Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଚୌଧୁରୀ ଚରଣ ସିଂହଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, “ସେ ସମାଜର ଅବହେଳିତ ବର୍ଗର କଲ୍ୟାଣ ସହ କୃଷିର ପ୍ରଗତି ଏବଂ କୃଷକମାନଙ୍କ ସମୃଦ୍ଧି ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଏକ କୃତଜ୍ଞ ରାଷ୍ଟ୍ର ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ କେବେ ଭୁଲିପାରିବ ନାହିଁ।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:  

“ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଚୌଧୁରୀ ଚରଣ ସିଂହଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ସମ୍ମାନଜନକ ଶ୍ରଦ୍ଧାଞ୍ଜଳି। ସେ ସମାଜର ଅବହେଳିତ ବର୍ଗର କଲ୍ୟାଣ ସହ କୃଷିର ପ୍ରଗତି ଏବଂ କୃଷକମାନଙ୍କ ସମୃଦ୍ଧି ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଏକ କୃତଜ୍ଞ ରାଷ୍ଟ୍ର ରାଷ୍ଟ୍ର ନିର୍ମାଣରେ ତାଙ୍କର ଅବଦାନକୁ କେବେ ଭୁଲିପାରିବ ନାହିଁ।”

HS