ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଭାରତ ଶକ୍ତି ସପ୍ତାହ (ଆଇ. ଇ. ଡବ୍ଲ୍ୟୁ.) ୨୦୨୬ର ଅଂଶବିଶେଷ ସ୍ୱରୂପ ବିଶ୍ୱ ଶକ୍ତି କ୍ଷେତ୍ରର ସି. ଇ. ଓ. ମାନଙ୍କ ସହ ଆଲୋଚନା କରିଥିଲେ।
ଏହି ଆଲୋଚନା ସମୟରେ ସିଇଓମାନେ ଭାରତର ଅଭିବୃଦ୍ଧି ଧାରା ଉପରେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ। ନୀତିଗତ ସ୍ଥିରତା, ସଂସ୍କାର ଗତି ଏବଂ ଦୀର୍ଘକାଳୀନ ଚାହିଦା ଥିବା ଦର୍ଶାଇ ସେମାନେ ଭାରତରେ ସେମାନଙ୍କର ବ୍ୟବସାୟିକ ଉପସ୍ଥିତିକୁ ବିସ୍ତାର ଏବଂ ଗଭୀର କରିବା ପାଇଁ ଆଗ୍ରହ ବ୍ୟକ୍ତ କରିଥିଲେ।
ସି. ଇ. ଓ. ମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଗୋଲଟେବୁଲଗୁଡ଼ିକ ଶିଳ୍ପ-ସରକାରୀ ସମନ୍ୱୟ ପାଇଁ ଏକ ପ୍ରମୁଖ ମଞ୍ଚ ଭାବେ ଉଭା ହୋଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଶ୍ୱ ଶିଳ୍ପ ନେତୃବର୍ଗଙ୍କ ପ୍ରତ୍ୟକ୍ଷ ପ୍ରତିକ୍ରିୟା ନୀତି ଢାଞ୍ଚାକୁ ପରିମାର୍ଜିତ କରିବାରେ, କ୍ଷେତ୍ରୀୟ ଆହ୍ୱାନର ଅଧିକ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବାରେ ଏବଂ ଏକ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ।
ଭାରତର ସୁଦୃଢ଼ ଆର୍ଥିକ ଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ଏବଂ ବିଶ୍ୱ ଶକ୍ତି ଚାହିଦା-ଯୋଗାଣ ସନ୍ତୁଳନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।
ଭାରତର ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିବେଶ ସୁଯୋଗ ଉପରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନିବେଶ-ଅନୁକୂଳ ନୀତି ସଂସ୍କାରକୁ ଦର୍ଶାଇ ସେ ଅନୁସନ୍ଧାନ ଏବଂ ଉତ୍ପାଦନରେ ପ୍ରାୟ ୧୦୦ ବିଲିୟନ ଆମେରିକୀୟ ଡଲାରର ନିବେଶ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ସେ କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ (ସିବିଜି) ରେ ୩୦ ବିଲିୟନ ଆମେରିକୀୟ ଡଲାରର ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ, ସେ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା, ବିଶୋଧନାଗାର-ପେଟ୍ରୋକେମିକାଲ ଏକୀକରଣ ଏବଂ ସାମୁଦ୍ରିକ ଏବଂ ଜାହାଜ ନିର୍ମାଣ ସମେତ ବ୍ୟାପକ ଶକ୍ତି ମୂଲ୍ୟ ଶୃଙ୍ଖଳାର ସୁଯୋଗ ଉପରେ ଆଲୋକପାତ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଶକ୍ତି ପରିଦୃଶ୍ୟ ଅନିଶ୍ଚିତତା ଦ୍ୱାରା ଚିହ୍ନିତ ହୋଇଥିବାବେଳେ ଏହା ବିପୁଳ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ସେ ନବସୃଜନ, ସହଯୋଗ ଏବଂ ଗଭୀର ଭାଗିଦାରୀ ପାଇଁ ଆହ୍ୱାନ କରି ଦୋହରାଇଥିଲେ ଯେ ସମଗ୍ର ଶକ୍ତି ମୂଲ୍ୟ ଶୃଙ୍ଖଳାରେ ଭାରତ ଏକ ବିଶ୍ୱସନୀୟ ଅଂଶୀଦାର ଭାବେ ପ୍ରସ୍ତୁତ ରହିଛି।
ଏହି ଉଚ୍ଚସ୍ତରୀୟ ଗୋଲଟେବୁଲ ବୈଠକରେ ଟୋଟାଲ ଏନର୍ଜି, ବିପି, ଭିଟୋଲ, ଏଚଡି ହୁଣ୍ଡାଇ, ଏଚଡି କେଏସଓଇ, ଆକର୍, ଲାଞ୍ଜା ଟେକ୍, ବେଦାନ୍ତ, ଇଣ୍ଟରନ୍ୟାସନାଲ ଏନର୍ଜି ଫୋରମ୍ (ଆଇଇଏଫ), ଏକ୍ସେଲେରେଟ୍, ଉଡ୍ ମ୍ୟାକେଞ୍ଜି, ଟ୍ରାଫିଗୁରା, ଷ୍ଟାଟସୋଲି, ପ୍ରଜ୍, ରିନ୍ୟୁ ଏବଂ ଏମଓଏଲ ସମେତ ଅଗ୍ରଣୀ ବିଶ୍ୱ ତଥା ଭାରତୀୟ ଶକ୍ତି କମ୍ପାନୀ ଏବଂ ଅନୁଷ୍ଠାନଗୁଡ଼ିକର ପ୍ରତିନିଧିତ୍ୱ କରୁଥିବା ୨୭ ଜଣ ସିଇଓ ଏବଂ ବରିଷ୍ଠ କର୍ପୋରେଟ ଜଗତର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଗୋପୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।
HS
Interacted with top CEOs of the energy sector earlier this evening. India will play a key role in the global energy sector. This is also a sector where India offers immense investment opportunities, growth and innovation.
— Narendra Modi (@narendramodi) January 28, 2026
The energy sector CEOs shared valuable inputs on the…