Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜଘାଟ ଠାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ରାଜଘାଟ ଠାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜଘାଟ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବାପୁଙ୍କ କାଳଜୟୀ ଆଦର୍ଶ ଆମ ଦେଶର ଯାତ୍ରାରେ ମାର୍ଗଦର୍ଶନ ଜାରି ରଖିଛି। “ଆମେ ତାଙ୍କ ନୀତି ଏବଂ ନ୍ୟାୟ, ସୌହାର୍ଦ୍ଦ୍ୟ ଏବଂ ମାନବତାର ସେବା ଉପରେ ଆଧାରିତ ଭାରତ ଗଠନ ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ”, ବୋଲି ଶ୍ରୀ ମୋଦୀ କହିଥିଲେ। 

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି: 

“ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି। ତାଙ୍କର କାଳଜୟୀ ଆଦର୍ଶ ଆମ ଦେଶର ଯାତ୍ରାରେ ମାର୍ଗଦର୍ଶନ ଜାରି ରଖିଛି। ଆମେ ତାଙ୍କ ନୀତି ଏବଂ ନ୍ୟାୟ, ସୌହାର୍ଦ୍ଦ୍ୟ ଏବଂ ମାନବତାର ସେବା ଉପରେ ଆଧାରିତ ଏକ ଭାରତ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ ।’’

HS