନ୍ୟ ଅନ୍ତର୍ଜାତୀୟ ସ୍ତରରେ ଏକ ଆର୍ଥିକ କରିଡର ସୃଷ୍ଟି କରାଯାଇପାରିବ।
ଏହି ଫୋରମକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଓ ଜୋର୍ଡାନ ମଧ୍ୟରେ ଏକ ଗତିଶୀଳ ସହଭାଗିତା ରହିଛି, ଯାହାକି ଏକ ଦୃଢ ସଭ୍ୟତାଗତ ବନ୍ଧନର ଭିତ୍ତି ଉପରେ ଆଧାରିତ । ସେ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ, ତାଙ୍କ ନେତୃତ୍ୱରେ ଜୋର୍ଡାନ ବିଭିନ୍ନ ବଜାର ତଥା ଅଞ୍ଚଳଗୁଡ଼ିକୁ ସଂଯୋଗ କରୁଥିବା ଏକ ସେତୁ ପାଲଟିଛି, ଯାହା ବାଣିଜ୍ୟ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରୁଛି। ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଜୋର୍ଡାନ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ଦୁଇଗୁଣ କରି ୫ ବିଲିୟନ ଆମେରିକୀୟ ଡଲାର କରିବାକୁ ପ୍ରସ୍ତାବ ଦେଇଥିଲେ। ଭାରତ ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଓ ଏହା ୩ୟ ବୃହତ୍ତମ ଅର୍ଥନୀତି ହେବା ଆଡକୁ ଅଗ୍ରସର ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଜୋର୍ଡାନ ଏବଂ ସାରା ବିଶ୍ବରେ ଏହାର ଅଂଶୀଦାରମାନଙ୍କ ପାଇଁ ଭାରତ ବିପୁଳ ବ୍ୟବସାୟିକ ସୁଯୋଗ ପ୍ରଦାନ କରେ। ସେ ଜୋର୍ଡାନ କମ୍ପାନୀଗୁଡ଼ିକୁ ଭାରତ ସହିତ ଅଂଶୀଦାର ହେବାକୁ ଏବଂ ଏହାର ୧୪୦ କୋଟି ବିଶାଳ ଗ୍ରାହକ ଥିବା ବଜାର, ଦୃଢ଼ ଉତ୍ପାଦନ ଭିତ୍ତି ଏବଂ ସ୍ଥାୟୀ, ସ୍ୱଚ୍ଛ ତଥା ପୂର୍ବାନୁମାନଯୋଗ୍ୟ ନୀତି ବାତାବରଣର ସୁଯୋଗ ନେବାକୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ବିଶ୍ୱ ପାଇଁ ନିର୍ଭରଯୋଗ୍ୟ ଯୋଗାଣ ଶୃଙ୍ଖଳ ଅଂଶୀଦାର ହେବା ପାଇଁ ହାତ ମିଳାଇପାରିବେ। ଭାରତୀୟ ଅର୍ଥନୀତିର ୮ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର କଥା ଉଲ୍ଲେଖ କରି ସେ କହିଥିଲେ ଯେ ଏହା ହେଉଛି ଉତ୍ପାଦକତା-ଭିତ୍ତିକ ଶାସନ ଏବଂ ନବସୃଜନ-ଚାଳିତ ନୀତିର ଫଳାଫଳ।
ପ୍ରଧାନମନ୍ତ୍ରୀ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଆଇଟି, ଫିନଟେକ୍, ସ୍ୱାସ୍ଥ୍ୟ-ପ୍ରଯୁକ୍ତିବିଦ୍ୟା ଏବଂ କୃଷି-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଜୋର୍ଡାନ ବାଣିଜ୍ୟ ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏହି କ୍ଷେତ୍ରରେ ହାତ ମିଳାଇବାକୁ ଉଭୟ ଦେଶର ଷ୍ଟାର୍ଟଅପ୍ଗୁଡ଼ିକୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ ଯେ, ଔଷଧ ଏବଂ ଚିକିତ୍ସା ଉପକରଣ କ୍ଷେତ୍ରରେ ଭାରତର ଶକ୍ତି ଏବଂ ଜୋର୍ଡାନର ସୁବିଧାଜନକ ଭୌଗୋଳିକ ସ୍ଥିତି ପରସ୍ପରର ପରିପୂରକ ହୋଇପାରିବ ଏବଂ ଏହି କ୍ଷେତ୍ରଗୁଡ଼ିକରେ ପଶ୍ଚିମ ଏସିଆ ଏବଂ ଆଫ୍ରିକା ପାଇଁ ଜୋର୍ଡାନକୁ ଏକ ନିର୍ଭରଯୋଗ୍ୟ କେନ୍ଦ୍ର କରିପାରିବ। ସେ କୃଷି, କୋଲ୍ଡଚେନ, ଫୁଡପାର୍କ, ସାର, ଭିତ୍ତିଭୂମି, ଅଟୋମୋବାଇଲ୍, ସବୁଜ ଯାନବାହାନ ଏବଂ ଐତିହ୍ୟ ତଥା ସାଂସ୍କୃତିକ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ପକ୍ଷ ପାଇଁ ବ୍ୟବସାୟ ସୁଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଭାରତର ସବୁଜ ପଦକ୍ଷେପ ବିଷୟରେ କହି ପ୍ରଧାନମନ୍ତ୍ରୀ ନବୀକରଣୀୟ ଶକ୍ତି, ସବୁଜ ଆର୍ଥିକ ସହାୟତା, ଡିସାଲିନେସନ୍ ଏବଂ ଜଳ ରିସାଇକ୍ଲିଂ କ୍ଷେତ୍ରରେ ଭାରତ-ଜୋର୍ଡାନ ବାଣିଜ୍ୟ ସହଯୋଗକୁ ଅଧିକ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।
ଏହି ଫୋରମରେ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଔଷଧ ଏବଂ ଔଷଧ ଉତ୍ପାଦନ, ସାର, କୃଷି, ନବୀକରଣୀୟ ଶକ୍ତି, ବୟନଶିଳ୍ପ, ଲଜିଷ୍ଟିକ୍ସ, ଅଟୋମୋବାଇଲ୍, ଶକ୍ତି, ପ୍ରତିରକ୍ଷା ଏବଂ ଉତ୍ପାଦନ କ୍ଷେତ୍ରର ବ୍ୟବସାୟିକ ପ୍ରମୁଖମାନେ ଯୋଗ ଦେଇଥିଲେ। ଏହି ପ୍ରତିନିଧି ଦଳରେ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍ କମର୍ସର ପ୍ରତିନିଧିମାନେ ମଧ୍ୟ ସାମିଲ ଥିଲେ । ଏହି ଅବସରରେ ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏଫଆଇସିସି ଏବଂ ଜୋର୍ଡାନ ଚାମ୍ବର ଅଫ୍ କମର୍ସ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।
TKM
My remarks during the India-Jordan Business Meet. https://t.co/GFuG7MD98U
— Narendra Modi (@narendramodi) December 16, 2025
भारत और जॉर्डन के संबंध ऐसे है, जहाँ ऐतिहासिक विश्वास और भविष्य के आर्थिक अवसर एक साथ मिलते हैं: PM @narendramodi
— PMO India (@PMOIndia) December 16, 2025
भारत की growth rate 8 percent से ऊपर है।
— PMO India (@PMOIndia) December 16, 2025
ये growth number, productivity-driven governance और Innovation driven policies का नतीजा है: PM @narendramodi
भारत को dry climate में खेती का बहुत अनुभव है।
— PMO India (@PMOIndia) December 16, 2025
हमारा ये experience, जॉर्डन में real difference ला सकता है।
हम Precision farming और micro-irrigation जैसे solutions पर काम कर सकते हैं।
Cold chains, food parks और storage facilities बनाने में भी हम मिलकर काम कर सकते हैं: PM
आज healthcare सिर्फ एक sector नहीं है, बल्कि एक strategic priority है।
— PMO India (@PMOIndia) December 16, 2025
जॉर्डन में भारतीय कंपनियां मेडिसन बनाएं, मेडिकल डिवाइस बनाएं... इससे जॉर्डन के लोगों को तो फायदा होगा ही... West Asia और Africa के लिए भी जॉर्डन एक reliable hub बन सकता है: PM @narendramodi
भारत ने डिजिटल टेक्नॉलॉजी को inclusion और efficiency का model बनाया है।
— PMO India (@PMOIndia) December 16, 2025
हमारे UPI, Aadhaar, डिजिलॉकर जैसे frameworks आज global benchmarks बन रहे हैं।
His Majesty और मैंने इन frameworks को Jordan के सिस्टम्स से जोड़ने पर चर्चा की है: PM @narendramodi
Addressed the India-Jordan Business Forum. The presence of His Majesty King Abdullah II and His Royal Highness Crown Prince Al-Hussein bin Abdullah II made the programme even more special. Highlighted areas where India and Jordan can deepen trade, business and investment… pic.twitter.com/MsXjayDTy8
— Narendra Modi (@narendramodi) December 16, 2025