Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭାରତର ଗ୍ରାଣ୍ଡ ମୁଫତି ଶେଖ ଆବୁବକର ଅହମ୍ମଦ


ଭାରତର ଗ୍ରାଣ୍ଡ ମୁଫତି ଶେଖ ଆବୁବକର ଅହମ୍ମଦ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ବୈଠକରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ସାରା ଦେଶରେ ସାମାଜିକ ସୌହାର୍ଦ୍ଦ୍ୟ, ଭାଇଚାରା ଏବଂ ଶିକ୍ଷାର ଉନ୍ନତି ପାଇଁ ଗ୍ରାଣ୍ଡ ମୁଫତିଙ୍କ ପ୍ରଶଂସନୀୟ ପ୍ରୟାସ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

“ଭାରତର ଗ୍ରାଣ୍ଡ ମୁଫତି ଶେଖ ଆବୁବକର ଅହମ୍ମଦ ସାହେବଙ୍କ ସହ ବହୁତ ଭଲ କଥାବାର୍ତ୍ତା ହୋଇଥିଲା। ଆମେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲୁ। ସାମାଜିକ ସୌହାର୍ଦ୍ଦ୍ୟ, ଭାଇଚାରା ଏବଂ ଶିକ୍ଷାର ଉନ୍ନତି ପାଇଁ ତାଙ୍କର ପ୍ରୟାସ ଉଲ୍ଲେଖନୀୟ।’’

HS